or_ta/translate/writing-proverbs/01.md

10 KiB

ବର୍ଣ୍ଣନା

ହିତୋପଦେଶଗୁଡ଼ିକ ବହୁ ପ୍ରଚଳିତ ବକ୍ତବ୍ୟ ବା ମତ ଅଟେ  ଯାହା ଜ୍ଞାନ ଓ ସତ୍ୟ ଶିକ୍ଷା ଦିଏ । ଲୋକମାନେ ହିତୋପଦେଶକୁ ଉପଭୋଗ କରନ୍ତି କାରଣ ସେଗୁଡ଼ିକ ଅଳ୍ପ ଶବ୍ଦରୁ ବହୁତ ଜ୍ଞାନ ପ୍ରଦାନ କରେ । ବାଇବେଲରେ ହିତୋପଦେଶ ଅଳଙ୍କାର ଓ ସମାନ୍ତର ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରେ । ହିତୋପଦେଶଗୁଡ଼ିକ ସଂପୂର୍ଣ୍ଣ ଏବଂ ଅପରିବର୍ତ୍ତନଶୀଳ ନିୟମ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ବରଂ, ହିତୋପଦେଶଗୁଡ଼ିକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜୀବନ କିପରି ଯାପନ କରିବେ ସେ ସମ୍ବନ୍ଧରେ ସାଧାରଣ ପରାମର୍ଶ ଦିଏ ।

ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ। (ହିତୋପଦେଶ 10:12 ULT)

ଏଠାରେ ହିତୋପଦେଶ ଆଉ ଏକ ଉଦାହରଣ ।

ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ।  ତାହାର ବିଚାରକର୍ତ୍ତା  କିମ୍ବା ଅଧ୍ୟକ୍ଷ କିମ୍ବା ପ୍ରଭୁ କେହି ନ ଥିଲେ ହେଁ ସେ ଗ୍ରୀଷ୍ମକାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ,  ପୁଣି, ଫସଲ ସମୟରେ ଆହାର ସଞ୍ଚୟ କରେ। (ହିତୋପଦେଶ 6:6-8 ULT)

କାରଣ ଏହା ଏକ ଅନୁବାଦ ସମସ୍ୟା

ପ୍ରତ୍ୟେକ ଭାଷାରେ ହିତୋପଦେଶ କାହିବାର ମାଧ୍ୟମ ରହିଛି । ବାଇବେଲରେ ମଧ୍ୟ ଅନେକ ହିତୋପଦେଶ ଅଛି । ଯେପରି ଲୋକମାନେ ଆପଣଙ୍କ ଭାଷାରେ ଏଗୁଡ଼ିକୁ କୁହନ୍ତି ସେହିପରି ସେଗୁଡିକ ଅନୁବାଦ କରନ୍ତୁ ଯାହା ଫଳରେ ଲୋକମାନେ ସେଗୁଡ଼ିକୁ ହିତୋପଦେଶ ଭାବରେ ଚିହ୍ନି ପାରିବେ ଏବଂ ସେଗୁଡ଼ିକ ଯାହା ଶିକ୍ଷା ଦିଅନ୍ତି ତାହା ବୁଝିପାରିବେ ।

ବାଇବେଲରୁ ଉଦାହରଣଗୁଡ଼ିକ

ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ,

ପୁଣି, ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ। (ହିତୋପଦେଶ 22:1 ULT )

ଏହାର ଅର୍ଥ ଏହା ଯେ ବହୁତ ଟଙ୍କା ପାଇବା ଅପେକ୍ଷା ଜଣେ ଉତ୍ତମ ବ୍ୟକ୍ତି ହେବା ଏବଂ ସୁନାମ ପାଇବା ଉତ୍ତମ ବିଷୟ ଅଟେ । ଯେପରି ଦନ୍ତକୁ କଟୁ ରସ ଓ ଚକ୍ଷୁକୁ ଧୂଆଁ,

ସେପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ। (ହିତୋପଦେଶ 10:26 ULT)

