or_tn/or_tn_62-2PE.tsv

103 KiB
Raw Permalink Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
22PEfrontintromvk90
32PE1introwjw50

ପିତର ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧- ପଦରେ ପିତର ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରଙ୍କ ଜ୍ଞାନ

ଈଶ୍ବରଙ୍କ ଜ୍ଞାନ ପାଇବାର ଅର୍ଥ ହେଉଛି ତାହାଙ୍କର ହେବା ବା ତାହାଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରିବା I ଏଠାରେ “ଜ୍ଞାନ”ର ଅର୍ଥ ଈଶ୍ବରଙ୍କୁ ମାନସିକଭାବରେ କେବଳ ଜାଣିବାଠାରୁ ଅଧିକ ଅଟେ I ଏହା ଏକ ଜ୍ଞାନ ଯାହା ଈଶ୍ବରଙ୍କୁ ଜଣେ ବ୍ୟକ୍ତିକୁ ପରିତ୍ରାଣ କରିବାକୁ ଓ ତାହାକୁ ଅନୁଗ୍ରହ ଓ ଶାନ୍ତି ଦେବାକୁ ପ୍ରେରଣା ଦିଏ I (ଦେଖ: [[rc://or/tw/dict/bible/other/know]])

ଈଶ୍ବର ପରାୟଣ ଜୀବନ ଯାପନ କରିବା

ପିତର ଶିକ୍ଷା ଦେଉଛନ୍ତି ଯେ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ଈଶ୍ବର ବିଶ୍ବାସୀମାନଙ୍କୁ ସେମାନଙ୍କର ସମସ୍ତ ପ୍ରୟୋଜନ ବିଷୟ ଦେଇଅଛନ୍ତି I ଅତଏବ, ବିଶ୍ବାସୀମାନେ ଈଶ୍ବରଙ୍କର ଅଧିକରୁ ଅଧିକ ଆଜ୍ଞାବହ ହେବାନିମନ୍ତେ ସେମାନେ କରିପାରୁଥିବା ସବୁ ବିଷୟ କରିବା ଉଚିତ I ଯଦି ବିଶ୍ବାସୀମାନେ ଏସବୁ କରିବାକୁ ଲାଗିରହିବେ, ତେବେ ସେମାନେ ଯୀଶୁଙ୍କ ସହିତ ଥିବା ସମ୍ପର୍କ ଦ୍ବାରା ଫଳପ୍ରଦ ଓ ଫଳ ଉତ୍ପନ୍ନକାରୀ ହେବେ I କିନ୍ତୁ, ଯଦି ବିଶ୍ବାସୀମାନେ ଈଶ୍ବର ପରାୟଣ ଜୀବନ ଯାପନ କରିବାରେ ଲାଗିରହିବେ ନାହିଁ, ତେବେ ତାହା ଏହା ସଦୃଶ ହେବ ଯେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଈଶ୍ବର ଖ୍ରୀଷ୍ଟଙ୍କ ଦ୍ବାରା ଯାହା କରିଛନ୍ତି, ତାହା ସେମାନେ ପାସୋରି ଯାଇଅଛନ୍ତି I(ଦେଖ: [[rc://or/tw/dict/bible/kt/godly]] ଓ [[rc://or/tw/dict/bible/kt/save]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶାସ୍ତ୍ରର ସତ୍ୟତା

ପିତର ଶିକ୍ଷା ଦେଉଅଛନ୍ତି ଯେ ଶାସ୍ତ୍ରର ଭାବବାଣୀ ମନୁଷ୍ୟକୃତ ନୁହେଁ I ପବିତ୍ର ଆତ୍ମା ଲୋକମାନଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରକାଶ କଲେ, ଆଉ ସେମାନେ ସେଗୁଡିକୁ କହିଥିଲେ ବା ଲେଖିଥିଲେ I ମଧ୍ୟ, ପିତର ଓ ଅନ୍ୟ ପ୍ରେରିତମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ସମୟରେ ଘଟଣାଗୁଡିକୁ କଳ୍ପନା କରି ନ ଥିଲେ I ସେମାନେ ଯୀଶୁ ଯାହା କରିଥିଲେ ଓ ଈଶ୍ବର ଯୀଶୁଙ୍କୁ ଆପଣା ପୁତ୍ର ବୋଲି କହିବାର ଯେ ଶୁଣିଥିଲେ, ସେଥିର ସାକ୍ଷ୍ୟ ଦେଉଥିଲେ I

42PE11n1di0General Information:

ପିତର ଆପଣାକୁ ଲେଖକ ଭାବରେ ପ୍ରକାଶ କରୁଛନ୍ତି ଓ ସେ ଲେଖୁଥିବା ବିଶ୍ବାସୀମାନଙ୍କୁ ପ୍ରକାଶ କରି ନମସ୍କାର ଜଣାଉଛନ୍ତି I

52PE11v381δοῦλος καὶ ἀπόστολος Ἰησοῦ Χριστοῦ1slave and apostle of Jesus Christ

ପିତର ଆପଣାକୁ ଖ୍ରୀଷ୍ଟଙ୍କର ଦାସ ବୋଲି କହୁଛନ୍ତି I ତାହାଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରେରିତ ହେବାର ପଦ ଓ ଅଧିକାର ଦିଆଯାଇଥିଲା I

62PE11yy7jfigs-explicitτοῖς ἰσότιμον…λαχοῦσιν πίστιν1to those who have received the same precious faith

ଏହି ଲୋକମାନେ ବିଶ୍ବାସ ପ୍ରାପ୍ତ ହୋଇଅଛନ୍ତି ବୋଲି କହିବା ବିଷୟ ସୂଚାଇଦିଏ ଯେ ଈଶ୍ବର ସେମାନଙ୍କୁ ସେହି ବିଶ୍ବାସ ଦେଇଅଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ସେହି ବହୁମୂଲ୍ୟ ବିଶ୍ବାସ ଦେଇଅଛନ୍ତି” (ଦେଖ: [[rc://or/ta/man/translate/figs-explicit]])

72PE11mbg7τοῖς…λαχοῦσιν1to those who have received

ତୁମ୍ଭମାନଙ୍କୁ ...ଯେଉଁମାନେ ପ୍ରାପ୍ତ ହୋଇଅଛନ୍ତି I ପିତର ଏହି ପତ୍ର ପାଠ କରି ପାରୁଥିବା ସବୁ ବିଶ୍ବାସୀମାନଙ୍କୁ ସମ୍ବୋଧନ କରୁଛନ୍ତି I

82PE11y157figs-exclusiveἡμῖν1we have received

ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, କିନ୍ତୁ ସେ ଲେଖୁଥିବା ଲୋକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ପ୍ରାପ୍ତ ହୋଇଅଛୁ” (ଦେଖ: [[rc://or/ta/man/translate/figs-exclusive]])

92PE12y7l9figs-explicitχάρις…καὶ εἰρήνη πληθυνθείη1May grace and peace increase in measure

ଈଶ୍ବର ହିଁ ବିଶ୍ବାସୀମାନଙ୍କୁ ଅନୁଗ୍ରହ ଓ ଶାନ୍ତି ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ଅନୁଗ୍ରହ ଓ ଶାନ୍ତି ବୃଦ୍ଧି କରନ୍ତୁ” (ଦେଖ: [[rc://or/ta/man/translate/figs-explicit]])

102PE12n59nfigs-metaphorχάρις…καὶ εἰρήνη πληθυνθείη1May grace and peace increase

ପିତର ଶାନ୍ତି ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଆକାରରେ ବା ସଂଖ୍ୟାରେ ବଢିପାରିବ I (ଦେଖ: [[rc://or/ta/man/translate/figs-metaphor]])

112PE12vq19figs-abstractnounsἐν ἐπιγνώσει τοῦ Θεοῦ, καὶ Ἰησοῦ τοῦ Κυρίου ἡμῶν1in the knowledge of God and of Jesus our Lord

ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କୁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣିବା ଦ୍ବାରା” (ଦେଖ: [[rc://or/ta/man/translate/figs-abstractnouns]])

122PE13ywj90General Information:

ଈଶ୍ବର ପରାୟଣ ଜୀବନ ଯାପନ କରିବା ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରୁଛନ୍ତି I

132PE13epx9figs-hendiadysπρὸς ζωὴν καὶ εὐσέβειαν1for life and godliness

ଏଠାରେ “ଧର୍ମପରାୟଣତା” ଶବ୍ଦଟି “ଜୀବନ” ଶବ୍ଦକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଏକ ଧର୍ମପରାୟଣ ଜୀବନ ନିମନ୍ତେ” (ଦେଖ: [[rc://or/ta/man/translate/figs-hendiadys]])

142PE13an3zfigs-inclusiveτοῦ καλέσαντος ἡμᾶς1who called us

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଖାଏ I (ଦେଖ: [[rc://or/ta/man/translate/figs-inclusive]])

152PE14m91mδι’ ὧν1Through these

ଏଠାରେ “ଏହିସବୁ” “ତାହାଙ୍କ ଆପଣା ଗୌରବ ଓ ଗୁଣ” କୁ ବୁଝାଏ I

162PE14f42fγένησθε…κοινωνοὶ1you might be sharers

ତୁମ୍ଭେମାନେ ଦେଇପାର

172PE14yk7gθείας…φύσεως1the divine nature

ଈଶ୍ବରଙ୍କ ସ୍ବଭାବ

182PE14p2yjfigs-metaphorἀποφυγόντες τῆς ἐν τῷ κόσμῳ ἐν ἐπιθυμίᾳ φθορᾶς1having escaped the corruption in the world that is caused by evil desires

କୁଅଭିଳାଷରୁ ଜାତ ବିନାଶ ଦ୍ବାରା ଦୁଃଖଭୋଗ କରୁ ନ ଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ସେହି ବିନାଶରୁ ରକ୍ଷା ପାଉଛନ୍ତି I “ବିନାଶ” ଶବ୍ଦଟି ଗୋଟିଏ ଗୁଣବାଚକ ବିଶେଷ୍ୟ ଯାହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଏହି ଜଗତର ମନ୍ଦ ଅଭିଳାଷ ତୁମ୍ଭମାନଙ୍କୁ ବିନାଶ ନ କରେ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-abstractnouns]])

192PE15exd9figs-explicitαὐτὸ τοῦτο1For this reason

ଏହା ପିତର ଏବେ ପୂର୍ବ ପଦଗୁଡିକରେ କହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଏହିସବୁ କରିଥିବା କାରଣରୁ” (ଦେଖ: [[rc://or/ta/man/translate/figs-explicit]])

202PE17a8tiτὴν φιλαδελφίαν1brotherly affection

ଏହା ଜଣେ ବନ୍ଧୁ ବା ପରିବାରର ସଦସ୍ୟଙ୍କ ନିମନ୍ତେ ଥିବା ପ୍ରେମକୁ ବୁଝାଏ ଓ ଆତ୍ମିକ ପରିବାରର ଲୋକମାନଙ୍କ ପ୍ରତି ଥିବା ପ୍ରେମ ବି ଏହାର ଅର୍ଥ ହୋଇପାରେ I

212PE18jz77ταῦτα1these things

ଏହା ବିଶ୍ବାସ, ସଦ୍ ଗୁଣ, ଜ୍ଞାନ, ସଂଯମ, ଧୈର୍ଯ୍ୟ, ଧର୍ମପରାୟଣତା, ଭ୍ରାତୃସ୍ନେହ ଓ ପ୍ରେମକୁ ବୁଝାଏ, ଯାହା ପିତର ପୂର୍ବ ପଦଗୁଡିକରେ ଉଲ୍ଲେଖ କରିଥିଲେ I

