or_ta/translate/writing-background/01.md

16 KiB
Raw Permalink Blame History

ବର୍ଣ୍ଣନା

ଯେତେବେଳେ ଲୋକ କାହାଣୀ କହନ୍ତି, ସାଧାରଣତଃ ସେମାନେ ଘଟଣାବଳୀ ଗୁଡ଼ିକୁ କ୍ରମାନ୍ବୟରେ ଯେପରି ତାହା ଘଟିଅଛି ଏହି ଘଟଣାବଳୀର ଘଟଣାଗୁଡିକ କାହାଣୀର ସୀମାରେଖା ତିଅରିକରେ କାହାଣୀର ସୀମାରେଖା ହେଉଛି କାର୍ଯ୍ୟରତ କ୍ରିୟା ଗୁଡିକରେ ଭରପୁର ଥାଏ ଯାହା କାହାଣୀକୁ ଗତି କରିବାରେ ସାହାଯ୍ୟ କରେ କିନ୍ତୁ ବେଳେବେଳେ ଲେଖକ କାହାଣୀ ସିମାରେଖାରୁ ବନ୍ଦ କରି କେତେଗୁଡିଏ ତଥ୍ୟ ଦିଅନ୍ତି ଯେପରି ତାଙ୍କର କାହାଣୀ ଶୁଣୁଥିବା ଶ୍ରୋତା ମାନେ କାହାଣୀଟିକୁ ବୁଝି ପାରନ୍ତି ଏହିପରି ତଥ୍ୟ ଗୁଡ଼ିକୁ “ପୃଷ୍ଠଭୁମି ତଥ୍ୟ” କୁହାଯାଏ । ପୃଷ୍ଥଭୁମୀ ତଥ୍ୟ ହେଉଛି କାହାଣୀ ପୁର୍ବରୁ ଘଟିଥିବା ଘଟଣା ସେ କହିସାରିଛନ୍ତି, ହୁଏତ କାହାଣୀର କିଛି ବିଷୟକୁ ବୁଝାଇ ପାରେ କିମ୍ବା କାହାଣୀ ପରେ କିଛି ଘଟଣା ଘଟିପାରେ

ଉଦାହରଣ - ନିମ୍ନରେ ଥିବା କାହାଣୀରେ ବୋଲ୍ଡ ବାକ୍ୟାଂଶଗୁଡ଼ିକ ସମସ୍ତ ପୃଷ୍ଠଭୂମି ସୂଚନା ।

ପିତର ଓ ଯୋହନ ଶିକାର କରିବାକୁ ବାହାରିଲେ ଯେହେତୁ ସେମାନଙ୍କ ଗ୍ରାମରେ ତାପରଦିନ ଏକ ଭୋଜିର ଆୟୋଜନ କରାଯାଇଅଛି ସେହି ଗ୍ରାମରେ ପିତର ଜଣେ ବିଚକ୍ଷଣ ଶିକାରୀ ଥିଲେ। ସେ ଥରେ ଗୋଟିଏ ଦିନରେ ତିନିଟି ବାରହା ଶିକାର କରିଥିଲେ ! ସେମାନେ କିଛି ଘଣ୍ଟା ସମୟ ଛୋଟ ଛୋଟ ବୁଦା ଦେଇ ଯାଉଥିବା ବେଳେ ଗୋଟିଏ ବାରହା ଶବ୍ଦ ଶୁଣିଲେ ।

ବାରହା ଦୌଡିବାକୁ ଲାଗିଲା, କିନ୍ତୁ ସେମାନେ ବାରହା ଶିକାର କରିବାରେ ସଫଳ ହେଲେ ସେମାନେ ତାହାର ଗୋଡକୁ କୌଣସି ଏକ ଦୌଡିରେ ବାନ୍ଧି ତାକୁ ସେମାନଙ୍କ ସହିତ , ଓ ଏକ ବାଉଁସ ଠେଙ୍ଗାରେ ଟାଙ୍ଗି ବୋହି ବୋହି ଘରକୁ ଆଣିଲେ ଯେତେବେଳେ ସେମାନେ ଗ୍ରାମକୁ ଆଣିଲେ, ପିତରର ପଡୋଶୀ ଦେଖି ଚିହ୍ନି ପାରିଲା ଯେ ଏ ହେଉଛି ତା’ର ପୋଷା ଘୁଷୁରୀ , ପିତର ଭୁଲରେ ତାହାର ପଡୋଶୀ ଘୁଷୁରୀକୁ ବଧ କରିଛି , ପୃଷ୍ଠଭୁମି ତଥ୍ୟ ଘଟଣା ସମ୍ବନ୍ଧୀୟ ସର୍ବଦା କହେ ଆଗକୁ କଣ ଘଟିବାକୁ ଯାଉଛି କିମ୍ବା ପରବର୍ତ୍ତୀ ସମୟରେ କି ପ୍ରକାର ଘଟିବ ଏଗୁଡିକର ଉଦାହରଣ ହେଉଛି “ତା’ପର ଦିନ ସେମାନଙ୍କ ଗ୍ରାମରେ ଗୋଟିଏ ଭୋଜି ହେବାକୁ ଯାଉଛି” ଓ “ ସେ ଥରେ ଏକ ଦିନରେ ତିନିଟି ବାରହା ବଧ କରିଥିଲା”, “ ସେହିଦିନ ସେମାନଙ୍କ ସଙ୍ଗରେ ଆଣିଲା”, ଓ “ପିତର ଭୁଲରେ ତା’ର ପଡୋଶୀର ଘୁଷୁରୀକୁ ବଧ କରିଥିଲା

