or_ta/translate/writing-participants/01.md

14 KiB
Raw Permalink Blame History

ବର୍ଣ୍ଣନା

ପ୍ରଥମଥର ଲୋକ କିମ୍ବା ପଦାର୍ଥ ନାମ କାହାଣୀରେ ଉଲ୍ଲେଖ ହୋଇଛି, ସେଗୁଡ଼ିକ ନୂଆ ଅଂଶଗ୍ରହଣକାରୀ ତାହାପରେ, ଯେତେବେଳେ ସେଗୁଡ଼ିକ ଉଲ୍ଲେଖ ଅଛି, ସେଗୁଡ଼ିକ ପୁରଣା ଅଂଶଗ୍ରହଣକାରୀ

ପୁଣି ଜଣେ ଫାରୁଶୀ ଥିଲେ ଯାହାର ନାମ ନିକଦିମ … ସେହି ଲୋକ ଯୀଶୁଙ୍କ ନିକଟକୁ ରାତ୍ରି ରେ ଆସିଲେ … ଯୀଶୁ ଉତ୍ତର ଦେଲେ ତାଙ୍କୁ।(ଯୋହନ 3:1 )

ପ୍ରଥମ ବାକ୍ୟଖଣ୍ଡରେ ନିକଦିମଙ୍କୁ ନୁତନ ଅଂଶ ଗ୍ରହଣକାରୀ ଭାବେ ପରିଚୟ ଦିଆଯାଇଛି ତାହାପରେ ତାଙ୍କୁ “ସେହି ଲୋକ” ଓ “ତାଙ୍କୁ” ଯେତେବେଳେ ସେ ପୁରୁଣା ଅଂଶ ଗ୍ରହଣ କାରୀ ହୋଇଯାନ୍ତି।

କାରଣ ଏହା ଏକ ଅନୁବାଦ ସମସ୍ୟା

ଆପଣଙ୍କର ଅନୁବାଦ ସ୍ପଷ୍ଟ ଓ ସ୍ୱାଭାବିକ କରିବା ପାଇଁ ହେଲେ, ଚରିତ୍ରଗୁଡ଼ିକୁ ଏପରି ଭାବେ ପରିଚିତ କରିବେ ଯେମିତି ଲୋକମାନେ ଜାଣି ପାରିବେ ଚରିତ୍ର ଗୁଡ଼ିକ କିଏ ନୂଆ ଓ କିଏ ପୁରୁଣା ଯାହାଙ୍କ ବିଷୟରେ ସେମାନେ ଆଗରୁ ପଢି ସାରିଛନ୍ତି ଭିନ୍ନ ଭାଷାରେ ଏଗୁଡ଼ିକ ଭିନ୍ନ ପ୍ରକାରେ ଉପସ୍ଥାପନା କରନ୍ତି ଆପଣଙ୍କ ଭାଷା ଯେପରି କରୁଛି ଆପଣ ସେହିପରି ଅନୁକରଣ କରନ୍ତୁ, ମୂଳ ଭାଷା ପରି ନୁହେଁ ।

ବାଇବେଲରୁ ଉଦାହରଣ

ନୁତନ ଅଂଶଗ୍ରହଣକାରୀ

ମୁଖ୍ୟ ନୁତନ ଚରିତ୍ର ପରିଚିତ ହୋଇଥାନ୍ତି ବାକ୍ୟଖଣ୍ଡ ପ୍ରକାଶ କରନ୍ତି ଯେ ସେ ଉପସ୍ଥିତ ଥିଲେ, ଯଥା “ ଜଣେ ଲୋକ ଥିଲେ” ନିମ୍ନୋକ୍ତ ଉଦାହରଣ ବାକ୍ୟଖଣ୍ଡ “ସେଠାରେ ଥିଲେ” କହେ ଯେ ସେହ ମନୁଷ୍ୟ ଉପସ୍ଥିତ ଥିଲେ ଶବ୍ଦ “ଜଣେ” ଓ “ଜଣେ ଲୋକ” ପ୍ରକାଶ କରେ ଯେ ଲେଖକ ତାଙ୍କ ବିଷୟରେ ପ୍ରଥମ ଥର ପାଇଁ କହୁଛନ୍ତି ଆଉ ବଳକା ସମୟରେ ପ୍ରକାଶ କରେ ସେହି ଲୋକ କେଉଁଠାରୁ, ସେ କେଉଁ ପରିବାରରୁ ଥିଲେ, ଓ ତାଙ୍କର ନାମ କଣ ଥିଲା ।

ଜଣେ ମନୁଷ୍ୟ ଥିଲେ ସରିୟ, ଦାନିୟ ଗୋଷ୍ଠୀ, ତାହାର ନାମ ଥିଲା ମାନୋହ । (ବିଚାରକର୍ତ୍ତା 13:2 ULT )