222PE18l7yjfigs-metaphorοὐκ ἀργοὺς οὐδὲ ἀκάρπους καθίστησιν1you will not be barren or unfruitful

ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଶସ୍ୟ ଉତ୍ପନ୍ନ କରୁ ନ ଥିବା ଗୋଟିଏ କ୍ଷେତ ଅଟେ I ଏହାକୁ ସକରାତ୍ମକ ଶବ୍ଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ପନ୍ନ କରିବ ଓ ଫଳପୂର୍ଣ୍ଣ ହେବ” କିମ୍ବା “ତୁମ୍ଭେମାନେ ଫଳପ୍ରଦ ହେବ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-doublenegatives]])

232PE18f9qmfigs-doubletἀργοὺς οὐδὲ ἀκάρπους1barren or unfruitful

ଏହି ଶବ୍ଦଗୁଡିକ ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ ଏହି ଲୋକ ଯୀଶୁଙ୍କୁ ଜାଣିବା ଦ୍ବାରା ଫଳପ୍ରଦ ହେବ ନାହିଁ କି କୌଣସି ଲାଭ ପାଇବ ନାହିଁ I ବିକଳ୍ପ ଅନୁବାଦ: “ଫଳଶୂନ୍ୟ” (ଦେଖ: [[rc://or/ta/man/translate/figs-doublet]])

242PE18ppd8figs-abstractnounsεἰς τὴν τοῦ Κυρίου ἡμῶν, Ἰησοῦ Χριστοῦ, ἐπίγνωσιν1in the knowledge of our Lord Jesus Christ

ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ “ଜ୍ଞାନ”କୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣି” (ଦେଖ: [[rc://or/ta/man/translate/figs-abstractnouns]])

252PE19gg2cᾧ…μὴ πάρεστιν ταῦτα1whoever lacks these things

ଏହି ସବୁ ବିଷୟ ନ ଥିବା ଯେ କୌଣସି ଲୋକ

262PE19h6fnfigs-metaphorτυφλός ἐστιν μυωπάζων1is so nearsighted that he is blind

ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଜଣେ ଅଦୂରଦର୍ଶୀ ବା ଅନ୍ଧ ଲୋକ, କାରଣ ସେ ସେସବୁର ମୂଲ୍ୟ ବୁଝେ ନାହିଁ I ବିକଳ୍ପ ଅନୁବାଦ: “ଜଣେ ଅଦୂରଦର୍ଶୀ ଲୋକ ସଦୃଶ, ଯେ କି ସେସବୁର ଗୁରୁତ୍ବ ଦେଖିପାରେ ନାହିଁ” (ଦେଖ: [[rc://or/ta/man/translate/figs-metaphor]])

272PE19gq4dfigs-abstractnounsτοῦ καθαρισμοῦ τῶν πάλαι αὐτοῦ ἁμαρτιῶν1he has been cleansed from his past sins

ଏହା ଅନୁବାଦ କରିବାକୁ ତୁମେ ଗୋଟିଏ କ୍ରିୟା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ତାହାର ପୂର୍ବକୃତ ପାପରୁ ତାହାକୁ ପରିଷ୍କାର କରିଅଛନ୍ତି” (ଦେଖ: [[rc://or/ta/man/translate/figs-abstractnouns]])

282PE110raa1figs-doubletβεβαίαν ὑμῶν τὴν κλῆσιν καὶ ἐκλογὴν ποιεῖσθαι1make your calling and election sure

“ଆହ୍ବାନ” ଓ “ମନୋନୟନ”ର ଅର୍ଥ ପ୍ରାୟ ସମାନ ଓ ତାହାଙ୍କର ହେବା ନିମନ୍ତେ ଈଶ୍ବର ସେମାନଙ୍କୁ ମନୋନୀତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତାହାଙ୍କର ହେବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖ: [[rc://or/ta/man/translate/figs-doublet]])

292PE110jcv9figs-metaphorοὐ μὴ πταίσητέ1you will not stumble

ଏଠାରେ “ଝୁଣ୍ଟିପଡ଼ିବା” ଶବ୍ଦ ହୁଏତ ୧) ପାପ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପପୂର୍ଣ୍ଣ ବ୍ୟବହାର କରିବ ନାହିଁ” କିମ୍ବା ) ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବା ବିଷୟକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବ ନାହିଁ” (ଦେଖ: [[rc://or/ta/man/translate/figs-metaphor]])

302PE111f45vfigs-activepassiveπλουσίως ἐπιχορηγηθήσεται ὑμῖν ἡ εἴσοδος εἰς τὴν αἰώνιον βασιλείαν1there will be richly provided for you an entrance into the eternal kingdom

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ରାଜ୍ୟରେ ସ୍ବଚ୍ଛନ୍ଦରେ ପ୍ରବେଶ କରିବାକୁ ଦେବେ” (ଦେଖ: [[rc://or/ta/man/translate/figs-activepassive]])

312PE111k1e4ἡ εἴσοδος1an entrance

ପ୍ରବେଶ କରିବାକୁ ଏକ ସୁଯୋଗ

322PE112du690Connecting Statement:

ସେମାନଙ୍କୁ ସ୍ମରଣ କରାଇବାକୁ ଓ ଶିକ୍ଷାଦେବାକୁ ତାହାଙ୍କର ଦାୟିତ୍ବ ଅଛି ବୋଲି ପିତର ବିଶ୍ବାସୀମାନଙ୍କୁ କହୁଛନ୍ତି I

332PE112l2khἐστηριγμένους ἐν τῇ…ἀληθείᾳ1you are strong in the truth

ଏହିସବୁ ବିଷୟର ସତ୍ୟକୁ ତୁମ୍ଭେମାନେ ଦୃଢ଼ଭାବରେ ବିଶ୍ବାସ କରୁଅଛ

342PE113vmj2figs-metaphorδιεγείρειν ὑμᾶς ἐν ὑπομνήσει1to stir you up by way of reminder

ଏଠାରେ “ଜାଗ୍ରତ କରାଇବା”ର ଅର୍ଥ ଜଣକୁ ନିଦ୍ରାରୁ ଜଗାଇବା I ଏହିସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଏହିସବୁ ବିଷୟରେ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ, ଯେପରି ତୁମ୍ଭେମାନେ ସେସବୁ ବିଷୟରେ ଚିନ୍ତା କରିବ” (ଦେଖ: [[rc://or/ta/man/translate/figs-metaphor]])

352PE113ax2afigs-metaphorἐφ’ ὅσον εἰμὶ ἐν τούτῳ τῷ σκηνώματι1as long as I am in this tent

ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ମୁଁ ଏହି ଶରୀରରେ ଅଛି” କିମ୍ବା “ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-euphemism]])

362PE114j8f5figs-metaphorταχινή ἐστιν ἡ ἀπόθεσις τοῦ σκηνώματός μου1the putting off of my tent will be soon

ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ଏହି ଶରୀର ତ୍ୟାଗ କରିବି” କିମ୍ବା “ମୁଁ ଶୀଘ୍ର ମୃତ୍ୟୁଭୋଗ କରିବି” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-euphemism]])

372PE115c2iwἑκάστοτε, ἔχειν ὑμᾶς…τὴν τούτων μνήμην ποιεῖσθαι1you may be always able to remember these things

ଏଠାରେ “ଏହି ସମସ୍ତ ବିଷୟ” ଶବ୍ଦଗୁଡିକ ପିତର ପୂର୍ବପଦଗୁଡିକରେ କହିଥିବା ପ୍ରତ୍ୟେକ ବିଷୟକୁ ବୁଝାଏ I

382PE115alg8figs-metaphorμετὰ τὴν ἐμὴν ἔξοδον1after my departure

ପିତର ଆପଣା ମୃତ୍ୟୁ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ସ୍ଥାନ ଛାଡ଼ି ଆଉ ଗୋଟିଏ ସ୍ଥାନକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୋହର ମୃତ୍ୟୁ ପରେ” କିମ୍ବା “ମୁଁ ମୃତ୍ୟୁଭୋଗ କରିବା ପରେ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-euphemism]])

392PE116k3rm0Connecting Statement:

ପିତର ଆପଣା ଶିକ୍ଷା ଦେବା ଜାରିରଖି ବିଶ୍ବାସୀମାନଙ୍କୁ ବୁଝାଉଛନ୍ତି ଯେ ସେସବୁ କାହିଁକି ବିଶ୍ବାସଯୋଗ୍ୟ I

402PE116vc99figs-exclusiveοὐ γὰρ σεσοφισμένοις μύθοις ἐξακολουθήσαντες1For we did not follow cleverly invented myths

ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “କାରଣ ଆମ୍ଭେ ପ୍ରେରିତମାନେ ଚତୁରତା ସହ କଳ୍ପିତ କାହାଣୀକୁ ଅବଲମ୍ବନ କରୁନାହୁଁ” (ଦେଖ: [[rc://or/ta/man/translate/figs-exclusive]])

412PE116jwy8figs-hendiadysτὴν…δύναμιν καὶ παρουσίαν1the power and the coming

ଏହି ଦୁଇଟି ବାକ୍ୟାଂଶ ଏକା ବିଷୟକୁ ଉଲ୍ଲେଖ କରୁଥାଇପାରନ୍ତି ଓ ଏହାକୁ ଗୋଟିଏ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶକ୍ତିଯୁକ୍ତ ଆଗମନ” (ଦେଖ: [[rc://or/ta/man/translate/figs-hendiadys]])

422PE116zs6vτοῦ Κυρίου ἡμῶν Ἰησοῦ Χριστοῦ…παρουσίαν1the coming of our Lord Jesus Christ

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପ୍ରଭୁ ଯୀଶୁଙ୍କ ଭବିଷ୍ୟତର ଦ୍ବିତୀୟ ଆଗମନ କିମ୍ବା ) ପ୍ରଭୁ ଯୀଶୁଙ୍କ ପ୍ରଥମ ଆଗମନ I

432PE116v4kdfigs-inclusiveτοῦ Κυρίου ἡμῶν Ἰησοῦ Χριστοῦ1our Lord Jesus Christ

ଏଠାରେ “ଆମ୍ଭମାନଙ୍କ” ଶବ୍ଦ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])

442PE117m33hfigs-activepassiveφωνῆς ἐνεχθείσης αὐτῷ…ὑπὸ τῆς Μεγαλοπρεποῦς Δόξης1when a voice was brought to him by the Majestic Glory

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ମହାଗୌରବ ମଧ୍ୟରୁ ଆସୁଥିବା ଗୋଟିଏ ବାଣୀ ଶୁଣିଲେ” କିମ୍ବା “ଯେତେବେଳେ ସେ ମହାଗୌରବ ମଧ୍ୟରୁ ତାହାଙ୍କୁ କୁହାଯାଉଥିବା ଗୋଟିଏ ବାଣୀ ଶୁଣିଲେ” (ଦେଖ: [[rc://or/ta/man/translate/figs-activepassive]])

452PE117yd8gfigs-metonymyτῆς Μεγαλοπρεποῦς Δόξης1the Majestic Glory saying

ପିତର ଈଶ୍ବରଙ୍କୁ ତାହାଙ୍କ ଗୌରବ ପ୍ରମାଣେ ଉଲ୍ଲେଖ କରନ୍ତି I ଏହା ଗୋଟିଏ ଶବ୍ଦର ବିଲୋପ ଯାହା ଈଶ୍ବରଙ୍କ ନାମକୁ ତାହାଙ୍କ ପ୍ରତି ସମ୍ମାନର ଦୃଷ୍ଟିରୁ ବ୍ୟବହାର କରିବାକୁ ଏଡ଼ାଉଛି I ବିକଳ୍ପ ଅନୁବାଦ: “ଈଶ୍ବର, ମହାଗୌରବ, କହୁଅଛନ୍ତି” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-euphemism]])