ଅନେକ ସମୟରେ ପୃଷ୍ଠଭୁମି ତଥ୍ୟ ବ୍ୟବହାର କରେ “ହେବ” କ୍ରିୟା ପରି “ଥିଲା” ଓ “ଥିଲେ” କାର୍ଯ୍ୟରତ କ୍ରିୟା ପରିବର୍ତ୍ତେ ଏହୁଡିକର ଉଦାହରଣ ହେଉଛି “ପିତର ଥିଲେ ଗ୍ରାମରେ ବିଚକ୍ଷଣ ଶିକାରୀ” ଓ “ ଏହା ଥିଲା ତାହାର ନିଜର ଘୁଷୁରୀ “ ପୃଷ୍ଠଭୁମି ତଥ୍ୟ ଶବ୍ଦ ସହିତ ଚିହ୍ନ ମଧ୍ୟ ଦିଆଯାଇପାରେ ଯେପରି ପାଠକ କହିବେ ଯେ ଏହି ଅଂଶଟି ହେଉଛି କାହାଣୀ ଘଟଣାବଳୀର ରେଖା ନୁହେଁ ଏହି ଘଟଣାରେ, ସେହିପାରୁ କିଛି ଶବ୍ଦ ଗୁଡିକ ହେଉଛି “କାରଣ”, “ଥରେ” ଓ “ଥିଲା”

ଲେଖକ ପୃଷ୍ଠଭୁମି ତଥ୍ୟ ବ୍ୟବହାର କରିପାରନ୍ତି

  • ତାଙ୍କର ଶ୍ରୋତା ମାନଙ୍କୁ କାହାଣୀର କୋତୁହଳ ଜାଗ୍ରତ ଆଣିବା ଉଦ୍ଦେଶ୍ୟରେ
  • ଶ୍ରୋତା ମାନଙ୍କୁ କାହାଣୀରେ କିଛି ବୁଝିବା ପାଇଁ ସାହାଯ୍ୟ କରିବା
  • କାହାଣୀରେ କିଛି ଗରୁତ୍ବ ଅଛି ବୋଲି ଶ୍ରୋତାମାନଙ୍କୁ ବୁଝିବାରେ ସାହାଯ୍ୟ କରିବା
  • କାହାଣୀରେ ପାଖୁଡା ଗୁଡ଼ିକୁ କହିବା
  • ଏହି ପାଖୁଡା ଗୁଡିକ ହେଲା:
  • କାହାଣୀ କେଉଁଠି ଘଟିଲା
  • କେତେବେଳେ ଘଟିଲା
  • ସେହି କାହାଣୀ ଆରମ୍ଭରେ ଚରିତ୍ର ଗୁଡିକ କିଏ ଥିଲେ
  • କାହାଣୀ ଆରମ୍ଭରେ କଣ ଘଟିଲା

କାରଣ ଏହା ଅନୁବାଦର ସମସ୍ୟା :

  • ଭାଷାରେ ପୃଷ୍ଠଭୁମି ତଥ୍ୟ ଓ କାହାଣୀ ରେଖା ତଥ୍ୟ ଚିହ୍ନିତ କରିବା ପାଇଁ ବହୁତ ଗୁଡିଏ ଉପାୟ ଅଛି
  • ବାଇବେଲ ଘଟଣାବଳୀ ଗୁଡିକର କ୍ରମ ଅନୁବାଦକ ଜାଣିବା ଆବଶ୍ୟକ, ଯେଉଁଠି ତଥ୍ୟ ହେଉଛି ପୃଷ୍ଠଭୁମି ତଥ୍ୟ ଓ କାହାଣୀରରେଖା ର ତଥ୍ୟ ଅଟେ
  • ଅନୁବାଦକ କାହାଣୀକୁ ଏପରି ଭାବରେ ଅନୁବାଦ କରିବାକୁ ହେବ ଯେଉଁଠି ଆପଣା ଆପଣା ପାଠକ କାହାଣୀର କ୍ରମ କୁ ବୁଝିବେ, କେଉଁ ତଥ୍ୟ ହେଉଛି ପୃଷ୍ଠଭୁମି ଓ କେଉଁଟା କାହାଣୀରେଖା ତଥ୍ୟ