ଜଣେ ନୂଆ ଚରିତ୍ର ଯାହାର ଏତେ ଗୁରୁତ୍ବ ନାହିଁ ପରଚିତ ହେଉଛନ୍ତି ଜଣେ ଯେ ଆଗରୁ ପରିଚିତ ହୋଇସାରିଛନ୍ତି ନିମ୍ନୋକ୍ତ କିଛି ଉଦାହରଣ, ମାନୋହ ଭାର୍ଯ୍ୟାକୁ “ତାହାର ସ୍ତ୍ରୀ” ବୋଲି ସମ୍ବୋଧନ କରାଯାଇଛି ଏହି ବାକ୍ୟ ଖଣ୍ଡ ତାହାର ସମ୍ପର୍କ ତାଙ୍କ ସହିତ ବର୍ଣ୍ଣନା କରେ ।

ସେହି ସମୟରେ ଦାନିୟ ଗୋଷ୍ଠୀ ମଧ୍ୟରେ ସରିୟ ନିବାସୀ ଏକ ମନୁଷ୍ୟ ଥିଲା ତାହାର ନାମ ମାନୋହ ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରି ନଥିଲା । (ବିଚାରକର୍ତ୍ତା 13:2 ULT )

ବେଳେବେଳେ ନୂଆ ଚରିତ୍ର ନାମରେ ହିଁ ପରିଚିତ ହୁଅନ୍ତି କାରଣ ଲେଖକ କଳ୍ପନା କରନ୍ତି ଯେ ପାଠକ ଜାଣି ଛନ୍ତି ସେହି ବ୍ୟକ୍ତି କିଏ 1 ରାଜାବଳୀ 1ମ ପଦ, ଲେଖକ କଳ୍ପନା କରନ୍ତି ଯେ ତାଙ୍କର ପାଠକ ରାଜା ଦାଉଦ କିଏ ଜାଣିଛନ୍ତି ସେଥିପାଇଁ ସେ କିଏ ବୋଲି ବର୍ଣ୍ଣନା କରିବା ଆବଶ୍ୟକ ନାହିଁ ।

ଅନନ୍ତର ଦାଉଦ ରାଜା ବୃଦ୍ଧ ଓ ଗତ ବୟସ୍କ ହେଲେ; ସେମାନେ କମଳରେ ଘୋଡାଇ ଦେଲେ, ମାତ୍ର ସେ କିଛି ଉଷ୍ଣତା ପାଇଲେ ନାହିଁ । (1 ରାଜାବଳୀ 1:1 ULT )

ପୁରୁଣା ଅଂଶଗ୍ରହଣକାରୀ

ଜଣେ ବ୍ୟକ୍ତି ଯିଏ କି କାହାଣୀ ଭିତରକୁ ଆସି ସାରିଛନ୍ତି ତାଙ୍କୁ ଏହାପରେ ସର୍ବନାମରେ ବୁଝାଯାଇପାରିବ ନିମ୍ନୋକ୍ତ ଉଦାହରଣ, ସର୍ବନାମ “ତାହାର” ମାନୋହକୁ ବୁଝାଏ ଓ ତାହାର ଭାର୍ଯ୍ୟା ଆଉ ଗୋଟିଏ ସର୍ବନାମ “ସେ” ବ୍ୟବହାର ହୋଇଛି ।

ତାହାର ସ୍ତ୍ରୀ ବନ୍ଧ୍ୟା ଥିଲେ ତେଣୁ ସେ ପ୍ରସବ କରି ନଥିଲେ । (ବିଚାରକର୍ତ୍ତା 13:2 ULT )

କାହାଣୀର ଘଟଣାବଳୀକୁ ନେଇ, ପୁରୁଣା ଚରିତ୍ର ଅନୁଭାବେ ମଧ୍ୟ ବୁଝା ଯାଇପାରିବ ନିମ୍ନୋକ୍ତ ଉଦାହରଣ, କାହାଣୀଟି ହେଉଛି ସନ୍ତାନ ପ୍ରସବ ଓ ମାନୋହର ଭାର୍ଯ୍ୟା ବିଶେଶ୍ୟ “ସ୍ତ୍ରୀ ଲୋକ” ଦ୍ଵାରା ବୁଝାଯାଏ ।

ପରମେଶ୍ଵରଙ୍କ ଲୋକ ଉପସ୍ଥିତ ହେଲା ସ୍ତ୍ରୀ ଲୋକ ଓ ତାଙ୍କୁ କହିଲେ । (ବିଚାରକର୍ତ୍ତା 13:3 ULT )

