or_tw/bible/kt/favor.md

4.5 KiB
Raw Permalink Blame History

ଅନୁଗ୍ରହ,ଅନୁକୂଳ,ପକ୍ଷପାତ

ପରିଭାଷା:

କାହାକୁ “ଅନୁଗ୍ରହ କରିବାର ସାଧାରଣ ଅର୍ଥ ସେହି ବ୍ୟକ୍ତିକୁ ଅନୁମୋଦନ କରିବା ଅଟେ I ଯଦି କେହି ଅନ୍ୟକୁ ଅନୁଗ୍ରହ କରେ, ସେ ସେହିବ୍ୟକ୍ତି ପ୍ରତି ଏକ ସାକାରାତ୍ମକ ମନଭାବ ରଖେ ଏବଂ ସେହି ବ୍ୟକ୍ତି ପ୍ରତି ଅନ୍ୟ ଅପେକ୍ଷା ଅଧିକ ଅନୁମୋଦନ କରିଥାଏ I

  • “ଯୀଶୁ ଈଶ୍ଵରଙ୍କ ଏବଂ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ I ଏହାର ଅର୍ଥ ଉଭୟ ଈଶ୍ଵର ଏବଂ ଲୋକମାନେ ତାହାଙ୍କ ଚରିତ୍ର ଏବଂ ବ୍ୟବହାରକୁ ଅନୁମୋଦନ କଲେ I
  • “କାହାର ଅନୁଗ୍ରହ ପ୍ରାପ୍ତ ହେବା” ବାକ୍ୟାଂଶର ଅର୍ଥ ସେହି ବ୍ୟକ୍ତି ଜଣକ ଆଉ ଏକ ବ୍ୟକ୍ତି ଦ୍ୱାରା ଅନୁମୋଦିତ ହୋଇ ଅଛନ୍ତି I
  • ଯେତେବେଳେ ଜଣେ ରାଜା କାହାକୁ ଦୟା ଦେଖାନ୍ତି, ଅନେକ ସମୟରେ ତାହାର ଅର୍ଥ ସେହି ବ୍ୟକ୍ତିର ଅନୁରୋଧ ଏବଂ ଅନୁଦାନକୁ ଅନୁମୋଦିତ କରନ୍ତି ଅଟେI
  • “ଅନୁଗ୍ରହ” ମଧ୍ୟ ସେମାନଙ୍କ ଲାଭ ପାଇଁ କିମ୍ବା ଅନ୍ୟ ଜଣଙ୍କ ପାଇଁ ଏକ ମନୋଭାବ କିମ୍ବା କାର୍ଯ୍ୟ ହୋଇପାରେ I
  • “ପକ୍ଷପାତିତା” ଶବ୍ଦର ଅର୍ଥ କେତେକ ଲୋକମାନଙ୍କ ପ୍ରତି ଅନୁକୂଳ କାର୍ଯ୍ୟ କରିବାର ମନୋଭାବ କିନ୍ତୁ ଅନ୍ୟ କେତେକ ଲୋକମାନଙ୍କ ପାଇଁ ଅନୁକୂଳ କାର୍ଯ୍ୟ ନ କରିବାର ମନୋଭାବ ଅଟେ I ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିଠାରୁ କିମ୍ବା ଗୋଟିଏ ଜିନିଷକୁ ଅନ୍ୟ ବସ୍ତୁ ଉପରେ ଅଧିକ ପ୍ରବୃତ୍ତି କାରଣ ବ୍ୟକ୍ତି କିମ୍ବା ବସ୍ତୁକୁ ପସନ୍ଦ କରାଯାଏ I ସାଧାରଣତଃ, ପକ୍ଷପାତିତାକୁ ଅନ୍ୟାୟ ବୋଲି ବିଚାର କରାଯାଏ I

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • “ଅନୁଗ୍ରହ” ଶବ୍ଦକୁ ଅନୁବାଦ କରିବାର ଅନ୍ୟ ଶବ୍ଦଗୁଡ଼ିକ “ଅନୁମୋଦନ” କିମ୍ବା “ଆଶୀର୍ବାଦ” କିମ୍ବା “ଲାଭ” ହୋଇପାରେ I
  • “ଯିହୋବାଙ୍କ ଅନୁଗ୍ରହର ବର୍ଷ” ବାକ୍ୟାଂଶକୁ “ବର୍ଷର ଯେଉଁ ସମୟରେ ଯିହୋବା ମହାନ ଆଶୀର୍ବାଦ ଢାଳି ଦେବେ“ ବୋଲି ଅନୁବାଦ କରାଯାଇପାରେ I
  • “ପକ୍ଷପାତ“ ଶବ୍ଦକୁ “ପକ୍ଷପାତିତା କିମ୍ବା “ପୂର୍ବାନୁରାଗ ଦ୍ୱାରା ବଶୀଭୂତ ହେବା“ ବୋଲି ଅନୁବାଦ କରାଯାଇପାରେ I ଏହି ଶବ୍ଦ “ପସନ୍ଦତା “ଶବ୍ଦ ସହ ଯୋଡ଼ିତ ଅଟେ, ଯାହାର ଅର୍ଥ “ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ପସନ୍ଦ କରିବା“ ଅଟେI

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: H0995, H1156, H1293, H1779, H1921, H2580, H2603, H2896, H5278, H5375, H5414, H5922, H6213, H6437, H6440, H7521, H7522, H7965, G11840, G36850, G43800, G43820, G54850, G54860