or_tn/or_tn_53-1TH.tsv

95 KiB
Raw Permalink Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
21THfrontintrojp2y0
31TH1introy8c50

୧ ଥେସଲନୀକୀୟ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧ ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଏ I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I

ଏହି ଅଧ୍ୟାୟର ବିଶେଷ ଧାରଣା

କ୍ଲେଶ

ଥେସଲନୀକୀର ଖ୍ରୀଷ୍ଟିୟାନମାନଙ୍କୁ ଅନ୍ୟଲୋକମାନେ ତାଡନା କରୁଥିଲେ I କିନ୍ତୁ ସେଠାକାର ଖ୍ରୀଷ୍ଟିୟାନମାନେ ତାହାର ଠିକ୍ ମୁକାବିଲା କରିଥିଲେ I (ଦେଖ: [[rc://or/ta/man/translate/figs-explicit]])

41TH11dp370General Information:

ପାଉଲ ଆପଣାକୁ ପତ୍ରଟିର ଲେଖକଭାବରେ ପରିଚୟ ଦେଉଛନ୍ତି ଓ ଥେସଲନୀକୀୟ ମଣ୍ଡଳୀକୁ ନମସ୍କାର ଜଣାଉଛନ୍ତି I

51TH11ms5efigs-explicitΠαῦλος, καὶ Σιλουανὸς, καὶ Τιμόθεος; τῇ ἐκκλησίᾳ1Paul, Silvanus, and Timothy to the church

UST ସ୍ପଷ୍ଟ କରୁଛି ଯେ ପାଉଲ ଏହି ପତ୍ର ଲେଖିଥିଲେ I (ଦେଖ: [[rc://or/ta/man/translate/figs-explicit]])

61TH11luw5figs-metonymyχάρις ὑμῖν καὶ εἰρήνη1May grace and peace be to you

`ଅନୁଗ୍ରହ” ଓ “ଶାନ୍ତି” ଶବ୍ଦଗୁଡିକ ରୂପକ ଅଟନ୍ତି, ଯାହା ଯେଉଁମାନେ ଲୋକମାନଙ୍କ ପ୍ରତି ଦୟା ଓ ଶାନ୍ତିପୂର୍ଣ୍ଣଭାବରେ କାର୍ଯ୍ୟ କରନ୍ତି, ସେମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣଙ୍କ ପ୍ରତି ଦୟା କରନ୍ତୁ ଓ ଆପଣଙ୍କୁ ଶାନ୍ତି ଦେଉନ୍ତୁ” (ଦେଖ: [[rc://or/ta/man/translate/figs-metonymy]])

71TH11nn67figs-youεἰρήνη1peace be to you

“ତୁମ୍ଭମାନଙ୍କ” ଶବ୍ଦ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]])

81TH12y98wfigs-exclusive0General Information:

ଏହି ପତ୍ରରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ଅନ୍ୟପ୍ରକାରେ ସୂଚିତ କରାଯାଇ ନ ଥିଲେ, ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦ ବହୁବାଚକ ଓ ଥେସଲନୀକୀ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-exclusive]] ଓ [[rc://or/ta/man/translate/figs-you]])

91TH12xud4εὐχαριστοῦμεν τῷ Θεῷ πάντοτε1We always give thanks to God

ଏଠାରେ “ନିରନ୍ତର” ସୂଚାଇଥାଏ ଯେ ଯେତେବେଳେ ପାଉଲ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ସେ ଆପଣା ପ୍ରାର୍ଥନାରେ ଅବିରତ ଥେସଲନୀକୀୟମାନଙ୍କୁ ସ୍ମରଣ କରୁଛନ୍ତି I

101TH12r3ydμνείαν ποιούμενοι ἐπὶ τῶν προσευχῶν ἡμῶν, ἀδιαλείπτως1we mention you continually in our prayers

ଆମ୍ଭେମାନେ ନିରନ୍ତର ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ

111TH13bl7lτοῦ ἔργου τῆς πίστεως1work of faith

ଈଶ୍ବରଙ୍କଠାରେ ଭରସା ଥିବାରୁ କରିଥିବା କର୍ମ ସକଳ

121TH14xky40Connecting Statement:

ପାଉଲ ଥେସଲନୀକୀର ବିଶ୍ବାସୀମାନଙ୍କ ନିମନ୍ତେ ନିରନ୍ତର ଧନ୍ୟବାଦ ଦେଇ ଈଶ୍ବରଙ୍କଠାରେ ଥିବା ସେମାନଙ୍କର ବିଶ୍ବାସ ନିମନ୍ତେ ସେମାନଙ୍କୁ ପ୍ରଶଂସା କରୁଛନ୍ତି I

131TH14erb6ἀδελφοὶ1Brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

141TH14u5erfigs-exclusiveεἰδότες1we know

“ଆମ୍ଭେମାନେ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]])

151TH15ude4οὐκ…ἐν λόγῳ μόνον1not in word only

କେବଳ ଆମ୍ଭେମାନେ କହିଥିବା କଥାରେ ନୁହେଁ

161TH15h675ἀλλὰ καὶ ἐν δυνάμει, καὶ ἐν Πνεύματι Ἁγίῳ1but also in power, in the Holy Spirit

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମା ପାଉଲ ଓ ତାହାଙ୍କର ସାଥୀମାନଙ୍କୁ ଶକ୍ତିଯୁକ୍ତଭାବରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସାମର୍ଥ୍ୟ ଦେଇଥିଲେ କିମ୍ବା ) ପବିତ୍ର ଆତ୍ମା ଥେସଲନୀକୀୟ ବିଶ୍ବାସୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାରର ଏକ ଶକ୍ତିଯୁକ୍ତ ପ୍ରଭାବ ପକାଇଥିଲେ କିଅବା ୩) ପବିତ୍ର ଆତ୍ମା ଆଶ୍ଚର୍ଯ୍ୟକର୍ମ, ଚିହ୍ନ ଓ ଅଦ୍ଭୁତ ଲକ୍ଷଣଦ୍ବାରା ସୁସମାଚାରର ସତ୍ୟତାକୁ ପ୍ରଦର୍ଶନ କରିଥିଲେ I

171TH15t1w3figs-abstractnounsκαὶ πληροφορίᾳ πολλῇ1in much assurance

ଗୁଣବାଚକ ବିଶେଷ୍ୟ “ନିଶ୍ଚୟତା”କୁ ଗୋଟିଏ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ସତ୍ୟ ବୋଲି ଇଶ୍ବର ତୁମ୍ଭମାନଙ୍କ ପ୍ରତି ନିଶ୍ଚିତ କଲେ” (ଦେଖ: [[rc://or/ta/man/translate/figs-abstractnouns]])

181TH15e889οἷοι1what kind of men

ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ଆମ୍ଭେମାନେ କିପରି ବ୍ୟବହାର କରିଥିଲୁ

191TH16cs49καὶ ὑμεῖς μιμηταὶ…ἐγενήθητε1You became imitators

“ଅନୁକାରୀ ହେବା”ର ଅର୍ଥ ଅନ୍ୟଜଣକ ସଦୃଶ କାର୍ଯ୍ୟ କରିବା କିମ୍ବା ଅନ୍ୟର ବ୍ୟବହାରକୁ ନକଲ କରିବା I

201TH16cl6rδεξάμενοι τὸν λόγον1received the word

ବାକ୍ୟକୁ ସ୍ବାଗତ କଲ କିମ୍ବା “ଆମ୍ଭେମାନେ ଯାହା କହିଲୁ, ତାହା ଗ୍ରହଣ କଲ”

211TH16q4gmἐν θλίψει πολλῇ1in much hardship

ଏକ ମହାକ୍ଲେଶ ସମୟରେ କିମ୍ବା “ଅଧିକ ତାଡନା ସମୟରେ”

221TH17ml7utranslate-namesἐν τῇ Ἀχαΐᾳ1Achaia

ଏହା ବର୍ତ୍ତମାନର ଗ୍ରୀସ୍ ରେ ଥିବା ଗୋଟିଏ ପ୍ରାଚୀନ ଜିଲ୍ଲା (ଦେଖ: [[rc://or/ta/man/translate/translate-names]])

231TH18qyk6figs-metonymyὁ λόγος τοῦ Κυρίου1the word of the Lord

ଏଠାରେ ବାକ୍ୟ ହେଉଛି “ସମ୍ବାଦ”ର ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶିକ୍ଷା” (ଦେଖ: [[rc://or/ta/man/translate/figs-metonymy]])

241TH18sht4figs-metaphorἐξήχηται1has rung out

ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କ ଖ୍ରୀଷ୍ଟିୟ ସାକ୍ଷ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବଜାଯାଇଥିବା ଘଣ୍ଟି କିମ୍ବା ବଜାଯାଉଥିବା ଗୋଟିଏ ବାଦ୍ୟଯନ୍ତ୍ର ଥିଲା I (ଦେଖ: [[rc://or/ta/man/translate/figs-metaphor]])

251TH19rd2bαὐτοὶ γὰρ1For they themselves

ପାଉଲ ଆଖପାଖ ଅଞ୍ଚଳରେ ରହିଥିବା ମଣ୍ଡଳୀ ଗୁଡିକ ବିଷୟରେ କହୁଛନ୍ତି, ଯେଉଁମାନେ ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ଶୁଣିଛନ୍ତି I

261TH19amc1figs-rpronounsαὐτοὶ1they themselves

ଏଠାରେ ଥେସଲନୀକୀୟ ବିଶ୍ବାସୀମାନଙ୍କ ବିଷୟରେ ଶୁଣିଥିବା ଲୋକମାନଙ୍କୁ ଗୁରୁତ୍ବ ଦେବାକୁ ”ନିଜେ ନିଜେ” ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: [[rc://or/ta/man/translate/figs-rpronouns]])

271TH19v145figs-metonymyὁποίαν εἴσοδον ἔσχομεν πρὸς ὑμᾶς1what kind of reception we had among you

ଗୁଣବାଚକ ବିଶେଷ୍ୟ “ଗ୍ରହଣ” ଶବ୍ଦକୁ “ଗ୍ରହଣ କରିବା” କିମ୍ବା “ସ୍ବାଗତ କରିବା” କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କେତେ ଆନନ୍ଦର ସହ ଆମ୍ଭମାନଙ୍କୁ ଗ୍ରହଣ କଲ” କିମ୍ବା “ତୁମ୍ଭେମାନେ କେତେ ଆନନ୍ଦର ସହ ଆମ୍ଭମାନଙ୍କୁ ସ୍ବାଗତ କଲ” (ଦେଖ: [[rc://or/ta/man/translate/figs-metonymy]])

281TH19u1umfigs-metaphorἐπεστρέψατε πρὸς τὸν Θεὸν ἀπὸ τῶν εἰδώλων, δουλεύειν Θεῷ ζῶντι καὶ ἀληθινῷ1you turned to God from the idols to serve the living and true God