କିଛି କ୍ଷଣ ନିମନ୍ତେ ଯଦି ପୁରାତନ ଚରିତ୍ର ଉପସ୍ଥାପନ ହୋଇ ନଥାନ୍ତେ, କିମ୍ବା ଚରିତ୍ରକୁ ନେଇ ଯଦି ଦ୍ଵନ୍ଦ ହୋଇଥାନ୍ତା, ଲେଖକ ଚରିତ୍ର ମାନଙ୍କର ନାମ ଆଉଥରେ ଲେଖି ଥାନ୍ତେ ନିମ୍ନୋକ୍ତ ଉଦାହରଣ, ମାନୋହ ତାହାଙ୍କ ନାମରେ ଦର୍ଶାଯାଇଛି, ଯାହା ଲେଖକ ଆଉ ବ୍ୟବହାର କରିନାହାନ୍ତି 2 ପଦ ପରେ ।

ତହୁଁ ମାନୋହ ବିନତୀ କଲେ ପରମେଶ୍ଵରଙ୍କ … (ବିଚାରକର୍ତ୍ତା 13:8 ULT )

କେତେକ ଭାଷାରେ କିଛି ଅଛି କ୍ରିୟା ପଦରେ ପ୍ରସଙ୍ଗ ବିଷୟ ରେ କିଛି କହୁଛି ସେହିପରି କେତେକ ଭାଷାରେ ଲୋକମାନେ ବିଶେଶ୍ୟ ବାକ୍ୟଖଣ୍ଡ କିମ୍ବା ସର୍ବନାମ ପୁରୁଣା ଚରିତ୍ର ନିମନ୍ତେ ବ୍ୟବହାର କରନ୍ତି ନାହିଁ ଯେତେବେଳେ ସେଗୁଡ଼ିକ ବାକ୍ୟରେ ମୁଖ୍ୟ ପ୍ରସଙ୍ଗ କ୍ରୟା ଚିହ୍ନ ବହୁତ ଗୁଡିଏ ତଥ୍ୟ ଶ୍ରୋତାମାନଙ୍କୁ ଯୋଗାଉଛି ଯେ ମୁଖ୍ୟ ପ୍ରସଙ୍ଗ କିଏ ଅଟେ । (ଦେଖ କ୍ରିୟା)

ଅନୁବାଦ କୌଶଳଗୁଡ଼ିକ

(1) ଯଦି ଚରିତ୍ର ନୂଆ ହୋଇଥାଏ, ତୁମ ଭାଷାରେ ଯେପରି ନୂଆ ଚରିତ୍ରର ପରିଚୟ କରନ୍ତି ସେହିପରି ବ୍ୟବହାର କରନ୍ତୁ ।

(2) ଯଦି ସର୍ବନାମ କାହାକୁ ବୁଝାଉଛି ସ୍ପଷ୍ଟ ନୁହେଁ, ବିଶେଶ୍ୟ କିମ୍ବା ନାମ ବ୍ୟବହାର କରନ୍ତୁ ।

(3) ଯଦି ପୁରୁଣ ଚରିତ୍ର ନାମ କିମ୍ବା ବିଶେଶ୍ୟ ଖଣ୍ଡ ଉଚ୍ଚାରଣ ହୋଇଛି ଓ ଲୋକମାନେ ଘୁରିବୁଲୁଛନ୍ତି ଯେ ଏହା କଣ ନୂଆ ଚରିତ୍ର, ସର୍ବନାମ ବ୍ୟବହାର କରନ୍ତୁ ଯଦି ସର୍ବନାମ ଆବଶ୍ୟକ ନୁହେଁ କାରଣ ଲୋକମାନେ ପରିସ୍ଥିତିରୁ ସ୍ପଷ୍ଟ ବୁଝି ପାରିବେ, ତେବେ ସର୍ବନାମ ତ୍ୟାଗ କରନ୍ତୁ ।

ଅନୁବାଦରେ ପ୍ରୋୟଗ ହୋଇଥିବା ଉଦାହରଣ

(1) ଯଦି ଚରିତ୍ର ନୂଆ, ତୁମ ଭାଷାରେ ଯେପରି ନୂଆ ଚରିତ୍ରର ପରିଚୟ କରନ୍ତି ସେହିପରି ବ୍ୟବହାର କରନ୍ତୁ ।

ପୁଣି,ଯୋଷେଫ, ଯେ ଲେବି ବଂଶଜାତ ଜଣେ କୃପିୟ ଜାତିର ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ (ଅନୁବାଦ କଲେ ଏହାର ଅର୍ଥ ସାନ୍ୱନାର ପୁତ୍ର) (ପ୍ରେରିତ 4:36-37 ULT ) ବାକ୍ୟ ଆରମ୍ଭ ହେଉଛି ଯୋଷେଫଙ୍କ ନାମ ଯେହେତୁ ସେ ପରିଚିତ କରାଯାଇନାହାନ୍ତି ତଥାପି କିଛି ଭାଷାରେ ଦ୍ଵନ୍ଦ ଜନ୍ମାଇ ପାରେ ।