462PE118ezn2figs-exclusiveταύτην τὴν φωνὴν ἡμεῖς ἠκούσαμεν ἐξ οὐρανοῦ, ἐνεχθεῖσαν1We ourselves heard this voice brought from heaven

“ଆମ୍ଭେମାନେ” ଶବ୍ଦ ଲଗାଇ, ପିତର ଆପଣାକୁ ଏବଂ ଈଶ୍ବରଙ୍କ ବାଣୀ ଶୁଣିଥିବା ଶିଷ୍ୟ ଯାକୁବ ଓ ଯୋହନଙ୍କୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଜେ ସ୍ବର୍ଗରୁ ଆସିଥିବା ଏହି ବାଣୀ ଶୁଣିଥିଲୁ” (ଦେଖ: [[rc://or/ta/man/translate/figs-exclusive]])

472PE118chy4ταύτην τὴν φωνὴν…ἠκούσαμεν ἐξ οὐρανοῦ, ἐνεχθεῖσαν1heard this voice brought from heaven

ସ୍ବର୍ଗରୁ କହିଥିବା ବ୍ୟକ୍ତିଙ୍କର ବାଣୀ ଶୁଣିଲୁ

482PE118mlm9σὺν αὐτῷ, ὄντες1we were with him

ଆମ୍ଭେମାନେ ଯୀଶୁଙ୍କ ସହିତ ଥିଲୁ

492PE119km3l0General Information:

ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ବିଶ୍ବାସୀମାନଙ୍କୁ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I

502PE119h498figs-explicitκαὶ ἔχομεν βεβαιότερον τὸν προφητικὸν λόγον1For we have this prophetic word made more sure

ପିତର ଓ ଅନ୍ୟ ପ୍ରେରିତମାନେ ଯାହାସବୁ ଦେଖିଥିଲେ, ଯାହା ସେ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଥିଲେ, ତାହା ଭାବବାଦୀମାନେ କହିଥିବା ବିଷୟକୁ ଦୃଢ଼ୀଭୂତ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିଥିବା ବିଷୟସବୁ ଏହି ଭାବବାଣୀର ବାକ୍ୟକୁ ଅଧିକ ନିଶ୍ଚିତ କରୁଅଛି” (ଦେଖ: [[rc://or/ta/man/translate/figs-explicit]] ଓ [[rc://or/ta/man/translate/figs-activepassive]])

512PE119z3nafigs-inclusiveκαὶ ἔχομεν1For we have

ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ମିଶାଇ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])

522PE119l7zqfigs-explicitβεβαιότερον τὸν προφητικὸν λόγον1this prophetic word made

ଏହା ପୁରାତନ ନିୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ, ଶାସ୍ତ୍ର ତାହା ଦୃଢ଼ କଲା” (ଦେଖ: [[rc://or/ta/man/translate/figs-explicit]])

532PE119sjd3ᾧ καλῶς ποιεῖτε προσέχοντες1you do well to pay attention to it

ଭାବବାଣୀର ବାକ୍ୟ ପ୍ରତି ଅତି ମନଯୋଗୀ ହେବାକୁ ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେଉଛନ୍ତି I

542PE119xt8ifigs-simileὡς λύχνῳ φαίνοντι ἐν αὐχμηρῷ τόπῳ, ἕως οὗ ἡμέρα διαυγάσῃ1as to a lamp shining in a dark place, until the day dawns

ପିତର ଭାବବାଣୀର ବାକ୍ୟକୁ ଗୋଟିଏ ପ୍ରଦୀପ ସଦୃଶ ତୁଳନା କରୁଛନ୍ତି, ଯାହା ପ୍ରଭାତରେ ଆଲୁଅ ଆସିବା ପର୍ଯ୍ୟନ୍ତ ଅନ୍ଧକାରରେ ଆଲୁଅ ଦେଇଥାଏ I ସକାଳ ଆସିବା ବିଷୟ ଖ୍ରୀଷ୍ଟଙ୍କର ଆଗମନକୁ ବୁଝାଏ I (ଦେଖ: [[rc://or/ta/man/translate/figs-simile]])

552PE119kc3lfigs-metaphorφωσφόρος ἀνατείλῃ ἐν ταῖς καρδίαις ὑμῶν1the morning star rises in your hearts

ପିତର ଖ୍ରୀଷ୍ଟଙ୍କୁ “ପ୍ରଭାତୀ ତାରା” ବୋଲି କହୁଛନ୍ତି, ଯାହା ପାହାନ୍ତାକୁ ଓ ଅନ୍ଧକାରର ସମାପ୍ତି ନିକଟହୋଇ ଆସୁଥିବା ବିଷୟକୁ ସୂଚାଏ I ଖ୍ରୀଷ୍ଟ ସମସ୍ତ ସନ୍ଦେହକୁ ଦୂରକରି ଓ ସେ କିଏ, ସେ ବିଷୟରେ ପୂର୍ଣ୍ଣ ଜ୍ଞାନଦେଇ ବିଶ୍ବାସୀମାନଙ୍କ ହୃଦୟକୁ ଆଲୁଅ ଆଣିବେ I ଏଠାରେ “ହୃଦୟ” ଗୋଟିଏ ରୂପକ ଭାବରେ ଲୋକମାନଙ୍କ ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗୋଟିଏ ପ୍ରଭାତୀ ତାରା ଆପଣା ଆଲୁଅରେ ଜଗତକୁ ଆଲୋକମୟ କରିବା ସଦୃଶ ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟକୁ ଆପଣା ଆଲୁଅରେ ଆଲୋକମୟ କରନ୍ତି” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]])

562PE119bl8sφωσφόρος1the morning star

“ପ୍ରଭାତୀ ତାରା” ଶୁକ୍ର ଗ୍ରହକୁ ବୁଝାଏ, ଯାହା ବେଳେବେଳେ ଠିକ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଦିତ ହୋଇ ପାହାନ୍ତା ନିକଟବର୍ତ୍ତୀ ବୋଲି ସୂଚାଏ I

572PE120wcn9τοῦτο πρῶτον γινώσκοντες1Above all, you must understand

ଅଧିକନ୍ତୁ, ତୁମ୍ଭମାନେ ବୁଝିବା ଆବଶ୍ୟକ

582PE120s4k2προφητεία…ἰδίας ἐπιλύσεως οὐ γίνεται1no prophecy comes from someone's own interpretation

ସମ୍ଭାବିତ ଅର୍ଥଗୁଡିକହେଲା ୧) ଭାବବାଦୀମାନେ ସେମାନଙ୍କ ନିଜଠାରୁ ଭାବବାଣୀ କଲେ ନାହିଁ କିମ୍ବା ) ଭାବବାଣୀ ବୁଝିବାପାଇଁ ଲୋକେ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର ରଖିବା ଉଚିତ କିଅବା ୩) ସମଗ୍ର ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବିଶ୍ବାସୀମାନଙ୍କ ସହାୟତାରେ ଲୋକେ ଭାବବାଣୀକୁ ତର୍ଜମା କରିବା ଉଚିତ I

592PE121mh2sfigs-metaphorὑπὸ Πνεύματος Ἁγίου φερόμενοι, ἐλάλησαν ἀπὸ Θεοῦ ἄνθρωποι1men spoke from God when they were carried along by the Holy Spirit

ଈଶ୍ବର ଯାହା ଚାହୁଁଥିଲେ, ତାହା ଲେଖିବାକୁ ପବିତ୍ର ଆତ୍ମା ଭାବବାଦୀମାନଙ୍କୁ ସାହାଯ୍ୟ କରିବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ପବିତ୍ର ଆତ୍ମା ସେମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବହିନେଉଥିଲେ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ଯେପରି ଚାଳିତ କଲେ, ମନୁଷ୍ୟମାନେ ସେପରି ଈଶ୍ବରଙ୍କଠାରୁ କଥା କହିଲେ” (ଦେଖ: [[rc://or/ta/man/translate/figs-metaphor]])

602PE2intromv790

ପିତର ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଶରୀର

”ଶରୀର” ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବର ଗୋଟିଏ ରୂପକ I ମନୁଷ୍ୟର ଶାରୀରିକ ଅଂଶ ପାପପୂର୍ଣ୍ଣ ନୁହେଁ I “ଶରୀର” ହେଉଛି ପାପପୂର୍ଣ୍ଣ ସ୍ବଭାବ, ଯାହା ସମସ୍ତ ଈଶ୍ବରପରାୟଣ ବିଷୟକୁ ଅଗ୍ରାହ୍ୟ କରି ପାପମୟ ବିଷୟକୁ ଇଚ୍ଛା କରିଥାଏ I ଯୀଶୁଙ୍କଠାରେ ବିଶ୍ବାସକରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପୂର୍ବରୁ ଏହା ସବୁ ମନୁଷ୍ୟର ଅବସ୍ଥା ଅଟେ I(ଦେଖ: [[rc://or/tw/dict/bible/kt/flesh]])

ଅର୍ଥବୋଧକ ସୂଚନା

ଯଦି ପୁରାତନ ନିୟମ ଏପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା ତେବେ :୪-୮ରେ ଉଲ୍ଲିଖିତ ଅନେକ ଉଦାହରଣ ବୁଝିବା କଷ୍ଟକର ହୁଅନ୍ତା I ଅଧିକ ବିଶ୍ଳେଷଣର ଆବଶ୍ୟକ ହୋଇଥାନ୍ତା I (ଦେଖ: [[rc://or/ta/man/translate/figs-explicit]])

612PE21us8u0General Information:

ପିତର ବିଶ୍ବାସୀମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I

622PE21l2cgἐγένοντο…ψευδοπροφῆται ἐν τῷ λαῷ…καὶ ἐν ὑμῖν ἔσονται ψευδοδιδάσκαλοι1False prophets came to the people, and false teachers will also come to you

ଯେପରି ଭଣ୍ଡ ଭାବବାଦୀମାନେ ସେମାନଙ୍କ କଥାରେ ଇଶ୍ରାୟେଲକୁ ପ୍ରବଞ୍ଚନା କରିବାକୁ ଆସିଥିଲେ, ସେପରି ଭଣ୍ଡ ଶିକ୍ଷକମାନେ ଖ୍ରୀଷ୍ଟଙ୍କ ବିଷୟରେ ଭ୍ରାନ୍ତଶିକ୍ଷା ଦେବାକୁ ଆସିବେ I

632PE21tbz8αἱρέσεις ἀπωλείας1destructive heresies

“ଭ୍ରାନ୍ତ ମତ” ଶବ୍ଦଟି ଖ୍ରୀଷ୍ଟ ଓ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ ମତବାଦକୁ ବୁଝାଏ I ଏହି ଭ୍ରାନ୍ତ ଶିକ୍ଷା, ତହିଁରେ ବିଶ୍ବାସ କରୁଥିବା ଲୋକମାନଙ୍କ ବିଶ୍ବାସକୁ ବିନାଶ କରେ I

642PE21g99zfigs-metaphorτὸν ἀγοράσαντα αὐτοὺς Δεσπότην1the master who bought them

ଏଠାରେ “କର୍ତ୍ତା” ଶବ୍ଦଟି ଦାସମାନଙ୍କୁ କ୍ରୟ କରିଥିବା ବ୍ୟକ୍ତିକୁ ବୁଝାଏ I ପିତର ଯୀଶୁଙ୍କୁ ସେ ଆପଣା ମୃତ୍ୟୁର ମୂଲ୍ୟ ଦ୍ବାରା କ୍ରୟ କରିଥିବା ଲୋକମାନଙ୍କ କର୍ତ୍ତା ବୋଲି କହୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-explicit]])

