or_ta/translate/writing-pronouns/01.md

15 KiB
Raw Permalink Blame History

ବର୍ଣ୍ଣନା

ଯେତେବେଳେ ଆମ୍ଭେମାନେ କଥାକହୁ କି ଲେଖୁ, ଆମ୍ଭେମାନେ ସର୍ବନାମକୁ ବ୍ୟବହାର କରୁ ଲୋକ କିମ୍ବା ପଦାର୍ଥ କୁ ବୁଝାଇବା ପାଇଁ ବାରମ୍ବାର ନାମ କିମ୍ବା ବିଶେଷ୍ୟକୁ ପୁନରାବୃତ୍ତି ନକରି ପ୍ରାୟତ ପ୍ରଥମ ଥର କାହାଣୀରେ କାହାକୁ ବୁଝାଇ ଥାଉ, ଆମ୍ଭେମାନେ ନାମ କିମ୍ବା ବର୍ଣ୍ଣନାତ୍ମକ ବ୍ୟବହାର କରୁ । ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିର ବିଶେଷ୍ୟ କିମ୍ବା ନାମକୁ ବୁଝାଇଥାଏ । ତାପରେ ଆମ୍ଭେମାନେ ତାହାଙ୍କୁ ଉପନାମରେ ସୁଚେଇ ଥାଉ, ଯେପର୍ଯ୍ୟନ୍ତ ଆମ୍ଭମାନଙ୍କର ଶ୍ରୋତା ସହଜରେ ବୁଝିବାରେ ସମର୍ଥ ପାରୁଛନ୍ତି ଯେ ଉପନାମ କାହାକୁ ନିର୍ଦ୍ଦେଶ କରନ୍ତି ।

 ନିକଦିମ ନାମରେ ଜଣେ ଫାରୁଶୀ ବ୍ୟକ୍ତି ସେଠାରେ ସେଠାରେ ଥିଲେ**, ସେ ଯିହୁଦୀ ମାନଙ୍କର ନେତା** । ସେହି ବ୍ୟକ୍ତି ଜଣକ ରାତ୍ରୀରେ ଯୀଶୁଙ୍କ ନିକଟକୁ ଆସିଲେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ  (ଯୋହନ ୩:୧-୩ ULT )

ଯୋହନ ୩ ରେ, ନିକଦିମ ପ୍ରଥମେ ବିଶେଷ୍ୟ ବାକ୍ୟଖଣ୍ଡ ଓ ତାହାର ନାମ ନିର୍ଦ୍ଦେଶ ଦିଏ ତାପରେ ବିଶେଷ୍ୟ ପଦରେ ବୁଝାଏ । “ଏହି ବ୍ୟକ୍ତି” ତାପରେ “ତାହାଙ୍କୁ” ସର୍ବନାମଭାବେ ପ୍ରତ୍ୟକ ଭାଷାର ନିୟମ ଓ ଏବଂ ଭାବାତ୍ମକ ସାମାନ୍ୟତା ଲୋକ କିମ୍ବା ପଦାର୍ଥ କୁ ବୁଝାଏ ।

  • କିଛି ଭାଷାରେ, ପ୍ରଥମ ଥର କିଛି ଅନୁଚ୍ଛେଦ କିମ୍ବା ଅଧ୍ୟାୟକୁ ବୁଝାଏ, ଏହା କିନ୍ତୁ ଉପନାମ ପରିବର୍ତ୍ତେ ବିଶେଷ୍ୟରେ ପରିଚିତ ହୁଏ ।
  • ମୁଖ୍ୟ ଚରିତ୍ର ହେଉଛି ଜଣେ ବ୍ୟକ୍ତି ଯାହାଙ୍କ ବିଷୟରେ ଏ କାହାଣୀ । କିଛି ଭାଷାରେ, କାହାଣୀ ରେ ମୁଖ୍ୟ ଚରିତ୍ର ପରିଚିତ ହେବା ପରେ, ସେ ସାଧାରଣ ଭାବେ ଉପନାମରେ ବର୍ଣ୍ଣନା କରାଯାଏ  । କିଛି ଭାଷାରେ ବିଶେଷ ଉପନାମ ଅଛି ଯାହା କେବଳ ମୁଖ୍ୟ ଚରିତ୍ରକୁ ବୁଝାଏ ।
  • ଆଉକିଛି ଭାଷାରେ, କ୍ରିୟା ଉପରେ ଚିହ୍ନ ଲୋକମାନଙ୍କୁ ମୁଖ୍ୟ ବିଷୟ ଜାଣିବାରେ ସାହାଯ୍ୟ କରେ । (ଦେଖ କ୍ରିୟା) ଏହି ଭାଷାଗୁଡ଼ିକ ମଧ୍ୟରୁ କେତେକରେ, ଶ୍ରୋତାମାନେ ଏହି ଚିହ୍ନ ଉପରେ ମୁଖ୍ୟ ପ୍ରସଙ୍ଗକୁ ବୁଝିବା ନିମନ୍ତେ ନିର୍ଭର କରନ୍ତି। ବକ୍ତା ଉପନାମକୁ ବ୍ୟବହାର କରିବେ, ବିଶେଶ୍ୟଖଣ୍ଡ, କିମ୍ବା କେବଳ ନାମ ବ୍ୟବହାର କରନ୍ତି ଯେତେବେଳେ ସେମାନେ ମୁଖ୍ୟ ପ୍ରସଙ୍ଗକୁ କିମ୍ବା ଗୁରୁତ୍ୱପୂର୍ଣ୍ଣ ବିଷୟ କିଏ ତାହା ସ୍ପଷ୍ଟ କରିବାକୁ ଚାହାଁନ୍ତି ।

