or_tw/bible/kt/lawofmoses.md

50 lines
9.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ବ୍ୟବସ୍ଥା,ମୋଶାଙ୍କ ବ୍ୟବସ୍ଥା, ଯିହୋବାଙ୍କ ବ୍ୟବସ୍ଥା, ଈଶ୍ଵଙ୍କର ବ୍ୟବସ୍ଥା
## ପରିଭାଷା:
ଅତି ସରଳ ଭାବରେ, “ବ୍ୟବସ୍ଥା” ଶବ୍ଦ ଏକ ନିୟମ କିମ୍ବା ନିର୍ଦ୍ଦେଶକୁ ବୁଝାଏ ଯାହା ଅନୁସରଣ କରାଯିବା ଉଚିତ। ବାଇବେଲରେ, “ନିୟମ” ଶବ୍ଦ ସାଧାରଣତଃ କୌଣସି ଜିନିଷକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ଏବଂ ଈଶ୍ଵର ଚାହାଁନ୍ତି ଯେ ତାହାଙ୍କ ଲୋକମାନେ ତାହା ପାଳନ କରନ୍ତୁ ଏବଂ ଆଚରଣ କରନ୍ତୁ। ନିର୍ଦ୍ଦିଷ୍ଟ ଶବ୍ଦ “ମୋଶାଙ୍କ ବ୍ୟବସ୍ଥା” ଇସ୍ରାଏଲ ଲୋକମାନଙ୍କର ଆଜ୍ଞକାରୀ ନିମନ୍ତେ ଈଶ୍ଵର ମୋଶାଙ୍କୁ ଦେଇଥିବା ଆଦେଶ ଏବଂ ନିର୍ଦ୍ଦେଶଗୁଡ଼ିକୁ ବୁଝାଏ।
* ପ୍ରସଙ୍ଗରେ ଉପରେ ନିର୍ଭର କରି, “ବ୍ୟବସ୍ଥା” ବୁଝାଇପାରେ:
* ଦଶ ଆଜ୍ଞା ଯାହା ଈଶ୍ୱର ପଥର ଫଳକ ଉପରେ ଇସ୍ରାଏଲମାନଙ୍କ ନିମନ୍ତେ ଲେଖିଥିଲେ।
* ସମସ୍ତ ବ୍ୟବସ୍ଥା ମୋଶାଙ୍କୁ ଦିଆଗଲା।
* ପୁରାତନ ନିୟମର ପ୍ରଥମ ପାଞ୍ଚଟି ପୁସ୍ତକ।
* ସମ୍ପୂର୍ଣ୍ଣ  ପୁରାତନ ନିୟମର (ଯାହା ନୂତନ ନିୟମରେ “ଧର୍ମୋଶାସ୍ତ୍ର” ରୂପରେ ସମ୍ବୋଧିତ କରାଯାଇଅଛି )।
* ଈଶ୍ୱରଙ୍କ ସମସ୍ତ ନିର୍ଦ୍ଦେଶ ଓ ଇଚ୍ଛା।
* “ବ୍ୟବସ୍ଥା ଏବଂ ଭବିଷ୍ୟବକ୍ତାମାନେ” ବାକ୍ୟାଂଶ ନୂତନ ନିୟମରେ ଏବ୍ରୀ ଧର୍ମଶାସ୍ତ୍ରରେ କିମ୍ବା (ପୁରାତନନିୟମ)କୁ ସମ୍ବୋଧିତ କରିବା ନିମନ୍ତେ ବ୍ୟବହାର କରାଯାଇଅଛି।
## ଅନୁବାଦ ପ୍ରସ୍ତାବଗୁଡ଼ିକ:
* ବହୁବଚନ ବ୍ୟବହାର କରି “ବ୍ୟବସ୍ଥା” ଶବ୍ଦକୁ ଅନୁବାଦ କରାଯାଇପାରେ, କାରଣ ସେଗୁଡ଼ିକ ଅନେକ ନିର୍ଦ୍ଦେଶକୁ ଦର୍ଶାଏ।
* “ମୋଶାଙ୍କର ବ୍ୟବସ୍ଥା” ବାକ୍ୟାଂଶକୁ “ବ୍ୟବସ୍ଥା ଯାହା ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଦେବା ନିମନ୍ତେ ମୋଶାଙ୍କୁ କହିଥିଲେ” ବୋଲି ଅନୁବାଦ କରାଯାଇପାରେ।
* ପ୍ରସଙ୍ଗ ଉପରେ ନିର୍ଭର କରି, “ମୋଶାଙ୍କ ବ୍ୟବସ୍ଥା” ବାକ୍ୟାଂଶକୁ “ବ୍ୟବସ୍ଥା ଯାହା ଈଶ୍ୱର ମୋଶାଙ୍କୁ କହିଥିଲେ” କିମ୍ବା“ଈଶ୍ୱରଙ୍କ ବ୍ୟବସ୍ଥା ଯାହା ମୋଶା ଲେଖିଥିଲେ“ କିମ୍ବା“ବ୍ୟବସ୍ଥା ଯାହା ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଦେବା ନିମନ୍ତେ ମୋଶାଙ୍କୁ କହିଥିଲେ” ବୋଲି ଅନୁବାଦ କରାଯାଇପାରେ।