ଏଠାରେ “ଠାରୁ ...ପ୍ରତି ଫେରିଲ” ଗୋଟିଏ ରୂପକ, ଯାହାର ଅର୍ଥ ଜଣେ ବ୍ୟକ୍ତିଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଓ ଆଉ ଜଣେ ବ୍ୟକ୍ତିଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ବନ୍ଦ କରିବା I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପ୍ରତିମାପୂଜା ବନ୍ଦ କଲ ଓ ଜୀବିତ ଏବଂ ସତ୍ୟ ଈଶ୍ବରଙ୍କ ଉପାସନା କରିବାକୁ ଆରମ୍ଭ କଲ” (ଦେଖ: [[rc://or/ta/man/translate/figs-metaphor]])

291TH110dg6aguidelines-sonofgodprinciplesτὸν Υἱὸν αὐτοῦ1his Son

ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://or/ta/man/translate/guidelines-sonofgodprinciples]])

301TH110pmi8ὃν ἤγειρεν1whom he raised

ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ

311TH110wba8ἐκ τῶν νεκρῶν1from the dead

ଯେପରି ସେ ଆଉ ମୃତହୋଇ ରହିବେ ନାହିଁ I ଏହି ଭାବ ପ୍ରକାଶ କରେ ଯେ ସମସ୍ତ ମୃତଲୋକମାନେ ଏକତ୍ର ଭୂଗର୍ଭରେ ଅଛନ୍ତି I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ହେଉଛି ପୁନର୍ବାର ଜୀବିତ ହେବା I

321TH110pt1sfigs-inclusiveτὸν ῥυόμενον ἡμᾶς1who frees us

ଏଠାରେ ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଛନ୍ତି I (ଦେଖ: [[rc://or/ta/man/translate/figs-inclusive]])

331TH2introkt5l0

୧ ଥେସଲନୀକୀୟ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଖ୍ରୀଷ୍ଟିୟ ସାକ୍ଷ୍ୟ

ପାଉଲ ଆପଣାର “ଖ୍ରୀଷ୍ଟିୟ ସାକ୍ଷ୍ୟ”କୁ ପ୍ରମାଣଭାବରେ ଗୁରୁତ୍ବ ଦେଉଛନ୍ତି ଯେ ସୁସମାଚାର ସତ୍ୟ ଅଟେ I ପାଉଲ କହୁଛନ୍ତି ଯେ ଈଶ୍ବରପରାୟଣ ବା ପବିତ୍ର ହେବା ଅଣଖ୍ରୀଷ୍ଟିୟାନମାନଙ୍କ ପ୍ରତି ସାକ୍ଷ୍ୟ ବହନ କରିଥାଏ I ପାଉଲ ଆପଣା ଚରିତ୍ରର ପକ୍ଷ ସମର୍ଥନ କରୁଛନ୍ତି, ଯେପରି ତାହାଙ୍କର ସାକ୍ଷ୍ୟ ନଷ୍ଟ ହେବ ନାହିଁ I

341TH21pt750Connecting Statement:

ପାଉଲ ବିଶ୍ବାସୀମାନଙ୍କର ସେବା ଓ ପୁରସ୍କାରର ପରିଭାଷା କହୁଛନ୍ତି I

351TH21gpr4figs-rpronounsαὐτοὶ1you yourselves

“ତୁମ୍ଭେମାନେ” ଓ “ତୁମ୍ଭେମାନେ ନିଜେ” ଶବ୍ଦଗୁଡିକ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/tw/dict/bible/kt/testimony]])

361TH21tdl3ἀδελφοί1brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

371TH21g6qqfigs-exclusiveτὴν εἴσοδον ἡμῶν1our coming

“ଆମ୍ଭମାନଙ୍କ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: [[rc://or/tw/dict/bible/kt/godly]]) (ଦେଖ: [[rc://or/tw/dict/bible/kt/holy]])

381TH21w584figs-doublenegativesοὐ κενὴ γέγονεν1was not useless

ଏହାକୁ ସକରାତ୍ମକଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅତି ବହୁମୂଲ୍ୟ ଥିଲା” (ଦେଖ: [[rc://or/ta/man/translate/figs-rpronouns]])

391TH22x6ezπροπαθόντες καὶ ὑβρισθέντες1previously suffered and were shamefully treated

କୁବ୍ୟବହାର ଓ ଅପମାନ ସହିଲୁ

401TH22v4dgἐν πολλῷ ἀγῶνι1in much struggling

ମହା ତାଡନା ମଧ୍ୟରେ ଦୁଃଖ ସହୁଥିବା ସମୟରେ

411TH23t7tyοὐκ ἐκ πλάνης, οὐδὲ ἐξ ἀκαθαρσίας, οὐδὲ ἐν δόλῳ1was not from error, nor from impurity, nor from deceit

ସତ୍ୟ, ପବିତ୍ର ଓ ସଚ୍ଚୋଟ ଥିଲା

421TH24is1aδεδοκιμάσμεθα ὑπὸ τοῦ Θεοῦ, πιστευθῆναι1approved by God to be trusted

ପାଉଲ ଈଶ୍ବରଙ୍କ ଦ୍ବାରା ବିଶ୍ବସ୍ତ ବୋଲି ପରିକ୍ଷୀତ ଓ ପ୍ରମାଣିତ ହୋଇଥିଲେ

431TH24qqj2figs-explicitλαλοῦμεν1we speak

ପାଉଲ ସୁସମାଚାର ବାକ୍ୟର ପ୍ରଚାରକୁ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-explicit]])

441TH24k1m9figs-metonymyτῷ δοκιμάζοντι τὰς καρδίας ἡμῶν1who examines our hearts

“ହୃଦୟ” ଶବ୍ଦଟି ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଇଚ୍ଛା ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଆମ୍ଭମାନଙ୍କର ଇଚ୍ଛା ଓ ଭାବନାକୁ ଜାଣନ୍ତି” (ଦେଖ: [[rc://or/ta/man/translate/figs-metonymy]])

451TH25xcy60General Information:

ପାଉଲ ଥେସଲନୀକୀୟ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ତାହାଙ୍କର ଆଚରଣ ଚାଟୁବାଦ, ଲୋଭ କିମ୍ବା ଆତ୍ମ-ପ୍ରଶଂସା ଉପରେ ଆଧାରିତ ନ ଥିଲା I

461TH25i8crοὔτε…ἐν λόγῳ κολακίας ἐγενήθημεν1we never came with words of flattery

ଆମ୍ଭେମାନେ କେବେ ବି ତୁମ୍ଭମାନଙ୍କୁ ଛଳନାକରି ପ୍ରଶଂସା କରି ନ ଥିଲୁ

471TH27ag1lfigs-simileὡς ἐὰν τροφὸς θάλπῃ τὰ ἑαυτῆς τέκνα1as a mother comforting her own children

ଯେପରି ଜଣେ ମାତା ଆପଣାର ପିଲାମାନଙ୍କୁ ମୃଦୁଭାବରେ ସାନ୍ତ୍ବନା ଦେଇଥାଏ, ସେପରି ପାଉଲ, ସିଲ୍ବାନ ଓ ତୀମଥି ଥେସଲନୀକୀୟ ବିଶ୍ବାସୀମାନଙ୍କୁ ମୃଦୁଭାବରେ କଥା କହିଥିଲେ I (ଦେଖ: [[rc://or/ta/man/translate/figs-simile]])

481TH28r8b4οὕτως ὁμειρόμενοι ὑμῶν1In this way we had affection for you

ଏହି ପ୍ରକାରେ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ପ୍ରଦର୍ଶନ କରିଥିଲୁ

491TH28g73fὁμειρόμενοι ὑμῶν1we had affection for you

ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରେମ କରିଥିଲୁ

501TH28q86vfigs-metaphorεὐδοκοῦμεν μεταδοῦναι ὑμῖν, οὐ μόνον τὸ εὐαγγέλιον τοῦ Θεοῦ, ἀλλὰ καὶ τὰς ἑαυτῶν ψυχάς1We were pleased to share with you not only the gospel of God but also our own lives

ପାଉଲ ସୁସମାଚାରର ବାକ୍ୟ ଓ ଆପଣା ଏବଂ ଆପଣା ସହିତ ଥିବା ଲୋକମାନଙ୍କ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ପାର୍ଥିବ ବସ୍ତୁ, ଯାହା ଜଣେ ଅନ୍ୟମାନଙ୍କ ସହିତ ବାଣ୍ଟିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସୁସମାଚାର ବିଷୟରେ କେବଳ କହିବାକୁ ସନ୍ତୁଷ୍ଟ ନ ଥିଲୁ, ମାତ୍ର ତୁମ୍ଭମାନଙ୍କ ସହିତ ସମୟ କ୍ଷେପଣ କରିବାକୁ ଓ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସନ୍ତୁଷ୍ଟ ଥିଲୁ” (ଦେଖ: [[rc://or/ta/man/translate/figs-metaphor]])

511TH28p4e4ἀγαπητοὶ ἡμῖν ἐγενήθητε1you had become very dear to us

ଆମ୍ଭେମାନେ ପ୍ରାଣର ସହିତ ତୁମ୍ଭମାନଙ୍କର ଯତ୍ନ ନେଇଥିଲୁ

521TH29j9luἀδελφοί1brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

531TH29tc98figs-doubletτὸν κόπον ἡμῶν καὶ τὸν μόχθον1our labor and toil

“ପରିଶ୍ରମ ଓ କଠିନ କାର୍ଯ୍ୟ”ର ଅର୍ଥ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ସେମାନେ କିପରି କଠିନ ପରିଶ୍ରମ କରିଥିଲେ, ତାହାକୁ ଗୁରୁତ୍ବ ଦେବାପାଇଁ ପାଉଲ ସେଗୁଡିକ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ କିପରି କଠିନ ପରିଶ୍ରମ କରିଥିଲୁ” (ଦେଖ: [[rc://or/ta/man/translate/figs-doublet]])

541TH29b16fνυκτὸς καὶ ἡμέρας ἐργαζόμενοι, πρὸς τὸ μὴ ἐπιβαρῆσαί τινα ὑμῶν1Night and day we were working so that we might not weigh down any of you

ଆମ୍ଭମାନଙ୍କର ଜୀବିକା ନିମନ୍ତେ ଆମ୍ଭେମାନେ କଠିନ ପରିଶ୍ରମ କରିଥିଲୁ, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ ହେବ ନାହିଁ

551TH210il3eὁσίως, καὶ δικαίως, καὶ ἀμέμπτως1holy, righteous, and blameless

ପାଉଲ ତିନୋଟି ଶବ୍ଦ ବ୍ୟବହାର କରୁଛନ୍ତି ଯାହା ଥେସଲନୀକୀୟ ବିଶ୍ବାସୀମାନଙ୍କ ପ୍ରତି ସେମାନଙ୍କର ଉତ୍ତମ ବ୍ୟବହାରକୁ ବର୍ଣ୍ଣନା କରେ I

561TH211i58mfigs-metaphorὡς πατὴρ τέκνα ἑαυτοῦ1as a father with his own children

ଜଣେ ପିତା ଆପଣା ପିଲାମାନଙ୍କୁ ମୃଦୁତାର ସହ ଶିକ୍ଷାଦେବା ବିଷୟକୁ ପାଉଲ ତାଙ୍କର ଥେସଲନୀକୀୟମାନଙ୍କୁ ଉତ୍ସାହଦେବା ବିଷୟ ସହିତ ତୁଳନା କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])

