or_tw/bible/kt/miracle.md

47 lines
7.8 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

# ଆଶ୍ଚର୍ଯ୍ୟକର୍ମ, ଆଶ୍ଚର୍ଯ୍ୟକର୍ମମାନ, ଚିହ୍ନ
## ପରିଭାଷା:
“ଆଶ୍ଚର୍ଯ୍ୟକର୍ମ” ଏକ ଅଦ୍ଭୁତ ବିଷୟ ଅଟେ ଏହା ତେବେଯାଏ ସମ୍ଭବ ହୋଇ ନପାରେ ଯେ ପର୍ଯ୍ୟନ୍ତ ଈଶ୍ଵର ଏହା ନ କରନ୍ତି I
* ଯେଉଁ ଆଶ୍ଚର୍ଯ୍ୟକର୍ମ ସବୁ ଯୀଶୁ କଲେ ତାହାର ଉଦାହରଣ ଯେପରି ଝଡ଼କୁ ଶାନ୍ତ କରିବା ଓ ଏକ ଅନ୍ଧକୁ ସୁସ୍ଥ କରିବା I
* ଆଶ୍ଚର୍ଯ୍ୟକର୍ମ ସବୁକୁ ଅନେକ ସମୟରେ “ଅଦ୍ଭୁତ କର୍ମ“କୁହାଯାଏ କାରଣ ତାହା ଲୋକମାନଙ୍କୁ ଅଦ୍ଭୁତ ଓ ବିସ୍ମୟ ଲାଗେ I
* “ବିସ୍ମୟ” ଶବ୍ଦ ଅତି ସାଧାରଣ ଭାବରେ ଈଶ୍ଵରଙ୍କର ଅଦ୍ଭୁତ ଚିତ୍ରକାରିତାକୁ ପ୍ରଦର୍ଶିତ କରେ, ଯାହା ସେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ପ୍ରକାଶ କଲେ I
* “ଆଶ୍ଚର୍ଯ୍ୟକର୍ମ” ଗୁଡ଼ିକୁ ଚିହ୍ନ ମଧ୍ୟ କୁହାଯାଏ କାରଣ ସେଗୁଡ଼ିକ ଈଶ୍ଵର ଯେ ଶକ୍ତିଶାଳୀ ଅଟନ୍ତି, ଯାହାର ସମସ୍ତ ସୃଷ୍ଟି ଉପରେ ଅଧିକାର ଅଛି, ତାହା ନିମନ୍ତେ ଏହା ନିର୍ଦେଶିକା ଓ ଘଟଣା ରୂପରେ କାମ କରେ ବୋଲି ଦର୍ଶାଏ I
* କେତେକ ଆଶ୍ଚର୍ଯ୍ୟକର୍ମ ଈଶ୍ଵରଙ୍କର ଉଦ୍ଧାରର କର୍ମ ଅଟେ ଯେପରିକି ସେ ଇସ୍ରାଏଲ ଲୋକମାନଙ୍କୁ ମିସରର ଦାସତ୍ୱ ବନ୍ଧନରୁ ଓ ଦାନିୟେଲକୁ ସିଂହ ମୁଖରୁ ଉଦ୍ଧାର କଲେ I
* ଅନ୍ୟ କେତେକ  ବିସ୍ମୟ କର୍ମ,  ଈଶ୍ଵରଙ୍କର ନ୍ୟାୟ ଯେପରି କି ସେ ନୋହଙ୍କର ସମୟରେ ସମସ୍ତ ପୃଥିବୀରେ ଜଳ ପ୍ରଳୟ କଲେ, ମୋଶାଙ୍କ ସମୟରେ ଭୟାନକ ମହାମାରୀ ମିସର ଉପରେ ଆଣିଲେ I
* ଈଶ୍ଵରଙ୍କର ଅନେକ ଆଶ୍ଚର୍ଯ୍ୟକର୍ମ ରୋଗୀମାନଙ୍କୁ ଶାରୀରିକ ସୁସ୍ଥତା ଓ ମୃତ ଲୋକମାନଙ୍କୁ ଜୀବିତ କରିବାରେ ପ୍ରକାଶିତ ହୋଇଥିଲା I