* "ବ୍ୟବସ୍ଥା" କିମ୍ବା "ବ୍ୟବସ୍ଥାର ଈଶ୍ଵର" କିମ୍ବା "ଈଶ୍ଵରଙ୍କ ବ୍ୟବସ୍ଥା" ବାକ୍ୟାଂଶକୁ “ବ୍ୟବସ୍ଥା ଈଶ୍ଵରଙ୍କଠାରୁ” କିମ୍ବା“ଈଶ୍ୱରଙ୍କର ଆଦେଶଗୁଡ଼ିକ” କିମ୍ବା “ଈଶ୍ୱରଙ୍କ ପ୍ରଦତ୍ତ ବ୍ୟବସ୍ଥା" କିମ୍ବା “ସବୁକିଛି ଯାହା ଈଶ୍ୱର ଆଜ୍ଞା କରିଅଛନ୍ତି” କିମ୍ବା“ଈଶ୍ୱରଙ୍କର ସମସ୍ତ ଆଦେଶଗୁଡ଼ିକ” ଭାବରେ ଅନୁବାଦ କରାଯାଇପାରେ।
* “ଯିହୋବାଙ୍କର ବ୍ୟବସ୍ଥା” ବାକ୍ୟାଂଶକୁ “ଯୋହିବାଙ୍କ ବ୍ୟବସ୍ଥା” କିମ୍ବା“ବ୍ୟବସ୍ଥା ଯାହା ସଦାପ୍ରଭୁ ମାନିବାକୁ କହିଲେ” କିମ୍ବା “ଯିହୋବାଙ୍କଠାରୁ ବ୍ୟବସ୍ଥା” କିମ୍ବା “ଯିହୋବା ଯାହା ଆଦେଶ ଦେଇଛନ୍ତି” ବୋଲି ଅନୁବାଦ କରାଯାଇପାରେ।
([ନିର୍ଦ୍ଦେଶ](../other/instruct.md), [ମୋଶା](../names/moses.md), [ଦଶ ଆଜ୍ଞା](../other/tencommandments.md), [ବିଧିଗତ](../other/lawful.md), [ସଦାପ୍ରଭୁ](../kt/yahweh.md)<u>:</u> ଦେଖନ୍ତୁ )
## ବାଇବେଲ ପଦପର୍ବ:
* [ପ୍ରେରିତ 15:6](rc://*/tn/help/act/15/06)
* [ଦାନିୟେଲ 9:13](rc://*/tn/help/dan/09/13)
* [ଯାତ୍ରା ପୁସ୍ତକ 28:42-43](rc://*/tn/help/exo/28/42)
* [ଏଜ୍ରା 7:25-26](rc://*/tn/help/ezr/07/25)
* [ଗାଲାତୀୟ 2:15](rc://*/tn/help/gal/02/15)
* [ଲୂକ 24:44](rc://*/tn/help/luk/24/44)
* [ମାଥିଉ 5:18](rc://*/tn/help/mat/05/18)
* [ନିହିମୀୟା 10:29](rc://*/tn/help/neh/10/29)
* [ରୋମୀୟ 3:20](rc://*/tn/help/rom/03/20)
## ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:
* [**13:7**](rc://*/tn/help/obs/13/07) ଈଶ୍ୱର ଆହୁରି ଅନେକ **ବ୍ୟବସ୍ଥା** ଓ ନିୟମଗୁଡ଼ିକ ମାନିବାକୁ ପ୍ରଦାନ କରିଅଛନ୍ତି। ଯଦି ଲୋକମାନେ ଏହି **ବ୍ୟବସ୍ଥା** ପାଳନ କରନ୍ତି, ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି ଯେ ସେ ସେମାନଙ୍କୁ ଆଶୀର୍ବାଦ ଓ ସୁରକ୍ଷା ପ୍ରଦାନ କରିବେ। ଯଦି ସେମାନେ ସେଗୁଡ଼ିକ ପାଳନ କରନ୍ତି ନାହିଁ, ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ।
