or_tq/mat/04/01.md

1.3 KiB
Raw Permalink Blame History

ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ କିଏ ପ୍ରାନ୍ତରକୁ ନେଇ ଯାଇଥିଲେ ?

ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମା ପ୍ରାନ୍ତରକୁ ନେଇ ଯାଇଥିଲେ [୪:୧]।

ଯୀଶୁ ପ୍ରାନ୍ତରରେ କେତେଦିନ ଉପବାସ କରିଥିଲେ ?

ଯୀଶୁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପ୍ରାନ୍ତରରେ ଉପବାସ କରିଥିଲେ [୪:]।

କେଉଁ ପ୍ରଥମ ପରୀକ୍ଷା ଶୟତାନ ଯୀଶୁଙ୍କୁ ଉପସ୍ଥାନ କରିଥିଲା ?

ଶୟତାନ ପଥରଗୁଡାକ ରୋଟୀ ହେବାକୁ ଆଜ୍ଞାଦିଅ ବୋଲି ଯୀଶୁଙ୍କୁ କହିଥିଲା [୪:୩]।

ପ୍ରଥମ ପରୀକ୍ଷାରେ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ଯୀଶୁ କହିଲେ ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବାକ୍ୟରେ ଜୀବିତ ରହିଵ [୪:୪]।