571TH212m91efigs-doubletπαρακαλοῦντες ὑμᾶς, καὶ παραμυθούμενοι, καὶ μαρτυρόμενοι…ὑμᾶς1exhorting you and encouraging and urging you
581TH212n8drfigs-hendiadysεἰς τὴν ἑαυτοῦ βασιλείαν καὶ δόξαν1into his own kingdom and glory

“ଗୌରବ” ଶବ୍ଦଟି “ରାଜ୍ୟ” ଶବ୍ଦକୁ ବର୍ଣ୍ଣନା କରେ I ବିକଳ୍ପ ଅନୁବାଦ: “ତାହାଙ୍କ ନିଜର ଗୌରବମୟ ରାଜ୍ୟ ମଧ୍ୟକୁ” (ଦେଖ: [[rc://or/ta/man/translate/figs-hendiadys]])

591TH212qmc3figs-metaphorεἰς τὸ περιπατεῖν ὑμᾶς ἀξίως τοῦ Θεοῦ1to walk in a manner that is worthy of God

ଏଠାରେ ଆଚରଣ କରିବା “ଜୀବନ ଯାପନ କରିବା” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଜୀବନ ଯାପନ କର, ଯେପରି ଲୋକମାନେ ଈଶ୍ବରଙ୍କ ବିଷୟରେ ଉତ୍ତମ ଚିନ୍ତା କରିବେ” (ଦେଖ: [[rc://or/ta/man/translate/figs-metaphor]])

601TH213au3b0General Information:

ପାଉଲ “ଆମ୍ଭେମାନେ” ଶବ୍ଦକୁ ଆପଣାକୁ ଓ ଆପଣା ସହଯାତ୍ରୀମାନଙ୍କୁ ଏବଂ “ତୁମ୍ଭେମାନେ” ଶବ୍ଦକୁ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଇବା ନିମନ୍ତେ ବ୍ୟବହାର କରି ଚାଲିଛନ୍ତି I

611TH213z53wκαὶ ἡμεῖς εὐχαριστοῦμεν τῷ Θεῷ ἀδιαλείπτως1we also thank God constantly

ପାଉଲ ଈଶ୍ବରଙ୍କୁ ବାରମ୍ବାର ଧନ୍ୟବାଦ ଦେଉଛନ୍ତି ଯେ ସେମାନେ ତାହାଙ୍କ ପ୍ରଚାରିତ ସୁସମାଚାରର ସମ୍ବାଦକୁ ଗ୍ରହଣ କରିଛନ୍ତି I

621TH213zj5ffigs-synecdocheοὐ λόγον ἀνθρώπων1not as the word of man

ଏଠାରେ ମନୁଷ୍ୟର ବାକ୍ୟ ଗୋଟିଏ ରୂପକ ଯାହା “କେବଳ ଜଣେ ମନୁଷ୍ୟଠାରୁ ଆସିଥିବା ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “(ଏହା) ଜଣେ ମନୁଷ୍ୟକୃତ ସମ୍ବାଦ ନ ଥିଲା” (ଦେଖ: [[rc://or/ta/man/translate/figs-synecdoche]])

631TH213rpb1figs-metonymyἐδέξασθε…καθὼς ἀληθῶς ἐστὶν, λόγον Θεοῦ1you accepted it ... as it truly is, the word of God

ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କଠାରୁ ଆସିଥିବା ସମ୍ବାଦକୁ ସତ୍ୟସମ୍ବାଦ ଭାବରେ ...ତୁମ୍ଭେମାନେ ଗ୍ରହଣ କଲ” (ଦେଖ: [[rc://or/ta/man/translate/figs-metonymy]])

641TH213ci1efigs-personificationὃς καὶ ἐνεργεῖται ἐν ὑμῖν τοῖς πιστεύουσιν1which is also at work in you who believe
651TH214s2mpἀδελφοί1brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

661TH214mh8nμιμηταὶ ἐγενήθητε…τῶν ἐκκλησιῶν1became imitators of the churches

ଥେସଲନୀକୀୟ ବିଶ୍ବାସୀମାନେ ଯିହୂଦାଦେଶସ୍ଥ ବିଶ୍ବାସୀମାନଙ୍କ ପରି ତାଡନା ସହ୍ୟ କରୁଥିଲେ I “ମଣ୍ଡଳୀସମୂହ ସଦୃଶ ହୋଇଥିଲେ”

671TH214cxm3ὑπὸ τῶν ἰδίων συμφυλετῶν1from your own countrymen

ଅନ୍ୟ ଥେସଲନୀକୀୟମାନଙ୍କଠାରୁ

681TH216rw7eκωλυόντων ἡμᾶς…λαλῆσαι1They forbid us to speak

ସେମାନେ ଆମ୍ଭମାନଙ୍କୁ କଥା କହିବାରୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି

691TH216n2uefigs-metaphorτὸ ἀναπληρῶσαι αὐτῶν τὰς ἁμαρτίας πάντοτε1they always fill up their own sins

ପାଉଲ କହୁଛନ୍ତି ଯେ ସତେ ଯେପରି ତରଳ ପଦାର୍ଥ ସଦୃଶ କେହି ଜଣେ ଗୋଟିଏ ପାତ୍ରରେ ସେମାନଙ୍କର ପାପକୁ ପୂର୍ଣ୍ଣ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])

701TH216fq9mἔφθασεν…ἐπ’ αὐτοὺς ἡ ὀργὴ εἰς τέλος1wrath will overtake them in the end

ଏହା ପରିଶେଷରେ ଈଶ୍ବର ଲୋକମାନଙ୍କର ପାପ ନିମନ୍ତେ ସେମାନଙ୍କର ବିଚାରକରି ଦଣ୍ଡଦେବାକୁ ବୁଝାଏ I

711TH217edb1ἀδελφοί1brothers

ଏଠାରେ ଏହାର ଅର୍ଥ ହେଉଛି ସହବିଶ୍ବାସୀଗଣ ଯହିଁରେ ଉଭୟ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ I

721TH217vr7vfigs-metonymyπροσώπῳ οὐ καρδίᾳ1in person not in heart

ଏଠାରେ “ହୃଦୟ” ଭାବନା ଓ ଭାବପ୍ରବଣତାକୁ ବୁଝାଏ I ଯଦିଓ ପାଉଲ ଓ ତାହାଙ୍କର ସହଯାତ୍ରୀମାନେ ଶାରୀରିକଭାବେ ଥେସଲନୀକୀରେ ଉପସ୍ଥିତ ନ ଥିଲେ, ତଥାପି ସେମାନେ ସେଠାକାର ବିଶ୍ବାସୀମାନଙ୍କର ଯତ୍ନ ନେବାକୁ ଓ ସେମାନଙ୍କ ସକାଶେ ଚିନ୍ତା କରିବାକୁ ଜାରିରଖିଥିଲେ I ବିକଳ୍ପ ଅନୁବାଦ: “ଶାରୀରିକଭାବେ ଉପସ୍ଥିତ ନ ଥିଲେ ସୁଦ୍ଧା ଆମ୍ଭେମାନେ ତୁମ୍ଭମାନଙ୍କ ସକାଶେ ଚିନ୍ତା କରୁଥିଲୁ” (ଦେଖ: [[rc://or/ta/man/translate/figs-metonymy]])

731TH217t5d5figs-synecdocheτὸ πρόσωπον ὑμῶν ἰδεῖν1to see your face

ଏଠାରେ “ତୁମ୍ଭମାନଙ୍କ ମୁଖ”ର ଅର୍ଥ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଦେଖିବାକୁ” କିମ୍ବା “ତୁମ୍ଭମାନଙ୍କ ସହିତ ରହିବାକୁ” (ଦେଖ: [[rc://or/ta/man/translate/figs-synecdoche]])

741TH219j7j5figs-rquestionτίς γὰρ ἡμῶν ἐλπὶς ἢ χαρὰ ἢ στέφανος καυχήσεως? ἢ οὐχὶ καὶ ὑμεῖς, ἔμπροσθεν τοῦ Κυρίου ἡμῶν, Ἰησοῦ, ἐν τῇ αὐτοῦ παρουσίᾳ?1For what is our hope, or joy, or crown of pride in front of our Lord Jesus at his coming? Is it not you?

ଥେସଲନୀକୀୟ ବିଶ୍ବାସୀମାନଙ୍କୁ ଆସି ଦେଖିବାକୁ ଚାହୁଁଥିବା କାରଣଗୁଡିକୁ ଗୁରୁତ୍ବଦେବାକୁ ପାଉଲ ପ୍ରଶ୍ନଗୁଡିକୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଆଗମନ ସମୟରେ ଆମ୍ଭମାନଙ୍କ ଭବିଷ୍ୟତର ଭରସା ଓ ଆନନ୍ଦ ଏବଂ ଦର୍ପର ମୁକୁଟ ଅଟ” (ଦେଖ: [[rc://or/ta/man/translate/figs-rquestion]])

751TH219mj9nfigs-metonymyἡμῶν ἐλπὶς…ἢ οὐχὶ καὶ ὑμεῖς1our hope ... Is it not you

“ଭରସା” କହିବା ଦ୍ବାରା ପାଉଲ କହୁଛନ୍ତି ଯେ ତାହାଙ୍କର କର୍ମ ନିମନ୍ତେ ଈଶ୍ବର ତାହାଙ୍କୁ ପୁରସ୍କାର ଦେବେ ବୋଲି ତାଙ୍କର ନିଶ୍ଚୟତା ଅଛି I ଥେସଲନୀକୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କ ଭରସାର କାରଣ ଅଟନ୍ତି I (ଦେଖ: [[rc://or/ta/man/translate/figs-metonymy]])

761TH219ty78figs-metonymyἢ χαρὰ1or joy

ଥେସଲନୀକୀୟ ଖ୍ରୀଷ୍ଟିୟାନମାନେ ତାହାଙ୍କ ଆନନ୍ଦର କାରଣ ଅଟନ୍ତି I (ଦେଖ: [[rc://or/ta/man/translate/figs-metonymy]])

771TH219e7tlfigs-metonymyστέφανος καυχήσεως1crown of pride

ଏଠାରେ “ମୁକୁଟ”ର ଅର୍ଥ ବିଜୟୀ କ୍ରୀଡାବିତ୍ ମାନଙ୍କୁ ଦିଆଯାଉଥିବା ଲରେଲ୍ ପତ୍ରର ମାଳାକୁ ବୁଝାଏ I “ଦର୍ପର ମୁକୁଟ” ଭାବଟିର ଅର୍ଥ ହେଉଛି ବିଜୟ ନିମନ୍ତେ ଅବା ଉତ୍ତମ କର୍ମ କରିଥିବା ସକାଶୁ ଦିଆଯାଉଥିବା ପୁରସ୍କାର I (ଦେଖ: [[rc://or/ta/man/translate/figs-metonymy]])