କାରଣ ଏହା ହେଉଛି ଅନୁବାଦ ସମସ୍ୟା

  • ଯଦି ଅନୁବାଦକମାନେ ସେମାନଙ୍କ ଭାଷାରେ ଭୁଲ୍ ସମୟରେ ଉପନାମ ବ୍ୟବହାର କରନ୍ତି, ପାଠକ ହୁଏତ ଜାଣି ପାରିନ୍ତି ନାହିଁ ଯେ ଲେଖକ କାହା ବିଷୟରେ କହୁଛନ୍ତି ।
  • ଯଦି ଅନୁବାଦକମାନେ ବାରମ୍ବାର ମୁଖ୍ୟ ଚରିତ୍ରର ନାମ ଦ୍ୱାରା ସୁଚାଉଛନ୍ତି, କିଛି ଭାଷାର ଶ୍ରୋତା ହୁଏତ ହୃଦୟଙ୍ଗମ କରିବେ ନାହିଁ ଯେ ସେ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଚରିତ୍ର କିମ୍ବା ସେମାନେ ଭାବି ପାରନ୍ତି ଯେ ସେହି ନାମରେ ନୂଆ ଚରିତ୍ର ବୋଧେ ହୋଇଥିବ ।
  • ଯଦି ଅନୁବାଦକମାନେ ଭୁଲ ସମୟରେ ଉପନାମ, ବିଶେଶ୍ୟ କିମ୍ବା ନାମ ବ୍ୟବହାର କରନ୍ତି, ଲୋକମାନେ ଭାବି ପାରନ୍ତି ଯେ ବୋଧ ହୁଏ ସେହି ବ୍ୟକ୍ତିଙ୍କର କିମ୍ବା ପଦାର୍ଥର କିଛି ବିଶେଷତ୍ୱ ଅଛି ।

ବାଇବଲରୁ ଉଦାହରଣ

ନିମ୍ନୋକ୍ତ ଉଦାହରଣ ଗୁଡିକ ଅଧ୍ୟାୟ ଆରମ୍ଭ ରେ ଆସେ । କିଛି ଭାଷାରେ ଏହା ସ୍ପଷ୍ଟ ନଥାଇପରେ ଯେ ଉପନାମ କାହାକୁ ବୁଝାଉଛି ।

ତ'ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖି ଯାଇଥିଲା. ସେମାନେ ଦେଖିଲେ ତାଙ୍କୁ ଦେଖିବା ଯଦି ସେ ସୁସ୍ଥ କରି ଥିବ ତାଙ୍କୁ ବିଶ୍ରାମ ବାରରେ (ମାର୍କ ୩:୧- ULT )

ନିମ୍ନରେ ଦିଆଯାଇଥିବା ଉଦାହରଣ, ପ୍ରଥମ ବାକ୍ୟରେ ଦୁଇଜଣ ବ୍ୟକ୍ତିଙ୍କର ନାମ ଅଛି । ଦ୍ୱିତୀୟ ବାକ୍ୟରେ “ସେ” କାହାକୁ ବୁଝାଏ  ହୁଏତ ଏହା ସ୍ପଷ୍ଟ ହୋଇନପାରେ ।

ପୁଣି କିଛି ଦିନ ପରେ, ରାଜା ଆଗ୍ରିପ୍ପା ଓ ବର୍ଣ୍ଣାଳି କାଇସରିଆକୁ ଆସି ସାକ୍ଷାତ କଲେ ଫେଷ୍ଟଙ୍କୁ ପରେ ସେ ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ଫେଷ୍ଟ ରାଜାଙ୍କ ଆଗରେ ପାଉଲ କଥା ଜଣାଇ … (ପ୍ରେରିତ ୨୫:୧୩-୧୪ ULT )

