or_ta/translate/writing-symlanguage/01.md

12 KiB
Raw Permalink Blame History

ବର୍ଣ୍ଣନା

ବକ୍ତୃତା ଏବଂ ଲେଖାରେ ପ୍ରତୀକାତ୍ମକ ଭାଷା ଅନ୍ୟ ବିଷୟ, ଅନ୍ୟାନ୍ୟ ଘଟଣା ଇତ୍ୟାଦିକୁ ଦର୍ଶାଇବା ପାଇଁ ପ୍ରତୀକାତ୍ମକ ଭାଷାଗୁଡ଼ିକର ବ୍ୟବହାର ହୁଏ । ବାଇବେଲରେ ଏହା ଭବିଷ୍ୟବାଣୀ ଏବଂ କବିତାରେ ବିଶେଷ ଭାବରେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାଗୁଡ଼ିକ ଅର୍ଥାତ ଦର୍ଶନ ଏବଂ ସ୍ୱପ୍ନରେ ଦେଖିବାକୁ ମିଳେ । ଯଦିଓ ଲୋକମାନେ ତୁରନ୍ତ ଏକ ପ୍ରତୀକର ଅର୍ଥ ଜାଣିପାରନ୍ତି ନାହିଁ, ତଥାପି ପ୍ରତୀକକୁ ଅନୁବାଦରେ ରଖିବା ଆବଶ୍ୟକ ଅଟେ ।

ଏହି ନଳାକାର ପୁସ୍ତକ ଭୋଜନ କର ତା’ପରେ ଯାଇ ଇସ୍ରାଏଲର ଗୃହ ସହିତ କଥା କୁହ। (ଯିହିଜିକଲ ୩:୧ ULT)

ଏହା ଏକ ସ୍ୱପ୍ନରେ ଥିଲା । ନଳାକାର ପୁସ୍ତକ ଖାଇବାର ରଥ ଯିହିଜିକଲ ନଳାକାର ପୁସ୍ତକରେ ଯାହା ଲେଖା ହୋଇଛି ତାହା ଭଲ ଭାବରେ ପାଠ କରି ବୁଝିବେ ଏବଂ ଈଶ୍ଵରଙ୍କଠାରୁ ଏହି ବାକ୍ୟଗୁଡ଼ିକୁ ଗ୍ରହଣ କରିବେ ।

ପ୍ରତୀକାତ୍ମକର ଉଦ୍ଦେଶ୍ୟ

• ପ୍ରତୀକାତ୍ମକତାର ଗୋଟିଏ ଉଦ୍ଦେଶ୍ୟ ଏହା ଅଟେ ତଥା ଅତ୍ୟନ୍ତ ନାଟକୀୟ ଶବ୍ଦରେ ଉଲ୍ଲେଖ କରି ଏକ ଘଟଣାର ମହତ୍ତ୍ୱ ବା ଗମ୍ଭୀରତାକୁ ବୁଝିବାରେ ସାହାଯ୍ୟ କରିବା । • ପ୍ରତୀକାତ୍ମକତାର ଅନ୍ୟ ଏକ ଉଦ୍ଦେଶ୍ୟ ଏହା ଅଟେ ତଥା କିଛି ଲୋକଙ୍କୁ କୌଣସି ବିଷୟରେ କହିବା ଯେତେବେଳେ ପ୍ରକୃତ ଅର୍ଥକୁ ଅନ୍ୟମାନଙ୍କଠାରୁ ଲୁଚାଇବା ଯେଉଁମାନେ ଏହାକୁ ବୁଝନ୍ତି ନାହିଁ ।

କାରଣ ଏହା ଏକ ଅନୁବାଦ ସମସ୍ୟା ଅଟେ

ଆଜି ଯେଉଁମାନେ ବାଇବବେଲ ଅଧ୍ୟୟନ କରନ୍ତି, ସେମାନେ ଭାଷାକୁ ପ୍ରତୀକାତ୍ମକ ବୋଲି ଚିହ୍ନିବା କଷ୍ଟକର ମନେକରି ପାରନ୍ତି, ଏବଂ ପ୍ରତୀକାତ୍ମକ କ’ଣ ପାଇଁ ବ୍ୟବହାର ହୋଇଅଛି ତାହା ସେମାନେ ଜାଣି ନ ଥାଇପାରନ୍ତି।