781TH3introj3790

୧ ଥେସଲନୀକୀୟ ୦୩ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ସ୍ଥିତି

ଏହି ଅଧ୍ୟାୟରେ ସ୍ଥିର ହୋଇ ରହିବା ବିଷୟକୁ ବୁଝାଇବା ନିମନ୍ତେ ପାଉଲ “ଅଟଳ ରହିବା” ପଦକୁ ବ୍ୟବହାର କରୁଛନ୍ତି I ସ୍ଥିର ହୋଇ ରହିବା କିମ୍ବା ବିଶ୍ବସ୍ତ ରହିବା ବିଷୟକୁ ବୁଝାଇବାର ଏହା ଗୋଟିଏ ସାଧାରଣ ଶୈଳୀ ଅଟେ I “ଇତଃସ୍ତତଃ” ହେବା ବିଷୟକୁ ପାଉଲ ସ୍ଥିରହୋଇ ରହିବାର ବିପରୀତ ଅର୍ଥରେ ବ୍ୟବହାର କରୁଛନ୍ତି I (ଦେଖ: [[rc://or/tw/dict/bible/kt/faithful]])

791TH31nal10Connecting Statement:

ପାଉଲ ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନଙ୍କର ବିଶ୍ବାସକୁ ବଳିଷ୍ଠ କରିବା ନିମନ୍ତେ ସେ ତୀମଥିଙ୍କୁ ପଠାଇ ଅଛନ୍ତି I

801TH31fqe3μηκέτι στέγοντες1we could no longer bear it

ତୁମ୍ଭମାନଙ୍କ ବିଷୟରେ ଚିନ୍ତାଗ୍ରସ୍ତ ହେବା ବିଷୟ ଆମ୍ଭେମାନେ ଆଉ ସହ୍ୟ କରିପାରିଲୁ ନାହିଁ

811TH31t3vtηὐδοκήσαμεν καταλειφθῆναι ἐν Ἀθήναις μόνοι1good to be left behind at Athens alone

ସିଲ୍ବାନ ଓ ମୋ ପାଇଁ ଆଥୀନୀରେ ପଛରେ ରହିବା ଉତ୍ତମ ବୋଧ ହେଲା

821TH31qhj4ηὐδοκήσαμεν1it was good

ଏହା ଉପଯୁକ୍ତ କିମ୍ବା “ଏହା ଯୁକ୍ତିଯୁକ୍ତ” ଥିଲା

831TH31laf9translate-namesἈθήναις1Athens

ଏହା ଆଖାୟା ପ୍ରଦେଶର ଗୋଟିଏ ନଗର, ଯାହା ବର୍ତ୍ତମାନ ଆଧୁନିକ ଗ୍ରୀସ୍ ରେ ଅଛି I (ଦେଖ: [[rc://or/ta/man/translate/translate-names]])

841TH32d8yyτὸν ἀδελφὸν ἡμῶν, καὶ διάκονον1our brother and fellow worker

ଏହି ଉଭୟ ଭାବଗୁଡିକ ତୀମଥିଙ୍କୁ ବୁଝାଏ I

851TH33y74mfigs-idiomμηδένα σαίνεσθαι1no one would be shaken

“ଇତଃସ୍ତତଃ” ହେବା ବିଷୟ ଭୟଭୀତ ହେବା ବିଷୟ ପାଇଁ ଗୋଟିଏ ରୂଢ଼ି ଅଟେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଭରସା କଲେ କେହି ଭୟଭୀତ ହେବେ ନାହିଁ” (ଦେଖ: [[rc://or/ta/man/translate/figs-idiom]])

861TH33rkx9figs-explicitκείμεθα1we have been appointed

ପାଉଲ ଧରି ନେଉଛନ୍ତି ଯେ ସେମାନଙ୍କୁ ଈଶ୍ବର ନିଯୁକ୍ତ କରିଅଛନ୍ତି ବୋଲି ସମସ୍ତେ ଜାଣିଛନ୍ତି I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ନିଯୁକ୍ତ କରିଅଛନ୍ତି” (ଦେଖ: [[rc://or/ta/man/translate/figs-explicit]])

871TH34nm1lθλίβεσθαι1to suffer affliction

ଅନ୍ୟମାନଙ୍କ ଦ୍ବାରା କୁବ୍ୟବହାର ପାଇବାକୁ

881TH35st3dfigs-idiomκἀγὼ μηκέτι στέγων1I could no longer stand it

ପାଉଲ ଗୋଟିଏ ରୂଢ଼ି ବ୍ୟବହାରକରି ଆପଣାର ଭାବପ୍ରବଣତାକୁ ବର୍ଣ୍ଣନା କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଆଉ ଧୈର୍ଯ୍ୟର ସହିତ ଅପେକ୍ଷା କରିପାରିଲି ନାହିଁ” (ଦେଖ: [[rc://or/ta/man/translate/figs-idiom]])

891TH35zn36figs-explicitἔπεμψα1I sent

ଏହା ସୂଚାଇଦିଏ ଯେ ପାଉଲ ତୀମଥିଙ୍କୁ ପଠାଇଥିଲେ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତୀମଥିଙ୍କୁ ପଠାଇଲି” (ଦେଖ: [[rc://or/ta/man/translate/figs-explicit]])

901TH35g92sὁ κόπος ἡμῶν1our labor

ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭମାନଙ୍କର କଠିନ ପରିଶ୍ରମ କିମ୍ୱା “ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭମାନଙ୍କର ଶିକ୍ଷା”

911TH35ne5xεἰς κενὸν1in vain

ବ୍ୟର୍ଥ

921TH36r4pa0Connecting Statement:

ତୀମଥି ସେମାନଙ୍କୁ ପରିଦର୍ଶନକରି ଫେରିଆସି ଦେଇଥିବା ବିବରଣୀ ବିଷୟରେ ପାଉଲ ଆପଣା ପାଠକମାନଙ୍କୁ କହୁଛନ୍ତି I

931TH36gci4figs-exclusiveἐλθόντος…πρὸς ἡμᾶς1came to us

“ଆମ୍ଭମାନଙ୍କୁ” ଶବ୍ଦଟି ପାଉଲ ଓ ସିଲ୍ବାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-exclusive]])

941TH36tu8dfigs-explicitεὐαγγελισαμένου…τὴν πίστιν…ὑμῶν1the good news of your faith

ଏଥିରୁ ବୁଝିହୁଏ ଯେ ଏହା ଖ୍ରୀଷ୍ଟଙ୍କଠାରେ ଥିବା ଭରସାକୁ ବୁଝାଏ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ବିଶ୍ବାସର ଗୋଟିଏ ଉତ୍ତମ ସମ୍ବାଦ” (ଦେଖ: [[rc://or/ta/man/translate/figs-explicit]])

951TH36e6kxἔχετε μνείαν…ἀγαθὴν πάντοτε1you always have good memories

ଯେତେବେଳେ ସେମାନେ ପାଉଲଙ୍କ ବିଷୟ ଚିନ୍ତା କରନ୍ତି, ସେମାନେ ସର୍ବଦା ତାହାଙ୍କ ବିଷୟରେ ଉତ୍ତମ ଭାବନା ରଖିଥାନ୍ତି I

961TH36tx4hἐπιποθοῦντες ἡμᾶς ἰδεῖν1you long to see us

ତୁମ୍ଭେମାନେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ

971TH37mqy5ἀδελφοί1brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

981TH37k54jfigs-explicitδιὰ τῆς ὑμῶν πίστεως1because of your faith

ଏହା ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସକୁ ବୁଝାଏ I ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଥିବା ସକାଶୁ” (ଦେଖ: [[rc://or/ta/man/translate/figs-explicit]])

991TH37csz7figs-doubletἐπὶ πάσῃ τῇ ἀνάγκῃ καὶ θλίψει ἡμῶν1in all our distress and affliction

“କ୍ଲେଶ” ଶବ୍ଦଟି ସେମାନେ କାହିଁକି “ଦୁଃଖ”ରେ ଅଛନ୍ତି, ତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସମସ୍ତ କ୍ଲେଶ ଦ୍ବାରା ଘଟିଥିବା ସମସ୍ତ ଦୁଃଖରେ” (ଦେଖ: [[rc://or/ta/man/translate/figs-doublet]])

1001TH38x5xtfigs-idiomζῶμεν1we live

ଏହା ଗୋଟିଏ ରୂଢ଼ି ଯାହା ସନ୍ତୋଷଜନକ ଜୀବନଯାପନକୁ ପ୍ରକାଶ କରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅତି ଉତ୍ସାହିତ ଅଟୁ” (ଦେଖ: [[rc://or/ta/man/translate/figs-idiom]])

1011TH38x4znfigs-idiomἐὰν ὑμεῖς στήκετε ἐν Κυρίῳ1if you stand firm in the Lord

“ଅଟଳ ରହିବା” ଗୋଟିଏ ରୂଢ଼ି ଯାହା ବିଶ୍ବସ୍ତହୋଇ ରହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ନିରନ୍ତର ଭରସା ରଖିବ” (ଦେଖ: [[rc://or/ta/man/translate/figs-idiom]])

1021TH39pzq7figs-rquestionτίνα γὰρ εὐχαριστίαν δυνάμεθα τῷ Θεῷ ἀνταποδοῦναι περὶ ὑμῶν, ἐπὶ πάσῃ τῇ χαρᾷ ᾗ χαίρομεν δι’ ὑμᾶς, ἔμπροσθεν τοῦ Θεοῦ ἡμῶν1For what thanks can we give to God for you, for all the joy that we have before our God over you?

ଏହି ଭାବପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ନିମନ୍ତେ ଯାହା ସବୁ କରିଅଛନ୍ତି, ସେଥିନିମନ୍ତେ ଆମ୍ଭେମାନେ ତାହାଙ୍କୁ ଆଉ ଏହାଠାରୁ ଅଧିକ ଧନ୍ୟବାଦ ଦେଇପାରିବୁ ନାହିଁ! ଆମ୍ଭେମାନେ ଯେତେବେଳେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ, ଆମ୍ଭେମାନେ ତୁମ୍ଭମାନଙ୍କ ସକାଶେ ଅତିଶୟ ଆନନ୍ଦ କରୁଅଛୁ!” (ଦେଖ: [[rc://or/ta/man/translate/figs-rquestion]])

1031TH39p5kafigs-metaphorἔμπροσθεν τοῦ Θεοῦ ἡμῶν1before our God

ପାଉଲ କହୁଛନ୍ତି ଯେ ସେ ଓ ତାହାଙ୍କର ସଙ୍ଗୀମାନେ ସତେ ଯେପରି ଶାରୀରିକ ଭାବେ ଈଶ୍ବରଙ୍କ ଉପସ୍ଥିତିରେ ଅଛନ୍ତି I ସେ ସମ୍ଭବତଃ ପ୍ରାର୍ଥନାର କାର୍ଯ୍ୟକୁ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])

1041TH310k71nὑπέρ ἐκ περισσοῦ1very hard

ଅତିଶୟ

1051TH310eb26figs-synecdocheτὸ ἰδεῖν ὑμῶν τὸ πρόσωπον1see your face

“ମୁଖ” ଶବ୍ଦଟି ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସାକ୍ଷାତ କରିବାକୁ” (ଦେଖ: [[rc://or/ta/man/translate/figs-synecdoche]])

1061TH311tet90General Information:

ଏହି ପଦଗୁଡିକରେ, “ଆମ୍ଭମାନଙ୍କ” ଶବ୍ଦଟି ସବୁବେଳେ ସମାନ ଲୋକ ଦଳକୁ ବୁଝାଉନାହିଁ I ନିର୍ଦ୍ଦିଷ୍ଟ ବିଷୟ ଜାଣିବା ନିମନ୍ତେ ଦୟାକରି ଅନୁବାଦ ଟିପ୍ପଣୀକୁ ଦେଖନ୍ତୁ I