ମାଥିଉ ପୁସ୍ତକରେ ଯୀଶୁ ହେଉଛନ୍ତି ମୁଖ୍ୟ ଚରିତ୍ର, କିନ୍ତୁ ନିମ୍ନୋକ୍ତ ପଦ ଗୁଡିକରେ ଚାରି ଥର ସେ ନାମ ଦ୍ୱାରା ସୁଚିତ ହୋଇଛନ୍ତି । ଏହା ହୁଏତେ କିଛି ଭାଷାରେ ବକ୍ତାମାନେ ଭାବି ପାରନ୍ତି ଯେ ଯୀଶୁ ମୁଖ୍ୟ ଚରିତ୍ର ନୁହନ୍ତି । କିମ୍ଭା ସେମାନଙ୍କୁ ଆହୁରି ଚିନ୍ତାରେ ପକାଇ ପାରେ ଯେ କାହାଣୀରେ ଯୀଶୁଙ୍କ ନାମରେ ଏକରୁ ଅଧିକ ବ୍ୟକ୍ତି ଅଛନ୍ତି । ଅଥବା ସେମାନଙ୍କୁ ଆହୁରି ଚିନ୍ତାରେ ପକାଇବ ଯେ ସେଠାରେ ତାଙ୍କୁ କିଛି ଗୁରୁତ୍ୱ ଦିଆଯାଇଅଛି, ଯଦ୍ୟପି ସେଠାରେ କିଛି ଗୁରୁତ୍ୱ ଦିଆଯାଇ ନାହିଁ ।

ସେହି ସମୟରେ ଯୀଶୁ ବିଶ୍ରାମ ବାରରେ ଶସ୍ୟ କ୍ଷେତ ଦେଇ ଗମନ କଲେ. ତାହାଙ୍କ ଶିସ୍ୟମାନେ କ୍ଷୁଦିତ ହୋଇ ଶସ୍ୟର ଶୀଷା ଛିଣ୍ଡାଇ ଖାଇବାକୁ ଲାଗିଲେ କିନ୍ତୁ ଫାରୁଶୀମାନେ ତାହା ଦେଖି ତାହାଙ୍କୁ କହିଲେ ଯୀଶୁ , “ଦେଖ ବିଶ୍ରାମବାରରେ ଯାହା କରିବା ବିଧି ସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି” ମାତ୍ର ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଦିତ ହେବା ସମୟରେ ସେ କ'ଣ କରିଥିଲେ, ତାହାକି ତୁମ୍ଭେ ପାଠ କରିନାହଁ ?…”  ପୁଣି ଯୀଶୁ ସେହି ସ୍ଥାନରୁ ପ୍ରସ୍ତାନ କରି ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ (ମାଥିଉ ୧୨:-୯ ULT )

ଅନୁବାଦ ରଣନୀତି

୧. ଯଦି ତୁମର ପାଠକ କୁ ସ୍ପଷ୍ଟ ହେବ ନାହିଁ କାହାକୁ ଓ କ'ଣ ଉପନାମ ବୁଝାଏ, ନାମ କିମ୍ବା ବିଶେଷ୍ୟ ବ୍ୟବହାର କର ।

୧. ଯଦି ବିଶେଷ୍ୟ କିମ୍ବା ନାମ ପୁନରାର୍ବୃତ୍ତି ହୁଏ ତେବେ ଲୋକମାନେ ଚିନ୍ତା କରିବେ ମୁଖ୍ୟ ଚରିତ୍ର ହେଉଛି ମୁଖ୍ୟ ଚରିତ୍ର ନୁହେଁ କିମ୍ବା ଲେଖକ ଜଣେ ଠାରୁ ଅଧିକ ବ୍ୟକ୍ତିଙ୍କ କଥା ସେହିନାମରେ କହୁଛନ୍ତି, କିମ୍ବା ସେଠାରେ କୌଣସି ପ୍ରକାର କାହା ଉପରେ ଗୁରୁତ୍ଵାରୋପ ହୋଇଛି ଯାହା ହେବା କଥା ନୁହେଁ, ସେ ସ୍ଥାନରେ ଉପନାମ ବ୍ୟବହାର କର ।

ଅନୁବାଦ କୌଶଳ ପ୍ରୟୋଗ ର  ଉଦାହରଣ

୧. ଯଦି ତୁମ୍ଭର ପାଠକ କୁ ସ୍ପଷ୍ଟ ହେବ ନାହିଁ କାହାକୁ ଓ କ'ଣ ଉପନାମ ବୁଝାଏ, ନାମ କିମ୍ବା ବିଶେଶ୍ୟ ବ୍ୟବହାର କର ।

