or_tw/bible/kt/ransom.md

4.9 KiB

ମୁକ୍ତିର ମୂଲ୍ୟସ୍ୱରୂପ, ମୁକ୍ତିର ମୂଲ୍ୟ ପ୍ରଦାନ କରିବା

ସଂଜ୍ଞା:

ମୁକ୍ତିର ମୂଲ୍ୟସ୍ୱରୂପ” କହିଲେ, ପଣବନ୍ଦୀ ଭାବରେ ରଖାଯାଇଥିବା ଜଣେ ବ୍ୟକ୍ତିର ମୁକ୍ତି ନିମନ୍ତେ ଦାବୀ କରାଯାଇଥିବା ବା ପ୍ରଦାନ କରାଯାଇଥିବା କିଛି ପରିମାଣର ଅର୍ଥ ବା ଅନ୍ୟ ପ୍ରକାର ପାଉଣାକୁ ସୂଚାଏ I

  • ଏକ କ୍ରିୟା ପଦ ଭାବରେ ମୁକ୍ତିର ମୂଲ୍ୟ ଦେବା କହିଲେ ବନ୍ଦୀ କରାଯାଇଥିବା, ଦାସତ୍ୱରେ ରଖାଯାଇଥିବା ବା ପାପ ପ୍ରତି ଦାସ ହେବା ଅବସ୍ଥାରୁ ଜଣକୁ ଉଦ୍ଧାର ବା ରକ୍ଷା କରିବା ନିମନ୍ତେ କିଛି ପାଉଣା ପ୍ରଦାନ କରିବା ବା ଆତ୍ମ-ତ୍ୟାଗସ୍ୱରୂପ କିଛି କରିବା ବିଷୟକୁ ବୁଝାଏ I

ଏହି “ପୁଣି ଥରେ ଫେରସ୍ତ କିଣିବା” ଅର୍ଥ “ମୁକ୍ତ କରିବା” ସହିତ ସମାନ ଅର୍ଥବୋଧକ ଅଟେ I

  • ଯୀଶୁ ମୁକ୍ତିର ମୂଲ୍ୟସ୍ୱରୂପେ ଆପଣାକୁ ବଧ କରାଯିବା ନିମନ୍ତେ ଅନୁମତି ପ୍ରଦାନ କଲେ ଯେପରି ପାପୀ ମନୁଷ୍ୟମାନଙ୍କୁ ସେମାନଙ୍କ ପାପର ଦାସତ୍ୱ ବନ୍ଧନରୁ ଉଦ୍ଧାର କରିବେ I

ଈଶ୍ୱରଙ୍କ ଦ୍ୱାରା ଆପଣା ଲୋକମାନଙ୍କୁ ସେମାନଙ୍କର ପାପର ଦଣ୍ଡ ବା ଜୋରିମାନା ପୂରଣ କରିବା ନିମନ୍ତେ ପୁଣି ଥରେ ଫେରସ୍ତ କିଣିନେବା କାର୍ଯ୍ୟକୁ ବାଇବଲରେ “ମୁକ୍ତି” ବୋଲି କୁହାଯାଏ I

ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ:

  • “ମୁକ୍ତିରସ୍ୱରୂପ” ପ୍ରତିଶବ୍ଦକୁ “ଛାଡିଦେବା ନିମନ୍ତେ ପ୍ରାପ୍ୟ ପ୍ରଦାନ କରିବା” ବା “ମୁକ୍ତ କରିବା ନିମନ୍ତେ ଏକ ମୂଲ୍ୟ ଦେବା” ବା “ଫେରସ୍ତ କ୍ରୟ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ମୁକ୍ତିର ମୂଲ୍ୟ ଦେବା” ପଦକୁ “ମୂଲ୍ୟ ପ୍ରଦାନ କରିବା (ସ୍ୱାଧୀନତାର)” କିମ୍ୱା “ଜୋରିମାନା ଦେବା (ଲୋକମାନଙ୍କୁ ମୁକ୍ତ କରିବା ନିମନ୍ତେ)” କିମ୍ୱା “ଆବଶ୍ୟକୀୟ ପାଉଣା ପ୍ରଦାନ କରିବା” ବୋଲି ଅନୁବାଦ କରାଯାଇପାରେ I
  • “ମୁକ୍ତିର ମୂଲ୍ୟସ୍ୱରୂପ” ବିଶେଷ୍ୟ ପଦକୁ “ଛାଡି ଦେବା ନିମନ୍ତେ ମୂଲ୍ୟ ପ୍ରଦାନ କରିବା” ବା ମୁକ୍ତ କରିବା ନିମନ୍ତେ ଏକ ମୂଲ୍ୟ ଦେବା” (ମୁକ୍ତ କରିବା ପାଇଁ ବା ଲୋକମାନ ବା ଦେଶକୁ ଫେରସ୍ତ କ୍ରୟ କରିବା) ବୋଲି ମଧ୍ୟ ଅନୁବାଦ କରାଯାଇପାରେ I
  • “ମୁକ୍ତିର ମୂଲ୍ୟସ୍ୱରୂପ” ଏବଂ “ମୁକ୍ତି” ପ୍ରତିଶବ୍ଦଗୁଡିକର ଅର୍ଥ ଇଂରାଜୀରେ ସମାନ ଅର୍ଥ ରହିଛି, କିନ୍ତୁ ବେଳେବେଳେ କିଛିଟା ଭିନ୍ନ ଭାବରେ ବ୍ୟବହୃତ ହୋଇଥାଏ I

ଅନ୍ୟ ଭାଷାଗୁଡିକରେ ଏହି ଚିନ୍ତାଧାରା ନିମନ୍ତେ କେବଳ ଗୋଟିଏ ପ୍ରତିଶବ୍ଦ ଥାଇପାରେ I

  • ନିଶ୍ଚିତ କର ଯେ ଏହା “ପ୍ରାୟଶ୍ଚିତ୍ତ”ଠାରୁ ଭିନ୍ନ ଭାବରେ ଅନୁବାଦ କରାଯିବ I

(ଆହୁରି ମଧ୍ୟ ଦେଖ: ପ୍ରାୟଶ୍ଚିତ୍ତ, ମୁକ୍ତ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H1350, H3724, H6299, H6306, G487, G3083