652PE22z53eταῖς ἀσελγείαις1sensuality

ଅନୈତିକ ଯୌନ ସମ୍ପର୍କ

662PE22nzx7figs-activepassiveἡ ὁδὸς τῆς ἀληθείας βλασφημηθήσεται1the way of truth will be blasphemed

“ସତ୍ୟ ମାର୍ଗ” ବାକ୍ୟାଂଶଟି ଖ୍ରୀଷ୍ଟିୟାନ ବିଶ୍ବାସକୁ ଈଶ୍ବରଙ୍କ ସତ୍ୟ ମାର୍ଗ ଭାବରେ ଉଲ୍ଲେଖ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନେ ସତ୍ୟମାର୍ଗର ନିନ୍ଦା କରିବେ” (ଦେଖ: [[rc://or/ta/man/translate/figs-activepassive]])

672PE23dl1kπλαστοῖς λόγοις ὑμᾶς ἐμπορεύσονται1exploit you with deceptive words

ସେମାନଙ୍କୁ ଅର୍ଥ ଦେବାକୁ ମିଥ୍ୟା କଥା କହି ତୁମ୍ଭମାନଙ୍କୁ ଭୁଲାଇବେ

682PE23k359figs-personificationοἷς τὸ κρίμα…οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει1their condemnation has not been idle, and their destruction is not asleep

“ଦଣ୍ଡ” ଓ “ବିନାଶ” ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେଗୁଡିକ କାର୍ଯ୍ୟ କରୁଥିବା ଲୋକମାନେ ଅଟନ୍ତି I ଏହି ଦୁଇଟି ବାକ୍ୟାଂଶ ମୌଳିକ ଭାବରେ ଏକା ଅର୍ଥକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ କେତେ ଶୀଘ୍ର ଭଣ୍ଡ ଶିକ୍ଷକମାନେ ଦଣ୍ଡ ପାଇବେ I (ଦେଖ: [[rc://or/ta/man/translate/figs-personification]] ଓ [[rc://or/ta/man/translate/figs-parallelism]])

692PE23c57ufigs-doublenegativesοἷς τὸ κρίμα…οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει1their condemnation has not been idle, and their destruction is not asleep

ତୁମେ ଏହି ବାକ୍ୟାଂଶଗୁଡିକୁ କ୍ରିୟା ଲଗାଇ ସକରାତ୍ମକ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଶୀଘ୍ର ଦଣ୍ଡ ଦେବେ; ସେ ସେମାନଙ୍କୁ ବିନାଶ କରିବାକୁ ପ୍ରସ୍ତୁତ” (ଦେଖ: [[rc://or/ta/man/translate/figs-doublenegatives]] ଓ [[rc://or/ta/man/translate/figs-abstractnouns]])

702PE24s1150Connecting Statement:

ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ଓ ଯେଉଁମାନଙ୍କୁ ଈଶ୍ବର ସେମାନଙ୍କ କାର୍ଯ୍ୟ ସକାଶୁ ଦଣ୍ଡ ଦେଇଥିଲେ, ପିତର ସେମାନଙ୍କ ଦୃଷ୍ଟାନ୍ତ ଦେଉଛନ୍ତି I

712PE24pr13οὐκ ἐφείσατο1did not spare

ଦଣ୍ଡ ଦେବାରୁ ଅଟକିଲେ ନାହିଁ କିମ୍ବା “ଦଣ୍ଡ ଦେଲେ”

722PE24b54vtranslate-namesταρταρώσας1he handed them down to Tartarus

“ଅନ୍ଧକାରମୟ ଗହ୍ବର” ଗ୍ରୀକ୍ ଧର୍ମରୁ ଆସିଥିବା ଗୋଟିଏ ଶବ୍ଦ, ଯାହା ଗୋଟିଏ ସ୍ଥାନକୁ ବୁଝାଏ, ଯେଉଁଠାରେ ମନ୍ଦ ଆତ୍ମାମାନେ ଓ ମୃତ୍ୟୁଭୋଗ କରିଥିବା ଦୁଷ୍ଟ ଲୋକମାନେ ଦଣ୍ଡ ପାଇଥାନ୍ତି I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ନରକରେ ନିକ୍ଷେପ କଲେ” (ଦେଖ: [[rc://or/ta/man/translate/translate-names]])

732PE24h7ujfigs-activepassiveσειροῖς ζόφου…τηρουμένους1to be kept in chains of lower darkness

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ସେ ସେମାନଙ୍କୁ ଅନ୍ଧକାରମୟ ଗହ୍ବରରେ ବାନ୍ଧି ରଖିବେ” (ଦେଖ: [[rc://or/ta/man/translate/figs-activepassive]])

742PE24uzy2figs-metaphorσειροῖς ζόφου1in chains of lower darkness

ସମ୍ଭାବିତ ଅର୍ଥଗୁଡିକହେଲା ୧) “ଗୋଟିଏ ଅତି ଅନ୍ଧକାରମୟ ସ୍ଥାନରେ ବାନ୍ଧି” କିମ୍ବା ) “ସେମାନଙ୍କୁ ଗଭୀର ଅନ୍ଧକାରରେ ଜଞ୍ଜିରରେ ବାନ୍ଧି ବନ୍ଦୀକରି” (ଦେଖ: [[rc://or/ta/man/translate/figs-metaphor]])

752PE24c2akεἰς κρίσιν1until the judgment

ଏହା ବିଚାର ଦିନକୁ ବୁଝାଏ, ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ I

762PE25hpv7figs-metonymyἀρχαίου κόσμου οὐκ ἐφείσατο1he did not spare the ancient world

ଏଠାରେ “ଜଗତ” ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ପୁରାତନ ଜଗତରେ ବାସ କରୁଥିବା ଲୋକମାନଙ୍କୁ ଛାଡିଲେ ନାହିଁ” (ଦେଖ: [[rc://or/ta/man/translate/figs-metonymy]])

772PE25iw5vὄγδοον, Νῶε…ἐφύλαξεν1he preserved Noah ... along with seven others

ଯେତେବେଳେ ଈଶ୍ବର ପୁରାତନ ଜଗତରେ ବାସ କରୁଥିବା ଅବଶିଷ୍ଟ ଲୋକମାନଙ୍କୁ ବିନାଶ କଲେ, ସେ ନୋହ ଓ ଅନ୍ୟ ସାତ ଜଣକୁ ବିନାଶ କଲେ ନାହିଁ I

782PE26gp3eπόλεις Σοδόμων καὶ Γομόρρας τεφρώσας1reduced the cities of Sodom and Gomorrah to ashes

ସଦୋମ ଓ ଗମୋରା ନଗରୀକୁ ସମ୍ପୂର୍ଣ୍ଣ ଭସ୍ମସାତ୍ ହେବା ପର୍ଯ୍ୟନ୍ତ ଦଗ୍ଧ କଲେ

792PE26reg3καταστροφῇ κατέκρινεν1condemned them to destruction

ଏଠାରେ “ସେମାନଙ୍କୁ” ଶବ୍ଦ ସଦୋମ ଓ ଗମୋରା ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I

802PE26hgt7ὑπόδειγμα μελλόντων ἀσεβέσιν1as an example of what is to happen to the ungodly

ଈଶ୍ବରଙ୍କ ଅନାଜ୍ଞାବହ ଅନ୍ୟ ଲୋକମାନଙ୍କ ପ୍ରତି କଅଣ ଘଟିବ, ସେ ବିଷୟରେ ସଦୋମ ଓ ଗମୋରା ଗୋଟିଏ ଦୃଷ୍ଟାନ୍ତ ଏବଂ ସତର୍କବାଣୀ ଅଟେ I

812PE27fm1p0Connecting Statement:

ପିତର ଲୋଟଙ୍କ ଦୃଷ୍ଟାନ୍ତ ଦେଉଛନ୍ତି, ଯାହାଙ୍କୁ ଈଶ୍ବର ଦଣ୍ଡ ପାଇବାକୁ ଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ଉଦ୍ଧାର କରିଥିଲେ I

822PE27k79dτῆς τῶν ἀθέσμων ἐν ἀσελγείᾳ ἀναστροφῆς1the sensual behavior of lawless people

ଈଶ୍ବରଙ୍କ ବ୍ୟବସ୍ଥା ଲଂଘନ କରିଥିବା ଲୋକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର

832PE28b1baὁ δίκαιος1that righteous man

ଏହା ଲୋଟଙ୍କୁ ବୁଝାଏ I

842PE28hpi4figs-synecdocheψυχὴν δικαίαν…ἐβασάνιζεν1was tormented in his righteous soul

ଏଠାରେ “ଆତ୍ମା” ଶବ୍ଦ ଲୋଟଙ୍କ ଭାବନା ଓ ଆବେଗକୁ ବୁଝାଏ I ସଦୋମ ଓ ଗମୋରାର ନାଗରିକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର ତାହାଙ୍କୁ ଆବେଗିକ ଭାବରେ ବ୍ୟଥିତ କଲା I ବିକଳ୍ପ ଅନୁବାଦ: “ଅତିଶୟ ବ୍ୟଥିତ ହେଲେ” (ଦେଖ: [[rc://or/ta/man/translate/figs-synecdoche]])

852PE210skh80Connecting Statement:

ପିତର ଅଧାର୍ମିକ ଲୋକମାନଙ୍କ ଚରିତ୍ରକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

862PE210c9e5μάλιστα1This is especially true

“ଏହା” ପିତର :୯ରେ ବିଚାର ଦିନ ଆସିବା ପର୍ଯ୍ୟନ୍ତ ଈଶ୍ବର ଅଧାର୍ମିକ ଲୋକମାନଙ୍କୁ ବନ୍ଦୀରେ ରଖିଥିବା ବିଷୟକୁ ବୁଝାଏ I

872PE210eb1kτοὺς…σαρκὸς ἐν ἐπιθυμίᾳ μιασμοῦ πορευομένους1those who continue in the corrupt desires of the flesh

ଏଠାରେ “ଶରୀରର କାମାଭିଲାଷ” ବାକ୍ୟାଂଶ ପାପପୂର୍ଣ୍ଣ ପ୍ରକୃତିର ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣା ଆପଣା ଭ୍ରଷ୍ଟ, ପାପପୂର୍ଣ୍ଣ ଅଭିଳାଷରେ ଜଡ଼ିତ ହୁଅନ୍ତି”

882PE210axr4κυριότητος καταφρονοῦντας1despise authority

ଈଶ୍ବରଙ୍କ ଅଧିକାରର ବଶୀଭୂତ ହେବାକୁ ଅଗ୍ରାହ୍ୟ କରନ୍ତି I ଏଠାରେ “ଅଧିକାର” ଶବ୍ଦ ସମ୍ଭବତଃ ଈଶ୍ବରଙ୍କ ଅଧିକାରକୁ ବୁଝାଏ I

892PE210n7n8figs-metonymyκυριότητος1authority

ଏଠାରେ “ଅଧିକାର” ଈଶ୍ବରଙ୍କୁ ବୁଝାଏ, ଯାହାଙ୍କର ଆଜ୍ଞା ଦେବା ନିମନ୍ତେ ଓ ଅନାଜ୍ଞାବହତାକୁ ଦଣ୍ଡ ଦେବା ନିମନ୍ତେ ଅଧିକାର ଅଛି I (ଦେଖ: [[rc://or/ta/man/translate/figs-metonymy]])

902PE210esb2αὐθάδεις1self-willed

ଯାହା କରିବାକୁ ଚାହାନ୍ତି, କରନ୍ତି

912PE210s7l1δόξας1the glorious ones

ଏହି ବାକ୍ୟାଂଶ ଦୂତ ବା ମନ୍ଦ ଆତ୍ମା ପରି ଆତ୍ମିକ ପ୍ରାଣୀକୁ ବୁଝାଏ I

922PE211u2jkἰσχύϊ καὶ δυνάμει μείζονες1greater strength and power

ଭଣ୍ଡ ଶିକ୍ଷକମାନଙ୍କଠାରୁ ଅଧିକ ଶକ୍ତି ଓ ପରାକ୍ରମ

932PE211v1qtοὐ φέρουσιν κατ’ αὐτῶν…βλάσφημον κρίσιν1they do not bring insulting judgments against them

“ସେମାନେ” ଶବ୍ଦ ଦୂତମାନଙ୍କୁ ବୁଝାଏ I “ସେମାନଙ୍କ” ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୌରବମୟ ଦୂତମାନେ କିମ୍ବା ) ଭଣ୍ଡ ଶିକ୍ଷକମାନେ I

942PE211zi6pfigs-metaphorφέρουσιν κατ’ αὐτῶν…βλάσφημον κρίσιν1bring insulting judgments against them

ଦୂତମାନେ ସେମାନଙ୍କୁ ନିନ୍ଦା କରିବାର ଚିନ୍ତାଧାରା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ନିନ୍ଦାକୁ ଅସ୍ତ୍ରଭାବରେ ବ୍ୟବହାର କରି ଆକ୍ରମଣ କରିବେ I (ଦେଖ: [[rc://or/ta/man/translate/figs-metaphor]])

952PE212y4blfigs-metaphorοὗτοι…ὡς ἄλογα ζῷα, γεγεννημένα φυσικὰ εἰς ἅλωσιν καὶ φθοράν1these unreasoning animals are naturally made for capture and destruction.