1071TH311bql9figs-inclusiveὁ Θεὸς…Πατὴρ ἡμῶν1May our God ... our Lord Jesus

ପାଉଲ ଆପଣାର ସେବା ଦଳ ସହିତ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ସାମିଲ କରୁଛନ୍ତି I (ଦେଖ: [[rc://or/ta/man/translate/figs-inclusive]])

1081TH311mc2mὁ Θεὸς…ἡμῶν1May our God

ଆମ୍ଭେମାନେ ପ୍ରାର୍ଥନା କରୁଅଛୁ ଯେ ଆମ୍ଭମାନଙ୍କ ଈଶ୍ବର

1091TH311um1cfigs-metaphorκατευθύναι τὴν ὁδὸν ἡμῶν πρὸς ὑμᾶς1direct our way to you

ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଚାହୁଁଛନ୍ତି ଯେ ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ସାକ୍ଷାତ କରିବା ନିମନ୍ତେ ଈଶ୍ବର ତାହାଙ୍କୁ ଓ ତାହାଙ୍କର ସଙ୍ଗୀମାନଙ୍କୁ ପଥ ଦେଖାଇ ଦିଅନ୍ତୁ I ତାହାଙ୍କ କହିବାର ଅର୍ଥ ସେ ଚାହାନ୍ତି ଯେ ତାହା କରିବା ନିମନ୍ତେ ଈଶ୍ବର ସେମାନଙ୍କ ନିମନ୍ତେ ତାହା ସମ୍ଭବ କରନ୍ତୁ I (ଦେଖ: [[rc://or/ta/man/translate/figs-metaphor]])

1101TH311efl5figs-exclusiveκατευθύναι τὴν ὁδὸν ἡμῶν πρὸς ὑμᾶς1direct our way to you

“ଆମ୍ଭମାନଙ୍କ” ଶବ୍ଦଟି ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ, କିନ୍ତି ଥେସଲନୀକୀୟ ବିଶ୍ବାସୀମାନଙ୍କୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]])

1111TH311mp6sfigs-rpronounsαὐτὸς…Πατὴρ1Father himself

ଏଠାରେ “ସେ ନିଜେ” ଶବ୍ଦଟି ଗୁରୁତ୍ବ ବଢାଇବାପାଇଁ ପୂର୍ବ ଉଲ୍ଲେଖିତ “ପିତା” ଶବ୍ଦକୁ ବୁଝାଏ I (ଦେଖ: [[rc://or/ta/man/translate/figs-rpronouns]])

1121TH312f5z3figs-metaphorπλεονάσαι καὶ περισσεύσαι τῇ ἀγάπῃ1increase and abound in love

ପାଉଲ ପ୍ରେମକୁ ଗୋଟିଏ ବସ୍ତୁ ସଦୃଶ କହୁଛନ୍ତି ଯାହା ଅଧିକ ପ୍ରାପ୍ତ କରାଯାଇପାରିବ I (ଦେଖ: [[rc://or/ta/man/translate/figs-metaphor]])

1131TH313ly21figs-metonymyτὸ στηρίξαι ὑμῶν τὰς καρδίας, ἀμέμπτους1strengthen your hearts, so that they will be

ଏଠାରେ “ହୃଦୟ” ଜଣେ ଲୋକର ବିଶ୍ବାସ ଓ ବୋଧ ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ସୁସ୍ଥିରକରି ରଖନ୍ତୁ, ଯେପରି ତୁମ୍ଭେମାନେ” (ଦେଖ: [[rc://or/ta/man/translate/figs-metonymy]])

1141TH313xsd3ἐν τῇ παρουσίᾳ τοῦ Κυρίου ἡμῶν, Ἰησοῦ1at the coming of our Lord Jesus

ଯେତେବେଳେ ଯୀଶୁ ପୃଥିବୀକୁ ପୁନରାଗମନ କରିବେ

1151TH313jlc5μετὰ πάντων τῶν ἁγίων αὐτοῦ1with all his saints

ଯେଉଁମାନେ ତାହାଙ୍କର, ସେ ସମସ୍ତଙ୍କ ସହିତ

1161TH4introb1z50

୧ ଥେସଲନୀକୀୟ ୦୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଯୌନଗତ ଅଶୁଚିତା

ବିଭିନ୍ନ ସଂସ୍କୃତିରେ ଭିନ୍ନଭିନ୍ନ ମାନଦଣ୍ଡର ଯୌନଗତ ନୈତିକତା ଅଛି I ଏହିସବୁ ସାଂସ୍କୃତିକ ମାନଦଣ୍ଡଥିବା ସକାଶୁ ଏହି ଅନୁଚ୍ଛେଦକୁ ଅନୁବାଦ କରିବାପାଇଁ କଷ୍ଟକର ହେବ I ଅନୁବାଦକମାନେ ମଧ୍ୟ ସଂସ୍କୃତିରେ ନିଷେଧଥିବା ବିଷୟ ପ୍ରତି ସଚେତନହେବା ଆବଶ୍ୟକ I ଏଗୁଡିକୁ ଆଲୋଚନା ନିମିତ୍ତ ଅନୁପଯୁକ୍ତ ପ୍ରସଂଗ ବୋଲି ବିବେଚନା କରାଯାଏ I

ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିବା I

ଆଦ୍ୟ ମଣ୍ଡଳୀରେ ବିଶ୍ବାସୀମାନେ ସ୍ପଷ୍ଟଭାବେ ଆଶ୍ଚର୍ଯଚକିତ ହେଉଥିଲେ ଯେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ଜଣେ ବିଶ୍ବାସୀ ମୃତ୍ୟୁଭୋଗ କଲେ, ତାହା ପ୍ରତି କଅଣ ଘଟିବ I ସେମାନେ ହୁଏତ ବ୍ୟତିବ୍ୟସ୍ତ ହୋଇଥିବେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କର ପୁନରାଗମନ ପୂର୍ବରୁ ମୃତ୍ୟୁଭୋଗ କରିବେ, ସେମାନେ ଈଶ୍ବରଙ୍କ ରାଜ୍ୟର ଅଂଶୀ ହେବେ ନା ନାହିଁ I ପାଉଲ ସେହି ଚିନ୍ତାଧାରା ସମ୍ବନ୍ଧରେ ଉତ୍ତର ଦେଉଛନ୍ତି I

“ମଧ୍ୟାକାଶରେ ମେଘମାଳାରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଉଠାଇ ନିଆଯିବା”

ଏହି ଅନୁଚ୍ଛେଦଟି ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଯୀଶୁ ଆପଣା ନିକଟକୁ ଆହ୍ବାନ କରିବାର ସମୟକୁ ବୁଝାଏ I ଏହା ଖ୍ରୀଷ୍ଟଙ୍କର ଅନ୍ତିମ ଗୌରବମୟ ଆଗମନ ବିଷୟରେ ଉଲ୍ଲେଖ କରୁଛି କି ନାହିଁ, ସେ ବିଷୟରେ ପଣ୍ଡିତମାନେ ଭିନ୍ନଭିନ୍ନ ମତ ଦିଅନ୍ତି I (ଦେଖ: [[rc://or/tw/dict/bible/kt/believe]])

1171TH41wk39ἀδελφοί1brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1181TH41u2lwfigs-doubletἐρωτῶμεν ὑμᾶς καὶ παρακαλοῦμεν1we encourage and exhort you
1191TH41iij6figs-activepassiveπαρελάβετε παρ’ ἡμῶν1you received instructions from us

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଲୁ” (ଦେଖ: [[rc://or/ta/man/translate/figs-activepassive]])

1201TH41p4dbfigs-metaphorδεῖ ὑμᾶς περιπατεῖν1you must walk

ଏଠାରେ “ଆଚରଣ କରିବା”ର ଅର୍ଥ ଜଣକର ଜୀବନ ଯାପନର ମାର୍ଗକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଜୀବନଯାପନ କରିବକୁ ହେବ” (ଦେଖ: [[rc://or/ta/man/translate/figs-metaphor]])

1211TH42vg16figs-metaphorδιὰ τοῦ Κυρίου Ἰησοῦ1through the Lord Jesus

ପାଉଲ ଆପଣା ଶିକ୍ଷା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ସ୍ବୟଂ ଯୀଶୁଙ୍କ ଦ୍ବାରା ଦତ୍ତ ହୋଇଅଛି I (ଦେଖ: [[rc://or/ta/man/translate/figs-metaphor]])

1221TH43mw4jἀπέχεσθαι ὑμᾶς…τῆς πορνείας1you avoid sexual immorality

ତୁମ୍ଭେମାନେ ଯୌନଗତ ଅଶୁଚି କାର୍ଯ୍ୟରୁ ଦୂରରେ ରୁହ

1231TH44f4uxεἰδέναι…τὸ ἑαυτοῦ σκεῦος, κτᾶσθαι1know how to possess his own vessel

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆପଣା ସ୍ତ୍ରୀ ସହିତ ବାସ କରିବାକୁ ଜାଣ” କିମ୍ବା ) “ଆପଣାର ନିଜ ଶରୀରକୁ ନିୟନ୍ତ୍ରଣ କରିବାକୁ ଜାଣ”

1241TH45x2t7ἐν πάθει ἐπιθυμίας1in the passion of lust

ମନ୍ଦ ଯୌନଗତ ଅଭିଳାଷ ଦ୍ବାରା

1251TH46gn9ifigs-gendernotationsτὸ μὴ1no man

ଏଠାରେ “ମନୁଷ୍ୟ” ଜଣେ ପୁରୁଷ କିମ୍ବା ସ୍ତ୍ରୀ ଲୋକକୁ ବୁଝାଏ I “କେହି ନୁହଁ” କିମ୍ବା “କୌଣସି ବ୍ୟକ୍ତି ନୁହଁ” (ଦେଖ: [[rc://or/ta/man/translate/figs-gendernotations]])

1261TH46a9stfigs-doubletὑπερβαίνειν καὶ πλεονεκτεῖν1transgress and wrong

ଧାରଣାଟିକୁ ଜୋର୍ ଦେବାପାଇଁ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ପ୍ରକାଶ କରୁଥିବା ଏହା ଗୋଟିଏ ଯୁଗ୍ମ ଶବ୍ଦ I (ଦେଖ: [[rc://or/ta/man/translate/figs-doublet]])

1271TH46q7bffigs-explicitἔκδικος Κύριος1the Lord is an avenger

ଏହାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅପରାଧ କରିଥିବା ଲୋକକୁ ଈଶ୍ବର ଦଣ୍ଡ ଦେବେ ଓ ଯାହା ପ୍ରତି ଅନ୍ୟାୟ କରାଯାଇଛି, ତାହାକୁ ରକ୍ଷା କରିବେ” (ଦେଖ: [[rc://or/ta/man/translate/figs-explicit]])

