or_tw/bible/kt/test.md

5.7 KiB
Raw Permalink Blame History

ପରୀକ୍ଷା, ପରୀକ୍ଷିତ, ପରୀକ୍ଷା, ଅଗ୍ନିରେ ପରୀକ୍ଷା

ପରିଭାଷା:

“ପରୀକ୍ଷା” ଶବ୍ଦଟି ଏକ କଷ୍ଟ କିମ୍ୱା ଯନ୍ତ୍ରଣାଦାୟକ ଅନୁଭୂତିକୁ ସୁଚାଏ, ଯାହା ଜଣେ ବ୍ୟକ୍ତିର ଶକ୍ତି ଏବଂ ଦୁର୍ବଳତାକୁ ପ୍ରକାଶ କରେ I

  • ଈଶ୍ୱର ଲୋକମାନଙ୍କୁ ପରୀକ୍ଷା କରନ୍ତି, କିନ୍ତୁ ସେ ସେମାନଙ୍କୁ ପାପରେ ପରୀକ୍ଷିତ କରନ୍ତି ନାହିଁ I କିନ୍ତୁ, ଶୟତାନ ଲୋକମାନଙ୍କୁ ପାପ କରିବାକୁ ପ୍ରଲୋଭିତ କରେ I
  • ବେଳେବେଳେ ଲୋକମାନଙ୍କ ପାପକୁ ପ୍ରକାଶ କରିବାକୁ ଈଶ୍ୱର ପରୀକ୍ଷାକୁ ବ୍ୟବହାର କରନ୍ତି I ପରୀକ୍ଷା ଜଣେ ବ୍ୟକ୍ତିକୁ ପାପରୁ ପ୍ରତ୍ୟାବର୍ତ୍ତନ କରିବାକୁ ଏବଂ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ସାହାଯ୍ୟ କରେ I
  • ସ୍ୱର୍ଣ୍ଣ ଏବଂ ଅନ୍ୟ ଧାତବ ବସ୍ତୁଗୁଡ଼ିକ କେତେ ଶୁଦ୍ଧ ଏବଂ ଶକ୍ତିଶାଳୀ ତାହାକୁ ଅନୁସନ୍ଧାନ କରିବା ପାଇଁ ଅଗ୍ନିରେ ପରୀକ୍ଷା କରାଯାଏ I ଈଶ୍ୱର ତାଙ୍କର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ କଷ୍ଟଦାୟକ ପରିବେଶକୁ ବ୍ୟବହାର କରିବା ସମ୍ପର୍କରେ ଏହା ଏକ ଛବି ଅଟେ I
  • “ପରୀକ୍ଷାରେ ପକାଇବା” ବାକ୍ୟାଂଶର ଅର୍ଥ “କୌଣସି ବିଷୟ କିମ୍ୱା ଜଣେ ବ୍ୟକ୍ତିକୁ ଆପଣାର ମୂଲ୍ୟକୁ ପ୍ରମାଣିତ କରିବାକୁ ଆହ୍ୱାନ ଦେବା” ଅଟେ I
  • ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ପରିପ୍ରେକ୍ଷୀରେ, ଏହାର ଅର୍ଥ ଆମ୍ଭମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରିବା ଏବଂ ତାଙ୍କର ଅନୁଗ୍ରହର ଲାଭ  ନେବାକୁ ଚେଷ୍ଟା କରିବା ଅଟେ I
  • ଯୀଶୁ ଶୟତାନକୁ କହିଲେ ଯେ ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ତାହା ପକ୍ଷରେ ଭୁଲ ଅଟେ I ସେ ସର୍ବଶକ୍ତିମାନ, ପବିତ୍ର ଈଶ୍ୱର ଅଟନ୍ତି ଏବଂ ସେ ପ୍ରତ୍ୟେକ ବିଷୟ ଏବଂ ପ୍ରତ୍ୟେକ ବ୍ୟକ୍ତିର ଊର୍ଦ୍ଧ୍ୱରେ ଅଛନ୍ତି I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ପରୀକ୍ଷା କରିବା” ଶବ୍ଦକୁ “ଆହ୍ୱାନ କରିବା” କିମ୍ୱା “କଠିନତା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜଣକୁ ନେବା” ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • “ଏକ ପରୀକ୍ଷା” ବକ୍ୟାଂଶକୁ “ଆହ୍ୱାନ” କିମ୍ୱା “କଠିନ ଅନୁଭୂତି” ବୋଲି କରାଯାଇପାରେ I
  • “ପରୀକ୍ଷାରେ ପକାଇବା” ବାକ୍ୟାଂଶକୁ “ପରୀକ୍ଷା କରିବା” କିମ୍ୱା “ଏକ ଆହ୍ୱାନ ସ୍ଥାପନ କରିବା” କିମ୍ୱା “ଜଣେ ନିଜକୁ ପ୍ରମାଣିତ କରିବା ନିମନ୍ତେ” ବୋଲି ଅନୁବାଦ କରାଯାଇପାରେ I
  • ଈଶ୍ୱରଙ୍କୁ ପରୀକ୍ଷାରେ ପକାଇବା ପରିପ୍ରେକ୍ଷୀରେ,, ଏହାକୁ “ଈଶ୍ୱରଙ୍କ ଉପରେ ଶକ୍ତି ପ୍ରୟୋଗ କରି ନିଜର ପ୍ରେମ ପ୍ରତିପାଦିତ କରିବାକୁ କହିବା” ବୋଲି ଅନୁବାଦ କରାଯାଇପାରେ I
  • କେତେକ ପରିପ୍ରେକ୍ଷୀରେ, ଯେତେବେଳେ ଈଶ୍ୱର କର୍ତ୍ତା ନୁହନ୍ତି, ତେବେ “ପରୀକ୍ଷା କରିବା” ଶବ୍ଦକୁ “ପ୍ରଲୋଭିତ କରିବା” ବୋଲି ଅନୁବାଦ କରାଯାଇପାରେ I

( ପ୍ରଲୋଭିତ କରିବା: ଦେଖନ୍ତୁ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H5254, H5713, H5715, H5749, H6030, H8584, G12420, G12630, G13030, G13820, G19570, G31400, G31410, G31420, G31430, G39840, G43030, G44510, G48280, G60200