ପଶୁମାନେ ଯେପରି ତର୍କ କରିପାରନ୍ତି ନାହିଁ, ଏହି ଲୋକମାନଙ୍କ ସହିତ ତର୍କ କରିହେବ ନାହିଁ I ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅଜ୍ଞାନ ପଶୁତୁଲ୍ୟ, ଯେଉଁମାନେ ଧୃତହୋଇ ବିନଷ୍ଟ ହେବା ନିମନ୍ତେ ଜାତ” (ଦେଖ: [[rc://or/ta/man/translate/figs-metaphor]])

962PE212ipd4ἐν οἷς ἀγνοοῦσιν βλασφημοῦντες1They do not know what they insult

ସେମାନେ ଜାଣୁ ନ ଥିବା ବା ବୁଝୁ ନ ଥିବା ବିଷୟରେ ମନ୍ଦ କଥା କହନ୍ତି

972PE212jw8dfigs-activepassiveφθαρήσονται1They will be destroyed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବିନଷ୍ଟ କରିବେ” (ଦେଖ: [[rc://or/ta/man/translate/figs-activepassive]])

982PE213p7g7figs-ironyἀδικούμενοι μισθὸν ἀδικίας1They will receive the reward of their wrongdoing

ଭଣ୍ଡ ଶିକ୍ଷକମାନେ ପାଇବାକୁ ଥିବା ଦଣ୍ଡ ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବେତନ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ମନ୍ଦ କାର୍ଯ୍ୟ ନିମନ୍ତେ ସେମାନଙ୍କ ଯୋଗ୍ୟ ବିଷୟ ପାଇବେ” (ଦେଖ: [[rc://or/ta/man/translate/figs-irony]])

992PE213e62sτὴν ἐν ἡμέρᾳ τρυφήν1luxury during the day

ଏଠାରେ “ବିଳାସ” ଶବ୍ଦ ଭୋଜନପାନ, ମଦ୍ୟପାନ ଓ ବ୍ୟଭିଚାର କାର୍ଯ୍ୟଜନିତ ଅନୈତିକ କାର୍ଯ୍ୟକଳାପକୁ ବୁଝାଏ I ଦିନବେଳେ ଏହିସବୁ କାର୍ଯ୍ୟ କରିବା ବିଷୟ ସୂଚାଏ ଯେ ଏହି ଲୋକମାନେ ଏପରି କାର୍ଯ୍ୟରେ ଲଜ୍ଜିତ ନ ଥଲେ I

1002PE213u1rcfigs-metaphorσπίλοι καὶ μῶμοι1They are stains and blemishes

“କଳଙ୍କ” ଓ “ନିନ୍ଦା” ଶବ୍ଦଗୁଡିକ ଏକାପରି ଅର୍ଥକୁ ବୁଝାଏ I ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଏହା ବସ୍ତ୍ରରେ ଗୋଟିଏ ଦାଗପରି, ଯାହା ପରିଧାନ କରିଥିବା ଲୋକକୁ ଲଜ୍ଜା ଦେଇଥାଏ I ବିକଳ୍ପ ଅନୁବାଦ: “ସେମାନେ ବସ୍ତ୍ରରେ ଦାଗ ଓ କଳଙ୍କ ସଦୃଶ, ଯାହା ଅପମାନ ଆଣିଥାଏ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-doublet]])

1012PE214v7t4figs-metonymyὀφθαλμοὺς ἔχοντες μεστοὺς μοιχαλίδος1They have eyes full of adultery

ଏଠାରେ “ଚକ୍ଷୁ” ସେମାନଙ୍କ ଅଭିଳାଷକୁ ବୁଝାଏ ଓ “ଚକ୍ଷୁ ପରିପୂର୍ଣ୍ଣ”ର ଅର୍ଥ ସେମାନେ ନିରନ୍ତର ସେହି ବିଷୟ ଚାହୁଁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ନିରନ୍ତର ବ୍ୟଭିଚାର କରିବାକୁ ଚାହୁଁଛନ୍ତି” (ଦେଖ: [[rc://or/ta/man/translate/figs-metonymy]])

1022PE214a22rἀκαταπαύστους ἁμαρτίας1they are never satisfied with sin

ଯଦିଓ ସେମାନେ ସେମାନଙ୍କ ଅଭିଳାଷକୁ ପରିତୃପ୍ତ କରିବା ପାଇଁ ପାପ କରନ୍ତି, ସେମାନେ କରୁଥିବା ପାପ କଦାପି ପରିତୃପ୍ତ କରେ ନାହିଁ I

1032PE214wt89figs-synecdocheδελεάζοντες ψυχὰς ἀστηρίκτους1They entice unstable souls

ଏଠାରେ “ଆତ୍ମା” ବ୍ୟକ୍ତିମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି” (ଦେଖ: [[rc://or/ta/man/translate/figs-synecdoche]])

1042PE214c55ufigs-metonymyκαρδίαν γεγυμνασμένην πλεονεξίας1hearts trained in covetousness

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ଓ ଆବେଗକୁ ବୁଝାଏ I ସେମାନଙ୍କର ଅଭ୍ୟାସଗତ କାର୍ଯ୍ୟ ସକାଶୁ, ଲୋଭ ବିଷୟକ ଚିନ୍ତା ଓ କାର୍ଯ୍ୟ କରିବାକୁ ସେମାନେ ଆପଣା ଆପଣାକୁ ଶିକ୍ଷିତ କରିଅଛନ୍ତି I (ଦେଖ: [[rc://or/ta/man/translate/figs-metonymy]])

1052PE215et62καταλειπόντες εὐθεῖαν ὁδὸν, ἐπλανήθησαν ἐξακολουθήσαντες1They have abandoned the right way and have wandered off to follow

ଏହି ଭଣ୍ଡ ଶିକ୍ଷକମାନେ ସତ୍ୟ ମାର୍ଗ ପରିତ୍ୟାଗ କରି ପଥ ଭ୍ରଷ୍ଟ ହୋଇଅଛନ୍ତି I ଭଣ୍ଡ ଶିକ୍ଷକମାନେ ଈଶ୍ବରଙ୍କ ବାଧ୍ୟହେବାକୁ ଅଗ୍ରାହ୍ୟ କରିଅଛନ୍ତି, କାରଣ ସେମାନେ ଯାହା ସତ୍ୟ, ତାହା ଅଗ୍ରାହ୍ୟ କରିଛନ୍ତି I

1062PE215ky5qfigs-metaphorεὐθεῖαν ὁδὸν1the right way

ଈଶ୍ବରଙ୍କୁ ଗୌରବ ଦେଉଥିବା ସତ୍ୟ ବ୍ୟବହାର ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଯିବାପାଇଁ ଗୋଟିଏ ପଥ ଅଟେ I (ଦେଖ: [[rc://or/ta/man/translate/figs-metaphor]])

1072PE216z37wfigs-abstractnounsἔλεγξιν…ἔσχεν1he obtained a rebuke

ତୁମେ ନିର୍ଦ୍ଦିଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଲିୟାମକୁ ଅନୁଯୋଗ କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଅନୁଯୋଗ କଲେ” (ଦେଖ: [[rc://or/ta/man/translate/figs-abstractnouns]])

1082PE216g9drὑποζύγιον ἄφωνον ἐν ἀνθρώπου φωνῇ φθεγξάμενον1a mute donkey speaking in a human voice

ଗୋଟିଏ ଗଧ, ଯାହା ସ୍ବାଭାବିକ ଭାବରେ କଥା କହିବାକୁ ଅସମର୍ଥ, ଜଣେ ମନୁଷ୍ୟର ସ୍ବରରେ କଥା କହିଲା I

1092PE216tf38figs-metonymyἐκώλυσεν τὴν τοῦ προφήτου παραφρονίαν1stopped the prophet's insanity

ଭାବବାଦୀର ନିର୍ବୋଧ କାର୍ଯ୍ୟକୁ ଅଟକାଇବା ପାଇଁ ଈଶ୍ବର ଗୋଟିଏ ଗଧକୁ ବ୍ୟବହାର କଲେ I (ଦେଖ: [[rc://or/ta/man/translate/figs-metonymy]])

1102PE217t137figs-metaphorοὗτοί εἰσιν πηγαὶ ἄνυδροι1These men are springs without water

ଜଳ ବହୁଥିବା ନିର୍ଝର ତୃଷିତ ଲୋକମାନଙ୍କ ପାଇଁ ପ୍ରାଣ ତୃପ୍ତକାରୀ ହୋଇଥାଏ, କିନ୍ତୁ “ନିର୍ଜଳ ନିର୍ଝର” ତୃଷିତ ଲୋକମାନଙ୍କ ପାଇଁ ନିରାଶା ଅଟେ I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]])

1112PE217hzu1figs-metaphorὁμίχλαι ὑπὸ λαίλαπος ἐλαυνόμεναι1mists driven by a storm

ଯେତେବେଳେ ଲୋକେ ଝଡର ମେଘ ଦେଖନ୍ତି, ସେମାନେ ବୃଷ୍ଟିପାତ ଆଶା କରନ୍ତି I ଯେତେବେଳେ ବୃଷ୍ଟିପାତ ପୂର୍ବରୁ ଝଡବାୟୁ ବହି ମେଘକୁ ଦୂରକୁ ନେଇଯାଏ, ଲୋକେ ନିରାଶ ହୁଅନ୍ତି I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]])

1122PE217xe3yfigs-activepassiveοἷς ὁ ζόφος τοῦ σκότους τετήρηται1The gloom of thick darkness is reserved for them

“ସେମାନଙ୍କ” ଶବ୍ଦ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କ ନିମନ୍ତେ ଘୋର ଅନ୍ଧକାରର ଦଶା ସଂରକ୍ଷିତ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])

1132PE218cxt8ὑπέρογκα…ματαιότητος φθεγγόμενοι1They speak with vain arrogance

ସେମାନେ ଶକ୍ତିଯୁକ୍ତ କିନ୍ତୁ ନିରର୍ଥକ ବାକ୍ୟ ବ୍ୟବହାର କରନ୍ତି

1142PE218f8tgδελεάζουσιν ἐν ἐπιθυμίαις σαρκὸς ἀσελγείαις1They entice people through the lusts of the flesh