  • ପରେ ସେ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ, ସେଠାରେ ଜଣେ ଲୋକ ଥିଲା ତାହାର ଗୋଟିଏ ହାତ ଶୁଖିଯାଇଥିଲା**। ସେମାନେ** ଦେଖିଲେ ତାଙ୍କୁ ଦେଖ ସତରେ ସେ ସୁସ୍ତତା ପାଇଅଛି ତାଙ୍କୁ ବିଶ୍ରାମ ବାରରେ । (ମାର୍କ ୩:୧- ULT )
  • ପରେ ସେ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା . କିଛି ଫାରୁଶୀ ଦେଖିଲେ ଯୀଶୁ ଦେଖ ସତରେ ସେ ସୁସ୍ତତା ପାଇଅଛି ସେହି ମନୁଷ୍ୟ ବିଶ୍ରାମ ବାରରେ (ମାର୍କ ୩:୧- UST )

୧. ଯଦି ବିଶେଶ୍ୟ କିମ୍ବା ନାମ ପୁନରାର୍ବୃତ୍ତି ହୁଏ ତେବେ ଲୋକମାନେ ଚିନ୍ତା କରିବେ ମୁଖ୍ୟ ଚରିତ୍ର ହେଉଛି ମୁଖ୍ୟ ଚରିତ୍ର ନୁହେଁ କିମ୍ବା ଲେଖକ ଜଣେ ଠାରୁ ଅଧିକ ବ୍ୟକ୍ତିଙ୍କ କଥା ସେହିନାମରେ କହୁଛନ୍ତି, କିମ୍ବା ସେଠାରେ କୌଣସି ପ୍ରକାର କାହା ଉପରେ ଗୁରୁତ୍ଵାରୋପ ହୋଇଛି ଯାହା ହେବା କଥା ନୁହେଁ, ସେ ସ୍ଥାନରେ ଉପନାମ ବ୍ୟବହାର କର ।

ସେହି ସମୟରେ ଯୀଶୁ ବିଶ୍ରାମ ବାରରେ ଶସ୍ୟ କ୍ଷେତ ଦେଇ ଗମନ କଲେ. ତାହାଙ୍କ ଶିସ୍ୟମାନେ କ୍ଷୁଦିତ ହୋଇ ଶସ୍ୟର ଶୀଷା ଛିଣ୍ଡାଇ ଖାଇବାକୁ ଲାଗିଲେ କିନ୍ତୁ ଫାରୁଶୀମାନେ ତାହା ଦେଖି ତାହାଙ୍କୁ କହିଲେ ଯୀଶୁ , “ଦେଖ ବିଶ୍ରାମବାରରେ ଯାହା କରିବା ବିଧି ସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି” ମାତ୍ର ଯୀଶୁ ସେମାନଙ୍କୁ କହିଲେ, “ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଦିତ ହେବା ସମୟରେ ସେ କଣ କରିଥିଲେ, ତାହାକି ତୁମ୍ଭେ ପାଠ କରିନାହଁ ?"ପୁଣି ଯୀଶୁ ସେହି ସ୍ଥାନରୁ ପ୍ରସ୍ତାନ କରି ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ । (ମାଥିଉ ୧୨:୧-୯ ULT)

ହୁଏତ ଏପରି ଅନୁବାଦ ହୋଇପାରିବ :

ସେହି ସମୟରେ ଯୀଶୁ ବିଶ୍ରାମ ବାରରେ ଶସ୍ୟ କ୍ଷେତ ଦେଇ ଗମନ କଲେ. ତାହାଙ୍କ ଶିସ୍ୟମାନେ କ୍ଷୁଦିତ ହୋଇ ଶସ୍ୟର ଶୀଷା ଛିଣ୍ଡାଇ ଖାଇବାକୁ ଲାଗିଲେ କିନ୍ତୁ ଫାରୁଶୀମାନେ ତାହା ଦେଖି, ସେମାନେ  ତାହାଙ୍କୁ କହିଲେ , “ଦେଖ ବିଶ୍ରାମବାରରେ ଯାହା କରିବା ବିଧି ସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି” ମାତ୍ର ସେ ସେମାନଙ୍କୁ କହିଲେ, “ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଦିତ ହେବା ସମୟରେ ସେ କଣ କରିଥିଲେ, ତାହାକି ତୁମ୍ଭେ ପାଠ କରିନାହଁ ?… ପୁଣି ସେ ସେହି ସ୍ଥାନରୁ ପ୍ରସ୍ତାନ କରି ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ ।