or_ta/translate/figs-informremind/01.md

65 lines
12 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

କେତେକ ଭାଷା ସଂଜ୍ଞା ବିଶେଷ୍ୟ ବିଷୟରେ ତଥ୍ୟ ଦେବା ପାଇଁ ବା ତହିଁ ବିଷୟରେ ଲୋକମାନଙ୍କୁ କିଛି ସ୍ମରଣ କରାଇବା ପାଇଁ ସଂଜ୍ଞା ବିଶେଷ୍ୟ ସହ ଶବ୍ଦ ବା ବାକ୍ୟାଂଶକୁ କରିପାରନ୍ତି ।
* ମରିୟମ କିଛି ଖାଦ୍ୟ ନିଜ ଭଉଣୀକୁ ଦେଲେ <u>ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ</u> । “ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ” ବାକ୍ୟାଂଶଟି “ଭଉଣୀ” ଶବ୍ଦ ପରେ ତତ୍ କ୍ଷଣାତ ଆସୁଛି ଓ ମରିୟମ ନିଜ ଭଉଣୀକୁ ଖାଦ୍ୟ ଦେବା ସମୟରେ ତା’ଙ୍କ ଭଉଣୀ କିଭଳି ପ୍ରତିକ୍ରିୟା କରୁଛନ୍ତି, ତହିଁ ବିଷୟରେ ଆମକୁ ସୂଚିତ କରୁଛି ।
ଏହି କ୍ଷେତ୍ରରେ ମରିୟମଙ୍କର ଏହି ଭଉଣୀକୁ ଆଉ ଅନ୍ୟ ଏକ ଭଉଣୀଠାରୁ ପୃଥକ କରୁ ନାହିଁ । ସେହି ଭଉଣୀଙ୍କ ବିଷୟରେ ଏହା ସରଳ ଭାବରେ ଆହୁରି ତଥ୍ୟ ପ୍ରଦାନ କରୁଛି ।
### ବିବରଣ
କେତେକ ଭାଷା ସଂଜ୍ଞା ବିଶେଷ୍ୟ ବିଷୟରେ ତଥ୍ୟ ଦେବା ପାଇଁ ବା ତହିଁ ବିଷୟରେ ଲୋକମାନଙ୍କୁ କିଛି ସ୍ମରଣ କରାଇବା ପାଇଁ ସଂଜ୍ଞା ବିଶେଷ୍ୟ ସହ ଶବ୍ଦ ବା ବାକ୍ୟାଂଶକୁ କରିପାରନ୍ତି ।
* ମରିୟମ କିଛି ଖାଦ୍ୟ ନିଜ ଭଉଣୀକୁ ଦେଲେ <u>ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ</u> । “ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ” ବାକ୍ୟାଂଶଟି “ଭଉଣୀ” ଶବ୍ଦ ପରେ ତତ୍ କ୍ଷଣାତ ଆସୁଛି ଓ ମରିୟମ ନିଜ ଭଉଣୀକୁ ଖାଦ୍ୟ ଦେବା ସମୟରେ ତା’ଙ୍କ ଭଉଣୀ କିଭଳି ପ୍ରତିକ୍ରିୟା କରୁଛନ୍ତି, ତହିଁ ବିଷୟରେ ଆମକୁ ସୂଚିତ କରୁଛି । ଏହି କ୍ଷେତ୍ରରେ ମରିୟମଙ୍କର ଏହି ଭଉଣୀକୁ ଆଉ ଅନ୍ୟ ଏକ ଭଉଣୀଠାରୁ ପୃଥକ କରୁ ନାହିଁ ।