1281TH46d1ipπροείπαμεν ὑμῖν καὶ διεμαρτυράμεθα1forewarned you and testified

ପୂର୍ବରୁ କହିଥିଲୁ ଓ ତା ବିରୁଦ୍ଧରେ ଦୃଢଭାବେ ସାବଧାନ କରାଇଥିଲୁ

1291TH47v3npfigs-doublenegativesοὐ…ἐκάλεσεν ἡμᾶς ὁ Θεὸς ἐπὶ ἀκαθαρσίᾳ, ἀλλ’ ἐν ἁγιασμῷ1God did not call us to uncleanness, but to holiness

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଶୁଚିତା ଓ ପବିତ୍ରତା ନିମନ୍ତେ ଆହ୍ବାନ କରିଅଛନ୍ତି” (ଦେଖ: [[rc://or/ta/man/translate/figs-doublenegatives]])

1301TH47q4tjfigs-inclusiveοὐ…ἐκάλεσεν ἡμᾶς ὁ Θεὸς1God did not call us

“ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])

1311TH48mn5yὁ ἀθετῶν1he who rejects this

ଯେକେହି ଏହି ଶିକ୍ଷାକୁ ଅଗ୍ରାହ୍ୟ କରେ କିମ୍ବା “ଯେକେହି ଏହି ଶିକ୍ଷାକୁ ଅବଜ୍ଞା କରେ”

1321TH48su51ἀθετῶν, οὐκ ἄνθρωπον ἀθετεῖ, ἀλλὰ τὸν Θεὸν1rejects not people, but God

ପାଉଲ ଜୋର୍ ଦେଇ କହୁଛନ୍ତି ଯେ ଏହି ଶିକ୍ଷା ମନୁଷ୍ୟଠାରୁ ନୁହେଁ, କିନ୍ତୁ ଈଶ୍ବରଙ୍କଠାରୁ ଅଟେ I

1331TH49uxn8τῆς φιλαδελφίας1brotherly love

ସହ ବିଶ୍ବାସୀମାନଙ୍କ ନିମନ୍ତେ ପ୍ରେମ

1341TH410dec9ποιεῖτε αὐτὸ εἰς πάντας τοὺς ἀδελφοὺς, τοὺς ἐν ὅλῃ τῇ Μακεδονίᾳ1you do this for all the brothers who are in all Macedonia

ତୁମ୍ଭେମାନେ ମାକିଦନିଆ ସାରା ବିଶ୍ବାସୀମାନଙ୍କୁ ପ୍ରେମ ଦେଖାଇଅଛ

1351TH410jcg3ἀδελφοὺς1brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1361TH411d2fgφιλοτιμεῖσθαι1to aspire

ଚେଷ୍ଟା କରିବାକୁ

1371TH411j4c7figs-metaphorἡσυχάζειν1live quietly

ପାଉଲ “ଶାନ୍ତିରେ” ଶବ୍ଦକୁ ଗୋଟିଏ ରୂପକ ଭାବରେ ବ୍ୟବହାର କରିଛନ୍ତି ଯାହା ନିଜ ସମାଜ ମଧ୍ୟରେ କଳହ ସହିତ ନୁହଁ, କିନ୍ତୁ ଶାନ୍ତିରେ ବାସ କରିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ଶାନ୍ତ ଓ ଶୃଙ୍ଖଳିତ ଭାବରେ ବାସ କର” (ଦେଖ: [[rc://or/ta/man/translate/figs-metaphor]])

1381TH411jmt9figs-explicitπράσσειν τὰ ἴδια1take care of your own responsibilities

ନିଜ କାମ ନିଜେ କର କିମ୍ବା “ତୁମ ଦାୟିତ୍ବରେ ଥିବା ଜିନିଷଗୁଡିକର ଯତ୍ନ ନିଅ I” ଏହା ମଧ୍ୟ ସୂଚାଇଥାଏ ଯେ ଆମ୍ଭେମାନେ ନିରର୍ଥକ ଗପ ଓ ଅନ୍ୟମାନଙ୍କର କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ I (ଦେଖ: [[rc://or/ta/man/translate/figs-explicit]])

1391TH411bz8sfigs-metaphorἐργάζεσθαι ταῖς ἰδίαις χερσὶν ὑμῶν1work with your hands

ଏକ ଫଳପ୍ରଦ ଜୀବନଯାପନ ନିମନ୍ତେ ଏହା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜୀବନଯାପନ ନିମନ୍ତେ ଯାହା ପ୍ରୟୋଜନ, ତାହା ଉପାର୍ଜନ କରିବା ନିମନ୍ତେ ନିଜର କାର୍ଯ୍ୟ କର” (ଦେଖ: [[rc://or/ta/man/translate/figs-metaphor]])

1401TH412hp6gfigs-metaphorπεριπατῆτε εὐσχημόνως1walk properly

ଏଠାରେ “ଆଚରଣ କରିବା” ହେଉଛି ଜୀବନଯାପନ କରିବା” କିମ୍ବା “ଭଲ ବ୍ୟବହାର ଦେଖାଇବା I” ବିକଳ୍ପ ଅନୁବାଦ: “ଉପଯୁକ୍ତ ବ୍ୟବହାର କର” (ଦେଖ: [[rc://or/ta/man/translate/figs-metaphor]])

1411TH412yl36εὐσχημόνως1properly

ଏ ପ୍ରକାର ଭାବରେ ଯେ ତାହା ଅନ୍ୟମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ବିଷୟ ଦେଖାଇବ ଓ ସେମାନଙ୍କର ସମ୍ମାନ ଲାଭ କରିବ

1421TH412k59rfigs-metaphorπρὸς τοὺς ἔξω1before outsiders

ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ବିଶ୍ବାସୀମାନେ ରହୁଥିବା ସ୍ଥାନ ବାହାରେ ଅଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁ ନ ଥିବା ଲୋକମାନଙ୍କ ଦୃଷ୍ଟିରେ” (ଦେଖ: [[rc://or/ta/man/translate/figs-metaphor]])

1431TH413j68e0General Information:

ପାଉଲ ମୃତ୍ୟୁଭୋଗ କରି ସାରିଥିବା ବିଶ୍ବାସୀମାନଙ୍କ ବିଷୟରେ, ବର୍ତ୍ତମାନ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ ଓ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଜୀବିତ ଥିବା ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I

1441TH413d9g4οὐ θέλομεν…ὑμᾶς ἀγνοεῖν1We do not want you to be uninformed

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜ୍ଞାତ ହୋଇଥାଅ ବୋଲି ଆମ୍ଭମାନଙ୍କର ଇଚ୍ଛା” କିମ୍ବା “ତୁମ୍ଭେମାନେ ଜାଣ ବୋଲି ଆମ୍ଭମାନଙ୍କର ଇଚ୍ଛା”

1451TH413wt7lἀδελφοί1brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1461TH413zqz6figs-euphemismτῶν κοιμωμένων1those who sleep

ଏଠାରେ “ନିଦ୍ରା” ହେଉଛି “ମୃତ ହେବାର ଗୋଟିଏ ନିଦର୍ଶନ I ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁଭୋଗ କରିଛନ୍ତି” (ଦେଖ: [[rc://or/ta/man/translate/figs-euphemism]])

1471TH413r9f8ἵνα μὴ λυπῆσθε, καθὼς…οἱ λοιποὶ1so that you do not grieve like the rest

କାରଣ ତୁମ୍ଭେମାନେ ଅନ୍ୟମାନଙ୍କ ପରି ଦୁଃଖିତ ହୁଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହଁ

1481TH413qt5bλυπῆσθε1grieve

କୌଣସି ବିଷୟରେ ଶୋକ କରିବା, ଦୁଃଖିତ ହେବା

1491TH413rl73figs-explicitκαθὼς…οἱ λοιποὶ, οἱ μὴ ἔχοντες ἐλπίδα1like the rest who do not have hope

ଆପଣା ଭବିଷ୍ୟତ ପ୍ରତିଜ୍ଞା ସମ୍ବନ୍ଧରେ ଭରସା ନ ଥିବା ଲୋକମାନଙ୍କ ସଦୃଶ I ସେହି ଲୋକମାନଙ୍କର କଅଣ ଭରସା ନାହିଁ, ସେ ବିଷୟରେ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ମୃତମାନଙ୍କ ମଧ୍ୟରୁ ଉଠିବେ ବୋଲି ନିଶ୍ଚିତ ନ ଥିବା ଲୋକମାନଙ୍କ ସଦୃଶ” (ଦେଖ: [[rc://or/ta/man/translate/figs-explicit]])

1501TH414ybz6figs-inclusiveεἰ…πιστεύομεν1if we believe

ଏଠାରେ “ଆମ୍ଭେମାନେ” ପାଉଲ ଓ ତାହାଙ୍କର ପାଠକମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])

1511TH414kmk2ἀνέστη1rose again

ପୁନର୍ବାର ଜୀବିତ ହେବାକୁ ଉଠିବେ

1521TH414bi9wfigs-euphemismτοὺς κοιμηθέντας διὰ τοῦ Ἰησοῦ1those who have fallen asleep in him

ଏଠାରେ “ମହାନିଦ୍ରା ପ୍ରାପ୍ତ” ଶବ୍ଦଟି ମରିଯାଇଛି ବୋଲି କହିବାର ଏକ ଶିଷ୍ଟାଚାର ଶୈଳୀ ଅଟେ I (ଦେଖ: [[rc://or/ta/man/translate/figs-euphemism]])

1531TH415ni3mfigs-metonymyἐν λόγῳ Κυρίου1by the word of the Lord

ଏଠାରେ ବାକ୍ୟ “ସମ୍ବାଦ”ର ଏକ ନିଦର୍ଶନ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଶିକ୍ଷାକୁ ବୁଝିବା ଦ୍ବାରା” (ଦେଖ: [[rc://or/ta/man/translate/figs-metonymy]])

1541TH415b786εἰς τὴν παρουσίαν τοῦ Κυρίου1at the coming of the Lord

ପ୍ରଭୁ ଯେତେବେଳେ ପୁନରାଗମନ କରିବେ

1551TH416ah7pαὐτὸς ὁ Κύριος…καταβήσεται1the Lord himself will descend

ପ୍ରଭୁ ସ୍ବୟଂ ନିଜେ ଓହ୍ଲାଇ ଆସିବେ

1561TH416z9kaἀρχαγγέλου1the archangel

ପ୍ରଧାନ ଦୂତ

1571TH416dr89figs-explicitοἱ νεκροὶ ἐν Χριστῷ ἀναστήσονται πρῶτον1the dead in Christ will rise first

“ଖ୍ରୀଷ୍ଟରେ ଥାଇ ମୃତ୍ୟୁଭୋଗ କରିଥିବା” ଲୋକମାନେ ହେଉଛନ୍ତି, ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନେ I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଛନ୍ତି, କିନ୍ତୁ ମୃତ୍ୟୁଭୋଗ କରିସାରିଛନ୍ତି, ସେମାନେ ପ୍ରଥମରେ ଉଠିବେ” (ଦେଖ: [[rc://or/ta/man/translate/figs-explicit]])

1581TH417l5l1figs-inclusiveἡμεῖς οἱ ζῶντες1we who are alive

ଏଠାରେ “ଆମ୍ଭେମାନେ” ମୃତ୍ୟୁଭୋଗ କରି ନ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])