ସେମାନେ ଲୋକମାନଙ୍କୁ କାମୁକତା ଓ ପାପପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ହେବାପାଇଁ ପାପପୂର୍ଣ୍ଣ ପ୍ରକୃତିକୁ ଉତ୍ତେଜିତ କରନ୍ତି I

1152PE218nks3figs-explicitτοὺς ὀλίγως ἀποφεύγοντας τοὺς ἐν πλάνῃ ἀναστρεφομένους1people who try to escape from those who live in error

ଏହି ବାକ୍ୟାଂଶ ନୂତନଭାବରେ ବିଶ୍ବାସୀ ହୋଇଥିବା ଲୋକମାନଙ୍କୁ ବୁଝାଏ I “ଭ୍ରାନ୍ତ ଆଚରଣକାରୀ” ବାକ୍ୟାଂଶଟି ଏପର୍ଯ୍ୟନ୍ତ ପାପରେ ଜୀବନ କାଟୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଓ ଅନ୍ୟମାନେ ଆଗରୁ ଯେପରି ପାପପୂର୍ଣ୍ଣ ଜୀବନ କାଟୁଥିଲେ, ସେପରି ଜୀବନ କାଟିବା ପରିବର୍ତ୍ତେ, ସତ୍ୟରେ ଜୀବନ କାଟିବାକୁ ଚେଷ୍ଟା କରୁଥିବା ଲୋକମାନେ” (ଦେଖ: [[rc://or/ta/man/translate/figs-explicit]])

1162PE218jec8figs-metaphorτοὺς ὀλίγως ἀποφεύγοντας1people who try to escape

ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: [[rc://or/ta/man/translate/figs-metaphor]])

1172PE219uyw6figs-metaphorἐλευθερίαν αὐτοῖς ἐπαγγελλόμενοι, αὐτοὶ δοῦλοι ὑπάρχοντες τῆς φθορᾶς1They promise freedom to them, but they themselves are slaves of corruption

ଏଠାରେ ସ୍ବାଧିନତା ହେଉଛି ଗୋଟିଏ ରୂଢ଼ି, ଯାହା ଜଣେ ଯେପରି ଚାହେଁ, ଠିକ୍ ସେପରି ଜୀବନ କାଟିବାର କ୍ଷମତାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କୁ ସେମାନେ ଯେପରି ଚାହୁଁଛନ୍ତି, ଠିକ୍ ସେପରି ଜୀବନ କାଟିବାକୁ କ୍ଷମତା ଦେବାକୁ ପ୍ରତିଜ୍ଞା କରନ୍ତି, କିନ୍ତୁ ସେମାନେ ସେମାନଙ୍କ ନିଜର ପାପପୂର୍ଣ୍ଣ ଅଭିଳାଷରୁ ରକ୍ଷା ପାଇପାରନ୍ତି ନାହିଁ” (ଦେଖ: [[rc://or/ta/man/translate/figs-metaphor]])

1182PE219v5ttfigs-metaphorἐλευθερίαν…ἐπαγγελλόμενοι…δοῦλοι…τῆς φθορᾶς1promise freedom ... slaves of corruption

ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: [[rc://or/ta/man/translate/figs-metaphor]])

1192PE219b79vfigs-metaphorᾧ γάρ τις ἥττηται, τούτῳ δεδούλωται1For a man is a slave to whatever overcomes him

ପିତର ଜଣେ ଲୋକକୁ ଦାସ ବୋଲି କହୁଛନ୍ତି ଯେତେବେଳେ ସେ ଲୋକ ଉପରେ କିଛି ନା କିଛି ବିଷୟର ନିୟନ୍ତ୍ରଣ ରହିଛି ଓ ସେହି ବିଷୟ ସେହି ଲୋକର କର୍ତ୍ତା ସଦୃଶ ଅଟେ I ବିକଳ୍ପ ଅନୁବାଦ: “କାରଣ ଯଦି କୌଣସି ବିଷୟର ଜଣକ ଉପରେ ନିୟନ୍ତ୍ରଣ ଅଛି, ସେହି ଲୋକ ସେହି ବିଷୟର ଦାସ ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])

1202PE220d6ra0Connecting Statement:

“ସେମାନେ” ଓ “ସେମାନଙ୍କ” ଶବ୍ଦଗୁଡିକ ପିତର ୧୨-୧୯ ପଦରେ କହୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I

1212PE220q96iεἰ…ἀποφυγόντες…δὲ πάλιν ἐμπλακέντες ἡττῶνται, γέγονεν…τὰ ἔσχατα χείρονα τῶν πρώτων1If they have escaped ... and are again entangled ... and overcome, the last state has become worse ... than the first

ଏହି ବାକ୍ୟ ସତ୍ୟ ହୋଇଥିବା ସର୍ତ୍ତମୂଳକ ଉକ୍ତିର ଗୋଟିଏ ବର୍ଣ୍ଣନା I ଭଣ୍ଡ ଶିକ୍ଷକମାନେ ଥରେ “ରକ୍ଷା ପାଇଥିଲେ,” କିନ୍ତୁ ଯଦି ସେମାନେ ପୁନର୍ବାର ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, “ତାହା ହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ...ଶେଷ ଦଶା ଅଧିକ ମନ୍ଦ ହେବ”

1222PE220lu22figs-metonymyτὰ μιάσματα τοῦ κόσμου1the corruption of the world

‘ଅଶୁଚିତା” ଶବ୍ଦ ଜଣକୁ ନୈତିକ ଭାବରେ ଅଶୁଚି କରୁଥିବା ପାପପୂର୍ଣ୍ଣ ବ୍ୟବହାରକୁ ବୁଝାଏ I “ଜଗତ” ମନୁଷ୍ୟ ସମାଜକୁ ବୁଝାଏ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ମନୁଷ୍ୟ ସମାଜର ଅଶୁଚି କାର୍ଯ୍ୟଗୁଡିକ” (ଦେଖ: [[rc://or/ta/man/translate/figs-metonymy]])

1232PE220bi73figs-abstractnounsἐν ἐπιγνώσει τοῦ Κυρίου…καὶ Σωτῆρος, Ἰησοῦ Χριστοῦ1through the knowledge of the Lord and Savior Jesus Christ

ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି ପିତର ୧:ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି” (ଦେଖ: [[rc://or/ta/man/translate/figs-abstractnouns]])

1242PE220d42gγέγονεν αὐτοῖς τὰ ἔσχατα χείρονα τῶν πρώτων1the last state has become worse for them than the first

ସେମାନଙ୍କ ଦଶା ପୂର୍ବ ଅପେକ୍ଷା ଅଧିକ ମନ୍ଦ ଅଟେ

1252PE221pm7bfigs-metaphorτὴν ὁδὸν τῆς δικαιοσύνης1the way of righteousness

ପିତର ଜୀବନକୁ ଗୋଟିଏ “ମାର୍ଗ” ବା ପଥ ବୋଲି କହନ୍ତି I ଏହି ବାକ୍ୟାଂଶ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଜୀବନ ଯାପନ କରୁଥିବା ବିଷୟକୁ ବୁଝାଏ I (ଦେଖ: [[rc://or/ta/man/translate/figs-metaphor]])

1262PE221ic3cfigs-metaphorὑποστρέψαι ἐκ τῆς…ἁγίας ἐντολῆς1turn away from the holy commandment

ଏଠାରେ “ବିମୁଖ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି କରୁଥିବା ବିଷୟକୁ ତ୍ୟାଗ କରିବା I ବିକଳ୍ପ ଅନୁବାଦ: “ପବିତ୍ର ଆଜ୍ଞା ପାଳନ କରିବା ତ୍ୟାଗ କରନ୍ତି” (ଦେଖ: [[rc://or/ta/man/translate/figs-metaphor]])

1272PE221blr5figs-activepassiveτῆς παραδοθείσης αὐτοῖς ἁγίας ἐντολῆς1the holy commandment delivered to them

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଦେଇଥିବା ପବିତ୍ର ଆଜ୍ଞା” କିମ୍ବା “ସେମାନେ ପ୍ରାପ୍ତ ହୋଇଛନ୍ତି ବୋଲି ଈଶ୍ବର ନିଶ୍ଚିତ କରିଥିବା ପବିତ୍ର ଆଜ୍ଞା” (ଦେଖ: [[rc://or/ta/man/translate/figs-activepassive]])

1282PE222hqr3συμβέβηκεν αὐτοῖς τὸ τῆς ἀληθοῦς παροιμίας1This proverb is true for them

ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ନିମନ୍ତେ ପ୍ରଯୁଜ୍ୟ କିମ୍ବା “ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କୁ ବର୍ଣ୍ଣନା କରେ”

1292PE222h42rwriting-proverbsκύων ἐπιστρέψας ἐπὶ τὸ ἴδιον ἐξέραμα, καί, ὗς λουσαμένη, εἰς κυλισμὸν βορβόρου1A dog returns to its own vomit, and a washed pig returns to the mud

ଭଣ୍ଡ ଶିକ୍ଷକମାନେ କିପରି “ଧାର୍ମିକତାର ମାର୍ଗ” ଜାଣି ସୁଦ୍ଧା ସେଥିରୁ ବିମୁଖହୋଇ ସେମାନଙ୍କୁ ନୈତିକ ଓ ଆତ୍ମିକ ଭାବରେ ଅଶୁଚି କରୁଥିବା ବିଷୟଗୁଡିକ ପ୍ରତି ଫେରିଛନ୍ତି, ତାହା ବୁଝାଇବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରୁଛନ୍ତି I (ଦେଖ: [[rc://or/ta/man/translate/writing-proverbs]])

1302PE3introc1id0

ପିତର ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅଗ୍ନି

ଲୋକମାନେ ପ୍ରାୟତଃ କୌଣସି ଜିନିଷକୁ ନଷ୍ଟ କରିବାକୁ ବା ମଇଳା ଓ ଅଦରକାରୀ ଅଂଶକୁ ଜାଳିଦେଇ କୌଣସି ଜିନିଷ ଶୁଦ୍ଧ କରିବାକୁ ଅଗ୍ନି ବ୍ୟବହାର କରନ୍ତି I ଅତଏବ, ଯେତେବେଳେ ଈଶ୍ବର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି ବା ଆପଣା ଲୋକମାନଙ୍କୁ ଶୁଦ୍ଧ କରନ୍ତି, ଏଥିରେ ପ୍ରାୟତଃ ଅଗ୍ନି ସମ୍ପୃକ୍ତ ଥାଏ I (ଦେଖ: [[rc://or/tw/dict/bible/other/fire]])

ପ୍ରଭୁଙ୍କ ଦିନ

ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଲୋକମାନଙ୍କ ନିମନ୍ତେ ଗୋଟିଏ ଆଶ୍ଚର୍ଯ୍ୟର ବିଷୟ ହେବ I ଏହାର ଅର୍ଥ ହେଉଛି “ରାତ୍ରିରେ ଚୋର ଆସିବା ପରି” I ଏଥିପାଇଁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ I (ଦେଖ: [[rc://or/tw/dict/bible/kt/dayofthelord]] ଓ [[rc://or/ta/man/translate/figs-simile]])

1312PE31n92f0General Information:

ପିତର ଶେଷକାଳ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I

1322PE31gc3mfigs-metaphorδιεγείρω ὑμῶν…τὴν εἰλικρινῆ διάνοιαν1to stir up your sincere mind

ଏହି ସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଶୁଚି ଚିନ୍ତା କରିବା ନିମନ୍ତେ ତୁମ୍ଭମାନଙ୍କୁ ଉତ୍ତେଜିତ କରିବାକୁ”

1332PE32gxj7figs-activepassiveτῶν προειρημένων ῥημάτων, ὑπὸ τῶν ἁγίων προφητῶν1the words spoken in the past by the holy prophets