**ଉଦ୍ଦେଶ୍ୟ ଲୋକେ ଏହି ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରନ୍ତି** ଲୋକେ ଅନେକ ସମୟରେ ଦୁର୍ବଳ ଉପାୟରେ ସ୍ମରଣ କରାଉଥିବା ବିଷୟକୁ କିମ୍ବା ନୂତନ ତଥ୍ୟକୁ ଉପସ୍ଥାପିତ କରନ୍ତି । ସେମାନେ କିଛି କହିବା ସମୟରେ ନିଜ ପ୍ରତି ଶ୍ରୋତାମାନଙ୍କର ଧ୍ୟାନ ଆକର୍ଷଣ କାଟିବା ପାଇଁ ସେମାନେ ଏହା କରିବାକୁ ଇଚ୍ଛା କରିଥାନ୍ତି । ଉପରୋକ୍ତ ଉଦାହରଣରେ, ବକ୍ତା ଜଣକ ସର୍ବାଧିକ ଧ୍ୟାନ ମରିୟମଙ୍କ ଭଉଣୀ କିଭଳି ପ୍ରତିକ୍ରିୟା ଦେଲେ ତହିଁ ପ୍ରତି ନ ଦେଇ, ମରିୟମ ଯାହା କଲେ ତହିଁ ପ୍ରତି ଦେବାକୁ ଚାହାଁନ୍ତି ।
**ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା**: ଅନେକ ଭାଷାମାନଙ୍କରେ ଯୋଗାଯୋଗର ଅଂଶଗୁଡ଼ିକୁ ସଂକେତ କରିବାର ଭିନ୍ନ ଭିନ୍ନ ମାଧ୍ୟମଗୁଡ଼ିକ ରହିଛି, ଯେଉଁଥିରେ ଶ୍ରୋତାମାନେ ଅଧିକ ଧ୍ୟାନ ଦେବା ଉଚିତ୍ ।
### ଅନୁବାଦ ସିଦ୍ଧାନ୍ତ
* ଯଦି ଆପଣଙ୍କ ଭାଷା ନୂତନ ସୂଚନା ବା ସ୍ମରଣ ନିମନ୍ତେ ସଂଜ୍ଞା ବିଶେଷ୍ୟ ସହ ବାକ୍ୟାଂଶକୁ ବ୍ୟବହାର କରନ୍ତି ନାହିଁ, ତେବେ ଆପଣ ସେହି ସୂଚନା ଓ ସ୍ମରଣ କରାଉଥିବା ବିଷୟକୁ ବାକ୍ୟର ଭିନ୍ନ ଭାଗରେ ସ୍ଥାପନ କରିବା ପାଇଁ ଆବଶ୍ୟକ କରିପାରିବ ।
* ଏହାକୁ ଦୁର୍ବଳ ଉପାୟରେ ଉପସ୍ଥାପିତ କରିବାକୁ ଚେଷ୍ଟା କରନ୍ତୁ ।
* ନିଜକୁ ପଚାରନ୍ତୁ: ଆମ ଭାଷାରେ, ଆମେ କିପରି ବଳିଷ୍ଠ ମାଧ୍ୟମରେ, ଏବଂ କିପରି ଦୁର୍ବଳ ମାଧ୍ୟମରେ ତଥ୍ୟ ବା ସୂଚନାକୁ ପ୍ରକାଶ କରୁ ?
### ବାଇବଲରୁ କେତେକ ଉଦାହରଣ
> ତୃତୀୟ ନଦୀର ନାମ ହିଦ୍ଦେକଲ, <u>ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ</u> । (ଆଦିପୁସ୍ତକ 2:14 ULT)
କେବଳ ଗୋଟିଏ ହିଁ ହିଦ୍ଦେକଲ ନଦୀ ଅଛି । “ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ” ବାକ୍ୟାଂଶଟି ହିଦ୍ଦେକଲ ନଦୀର ସ୍ଥିତି ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା ମୂଳ ଶ୍ରୋତାମାନଙ୍କୁ ଅଧିକ ସହାୟକ ହୋଇଥିବ, କାରଣ ଅଶୂରୀୟ ଦେଶ କେଉଠାରେ ଅବସ୍ଥିତ ଥିଲା ସେମାନେ ଜାଣନ୍ତି ।
> ଆମ୍ଭେ ଭୂମଣ୍ଡଳରୁ <u>ଆପଣାର ସୃଷ୍ଟ</u> ମନୁଷ୍ୟକୁ ଲୁପ୍ତ କରିବା । (ଆଦିପୁସ୍ତକ 6:7 ULT)