* [**13:9**](rc://*/tn/help/obs/13/09) ଯେକେହି ଈଶ୍ୱରଙ୍କ **ବ୍ୟବସ୍ଥା** ପାଳନ କରେ ନାହିଁ ସେ ଗୋଟିଏ ପଶୁକୁ ଈଶ୍ଵରଙ୍କ ନିମନ୍ତେ ବଳିଦାନ ଭାବରେ ପାଇଁ ସମାଗମ ତମ୍ବୁ ସମ୍ମୁଖକୁ ଆଣିପାରିବ।
* [**15:13**](rc://*/tn/help/obs/15/13) ତେବେ ଯିହୋଶୂୟ ଲୋକମାନଙ୍କୁ ସୀନୟରେ ଇସ୍ରାଏଲୀୟମାନଙ୍କ ସହିତ ଈଶ୍ଵର କରିଥିବା ଚୁକ୍ତି ପାଳନ କରିବା କର୍ତ୍ତବ୍ୟକୁ ସ୍ମରଣ କରାଇଲେ। ଲୋକମାନେ ଈଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ଏବଂ ତାହାଙ୍କ ଆଜ୍ଞା ପାଳନ କରିବାକୁ ପ୍ରତିଜ୍ଞା କରିଥିଲେ।
* [**16:1**](rc://*/tn/help/obs/16/01) ଯିହୋଶୂଙ୍କ ମୃତ୍ୟୁ ପରେ, ଇସ୍ରାଏଲ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ ନାହିଁ ଓ ଅନ୍ୟ କିଣାନୀୟମାନଙ୍କ ଦେଶରୁ ବାହାର କଲେ ନାହିଁ କିମ୍ବା **ଈଶ୍ୱରଙ୍କ ବ୍ୟବସ୍ଥା** ପାଳନ କଲେ ନାହିଁ।
* [**21:5**](rc://*/tn/help/obs/21/05) ନୂତନ ଚୁକ୍ତିରେ, ଈଶ୍ୱର **ତାହାଙ୍କ ବ୍ୟବସ୍ଥା** ଲୋକମାନଙ୍କ  ହୃଦୟରେ ଲେଖିବେ, ଲୋକମାନେ ଈଶ୍ୱରଙ୍କୁ ବ୍ୟକ୍ତିଗତ ରୂପରେ ଜାଣିବେ, ସେମାନେ ତାହାଙ୍କର ଲୋକ ହେବେ ଓ ଈଶ୍ୱର ସେମାନଙ୍କ ପାପ ସବୁ କ୍ଷମା କରିବେ।
* [**27:1**](rc://*/tn/help/obs/27/01) ଯୀଶୁ ଉତ୍ତର ଦେଲେ, "**ଈଶ୍ୱରଙ୍କ ବ୍ୟବସ୍ଥାରେ** କ'ଣ ଲେଖା ହେଇଅଛି?”
* [**28:1**](rc://*/tn/help/obs/28/01) ଯୀଶୁ ତାହାକୁ କହିଲେ, କାହିଁକି ମତେ 'ଉତ୍ତମ' ବୋଲି ଡାକୁଅଛ? କେବଳ ଜଣେ ଯେ ଉତ୍ତମ ଅଟନ୍ତି, ସେ ଈଶ୍ୱର ଅଟନ୍ତି। କିନ୍ତୁ ଅନନ୍ତ ଜୀବନର ଅଧିକାରୀ ହେବାକୁ ଚାହୁଁ, ତେବେ **ଈଶ୍ୱରଙ୍କ ବ୍ୟବସ୍ଥା** ପାଳନ କର।"
## ଶବ୍ଦବିନ୍ୟାସ:
* Strongs: H0430, H1881, H1882, H2706, H2710, H3068, H4687, H4872, H4941, H8451, G23160, G35510, G35650