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପୂର୍ବକାଳରେ ପବିତ୍ର ଭାବବାଦୀମାନେ ଯେଉଁ ବାକ୍ୟ କହିଥିଲେ” (ଦେଖ: [[rc://or/ta/man/translate/figs-activepassive]])

1342PE32yhi7figs-activepassiveτῆς τῶν ἀποστόλων ὑμῶν ἐντολῆς τοῦ Κυρίου καὶ Σωτῆρος1the command of our Lord and Savior given through your apostles

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କ ଆଜ୍ଞା, ଯାହା ତୁମ୍ଭମାନଙ୍କ ପ୍ରେରିତମାନେ ତୁମ୍ଭମାନଙ୍କୁ ଦେଇଥିଲେ” (ଦେଖ: [[rc://or/ta/man/translate/figs-activepassive]])

1352PE33lm1aτοῦτο πρῶτον γινώσκοντες1Know this first

ଏହାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଜାଣିରଖ I ଦେଖ ତୁମେ ଏହାକୁ କିପରି ପିତର ୧:ରେ ଅନୁବାଦ କଲ I

1362PE33znh2figs-explicitκατὰ τὰς ἰδίας ἐπιθυμίας αὐτῶν πορευόμενοι1proceed according to their own desires

ଏଠାରେ “ଅଭିଳାଷ” ଶବ୍ଦ ଈଶ୍ବରଙ୍କ ଇଚ୍ଛାକୁ ବିରୋଧ କରୁଥିବା ପାପପୂର୍ଣ୍ଣ ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ଆପଣା ପାପପୂର୍ଣ୍ଣ ଅଭିଳାଷ ଅନୁସାରେ ଜୀବନ ଯାପନ କରନ୍ତି” (ଦେଖ: [[rc://or/ta/man/translate/figs-explicit]])

1372PE33hl23πορευόμενοι1proceed

କାର୍ଯ୍ୟ କରନ୍ତି, ଆଚରଣ କରନ୍ତି

1382PE34zrj7figs-rquestionποῦ ἐστιν ἡ ἐπαγγελία τῆς παρουσίας αὐτοῦ1Where is the promise of his return?

ଯୀଶୁ ପୁନରାଗମନ କରିବେ ନାହିଁ ବୋଲି ସେମାନେ ବିଶ୍ବାସ କରୁ ନ ଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ପରିହାସକମାନେ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I “ପ୍ରତିଜ୍ଞା” ଶବ୍ଦ ଯୀଶୁ ପୁନରାଗମନ କରିବେ ବୋଲି ଦେଇଥିବା ପ୍ରତିଜ୍ଞାର ସଫଲତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁ ପୁନରାଗମନ କରିବେ ବୋଲି ଥିବା ପ୍ରତିଜ୍ଞା ସତ୍ୟ ନୁହେଁ! ସେ ଆଗମନ କରିବେ ନାହିଁ!” (ଦେଖ: [[rc://or/ta/man/translate/figs-rquestion]] ଓ [[rc://or/ta/man/translate/figs-metonymy]])

1392PE34t6hlfigs-euphemismοἱ πατέρες ἐκοιμήθησαν1our fathers fell asleep

ଏଠାରେ “ପିତୃପୁରୁଷମାନେ” ବହୁକାଳ ପୂର୍ବେ ବାସ କରୁଥିବା ପୂର୍ବପୁରୁଷମାନଙ୍କୁ ବୁଝାଏ I ମହାନିଦ୍ରା ପ୍ରାପ୍ତ ହେବା ଏକ ଶବ୍ଦର ବିଲୋପ, ଯାହା ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପୂର୍ବପୁରୁଷମାନେ ମୃତ୍ୟୁଭୋଗ କଲେ” (ଦେଖ: [[rc://or/ta/man/translate/figs-euphemism]])

1402PE34c2enfigs-hyperboleπάντα οὕτως διαμένει ἀπ’ ἀρχῆς κτίσεως1all things have stayed the same, since the beginning of creation

ପରିହାସକମାନେ “ସମସ୍ତ ବିଷୟ” ବ୍ୟବହାର କରି ଅତିରଂଜନ କରୁଛନ୍ତି ଓ ସେମାନେ ଯୁକ୍ତି କରୁଛନ୍ତି ଯେ ଯେହେତୁ ଜଗତରେ କୌଣସି ବିଷୟର ପରିବର୍ତ୍ତନ ହୋଇନାହିଁ, ଯୀଶୁ ଯେ ଆସିବେ, ସତ୍ୟ ହୋଇପାରିବ ନାହିଁ” (ଦେଖ: [[rc://or/ta/man/translate/figs-hyperbole]])

1412PE34yue7figs-abstractnounsἀπ’ ἀρχῆς κτίσεως1since the beginning of creation

ଏହାକୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟଠାରୁ” (ଦେଖ: [[rc://or/ta/man/translate/figs-abstractnouns]])

1422PE35mku9figs-activepassiveοὐρανοὶ ἦσαν ἔκπαλαι, καὶ γῆ…συνεστῶσα τῷ τοῦ Θεοῦ λόγῳ1the heavens and the earth came to exist ... long ago, by God's command

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୁରାକାଳରେ ତାହାଙ୍କ ବାକ୍ୟ ଦ୍ବାରା ... ଆକାଶମଣ୍ଡଳ ଓ ପୃଥିବୀକୁ ସ୍ଥାପନ କଲେ” (ଦେଖ: [[rc://or/ta/man/translate/figs-activepassive]])

1432PE35s77fἐξ ὕδατος καὶ δι’ ὕδατος συνεστῶσα1came to exist out of water and through water

ଏହାର ଅର୍ଥ ହେଉଛି ଯେ ଈଶ୍ବର ଜଳ ଧାରଣ କରୁଥିବା ସମସ୍ତ ବିଷୟକୁ ଏକତ୍ର କରି ସେଥିରୁ ସ୍ଥଳ ଭାଗକୁ ନିର୍ଗତ କରାଇ ଜଳ ମଧ୍ୟରୁ ପୃଥିବୀକୁ ଅବସ୍ଥିତ କରାଇଲେ I

1442PE36jh4rδι’ ὧν1through these things

ଏଠାରେ “ଏହି ବିଷୟ” ଈଶ୍ବରଙ୍କ ବାକ୍ୟ ଓ ଜଳକୁ ବୁଝାଏ I

1452PE36nyb7figs-activepassiveὁ τότε κόσμος ὕδατι κατακλυσθεὶς ἀπώλετο1the world of that time was destroyed, being flooded with water

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେହି ସମୟର ଜଗତକୁ ଜଳରେ ପ୍ଲାବିତ କରି ବିନଷ୍ଟ କଲେ” (ଦେଖ: [[rc://or/ta/man/translate/figs-activepassive]])

1462PE37b2infigs-activepassiveοἱ…οὐρανοὶ καὶ ἡ γῆ, τῷ αὐτῷ λόγῳ τεθησαυρισμένοι εἰσὶν, πυρὶ1the heavens and the earth are reserved for fire by that same command

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର, ସେହି ବାକ୍ୟ ଦ୍ବାରା ଆକାଶ ମଣ୍ଡଳ ଓ ପୃଥିବୀକୁ ଅଗ୍ନି ନିମନ୍ତେ ସଂରକ୍ଷିତ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])

1472PE37e673τῷ αὐτῷ λόγῳ1that same command

ଏଠାରେ “ଆଜ୍ଞା” ଈଶ୍ବରଙ୍କୁ ବୁଝାଏ, ଯେ କି ଆଜ୍ଞା ଦେବେ: ବିକଳ୍ପ ଅନୁବାଦ: “ଈଶ୍ବର ସେହିପରି ଗୋଟିଏ ଆଜ୍ଞା ଦେବେ”

1482PE37jl5dfigs-activepassiveτηρούμενοι εἰς ἡμέραν κρίσεως1They are reserved for the day of judgment

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ ଓ ଏକ ନୂଆ ବାକ୍ୟରେ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ବିଚାର ଦିନ ନିମନ୍ତେ ସଂରକ୍ଷିତ କରୁଛନ୍ତି” (ଦେଖ: [[rc://or/ta/man/translate/figs-activepassive]])

1492PE37y3ggfigs-abstractnounsεἰς ἡμέραν κρίσεως καὶ ἀπωλείας τῶν ἀσεβῶν ἀνθρώπων1for the day of judgment and the destruction of the ungodly people

ଏହାକୁ କ୍ରିୟାରୂପକ ବାକ୍ୟାଂଶରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଅଧାର୍ମିକ ଲୋକମାନଙ୍କୁ ବିଚାର ଓ ବିନାଶ କରିବା ଦିନ ନିମନ୍ତେ” (ଦେଖ: [[rc://or/ta/man/translate/figs-abstractnouns]])

1502PE38s5cyμὴ λανθανέτω ὑμᾶς1It should not escape your notice

ତୁମ୍ଭେମାନେ ଏହା ବୁଝିବାକୁ ଭୁଲିଯାଅ ନାହିଁ କିମ୍ବା “ଏହାକୁ ଅବଜ୍ଞା କର ନାହିଁ”

1512PE38enh9ὅτι μία ἡμέρα παρὰ Κυρίῳ ὡς χίλια ἔτη1that one day with the Lord is like a thousand years

ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ

1522PE39zv9mοὐ βραδύνει Κύριος τῆς ἐπαγγελίας1The Lord does not move slowly concerning his promises

ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାକୁ ଧୀର କରନ୍ତି ନାହିଁ

1532PE39dzq8ὥς τινες βραδύτητα ἡγοῦνται1as some consider slowness to be

କେତେକ ଲୋକ ଭାବନ୍ତି ଯେ ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାରେ ଧୀର ଅଟନ୍ତି, କାରଣ ସମୟ ସମ୍ବନ୍ଧରେ ସେମାନଙ୍କ ଦୃଷ୍ଟିକୋଣ ଈଶ୍ବରଙ୍କ ଠାରୁ ଭିନ୍ନ ଅଟେ

1542PE310w6maδὲ1However

ଯଦିଓ ପ୍ରଭୁ ଦୀର୍ଘସହିଷ୍ଣୁ ଓ ଲୋକମାନେ ମନପରିବର୍ତ୍ତନ କରନ୍ତୁ ବୋଲି ଚାହାନ୍ତି, ସେ ନିଶ୍ଚୟ ଆଗମନ କରି ନ୍ୟାୟ ବିଚାର କରିବେ I

1552PE310c5m1figs-personificationἥξει…ἡμέρα Κυρίου ὡς κλέπτης1the day of the Lord will come as a thief

ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନ ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଚୋର, ଯେ କି ଅପ୍ରତ୍ୟାଶିତ ଭାବରେ ଆସିବ ଓ ଲୋକମାନଙ୍କୁ ଆଶ୍ଚର୍ଯଚକିତ କରିବ I (ଦେଖ: [[rc://or/ta/man/translate/figs-personification]] ଓ [[rc://or/ta/man/translate/figs-simile]])

1562PE310k31zοἱ οὐρανοὶ…παρελεύσονται1The heavens will pass away

ଆକାଶମଣ୍ଡଳ ଲୋପ ପାଇବ

1572PE310z32kfigs-activepassiveστοιχεῖα…καυσούμενα λυθήσεται1The elements will be burned with fire

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୌଳିକ ବସ୍ତୁସବୁକୁ ଅଗ୍ନିରେ ଦଗ୍ଧ କରିବେ” (ଦେଖ: [[rc://or/ta/man/translate/figs-activepassive]])

1582PE310zgd3στοιχεῖα1The elements

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I

1592PE310j1gjfigs-activepassiveγῆ καὶ τὰ ἐν αὐτῇ ἔργα εὑρεθήσεται1the earth and the deeds in it will be revealed

ଈଶ୍ବର ସମସ୍ତ ପୃଥିବୀକୁ ଓ ସମସ୍ତେ କରିଥିବା କାର୍ଯ୍ୟକୁ ଦେଖିବେ ଏବଂ ତତ୍ପରେ ସମସ୍ତ ବିଷୟର ବିଚାର କରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୃଥିବୀକୁ ଓ ତହିଁରେ ଲୋକମାନେ କରିଥିବା ସମସ୍ତ ବିଷୟକୁ ପ୍ରକାଶିତ କରିଦେବେ” (ଦେଖ: [[rc://or/ta/man/translate/figs-activepassive]])

1602PE311buq40Connecting Statement:

ପ୍ରଭୁଙ୍କ ଦିନର ଅପେକ୍ଷା କରୁଥିବା ସମୟରେ ସେମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I

1612PE311nq63figs-activepassiveτούτων οὕτως πάντων λυομένων1Since all these things will be destroyed in this way

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଏହିପରି ଭାବରେ ଏହି ସମସ୍ତ ବିଷୟକୁ ବିନଷ୍ଟ କରିବେ” (ଦେଖ: [[rc://or/ta/man/translate/figs-activepassive]])

1622PE311t8wxfigs-rquestionποταποὺς δεῖ ὑπάρχειν?1what kind of people should you be?