“ଆପଣାର ସୃଷ୍ଟ” ବାକ୍ୟାଂଶଟି ପରମେଶ୍ଵର ଓ ମନୁଷ୍ୟ ମଧ୍ୟରେ ଥିବା ସଂପର୍କକୁ ସ୍ମରଣ କରାଉଥିବା ବିଷୟ ଅଟେ । ଏଥି ସକାଶୁ ମନୁଷ୍ୟକୁ ଲୁପ୍ତ କରିବାର ଅଧିକାର ପରମେଶ୍ଵରଙ୍କର ଅଛି ।
> ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା । (ଯିହିଜିକଲ 30:13 ULT)
ସମସ୍ତ ପ୍ରତିମାସକଳ ମିଥ୍ୟା ଅସାର । ଏଥିପାଇଁ ପରମେଶ୍ଵର କହନ୍ତି ଯେ ସେ ସେମାନଙ୍କୁ ଧ୍ଵଂସ କରିବେ ।
>... କାରଣ ତୁମ୍ଭର ଶାସନସକଳ ଉତ୍ତମ । (ଗୀତସଂହିତା 119:39 ULT)
ପରମେଶ୍ଵରଙ୍କ ଶାସନ ବା ବିଚାରସକଳ ଧାର୍ମିକ ଅଟେ । ଏଥିପାଇଁ ଗୀତ ରଚକ କହନ୍ତି ଯେ ସେସବୁ ଉତ୍ତମ ।
### ଅନୁବାଦ କୌଶଳ
ଯଦି ଲୋକମାନେ ସଂଜ୍ଞା ବିଶେଷ୍ୟ ସହ ବାକ୍ୟାଂଶକୁ ବୁଝିବେ, ତେବେ ଉଭୟ ବାକ୍ୟାଂଶ ଓ ସଂଜ୍ଞା ବିଶେଷ୍ୟକୁ ଏକତ୍ର ରଖିବା ପାଇଁ ବିଚାର କରନ୍ତୁ । ନତୁବା, ଏଠାରେ ପ୍ରକାଶ କରିବାର ଅନ୍ୟ କୌଶଳଗୁଡ଼ିକ ଦିଆଯାଇଛି ଯାହାକି ବାକ୍ୟାଂଶକୁ ସୂଚିତ ବା ସ୍ମରଣ କରାଇବା ପାଇଁ ବ୍ୟବହୃତ ।
1. ବାକ୍ୟର ଅନ୍ୟ ଭାଗରେ ସୂଚନାକୁ ଦିଅନ୍ତୁ ଓ ଏହାର ଉଦ୍ଦେଶ୍ୟକୁ ପ୍ରକାଶ କରୁଥିବା ଶବ୍ଦଗୁଡ଼ିକୁ ଯୋଗ କରନ୍ତୁ ।
1. ଦୁର୍ବଳ ଉପାୟରେ ସୂଚନାକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାର କୌଣସି ଗୋଟିଏ ମାଧ୍ୟମକୁ ବ୍ୟବହାର କର । ଏହାକୁ ଛୋଟ ଶବ୍ଦ ଯୋଗ କରି କରାଯାଇ ପାରିବ, କିମ୍ବା ଶବ୍ଦ ଉଚ୍ଚାରଣର ମାଧ୍ୟମକୁ ପରିବର୍ତ୍ତନ କରି କରାଯାଇ ପାରିବ । କୌଣସି କୌଣସି ସମୟରେ ବିରାମ ଚିହ୍ନସମୂହ, ଯଥା, ବନ୍ଧନୀ, କମା ସହ ସ୍ଵରରେ ପରିବର୍ତ୍ତନ ଦେଖାଯାଇପାରେ ।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
1. ବାକ୍ୟର ଅନ୍ୟ ଭାଗରେ ସୂଚନାକୁ ଦିଅନ୍ତୁ ଓ ଏହାର ଉଦ୍ଦେଶ୍ୟକୁ ପ୍ରକାଶ କରୁଥିବା ଶବ୍ଦଗୁଡ଼ିକୁ ଯୋଗ କରନ୍ତୁ ।