* ଈଶ୍ଵରଙ୍କର ସାମର୍ଥ ଯୀଶୁଙ୍କଠାରେ ପ୍ରଦର୍ଶିତ ହେଲା ଯେତେବେଳେ ସେ ଲୋକଙ୍କୁ ସୁସ୍ଥକଲେ, ଝଡ଼କୁ ଶାନ୍ତ କଲେ, ଜଳ ଉପରେ ଚାଲିଲେ, ମୃତ ଲୋକମାନଙ୍କୁ ଜୀବିତ କଲେ I ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ ଥିଲା I
* ଈଶ୍ଵର ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କୁ ସୁସ୍ଥତା କରିବାକୁ ଓ ଅନ୍ୟ ବିଷୟ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବାକୁ ପବିତ୍ର ଆତ୍ମାଙ୍କର ଶକ୍ତିରେ ଶକ୍ତି ପ୍ରଦାନ କରିଥିଲେ I
## ଅନୁବାଦ ପ୍ରସ୍ତାବଗୁଡ଼ିକ:
* “ଆଶ୍ଚର୍ଯ୍ୟକର୍ମ” ଓ ବିସ୍ମୟ” ବାକ୍ୟାଂଶକୁ “ଅସମ୍ଭବ ବିଷୟ ଯାହା ଈଶ୍ଵର କରନ୍ତି” କିମ୍ବା “ଈଶ୍ଵରଙ୍କର ଶକ୍ତିଯୁକ୍ତ କର୍ମ” କିମ୍ବା “ଈଶ୍ଵରଙ୍କର ଅଦ୍ଭୁତ କର୍ମ” ବୋଲି ଅନୁବାଦ କରାଯାଇପାରେ I
* “ଚିହ୍ନ ଓ ଚମତ୍କାର“ ବାକ୍ୟାଂଶକୁ “ପ୍ରମାଣ ଓ ଆଶ୍ଚର୍ଯ୍ୟକର୍ମ” କିମ୍ବା “ଆଶ୍ଚର୍ଯ୍ୟକର୍ମମାନ ଯାହା ଈଶ୍ଵରଙ୍କର ଶକ୍ତି ପ୍ରମାଣ କରେ” କିମ୍ବା “ଅଦ୍ଭୁତ ଆଶ୍ଚର୍ଯ୍ୟକର୍ମ ଯାହା ଈଶ୍ଵର ମହାନ ଅଟନ୍ତି ବୋଲି ପ୍ରକାଶ କରେ” ବୋଲି ଅନୁବାଦ କରାଯାଇପାରେ I
* ଏହି ଆଶ୍ଚର୍ଯ୍ୟକର୍ମର ଚିହ୍ନର ଅର୍ଥ, ଚିହ୍ନଠାରୁ ଭିନ୍ନ ଅଟେ ଯାହା କୌଣସି ଘଟଣାର ପ୍ରମାଣ ଦିଏ ତାହା ସ୍ମରଣଯୋଗ୍ୟ  ଅଟେ I ଏହି ଦୁଇଶବ୍ଦ ପରସ୍ପର ସମ୍ପୃକ୍ତ ହୋଇପାରନ୍ତି I
([ଶକ୍ତି](../kt/power.md), [ଭବିଷ୍ୟ‌ଦ୍‌ବକ୍ତା](../kt/prophet.md), [ପ୍ରେରିତ](../kt/apostle.md), [ଚିହ୍ନ](../kt/sign.md): ଦେଖନ୍ତୁ)
## ବାଇବେଲ ପଦପର୍ବ:
* [2 ଥେସଲନୀକୀୟ 2:8\-10](rc://*/tn/help/2th/02/08)
* [ପ୍ରେରିତ 4:17](rc://*/tn/help/act/04/15)
* [ପ୍ରେରିତ 4:22](rc://*/tn/help/act/04/21)
* [ଦାନିୟେଲ 4:1\-3](rc://*/tn/help/dan/04/01)
* [ଦ୍ୱିତୀୟ ବିବରଣ 13:1](rc://*/tn/help/deu/13/01)