1591TH417wvi8σὺν αὐτοῖς1with them

“ସେମାନଙ୍କ” ଶବ୍ଦଟି ମୃତ୍ୟୁଭୋଗ କରିଥିବା ବିଶ୍ବାସୀମାନଙ୍କୁ ବୁଝାଏ, ଯେଉଁମାନଙ୍କୁ ପୁନର୍ବାର ଜୀବିତ କରାଗଲା I

1601TH417se1yἁρπαγησόμεθα ἐν νεφέλαις εἰς ἀπάντησιν τοῦ Κυρίου εἰς ἀέρα1caught up in the clouds to meet the Lord in the air

ଆକାଶରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ

1611TH5introay3d0

୧ ଥେସଲନୀକୀୟ ୦୫ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରାଚୀନ ନିକଟପ୍ରାଚ୍ୟ ଦେଶର ଶୈଳୀ ଅନୁସାରେ ପାଉଲ ଆପଣାର ପତ୍ରକୁ ସମାପ୍ତ କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ପ୍ରଭୁଙ୍କ ଦିନ

ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଜଗତ ନିମନ୍ତେ ଗୋଟିଏ ଆଶ୍ଚର୍ଯଚକିତ ବିଷୟ ହେବ I ଏହା ହିଁ “ରାତ୍ରିରେ ଚୋର ଆସିଲା ପରି” ଉପମାର ଅର୍ଥ ଅଟେ I ସେଥି ସକାଶୁ ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ଜୀବନ କାଟିବା ଆବଶ୍ୟକ I (ଦେଖ: [[rc://or/tw/dict/bible/kt/dayofthelord]] ଓ [[rc://or/ta/man/translate/figs-simile]])

ଆତ୍ମାଙ୍କୁ ନିର୍ବାଣ କର

ଏହାର ଅର୍ଥ ହେଉଛି ପବିତ୍ର ଆତ୍ମାଙ୍କ ଚାଳନା ଓ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟ କରିବା ବା ପବିତ୍ର ଆତ୍ମାଙ୍କ ଚାଳନା ଓ କାର୍ଯ୍ୟକୁ ଅବଜ୍ଞା କରିବା I

1621TH51i2vmfigs-exclusive0General Information:

ଏହି ଅଧ୍ୟାୟରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ କରାଯାଇ ନ ଥିଲେ ପାଉଲ, ସିଲ୍ବାନ ଓ ତୀମଥିଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଅଟେ ଓ ଥେସଲନୀକୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-exclusive]] ଓ [[rc://or/ta/man/translate/figs-you]])

1631TH51z1s60Connecting Statement:

ପାଉଲ ଯୀଶୁଙ୍କ ପୁନରାଗମନ ଦିନ ସମ୍ବନ୍ଧରେ କହିବା ଜାରିରଖିଛନ୍ତି I

1641TH51h84mτῶν χρόνων καὶ τῶν καιρῶν1the times and seasons

ଏହା ପ୍ରଭୁ ଯୀଶୁଙ୍କ ପୁନରାଗମନର ପୂର୍ବ ଘଟଣା ସବୁକୁ ବୁଝାଏ I

1651TH51uq3nἀδελφοί1brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1661TH52mcq9ἀκριβῶς1perfectly well

ଉତ୍ତମଭାବରେ କିମ୍ବା “ସଠିକ୍ ଭାବରେ”

1671TH52tmj3figs-simileὡς κλέπτης ἐν νυκτὶ οὕτως1like a thief in the night

ଯେପରି ଜଣେ ଜାଣି ନ ଥାଏ ଯେ କେଉଁ ରାତ୍ରିରେ ଚୋର ଆସିବ, ଆମ୍ଭେମାନେ ଜାଣୁନାହୁଁ ଯେ ପ୍ରଭୁଙ୍କ ଦିନ କେବେ ଆସିବ I ବିକଳ୍ପ ଅନୁବାଦ: “ଅପ୍ରତ୍ୟାଶିତ ଭାବରେ” (ଦେଖ: [[rc://or/ta/man/translate/figs-simile]])

1681TH53p1wiὅταν λέγωσιν1When they say

ଯେତେବେଳେ ଲୋକମାନେ କହିବେ

1691TH53ne9nτότε αἰφνίδιος…ὄλεθρος1then sudden destruction

ଅପ୍ରତ୍ୟାଶିତ ବିନାଶ

1701TH53f1xrfigs-simileὥσπερ ἡ ὠδὶν τῇ ἐν γαστρὶ ἐχούσῃ1like birth pains in a pregnant woman

ଯେପରି ଜଣେ ଗର୍ଭବତୀ ସ୍ତ୍ରୀର ପ୍ରସବବେଦନା ହଠାତ୍ ଆସେ ଓ ସନ୍ତାନ ପ୍ରସବ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବନ୍ଦ ହୁଏ ନାହିଁ, ସେପରି ବିନାଶ ଆସିବ ଓ ଲୋକମାନେ ରକ୍ଷା ପାଇପାରିବେ ନାହିଁ I (ଦେଖ: [[rc://or/ta/man/translate/figs-simile]])

1711TH54rr9jὑμεῖς…ἀδελφοί1you, brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

1721TH54b6lvfigs-metaphorοὐκ ἐστὲ ἐν σκότει1are not in darkness

ପାଉଲ ମନ୍ଦତା ଓ ଈଶ୍ବରଙ୍କ ବିଷୟରେ ଅଜ୍ଞତା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଅନ୍ଧକାର I ବିକଳ୍ପ ଅନୁବାଦ: “ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ସଦୃଶ ତୁମ୍ଭେମାନେ ଅଜ୍ଞ ନୁହଁ” (ଦେଖ: [[rc://or/ta/man/translate/figs-metaphor]])

1731TH54elp9figs-simileἵνα ἡ ἡμέρα ὑμᾶς ὡς κλέπτας καταλάβῃ1so that the day would overtake you like a thief

ପ୍ରଭୁଙ୍କ ଆସିବା ଦିନର ସମୟ ବିଶ୍ବାସୀମାନଙ୍କ ନିମନ୍ତେ ଆଶ୍ଚର୍ଯ୍ୟର ବିଷୟ ହେବା ଉଚିତ ନୁହଁ I (ଦେଖ: [[rc://or/ta/man/translate/figs-simile]])

1741TH55zp3zfigs-metaphorπάντες γὰρ ὑμεῖς υἱοὶ φωτός ἐστε, καὶ υἱοὶ ἡμέρας1For you are all sons of the light and sons of the day

ପାଉଲ ସତ୍ୟତା ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଆଲୋକ ଓ ଦିବସ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଆଲୋକରେ ବାସ କରୁଥିବା ଲୋକମାନଙ୍କ ସଦୃଶ, ଦିବସର ଲୋକମାନଙ୍କ ସଦୃଶ ସତ୍ୟକୁ ଜାଣିଅଛ” (ଦେଖ: [[rc://or/ta/man/translate/figs-metaphor]])

1751TH55d6fmfigs-metaphorοὐκ ἐσμὲν νυκτὸς οὐδὲ σκότους1We are not sons of the night or the darkness

ପାଉଲ ମନ୍ଦତା ଓ ଈଶ୍ବରଙ୍କ ବିଷୟରେ ଅଜ୍ଞତା ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଅନ୍ଧକାର I ବିକଳ୍ପ ଅନୁବାଦ: “ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ସଦୃଶ, ରାତ୍ରିର ଲୋକମାନଙ୍କ ସଦୃଶ ଆମ୍ଭେମାନେ ଅଜ୍ଞ ନୋହୁଁ” (ଦେଖ: [[rc://or/ta/man/translate/figs-metaphor]])

1761TH56us6sfigs-metaphorμὴ καθεύδωμεν ὡς οἱ λοιποί1let us not sleep as the rest do

ପାଉଲ ଆତ୍ମିକ ଅସଚେତନତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଏକ ନିଦ୍ରା I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅନ୍ୟମାନଙ୍କ ସଦୃଶ ନ ହେଉ, ଯେଉଁମାନେ ଜାଣନ୍ତି ନାହିଁ ଯେ ଯୀଶୁ ପୁନରାଗମନ କରୁଛନ୍ତି” (ଦେଖ: [[rc://or/ta/man/translate/figs-metaphor]])

1771TH56gu51figs-inclusiveκαθεύδωμεν1let us

“ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])

1781TH56d2ajfigs-metaphorγρηγορῶμεν καὶ νήφωμεν1keep watch and be sober

ପାଉଲ ଆତ୍ମିକ ସଚେତନତା ବିଷୟରେ କହନ୍ତି ଯେ ଏହା ନିଦ୍ରା ଓ ମାତାଲ୍ ହେବାର ବିପରୀତ ବିଷୟ I (ଦେଖ: [[rc://or/ta/man/translate/figs-metaphor]])

1791TH57s253figs-metaphorοἱ γὰρ καθεύδοντες, νυκτὸς καθεύδουσιν1For those who sleep do so at night

ଯେପରି ଲୋକମାନେ ନିଦ୍ରାଯିବା ସମୟରେ କଅଣ ଘଟୁଅଛି ଜାଣନ୍ତି ନାହିଁ, ସେପରି ଏହି ଜଗତର ଲୋକମାନେ ଜାଣନ୍ତି ନାହିଁ ଯେ ଖ୍ରୀଷ୍ଟ ପୁନରାଗମନ କରିବେ I (ଦେଖ: [[rc://or/ta/man/translate/figs-metaphor]])

1801TH57exa8figs-metaphorοἱ μεθυσκόμενοι, νυκτὸς μεθύουσιν1those who get drunk do so at night

ପାଉଲ କହୁଛନ୍ତି ଯେ ରାତ୍ରିରେ ଲୋକମାନେ ମାତାଲ୍ ହୁଅନ୍ତି, ସେପରି ଯେତେବେଳେ ଲୋକମାନେ ଖ୍ରୀଷ୍ଟଙ୍କର ପୁନରାଗମନ ସମ୍ବନ୍ଧରେ ଅଜ୍ଞ ହୋଇଥାନ୍ତି, ସେମାନେ ଏକ ଆତ୍ମସଂଯମର ଜୀବନ କାଟନ୍ତି ନାହିଁ I (ଦେଖ: [[rc://or/ta/man/translate/figs-metaphor]])

1811TH58zj9rfigs-inclusive0General Information:

୮-୧୦ ପଦରେ ଥିବା “ଆମ୍ଭେମାନେ” ଶବ୍ଦଟି ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])

1821TH58wh3gfigs-metaphorἡμεῖς…ἡμέρας ὄντες1we belong to the day

ପାଉଲ ଈଶ୍ବରଙ୍କ ବିଷୟରେ ସତ୍ୟତାକୁ ଜାଣିବା ବିଷୟକୁ ଦିବସର ଲୋକ ଭାବରେ କହନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସତ୍ୟକୁ ଜାଣୁ” କିମ୍ବା “ଆମ୍ଭେମାନେ ସତ୍ୟର ଆଲୋକ ପ୍ରାପ୍ତ ହୋଇଅଛୁ” (ଦେଖ: [[rc://or/ta/man/translate/figs-metaphor]])