ଅନୁବାଦ ସିଦ୍ଧାନ୍ତଗୁଡ଼ିକ

• ଯେବେ ପ୍ରତୀକାତ୍ମକ ଭାଷା ବ୍ୟବହୃତ ହୋଇଅଛି, ସେତେବେଳେ ପ୍ରତୀକାତ୍ମକକୁ ଅନୁବାଦରେ ରଖିବା ଆବଶ୍ୟକ ଅଟେ । • ମୂଳ ବକ୍ତା କିମ୍ବା ଲେଖକଙ୍କ ଅପେକ୍ଷା ପ୍ରତୀକକୁ ଅଧିକ ବ୍ୟାଖ୍ୟା ନକରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେହେତୁ ସେ ଚାହୁଁ ନଥିବେ ଯେ ସେତେବେଳେ ସମସ୍ତେ ଏହାକୁ ସହଜରେ ବୁଝିବାରେ ସମର୍ଥ ହୁଅନ୍ତୁ ।

ବାଇବେଲରୁ ଉଦାହରଣଗୁଡ଼ିକ

ଏଥିଉତ୍ତାରେ ମୁଁ ରାତ୍ରିକାଳର ଦର୍ଶନରେ ଚତୁର୍ଥ ପଶୁ ଦେଖିଲି, ସେ ଭୟଙ୍କର, କ୍ଷମତାପନ୍ନ ଓ ଅତିଶୟ ବଳବାନ ଥିଲା । ତାହାର ବଡ଼ ବଡ଼ ଲୌହମୟ ଦନ୍ତ ଥିଲା; ସେ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟ ଯାହା ରହିଲା, ତାହା ପଦ ତଳେ ଦଳିତ କଲା । ସେ ତାହାର ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା; ପୁଣି ତାହାର ଦଶ ଶୃଙ୍ଗ ଥିଲା। (ଦାନିୟେଲ ୭:୭ ULT)

ଯେପରି ନିମ୍ନରେ ଉଲ୍ଲେଖ କରାଜଇଛି ସେହିପରି ଦାନିୟେଲ ୭:୨୩-୨୪ ରେ ଉଜ୍ଜଳିତ ସଙ୍କେତଗୁଡ଼ିକର ଅର୍ଥ ବ୍ୟାଖ୍ୟା କରାଯାଇଛି । ପଶୁମାନେ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ କରନ୍ତି, ଲୁହା ଦାନ୍ତ ଏକ ଶକ୍ତିଶାଳୀ ସେନାବାହିନୀକୁ ପ୍ରତିପାଦିତ କରେ, ଏବଂ ଶିଙ୍ଗଗୁଡ଼ିକ ଶକ୍ତିଶାଳୀ ନେତାମାନଙ୍କୁ ପ୍ରତିନିଧିତ୍ୱ କରେ ।

ସେହି ବ୍ୟକ୍ତି ଜଣକ ଏହା କହନ୍ତି, ‘ଚତୁର୍ଥ ପଶୁ, ଏହା ପୃଥିବୀର ଏକ ଚତୁର୍ଥ ରାଜ୍ୟ ହେବ ଯାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ । ଏହା ସମଗ୍ର ପୃଥିବୀକୁ ଗ୍ରାସ କରିବ ଏବଂ ଏହାକୁ ଖଣ୍ଡ ଖଣ୍ଡ କରି ଖଣ୍ଡ କରିଦେବ । ଦଶଟି ଶିଙ୍ଗ, ଏହି ରାଜ୍ୟରୁ ଦଶଜଣ ରାଜା ଉତ୍ପନ୍ନ ହେବେ ଏବଂ ସେମାନଙ୍କ ପରେ ଆଉ ଜଣେ ଉତ୍ପନ୍ନ ହେବେ । ସେ ପୂର୍ବମାନଙ୍କଠାରୁ ଭିନ୍ନ ହେବେ ଏବଂ ସେ ତିନି ରାଜାଙ୍କୁ ପରାସ୍ତ କରିବେ। (ଦାନିୟେଲ ୭:୨୩-୨୪ ULT)

ମୋ ସହିତ କଥା ହେଉଥିବା ସ୍ଵରକୁ ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି। ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି... ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, । ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଗୁପ୍ତ ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।” (ପ୍ରକାଶିତ ବାକ୍ୟ ୧:୧୨-୧୩କ, ୧୬କ, ULT)

ଏହି ବାକ୍ୟାଂଶ ସାତୋଟି ପ୍ରଦୀପ ଏବଂ ସାତୋଟି ତାରାର ଅର୍ଥ ବ୍ୟାଖ୍ୟା କରେ । ଦ୍ୱିଧାର ଖଡ୍ଗ ଈଶ୍ଵରଙ୍କ ବାକ୍ୟ ଏବଂ ବିଚାରକୁ ପ୍ରତିପାଦିତ କରେ ।

ଅନୁବାଦ କୌଶଳଗୁଡ଼ିକ

(1) ପ୍ରତୀକ ସହ ପାଠକୁ ଅନୁବାଦ କରନ୍ତୁ । ପ୍ରାୟତଃ ବକ୍ତା ବା ଲେଖକ ପରେ ଏହାର ଅର୍ଥକୁ ବ୍ୟାଖ୍ୟା କରନ୍ତି । (2) ପ୍ରତୀକ ସହ ପାଠକୁ ଅନୁବାଦ କରନ୍ତୁ । ତା’ପରେ ପାଦଟୀକାରେ ପ୍ରତୀକଗୁଡ଼ିକୁ ବ୍ୟାଖ୍ୟା କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକ

(1) ପ୍ରତୀକ ସହ ପାଠକୁ ଅନୁବାଦ କରନ୍ତୁ । ପ୍ରାୟତଃ ବକ୍ତା ବା ଲେଖକ ପରେ ଅର୍ଥକୁ ବ୍ୟାଖ୍ୟା କରନ୍ତି ।

ସେହି ବ୍ୟକ୍ତି ଜଣକ ଏହା କହନ୍ତି, ‘ଚତୁର୍ଥ ପଶୁ, ଏହା ପୃଥିବୀର ଏକ ଚତୁର୍ଥ ରାଜ୍ୟ ହେବ ଯାହା ଅନ୍ୟ ସମସ୍ତ ରାଜ୍ୟଠାରୁ ଭିନ୍ନ ହେବ । ଏହା ସମଗ୍ର ପୃଥିବୀକୁ ଗ୍ରାସ କରିବ ଏବଂ ଏହାକୁ ଖଣ୍ଡ ଖଣ୍ଡ କରି ଖଣ୍ଡ କରିଦେବ । ଦଶଟି ଶିଙ୍ଗ, ଏହି ରାଜ୍ୟରୁ ଦଶଜଣ ରାଜା ଉତ୍ପନ୍ନ ହେବେ ଏବଂ ସେମାନଙ୍କ ପରେ ଆଉ ଜଣେ ଉତ୍ପନ୍ନ ହେବେ । ସେ ପୂର୍ବମାନଙ୍କଠାରୁ ଭିନ୍ନ ହେବେ ଏବଂ ସେ ତିନି ରାଜାଙ୍କୁ ପରାସ୍ତ କରିବେ।’(ଦାନିୟେଲ ୭:୨୩-୨୪ ULT)

(2) ପ୍ରତୀକ ସହ ପାଠକୁ ଅନୁବାଦ କରନ୍ତୁ । ତା’ପରେ ପାଦଟୀକାରେ ପ୍ରତୀକଗୁଡ଼ିକୁ ବ୍ୟାଖ୍ୟା କରନ୍ତୁ ।

ଏଥିଉତ୍ତାରେ ମୁଁ ରାତ୍ରିକାଳର ଦର୍ଶନରେ ଚତୁର୍ଥ ପଶୁ ଦେଖିଲି, ସେ ଭୟଙ୍କର, କ୍ଷମତାପନ୍ନ ଓ ଅତିଶୟ ବଳବାନ ଥିଲା । ତାହାର ବଡ଼ ବଡ଼ ଲୌହମୟ ଦନ୍ତ ଥିଲା; ସେ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟ ଯାହା ରହିଲା, ତାହା ପଦ ତଳେ ଦଳିତ କଲା । ସେ ତାହାର ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା; ପୁଣି ତାହାର ଦଶ ଶୃଙ୍ଗ ଥିଲା। (ଦାନିୟେଲ ୭:୭ ULT)

ଏଥିଉତ୍ତାରେ ମୁଁ ରାତ୍ରିକାଳର ଦର୍ଶନରେ ଚତୁର୍ଥ ପଶୁ 1 ଦେଖିଲି, ସେ ଭୟଙ୍କର, କ୍ଷମତାପନ୍ନ ଓ ଅତିଶୟ ବଳବାନ ଥିଲା । ତାହାର ବଡ଼ ବଡ଼ ଲୌହମୟ ଦନ୍ତ 2 ଥିଲା; ସେ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟ ଯାହା ରହିଲା, ତାହା ପଦ ତଳେ ଦଳିତ କଲା । ସେ ତାହାର ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା; ପୁଣି ତାହାର ଦଶ ଶୃଙ୍ଗ 3 ଥିଲା।

ପାଦଟୀକାଗୁଡ଼ିକ ଏହିପରି ଦେଖାଯିବ:

[1] ପଶୁଟି ଏକ ରାଜ୍ୟ ପାଇଁ ପ୍ରତୀକ ଅଟେ । [2]ଲୁହା ଦାନ୍ତ ରାଜ୍ୟର ଶକ୍ତିଶାଳୀ ସେନା ପାଇଁ ଏକ ପ୍ରତୀକ ଅଟେ । [3]ଶିଙ୍ଗଗୁଡ଼ିକ ଶକ୍ତିଶାଳୀ ରାଜାମାନଙ୍କର ପ୍ରତୀକ ଅଟେ ।