ଏହାର ଅର୍ଥ ଏହା ଯେ, ଯେଉଁମାନେ ଅଳସୁଆକୁ କିଛି କରିବାକୁ ପଠାନ୍ତି ସେ ସେମାନଙ୍କ ପାଇଁ ଅତ୍ୟନ୍ତ ବିରକ୍ତିକର ଅଟେ ।

ଯିହୋବାଙ୍କ ପଥ ସରଳାଚାରୀମାନଙ୍କ ପ୍ରତି ଦୃଢ଼ ଗଡ଼;

ମାତ୍ର କୁକର୍ମକାରୀମାନଙ୍କ ପ୍ରତି ତାହା ବିନାଶଜନକ। (ହିତୋପଦେଶ 10:29 ULT )

ଏହାର ଅର୍ଥ ଏହା ଯେ, ଯେଉଁମାନେ ସତ୍କର୍ମ କରନ୍ତି, ସେମାନଙ୍କୁ ଯିହୋବା ସୁରକ୍ଷା ଦିଅନ୍ତି, କିନ୍ତୁ ସେ ଦୁଷ୍ଟମାନଙ୍କୁ ବିନାଶ କରନ୍ତି।

ଅନୁବାଦ କୌଶଳଗୁଡ଼ିକ

ଯଦି ହିତୋପଦେଶଗୁଡ଼ିକୁ ଆକ୍ଷରିକ ଭାବେ ଅନୁବାଦ କରିବା ସ୍ଵାଭାବିକ ଏବଂ ଆପଣଙ୍କ ଭାଷାରେ ସଠିକ୍ ଅର୍ଥ ପ୍ରଦାନ କରେ, ତେବେ ସେପରି କରନ୍ତୁ । ଯଦି କରେ ନାହିଁ, ଏଠାରେ କେତେକ ବିକଳ୍ପ ପ୍ରଦାନ କରାଯାଇଛି :

(1) ଆପଣଙ୍କ ଭାଷାରେ ଲୋକେ କିପରି ହିତୋପଦେଶଗୁଡ଼ିକୁ ବ୍ୟବହାର କରନ୍ତି ସେହିପରି ସେଗୁଡ଼ିକୁ ଅନୁବାଦ କରନ୍ତୁ  । (2) ଯଦି କେତେକ ବସ୍ତୁ ଯାହା  ହିତୋପଦେଶରେ ଉଲ୍ଲେଖ ଅଛି ଯାହା ଆପଣଙ୍କ ପାଠକମାନେ ଅପରିଚିତ ଅଛନ୍ତି ତେବେ ସେଗୁଡ଼ିକ ବଦଳରେ ଆପଣଙ୍କ ଭାଷାରେ ଥିବା ସମାନର୍ଥକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ । (3) ଆପଣଙ୍କ ଭାଷାରେ ସମାନ ଅର୍ଥ ଏବଂ ଶିକ୍ଷାଥିବା ହିତୋପଦେଶଗୁଡ଼ିକୁ ବ୍ୟବହାର କରନ୍ତୁ । (4) ସମାନ ଶିକ୍ଷା ଦିଅନ୍ତୁ କିନ୍ତୁ ହିତୋପଦେଶଗୁଡ଼ିକର ଗଠନ ନୁହେଁ ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକର ଉଦାହରଣମାନ

(1) ଆପଣଙ୍କ ଭାଷାରେ ଲୋକେ କିପରି ହିତୋପଦେଶଗୁଡ଼ିକୁ ବ୍ୟବହାର କରନ୍ତି ସେହିପରି ସେଗୁଡ଼ିକୁ ଅନୁବାଦ କରନ୍ତୁ  ।

ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ,

ପୁଣି, ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ। (ହିତୋପଦେଶ 22:1 ULT )

ଏହିପରି ଲୋକେ ଆପଣା ଆପଣା ଭାଷାରେ ହିତୋପଦେଶ କହନ୍ତି  ।

ବହୁତ ଧାନ ଅପେକ୍ଷା ସୁନାମ ଅର୍ଜନ କରିବା ଶ୍ରେୟଷ୍କର ପୁଣି ରୂପା ଓ ସୁନା ଅପେକ୍ଷା ଲୋକମାନଙ୍କୁ ସ୍ନେହ କରିବା ଉତ୍ତମ ଅଟେ  ।