ଯେ ଲେବି ବଂଶଜାତ ଜଣେ କୃପିୟ ଜାତିର ଲୋକ ତାହାର ନାମ ଯୋଷେଫ, ଓ ତାଙ୍କୁ ପ୍ରେରିତ ମାନଙ୍କ ଦ୍ଵାରା ବର୍ଣ୍ଣବ୍ବା ନାମ ଦିଆଯାଇଥିଲା (ଯାହାର ଭାଷାନ୍ତର ହେବ, ସାନ୍ୱନାର ପୁତ୍ର) ।

ଜଣେ ଲେବି କୃପିୟ ଥିଲେ ତାଙ୍କର ନାମ ଯୋଷେଫ ଥିଲା ପ୍ରେରିତ ମାନେ ତାଙ୍କର ନାମ ବର୍ଣାବ୍ବା ଡାକିଲେ ଯାହାର ଅର୍ଥ ସାନ୍ୱନାର ପୁତ୍ର ।

(2) ଯଦି ଏବେବି ସ୍ପଷ୍ଟ ନାହିଁ ଯେ ଉପନାମ କାହାକୁ ବୁଝାଏ, ବିଶେଶ୍ୟ କିମ୍ବା ନାମ ବ୍ୟବହାର କରନ୍ତୁ ।

ଏହା ଘଟିଲା କେଉଁଠି ସେ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ, ସେ ପ୍ରାର୍ଥନା ସମାପ୍ତ କରନ୍ତେ, ତାହାଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭ ମାନଙ୍କୁ ଶିଖାଉନ୍ତୁ।” (ଲୂକ 11:1 ULT ) ଯେହେତୁ ଏହା ଅଧ୍ୟାୟର ପ୍ରଥମ ପଦ, ପାଠକ ଘୁରିବୁଲିବେ “ସେ” କାହାକୁ ବୁଝାଉଛି ।

ଥରେ ଏପରି ହେଲା ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା ଶେଷ କରନ୍ତେ, ତାହାଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ କହିଲା, ହେ ପ୍ରଭୁ , ଯୋହନ ଯେପରି ତାହାର ଶିଷ୍ୟ ମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ସେହପରି ଆପଣ ମଧ୍ୟ ଆମ୍ଭ ମାନଙ୍କୁ ଶିଖାଉନ୍ତୁ ।

(3) ଯଦି ଗୋଟିଏ ପୁରୁଣ ଚରିତ୍ର ନାମ କିମ୍ବା ବିଶେଶ୍ୟ ଦ୍ଵାରା ଜଣାଯାଏ ଓ ଲୋକମାନେ ଘୁରିବୁଲାନ୍ତି ଯେ ଏକଣ ମଧ୍ୟ ନୂଆ ଚରିତ୍ର, ବିଶେଶ୍ୟ ବ୍ୟବହାର କରନ୍ତୁ ଯଦି ଉପନାମ ଆବଶ୍ୟକ ନାହିଁ କାରଣ ଲୋକମାନେ ସ୍ପଷ୍ଟ ଭାବେ ବୁଝି ପାରୁଛନ୍ତି ପରିସ୍ଥିତିରୁ, ତେବେ ଉପନାମ ତ୍ୟାଗ କରନ୍ତୁ ।

ଯୋଷେଫଙ୍କର ପ୍ରଭୁ ନେଇ ଯୋଷେଫ ଙ୍କୁ ରଖିଲେ ତାଙ୍କୁ କାରାଗାର, ରାଜବନ୍ଦୀ ମାନଙ୍କ ବାସସ୍ଥାନ, ତହୁଁ ଯୋଷେଫ ସେହି କାରାଗାରରେ ରହିଲେ । (ଆଦି. 39: 20 ULT) ଯେହେତୁ ଯୋଷେଫ ହେଉଛି କାହାଣୀର ମୁଖ୍ୟ ଚରିତ୍ର, କିଛି ଭାଷାରେ ଅସ୍ୱାଭାବିକ କିମ୍ବା ଦ୍ଵନ୍ଦରେ ପକାଇପାରେ ତାଙ୍କର ନାମକୁ ବାରମ୍ବାର ବ୍ୟବହାର କରିବା ସେମାନେ ଉପନାମ ପସନ୍ଦ କରିପାରନ୍ତି ।

ଯୋଷେଫଙ୍କର ପ୍ରଭୁ ନେଲେ ତାଙ୍କୁ ଏବଂ ରଖିଲେ ତାଙ୍କୁ କାରାଗାରରେ, ରାଜବନ୍ଦୀ ମାନଙ୍କ ବାସସ୍ଥାନ, ତହୁଁ ସେ ସେହି କାରାଗାରରେ ରହିଲେ ।