* [ଯାତ୍ରାପୁସ୍ତକ 3:19\-22](rc://*/tn/help/exo/03/19)
* [ଯୋହନ 2:11](rc://*/tn/help/jhn/02/11)
* [ମାଥିଉ 13: 58](rc://*/tn/help/mat/13/57)
## ବାଇବେଲ କାହାଣୀରୁ ଉଦାହାରଣଗୁଡ଼ିକ:
* [16:**8**](rc://*/tn/help/obs/16/08) ଗିଦିୟୋନ୍‍ ଈଶ୍ଵରଙ୍କୁ ଦୁଇଟି **ଚିହ୍ନ** ପଚାରିଲେ ଯାହା ଦ୍ୱାରା ସେ ନିଶ୍ଚିତ ହେବେ ଯେ ଇସ୍ରାଏଲର ଉଦ୍ଧାର ନିମନ୍ତେ ସେ ବ୍ୟବହୃତ ହେବେ I
* [**19:14**](rc://*/tn/help/obs/19/14) ଈଶ୍ଵର ଇଲୀଶା ଦ୍ୱାରା ଅନେକ **ଆଶ୍ଚର୍ଯ୍ୟକର୍ମ** କଲେ I
* [37:10](rc://*/tn/help/obs/37/10) ଅନେକ ଯିହୁଦୀ ଯୀଶୁଙ୍କର **ଆଶ୍ଚର୍ଯ୍ୟକର୍ମ** ହେତୁ ତାହାଙ୍କ ଉପରେ ବିଶ୍ୱାସ କଲେ I
* [43:**6**](rc://*/tn/help/obs/43/06) ”ହେ ଇସ୍ରାଏଲ ଲୋକମାନେ, ଯୀଶୁ ଜଣେ ମନୁଷ୍ୟ ଥିଲେ ଯିଏ “ଚିହ୍ନ ଓ ଚମତ୍କାର“ଈଶ୍ଵରଙ୍କର ଶକ୍ତି ଦ୍ୱାରା କଲେ, ଯାହା ଆପଣ ଦେଖିଲେ ଓ ଜାଣି ଅଛନ୍ତି ମଧ୍ୟ“I
* [49:**2**](rc://*/tn/help/obs/49/02) ଯୀଶୁ ଅନେକ **ଆଶ୍ଚର୍ଯ୍ୟକର୍ମ** କଲେ ଯାହା ପ୍ରମାଣ କରେ କି ସେ ଈଶ୍ଵର ଅଟନ୍ତି I ସେ ଜଳ ଉପରେ ଚାଲିଲେ, ପ୍ରଚଣ୍ଡ ଝଡକୁ ଶାନ୍ତ କଲେ, ଅନେକ ରୋଗୀକୁ ସୁସ୍ଥ କଲେ, ବହୁତ ଗ୍ରସ୍ତ ଲୋକମାନଙ୍କୁ ସୁସ୍ଥ କଲେ, ମୃତକୁ ଜୀବିତ କଲେ, ପାଞ୍ଚଟି ରୁଟି ଓ ଛୋଟ ଦୁଇଟି ମାଛରେ 5000 ଲୋକଙ୍କୁ ପ୍ରଚୁର ଖାଦ୍ୟ ଖୁଆଇଲେ I
## ଶବ୍ଦବିନ୍ୟାସ:
* Strong's: H226, H852, H2368, H2858, H4150, H4159, H4864, H5251, H5824, H5953, H6381, H6382, H6383, H6395, H6725, H7560, H7583, H847, H874, H8539, H8540,, G880, G1213, G1229, G1411, G1569, G1718, G1770, G1839, G2285, G2296, G2297, G3167, G392, G4591, G4592, G559