ଜ୍ଞନୀ ବହୁତ ଧନ ଅପେକ୍ଷା ସୁନାମ ଅର୍ଜନ କରିବାକୁ ପସନ୍ଦ କରନ୍ତି, ପୁଣି ସୁନା ଓ ରୂପା ଅପେକ୍ଷା ସ୍ନେହ ଉତ୍ତମ ଅଟେ  ।

ବହୁତ ଧନ ଅପେକ୍ଷା ସୁଖ୍ୟାତି ପାଇଁ ଚେଷ୍ଟା କର  ।

ବହୁତ ଧନ ଆପଣଙ୍କୁ ସାହାଯ୍ୟ କରିବ କି?

ମୁଁ ସୁଖ୍ୟାତି ପସନ୍ଦ କରିବି ।

(2) ଯଦି କେତେକ ବସ୍ତୁ ଯାହା  ହିତୋପଦେଶରେ ଉଲ୍ଲେଖ ଅଛି ଯାହା ଆପଣଙ୍କ ପାଠକମାନେ ଅପରିଚିତ ଅଛନ୍ତି ତେବେ ସେଗୁଡ଼ିକ ବଦଳରେ ଆପଣଙ୍କ ଭାଷାରେ ଥିବା ସମାନର୍ଥକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ ।

ଯେପରି ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି,

ସେପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ। (ହିତୋପଦେଶ 26:1 ULT)

ଗ୍ରୀଷ୍ମ କାଳରେ ଥଣ୍ଡା ପବନ ବୋହିଵା କିମ୍ବା ଫସଲ ସମୟରେ ବର୍ଷା ହେବା ସ୍ବାଭାବିକ ନୁହେଁ; କିମ୍ବା ମୁର୍ଖ ଲୋକକୁ ସମ୍ମାନିତ କରିବା ସ୍ବାଭାବିକ ନୁହେଁ ।

(3) ଆପଣଙ୍କ ଭାଷାରେ ସମାନ ଅର୍ଥ ଏବଂ ଶିକ୍ଷାଥିବା ହିତୋପଦେଶଗୁଡ଼ିକୁ ବ୍ୟବହାର କରନ୍ତୁ ।

ତୁମ୍ଭେ କାଲିର ବିଷୟରେ ଦର୍ପ କଥା କୁହ ନାହିଁ;

ଯେହେତୁ ଏକ ଦିନ କଅଣ ଉତ୍ପାଦନ କରିବ, ତାହା ତୁମ୍ଭକୁ ଜଣା ନାହିଁ। (ହିତୋପଦେଶ 27:1 ULT)

କୁକୁଡା ଦ୍ବାର ନିକଟକୁ ଆସିବା ପୁର୍ବରୁ ତୁମ୍ଭର କୁକୁଡାକୁ ଗଣ ନାହିଁ ।

(4) ସମାନ ଶିକ୍ଷା ଦିଅନ୍ତୁ କିନ୍ତୁ ହିତୋପଦେଶରେ ନୁହେଁ ।

ଯେଉଁମାନେ ଆପଣା ପିତାକୁ ଶାପ ଦିଅନ୍ତି,

ପୁଣି, ଆପଣା ମାତାକୁ ଆଶୀର୍ବାଦ କରନ୍ତି ନାହିଁ, ଏପରି ଏକ ବଂଶ ଅଛି।

ଆପଣା ଦୃଷ୍ଟିରେ ନିର୍ମଳ, ଏପରି ଏକ ବଂଶ ଅଛି,

ତଥାପି ସେମାନେ ଆପଣା ମଳିନତାରୁ ଧୌତ ହୋଇ ନାହାନ୍ତି। (ହିତୋପଦେଶ 30:11-12 ULT)

ଯେଉଁ ଲୋକାମାନେ ଆପଣା ପିତାମାତାଙ୍କୁ ସମାଦର କରନ୍ତି ନାହିଁ କିନ୍ତୁ ସେମାନେ ଆପଣାକୁ ଧାର୍ମିକ ଭାବନ୍ତି ଓ ସେମାନେ ଆପଣା ପାପରୁ ଫେରନ୍ତି ନାହିଁ ।