1831TH58i8j1figs-metaphorνήφωμεν1we must stay sober

ପାଉଲ ସଚେତନ ହୋଇ ରହିବା ବିଷୟକୁ ଆତ୍ମସଂଯମ ରକ୍ଷା କରିବା ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଆତ୍ମସଂଯମ ରକ୍ଷା କରୁ” (ଦେଖ: [[rc://or/ta/man/translate/figs-metaphor]])

1841TH58ev6ifigs-metaphorἐνδυσάμενοι θώρακα πίστεως καὶ ἀγάπης1put on faith and love as a breastplate

ଯେପରି ଜଣେ ସୈନିକ ଆପଣା ଶରୀରର ସୁରକ୍ଷା କରିବାକୁ ଉରସ୍ତ୍ରାଣ ପରିଧାନ କରେ, ସେପରି ବିଶ୍ବାସ ଓ ପ୍ରେମରେ ଜୀବନ କାଟୁଥିବା ଜଣେ ବିଶ୍ବାସୀ ସୁରକ୍ଷା ପାଇବ I ବିକଳ୍ପ ଅନୁବାଦ: “ବିଶ୍ବାସ ଓ ପ୍ରେମରେ ଆପଣା ଆପଣାକୁ ସୁରକ୍ଷା କରୁ” କିମ୍ବା “ଖ୍ରୀଷ୍ଟଙ୍କଠାରେ ଭରସା ରଖି ଓ ତାହାଙ୍କୁ ପ୍ରେମ କରି ଆପଣା ଆପଣାକୁ ସୁରକ୍ଷା କରୁ” (ଦେଖ: [[rc://or/ta/man/translate/figs-metaphor]])

1851TH58fk6rfigs-metaphorπερικεφαλαίαν, ἐλπίδα σωτηρίας1the hope of salvation for our helmet

ଗୋଟିଏ ଶିରସ୍ତ୍ରାଣ ଯେପରି ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ପରିତ୍ରାଣର ନିଶ୍ଚୟତା ବିଶ୍ବାସୀକୁ ସୁରକ୍ଷା ଦିଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆମ୍ଭମାନଙ୍କୁ ପରିତ୍ରାଣ କରିବେ ବୋଲି ନିଶ୍ଚିତ ହୋଇ ଆପଣା ଆପଣାକୁ ସୁରକ୍ଷା କରୁ” (ଦେଖ: [[rc://or/ta/man/translate/figs-metaphor]])

1861TH510w59cfigs-euphemismεἴτε γρηγορῶμεν εἴτε καθεύδωμεν1whether we are awake or asleep

ଜୀବିତ କି ମୃତ ଅଛି ବୋଲି କହିବା ନିମନ୍ତେ ଏହା ଏକ ଶିଷ୍ଟାଚାର ଶୈଳୀ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଜୀବିତ ଥାଉ ବା ମୃତ ଥାଉ” (ଦେଖ: [[rc://or/ta/man/translate/figs-euphemism]])

1871TH511r921figs-metaphorοἰκοδομεῖτε εἷς τὸν ἕνα1build each other up

ଏଠାରେ “ନିଷ୍ଠା ଜନ୍ମାଇବା” ହେଉଛି ଗୋଟିଏ ରୂପକ, ଯାହାର ଅର୍ଥ ଉତ୍ସାହିତ କରିବା I ବିକଳ୍ପ ଅନୁବାଦ: “ପରସ୍ପରକୁ ଉତ୍ସାହିତ କର” (ଦେଖ: [[rc://or/ta/man/translate/figs-metaphor]])

1881TH512pd470General Information:

ପାଉଲ ଥେସଲନୀକୀ ମଣ୍ଡଳୀକୁ ଆପଣାର ଶେଷ ପରାମର୍ଶ ଦେବାକୁ ଆରମ୍ଭ କରୁଛନ୍ତି I

1891TH512rka4ἀδελφοί1brothers

ଏଠରେ “ଭାଇମାନେ”ର ଅର୍ଥ ସହବିଶ୍ବାସୀମାନେ I

1901TH512ksp2εἰδέναι τοὺς κοπιῶντας1to acknowledge those who labor

ଯେଉଁମାନେ ନେତୃତ୍ବ ନେବାରେ ସମ୍ପୃକ୍ତ, ସେମାନଙ୍କୁ ସମ୍ମାନ ଦେଇ ମାନ୍ୟ କର

1911TH512fqh3προϊσταμένους ὑμῶν ἐν Κυρίῳ1who are over you in the Lord

ଏହା ସ୍ଥାନୀୟ ବିଶ୍ବାସୀମାନଙ୍କ ଦଳର ନେତା ଭାବରେ ସେବା କରିବାକୁ ଈଶ୍ବର ନିଯୁକ୍ତ କରିଥିବା ଲୋକମାନଙ୍କୁ ବୁଝାଏ I

1921TH513c966ἡγεῖσθαι αὐτοὺς ὑπέρ ἐκ περισσοῦ ἐν ἀγάπῃ, διὰ τὸ ἔργον αὐτῶν1regard them highly in love because of their work

ପାଉଲ ବିଶ୍ବାସୀମାନଙ୍କୁ ସେମାନଙ୍କ ମଣ୍ଡଳୀର ନେତାମାନଙ୍କୁ ପ୍ରେମ ଓ ସମ୍ମାନ କରିବାକୁ ଉତ୍ସାହ ଦେଉଛନ୍ତି I

1931TH516chw9πάντοτε χαίρετε1Rejoice always

ସବୁ ବିଷୟରେ ଏକ ଆନନ୍ଦର ଆତ୍ମିକ ମନୋଭାବକୁ ବଜାୟ ରଖିବା ନିମନ୍ତେ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

1941TH517l63iἀδιαλείπτως προσεύχεσθε1Pray without ceasing

ପ୍ରାର୍ଥନାରେ ସଚେତନ ରହିବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

1951TH518z9ggἐν παντὶ εὐχαριστεῖτε1In everything give thanks

ସବୁ ବିଷୟରେ ଧନ୍ୟବାଦ ଦେବାକୁ ପାଉଲ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

1961TH518bt5qἐν παντὶ1In everything

ସବୁ ପରିସ୍ଥିତିରେ

1971TH518l3skτοῦτο γὰρ θέλημα Θεοῦ1For this is the will of God

ପାଉଲ ଏବେ ଉଲ୍ଲେଖ କରିଥିବା ବ୍ୟବହାରକୁ ବିଶ୍ବାସୀମାନଙ୍କ ନିମନ୍ତେ ଈଶ୍ବରଙ୍କ ଇଚ୍ଛା ବୋଲି କହୁଛନ୍ତି I

1981TH519j1eiτὸ Πνεῦμα μὴ σβέννυτε1Do not quench the Spirit

ପବିତ୍ର ଆତ୍ମାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଅଟକାଅ ନାହିଁ

1991TH520iv1nπροφητείας μὴ ἐξουθενεῖτε1Do not despise prophecies

ଭାବବାଣୀ ଗୁଡିକ ପ୍ରତି ଅବମାନନା କର ନାହିଁ କିମ୍ବା “ପବିତ୍ର ଆତ୍ମା କାହାକୁ କିଛି କହିଲେ ଘୃଣା କର ନାହିଁ”

2001TH521wx69πάντα δοκιμάζετε1Test all things

ଏହା ନିଶ୍ଚିତ କର ଯେ ଈଶ୍ବରଙ୍କଠାରୁ ଆସୁଥିବା ସବୁ ବାକ୍ୟ ପ୍ରକୃତରେ ତାହାଙ୍କଠାରୁ ହିଁ ଆସୁଅଛି

2011TH521r12rfigs-metaphorτὸ καλὸν κατέχετε1Hold on to what is good

ପାଉଲ ପବିତ୍ର ଆତ୍ମାଙ୍କଠାରୁ ଆସୁଥିବା ବାକ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ତାହା କିଛି ବସ୍ତୁ, ଯାହା ଜଣେ ହାତରେ ଧରିପାରିବ I (ଦେଖ: [[rc://or/ta/man/translate/figs-metaphor]])

2021TH523gu2cἁγιάσαι ὑμᾶς ὁλοτελεῖς1make you completely holy

ଏହା ଈଶ୍ବର ଆପଣା ଦୃଷ୍ଟିରେ ଜଣେ ବ୍ୟକ୍ତିକୁ ପାପଶୁନ୍ୟ ଓ ସିଦ୍ଧ କରିବା ବିଷୟକୁ ବୁଝାଏ I

2031TH523s36kfigs-activepassiveὁλόκληρον ὑμῶν τὸ πνεῦμα, καὶ ἡ ψυχὴ, καὶ τὸ σῶμα, ἀμέμπτως…τηρηθείη1May your whole spirit, soul, and body be preserved without blame

ଏଠାରେ “ଆତ୍ମା, ପ୍ରାଣ ଓ ଶରୀର” ଜଣେ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ଯଦି ତୁମ ଭାଷାରେ ଏହି ତିନୋଟି ଅଂଶପାଇଁ ତିନୋଟି ଶବ୍ଦ ନାହିଁ, ତେବେ ତୁମେ ଏହାକୁ “ତୁମର ସମ୍ପୂର୍ଣ୍ଣ ଜୀବନ” କିମ୍ବା “ତୁମେ” ବୋଲି କହିପାରିବ I ଏହାକୁ ଗୋଟିଏ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ସମ୍ପୂର୍ଣ୍ଣ ଜୀବନକୁ ପାପଶୂନ୍ୟ କରନ୍ତୁ” କିମ୍ବା ଈଶ୍ବର ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବରେ ନିର୍ଦ୍ଦୋଷକରି ରକ୍ଷା କରନ୍ତୁ” (ଦେଖ: [[rc://or/ta/man/translate/figs-activepassive]])

2041TH524mq2uπιστὸς ὁ καλῶν ὑμᾶς1Faithful is he who calls you

ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି ସେ ବିଶ୍ବସ୍ତ

2051TH524c3jgὃς καὶ ποιήσει1the one who will also do it

ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ

2061TH525q8ki0General Information:

ପାଉଲ ଆପଣାର ଶେଷ ମନ୍ତବ୍ୟ ଦେଉଛନ୍ତି

2071TH526qa1cἀδελφοὺς1brothers

ଏଠାରେ “ଭାଇମାନେ”ର ଅର୍ଥ ସହଖ୍ରୀଷ୍ଟିୟାନମାନେ I

2081TH527n5cnfigs-activepassiveἐνορκίζω ὑμᾶς τὸν Κύριον, ἀναγνωσθῆναι τὴν ἐπιστολὴν1I solemnly charge you by the Lord to have this letter read

ଏହାକୁ ଗୋଟିଏ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ କହିଲା ପରି ମୁଁ ତୁମ୍ଭମାନଙ୍କୁ ବିନତି କରୁଅଛି ଯେ ଏହି ପତ୍ର ଲୋକମାନଙ୍କ ନିକଟରେ ପାଠ କରାଯାଉ” କିମ୍ବା “ପ୍ରଭୁଙ୍କ ଅଧିକାରରେ ଏହି ପତ୍ର ପାଠ କରିବା ନିମନ୍ତେ ମୁଁ ନିର୍ଦ୍ଦେଶ ଦେଉଅଛି” (ଦେଖ: [[rc://or/ta/man/translate/figs-activepassive]])