* **ଯେଉଁମାନେ ମିଥ୍ୟା ଅସାର ବିଷୟ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ** (ଗୀତସଂହିତା 31:6 ULT) “ମିଥ୍ୟା ଅସାର ବିଷୟ” ବୋଲି କହିବା ଦ୍ଵାରା, ଦାଉଦ ସମସ୍ତ ପ୍ରତିମା ବିଷୟରେ ମନ୍ତବ୍ୟ ଦେଇ ସେମାନଙ୍କୁ ସେବା କରୁଥିବା ଲୋକମାନଙ୍କ ପ୍ରତି ଥିବା ଘୃଣା ନିମନ୍ତେ ନିଜର ଯୁକ୍ତି ଉପସ୍ଥାପିତ କରୁଛନ୍ତି । ସେ ଅସାର ପ୍ରତିମାକୁ ବହୁମୂଲ୍ୟ ପ୍ରତିମା ମଧ୍ୟରେ ପ୍ରଭେଦ ଦେଖାଉ ନଥିଲେ ।
* <u>କାରଣ</u> ପ୍ରତିମାଗୁଡ଼ିକ ଅସାର, ଯେଉଁମାନେ ସେମାନଙ୍କୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ ।
* **କାରଣ ତୁମ୍ଭର ଶାସନସକଳ ଉତ୍ତମ ।**(ଗୀତସଂହିତା 119:39 ULT)
* ... କାରଣ ତୁମ୍ଭର ଶାସନସକଳ ଉତ୍ତମ <u> ଯେହେତୁ </u> ସେମାନେ ଧାର୍ମିକ ।
* **<u>ନବେ ବର୍ଷ ବୟସ୍କ</u> ସାରା କି ପ୍ରସବ କରିବା ?**(ଆଦିପୁସ୍ତକ 17:17-18 ULT) - “ନବେ ବର୍ଷ ବୟସ୍କା” ଖଣ୍ଡବାକ୍ୟଟି ସାରାଙ୍କ ବୟସକୁ ସ୍ମରଣ କରାଏ । ଏହା ପ୍ରକାଶ କରେ ଯେ କାହିଁକି ଅବ୍ରହାମ ଏହି ପ୍ରଶ୍ନ କରିଥିଲେ । ସେ ଆଶା କଲେ ନାହିଁ ଯେ ସେହି ବୟସର ମହିଳା ସନ୍ତାନ ପ୍ରସବ କରିପାରିବ ।
* <u> ଏପରିକି ଯେବେ </u> ସାରା ଯିଏ ନବେ ବର୍ଷ ବୟସ୍କା, ସେ କି ସନ୍ତାନ ପ୍ରସବ କରିବ?
* **ମୁଁ ସଦାପ୍ରଭୁଙ୍କୁ ଆହ୍ଵାନ କରିବି, <u>ସେ ପ୍ରଶଂସିତା ହେବା ଯୋଗ୍ୟ</u> ...** (2ୟ ଶାମୁୟେଲ 22:4 ULT) - କେବଳ ଜଣେ ହିଁ ସଦାପ୍ରଭୁ ଅଛନ୍ତି । “ସେ ପ୍ରଶଂସିତ ହେବା ଯୋଗ୍ୟ” ଖଣ୍ଡବାକ୍ୟ ସଦାପ୍ରଭୁଙ୍କୁ ଆହ୍ଵାନ କରିବାର ଯଥାର୍ଥ କାରଣ ପ୍ରଦାନ କରୁଛି ।
* ମୁଁ ସଦାପ୍ରଭୁଙ୍କୁ ଆହ୍ଵାନ କରିବି, <u>କାରଣ</u> ସେ ପ୍ରଶଂସିତା ହେବା ଯୋଗ୍ୟ”
1. ସୂଚନାକୁ ଦୁର୍ବଳ ଉପାୟରେ ପ୍ରକାଶ କରିବା ନିମନ୍ତେ ଆପଣଙ୍କ ଭାଷାର ଗୋଟିଏ ମାଧ୍ୟମକୁ ବ୍ୟବହାର କରନ୍ତୁ ।
* **ତୃତୀୟ ନଦୀର ନାମ ହିଦ୍ଦେକଲ, <u>ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ </u>।**(ଆଦିପୁସ୍ତକ 2:14 ULT)
* ତୃତୀୟ ନଦୀର ନାମ ହିଦ୍ଦେକଲ, <u>ତାହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ</u>