ଏହାପରେ ପିତର ଯାହା କହିବାକୁ ଯାଉଛନ୍ତି, ଅର୍ଥାତ୍ ସେମାନେ “ପବିତ୍ର ଓ ଧାର୍ମିକ ଜୀବନ ଯାପନ କରିବା ଉଚିତ”, ଏହି ବିଷୟକୁ ଗୁରୁତ୍ବ ଦେବାପାଇଁ ପିତର ଏହି ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ତୁମ୍ଭେମାନେ କି ପ୍ରକାର ଲୋକ ହେବା ଉଚିତ I” (ଦେଖ: [[rc://or/ta/man/translate/figs-rquestion]])

1632PE312rq9gfigs-activepassiveοὐρανοὶ πυρούμενοι, λυθήσονται, καὶ στοιχεῖα καυσούμενα, τήκεται1the heavens will be destroyed by fire, and the elements will be melted in great heat

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଗ୍ନିରେ ଆକାଶମଣ୍ଡଳକୁ ବିନଷ୍ଟ କରିବେ ଓ ସେ ପ୍ରଚଣ୍ଡ ଉତ୍ତାପରେ ମୌଳିକ ବସ୍ତୁସମୂହକୁ ତରଳାଇଦେବେ” (ଦେଖ: [[rc://or/ta/man/translate/figs-activepassive]])

1642PE312v15iστοιχεῖα1the elements

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I ଦେଖ ତୁମେ ଏହାକୁ କିପରି ପିତର ୩:୧୦ରେ ଅନୁବାଦ କଲ I

1652PE313df3vfigs-personificationἐν οἷς δικαιοσύνη κατοικεῖ1where righteousness will dwell

ପିତର “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ I ଏହା ଧାର୍ମିକ ଲୋକମାନଙ୍କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ କେଉଁଠାରେ ବାସ କରିବ” କିମ୍ବା “ଲୋକମାନେ କେଉଁଠାରେ ଧାର୍ମିକ ଭାବରେ ଜୀବନ ଯାପନ କରିବେ” (ଦେଖ: [[rc://or/ta/man/translate/figs-personification]] ଓ [[rc://or/ta/man/translate/figs-metonymy]])

1662PE314fj1lfigs-activepassiveσπουδάσατε ἄσπιλοι καὶ ἀμώμητοι αὐτῷ εὑρεθῆναι ἐν εἰρήνῃ1do your best to be found spotless and blameless before him, in peace

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାସାଧ୍ୟ ଏପରି ଜୀବନ ଯାପନ କର, ଯେପରି ଈଶ୍ବର ତୁମ୍ଭମାନଙ୍କୁ ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ତାହାଙ୍କ ସହିତ ଓ ପରସ୍ପର ସହିତ ଶାନ୍ତିରେ ରହିବାର ଦେଖିବେ” (ଦେଖ: [[rc://or/ta/man/translate/figs-activepassive]])

1672PE314s141figs-doubletἄσπιλοι καὶ ἀμώμητοι1spotless and blameless

“ନିଷ୍କଳଙ୍କ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକର ଅର୍ଥ ମୌଳିକ ଭାବରେ ସମାନ ଓ ତାହା ନୈତିକ ପବିତ୍ରତାକୁ ଗୁରୁତ୍ବ ଦିଅନ୍ତି I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଭାବରେ ପବିତ୍ର” (ଦେଖ: [[rc://or/ta/man/translate/figs-doublet]])

1682PE314byr8figs-metaphorἄσπιλοι1spotless

ଏଠାରେ ଏହାର ଅର୍ଥ “ନିର୍ଦ୍ଦୋଷ” (ଦେଖ: [[rc://or/ta/man/translate/figs-metaphor]])

1692PE315g35ufigs-explicitτὴν τοῦ Κυρίου ἡμῶν μακροθυμίαν, σωτηρίαν ἡγεῖσθε1consider the patience of our Lord to be salvation

ଯେହେତୁ ପ୍ରଭୁ ଦୀର୍ଘସହିଷ୍ଣୁ, ବିଚାର ଦିନ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ I ଏହା ଲୋକମାନଙ୍କୁ, ଯେପରି ସେ ପିତର ୩:୯ରେ ବୁଝାଇଥିଲେ, ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I ବିକଳ୍ପ ଅନୁବାଦ: “ମଧ୍ୟ, ଆମ୍ଭମାନଙ୍କ ପ୍ରଭୁଙ୍କ ଦୀର୍ଘସହିଷ୍ଣୁତା ସମ୍ବନ୍ଧରେ ଚିନ୍ତା କର, ଯାହା ତୁମ୍ଭମାନଙ୍କୁ ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I (ଦେଖ: [[rc://or/ta/man/translate/figs-explicit]])

1702PE315nnd7figs-activepassiveκατὰ τὴν δοθεῖσαν αὐτῷ σοφίαν1according to the wisdom that was given to him

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଦେଇଥିବା ଜ୍ଞାନ ଅନୁସାରେ” (ଦେଖ: [[rc://or/ta/man/translate/figs-activepassive]])

1712PE316wil1ἐν πάσαις ταῖς ἐπιστολαῖς, λαλῶν…περὶ τούτων1Paul speaks of these things in all his letters

ପାଉଲ ଆପଣା ସମସ୍ତ ପତ୍ରରେ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ପରିତ୍ରାଣ ଆଡକୁ କଢାଇ ନେଉଥିବା ବିଷୟରେ କହନ୍ତି

1722PE316z4cjἐν αἷς ἐστιν δυσνόητά τινα1in which there are things that are difficult to understand

ପାଉଲଙ୍କ ସମସ୍ତ ପତ୍ରରେ କେତେକ ବିଷୟ ଅଛି ଯାହା ବୁଝିବା ନିମନ୍ତେ କଷ୍ଟକର

1732PE316dt6rἃ οἱ ἀμαθεῖς καὶ ἀστήρικτοι στρεβλοῦσιν1Ignorant and unstable men distort these things

ଅଶିକ୍ଷିତ ଓ ଚଞ୍ଚଳମତି ଲୋକେ ପାଉଲଙ୍କ ପତ୍ରସବୁରେ ଥିବା କଷ୍ଟକର ବିଷୟଗୁଡିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି

1742PE316giz1οἱ ἀμαθεῖς καὶ ἀστήρικτοι1Ignorant and unstable

ଅଶିକ୍ଷିତ ଓ ଅସ୍ଥିର I ଏହି ଲୋକମାନେ, କିପରି ଶାସ୍ତ୍ରକୁ ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯିବ, ସେ ବିଷୟରେ ଶିକ୍ଷା ପାଇନାହାନ୍ତି ଓ ସୁସମାଚାରର ସତ୍ୟତାରେ ଦୃଢ଼ଭାବେ ସ୍ଥାପିତ ନୁହନ୍ତି I

1752PE316sh4jπρὸς τὴν ἰδίαν αὐτῶν ἀπώλειαν1to their own destruction

ଫଳସ୍ବରୂପେ ସେମାନଙ୍କ ନିଜର ବିନାଶ ହୋଇଥାଏ

1762PE317kn3d0Connecting Statement:

ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଶେଷ କରି ଆପଣା ପତ୍ର ସମାପ୍ତ କରନ୍ତି I

1772PE317t1gdὑμεῖς…προγινώσκοντες1since you know about these things

‘ଏହିସବୁ’ ବିଷୟ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ବିଷୟକ ସତ୍ୟତା ଓ ଏହି ସମସ୍ତ ଭଣ୍ଡ ଶିକ୍ଷକମାନଙ୍କ ଶିକ୍ଷାକୁ ବୁଝାଏ I

1782PE317z54qφυλάσσεσθε1guard yourselves

ଆପଣା ଆପଣାକୁ ସୁରକ୍ଷା କର

1792PE317h2ikfigs-metaphorἵνα μὴ τῇ τῶν ἀθέσμων πλάνῃ συναπαχθέντες1so that you are not led astray by the deceit of lawless people

ଏଠାରେ “ସ୍ଖଳିତ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି ଭ୍ରାନ୍ତ ବିଷୟ କରିବାକୁ ପ୍ରବଞ୍ଚିତ ହେବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଦୁରାଚାରୀମାନେ ତୁମ୍ଭମାନଙ୍କୁ ପ୍ରବଞ୍ଚନା କରିବେ ନାହିଁ ଓ ଭ୍ରାନ୍ତ ବିଷୟ କିଛି କରିବାକୁ ଭୁଲାଇବେ ନାହିଁ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-activepassive]])

1802PE317w3spfigs-metaphorἐκπέσητε τοῦ ἰδίου στηριγμοῦ1you lose your own faithfulness

ବିଶ୍ବସ୍ତତା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏକ ଅଧିକାର, ଯାହା ବିଶ୍ବାସୀମାନେ ହରାଇପାରନ୍ତି I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ହେବାକୁ ତୁମ୍ଭେମାନେ ତ୍ୟାଗ କରୁଅଛ” (ଦେଖ: [[rc://or/ta/man/translate/figs-metaphor]])

1812PE318lk3cfigs-metaphorαὐξάνετε…ἐν χάριτι, καὶ γνώσει τοῦ Κυρίου ἡμῶν καὶ Σωτῆρος, Ἰησοῦ Χριστοῦ1grow in the grace and knowledge of our Lord and Savior Jesus Christ

ଏଠାରେ ପ୍ରଭୁଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଇବାର ଅର୍ଥ ହେଉଛି, ତାହାଙ୍କ ଅନୁଗ୍ରହ ଅଧିକ ଅନୁଭବ କରିବା ଓ ତାହାଙ୍କୁ ଅଧିକ ଜାଣିବା I ଗୁଣବାଚକ ବିଶେଷ୍ୟ “ଅନୁଗ୍ରହ”କୁ “ଦୟା ସହକାରେ କାର୍ଯ୍ୟ କର” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହକୁ ଅଧିକ ଗ୍ରହଣ କର ଏବଂ ତାହାଙ୍କୁ ଅଧିକ ଜାଣ” କିମ୍ବା “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ କିପରି ଦୟା ସହକାରେ କାର୍ଯ୍ୟ କରନ୍ତି, ସେ ବିଷୟରେ ଅଧିକ ସଚେତନ ହୁଅ ଓ ତାହାଙ୍କୁ ଅଧିକ ଉତ୍ତମରୂପେ ଜାଣ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-abstractnouns]])