43 lines
4.0 KiB
Markdown
43 lines
4.0 KiB
Markdown
# ଭିକ ମାଗିବା, ଭିକାରୀ, ଅଭାବୀ
|
||
|
||
## ପରିଭାଷା:
|
||
|
||
“ଭିକ” ଶବ୍ଦର ଅର୍ଥ ତୁରନ୍ତ କାହାକୁ କିଛି ମାଗିବାଅଟେ ׀
|
||
ଏହା ପ୍ରାୟତଃ ଟଙ୍କା
|
||
ମାଗିବାକୁ ବୁଝାଏ, କିନ୍ତୁ ଏହା ସାଧାରଣତଃ କୌଣସି ବିଷୟ ପାଇଁ
|
||
ନିବେଦନ କରିବାକୁ ମଧ୍ୟ ବୁଝାଏ ׀
|
||
|
||
ପ୍ରାୟତଃ ଲୋକମାନେ ଯେତେବେଳେ କୌଣସି ବିଷୟକୁ ଆବଶ୍ୟକ କରନ୍ତି ସେତେବେଳେ ଭିକ୍ଷା କରନ୍ତି କିମ୍ବା ନିବେଦନ କରନ୍ତି, କିନ୍ତୁ ଅନ୍ୟ ଜଣକ ସେମାନେ ଯାହା ମାଗନ୍ତି ତାହା ଦେବେ କି ନାହିଁ ଜାଣନ୍ତି ନାହିଁ ׀
|
||
ଜଣେ “ଭିକାରୀ” ବ୍ୟକ୍ତି ଅଟେ ଯିଏ ଜନଗହଳି ସ୍ଥାନରେ ବସି କିମ୍ୱା ଠିଆ ହୋଇ ଲୋକମାନଙ୍କୁ ଟଙ୍କା ମାଗେ ׀
|
||
ବିଭିନ୍ନ ପ୍ରସଙ୍ଗ ଅନୁଯାୟୀ ଏହି ଶବ୍ଦକୁ “ପ୍ରାର୍ଥନା
|
||
କରିବା” କିମ୍ବା “ଅତି ଆବଶ୍ୟକ ସ୍ଥଳେ ମାଗିବା” କିମ୍ବା “ଟଙ୍କା ଦାବି କରିବା” କିମ୍ବା “ନିୟମିତ
|
||
ଭାବେ ଟଙ୍କା ମାଗିବା”ବୋଲି ଅନୁବାଦ କରାଯାଇପାରେ ׀
|
||
(ଦେଖନ୍ତୁ: ପ୍ରାର୍ଥନା କରିବା)
|
||
|
||
## ବାଇବେଲ ପଦପର୍ବ:
|
||
|
||
ଲୂକ ୧୬:୨୦
|
||
ମାର୍କ ୬:୫୬
|
||
ମାଥିଉ ୧୪: ୩୬
|
||
ଗୀତସଂହିତା ୪୫:୧୨-୧୩
|
||
|
||
## ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
|
||
|
||
୧୦:୪ ଈଶ୍ଵର ସମସ୍ତ ମିସର ଦେଶକୁ ବେଙ୍ଗଗୁଡ଼ିକୁ ପଠାଇଲେ ׀
|
||
ଫାରୋ ମୋଶାଙ୍କୁ ବେଙ୍ଗ ପ୍ରତ୍ୟାର୍ପଣ କରିବା ନିମନ୍ତେ ପ୍ରାର୍ଥନା କଲେ ׀
|
||
୨୯:୮ “ରାଜା ଆପଣା ଦାସକୁ ଡାକି କହିଲେ, “ରେ ଦୁଷ୍ଟ ଦାସ! ତୋର ଋଣ କୁ ମୁଁ କ୍ଷମା କଲି କାରଣ ତୁ ମୋତେ ପ୍ରାର୍ଥନା କଲୁ ׀
|
||
|
||
୩୨:୭ ଭୂତମାନଙ୍କର ବାହୀନୀ ଯୀଶୁଙ୍କୁ ପ୍ରାର୍ଥନା କଲେ, ”ଆମ୍ଭମାନଙ୍କୁ ଏହି ସ୍ଥାନରୁ ବାହାରକୁ ପଠାନ୍ତୁ ନାହିଁ ׀
|
||
ନିକଟସ୍ଥ ପର୍ବତରେ ଗୋଟିଏ ଘୁଷୁରୀ ପଲ ଚରୁଥିଲେ ׀ ତେଣୁ ଭୂତମାନଙ୍କର ବାହୀନୀ ଯୀଶୁଙ୍କୁ ନିବେଦନ କଲେ ଯେ “ଆମ୍ଭମାନଙ୍କୁ
|
||
ସେହି ଘୁଷୁରୀମାନଙ୍କ ପାଖକୁ ଯିବାକୁ ଦିଅନ୍ତୁ ׀
|
||
୩୨:୧୦ ଯେଉଁ ବ୍ୟକ୍ତି ଭୂତାଗ୍ରସ୍ତ ହୋଇଥିଲା ସେ ଯୀଶୁଙ୍କ ସହ ଯିବା ପାଇଁ ପ୍ରାର୍ଥନା କଲା ׀
|
||
୩୫:୧୧ ତାଙ୍କ ପିତା ବାହାରକୁ ଆସି ତାହାଙ୍କୁ
|
||
କହିଲେ ଆସ ଏବଂ ସେମାନଙ୍କ ସହ ଉତ୍ସବ ପାଳନ କର କିନ୍ତୁ ସେ ମନା କରିଦେଲା ׀
|
||
୪୪:୧ ଦିନେ ପିତର ଏବଂ ଯୋହନ ମନ୍ଦିରକୁ ଯାଉଥିଲେ ׀
|
||
ସେମାନେ ମନ୍ଦିର ପ୍ରାଙ୍ଗଣ ପ୍ରବେଶ କରିବା ସମୟରେ ଜଣେ ଛୋଟା ସେମାନଙ୍କୁ ପଇସା ମାଗିବାର ଦେଖିଲେ ׀
|
||
|
||
## ଶବ୍ଦବିନ୍ୟାସ:
|
||
|
||
Strong’s: H0034, H7592, G01540,
|
||
G18710, G43190, G44340
|