ବାଇବେଲରୁ ଉଦାହରଣ

ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାର ଠାରୁ ଜାତ ସେହି ପୁତ୍ରର ନାମ ଇଶ୍ମାଏଲ ଦେଲେ ଅବ୍ରାମ ଛୟାଅଶୀ ବର୍ଷ ବୟସରେ ହାଗାର ଅବ୍ରାମଙ୍କ ନିମନ୍ତେ ଇଶ୍ମାଏଲକୁ ପ୍ରସବ କଲା (ଆଦି ୧୬ : ୧୬ ULT)

ପ୍ରଥମ ବାକ୍ୟ ଦୁଇଟି ଘଟଣା ବିଷୟରେ କହୁଛି ହାଗାର ପ୍ରସବ କଲେ ଓ ଅବ୍ରାମ ସେହି ପୁତ୍ରର ନାମ ଦେଲେ ଦ୍ବିତୀୟ ବାକ୍ୟଟି ହେଉଛି ପୃଷ୍ଠଭୁମି ତଥ୍ୟ ଯେତେବେଳେ ଏହି ଘଟଣା ଘଟିଲା ଅବ୍ରାମ ବୟସ କେତେ ଥିଲା

ପୁଣି ଯୀଶୁ ନିଜେ, ସେ ଶିକ୍ଷା ଦେବା ଆରମ୍ଭ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା । ସେ ପୁତ୍ର ଥିଲେ ।(ଯେପରି ହେବା କଥା) ଯୋଶେଫ, ହେଲିଙ୍କର ପୁତ୍ର (ଲୁକ ୩:୨୩ ULT)

ଆଗ ପଦରେ ଯୀଶୁ କେତେବେଳେ ବାପ୍ତିସ୍ମ ନେଲେ କହୁଅଛି ଏହି ବାକ୍ୟ ପୃଷ୍ଠଭୁମି ତଥ୍ୟ ଯୀଶୁଙ୍କ ବୟସ ସମ୍ବନ୍ଧେ ଓ ବଂଶ ର ପରିଚୟ କରାଯାଉଛି ଏହି କାହାଣୀ ପୁଣି ୪ ଅଧ୍ୟାୟରେ ପୁଣି ଆରମ୍ଭ ହୋଇ ଯୀଶୁ ପ୍ରାନ୍ତରକୁ ଯିବା ବିଷୟରେ ବର୍ଣ୍ଣନା କରେ

ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିବା ସମୟରେ ଓ ତାହାଙ୍କ ଶିଷ୍ୟମାନେ ଶିଷା ଛିଣ୍ଡାଇ ହାତରେ ମଳି ଖାଉଥିଲେ କିନ୍ତୁ ଫାରୁଶୀ ମାନଙ୍କ ମଧ୍ୟରୁ କେତେକ କହିଲେ … (ଲୂକ ୬:୧-୨କ ULT)

ଏହି ପଦ ଗୁଡିକ କାହାଣୀର ପଟ୍ଟଭୁମି ଦିଏ ଏହି କାହାଣୀଟି ବିଶ୍ରାମ ବାର ଦିନ ଶଶ୍ୟ କ୍ଷେତ୍ର ରେ ଘଟିଛି ଯୀଶୁ, ତାଙ୍କର ଶିଷ୍ୟ ମାନଙ୍କ ସହିତ ଓ କେତେକ ଫାରୁଶୀ ଅଛନ୍ତି ଓ ଯୀଶୁଙ୍କର ଶିଷ୍ୟମାନେ ଶିଷା ଛିଡାଇ ଖାଉଛନ୍ତି କାହାଣୀ ଟି ଆରମ୍ଭ ବାକ୍ୟ ହେଉଛି ମୁଖ୍ୟ କାର୍ଯ୍ୟ, “କିନ୍ତୁ କେତେକ ଫାରୁଶୀ କହିଲେ “

ଅନୁବାଦ କୌଶଳ

ଅନୁବାଦ ସ୍ପଷ୍ଟ ଓ ସ୍ବାଭାବିକ କରିବା ନିମନ୍ତେ ଆପଣଙ୍କ ଭାଷାରେ ଲୋକମାନେ କିପରି କାହାଣୀ କୁହନ୍ତି ଅଧ୍ୟୟନ କରିବାକୁ ପଡିବ ଆପଣଙ୍କ ଭାଷାରେ କିପରି ପୃଷ୍ଠଭୁମି ତଥ୍ୟ କୁ ଚିହ୍ନଟ କରାଯାଉଛି ଅନୁଧ୍ୟାନ କର ଏହାକୁ ଅଧ୍ୟୟନ କରିବା ପାଇଁ ହେଲେ ଆପଣଙ୍କୁ ସେହିପରି କିଛି କାହାଣୀ ଲେଖିବାକୁ ପଡିବ ପୃଷ୍ଠଭୁମି ତଥ୍ୟ ପାଇଁ କିପ୍ରକାର କ୍ରିୟା ବ୍ୟବହାର ହେଉଛି ନଜର କର ଓ ଆଉ କେଉଁ ଚିହ୍ନ କିମ୍ବା ଶବ୍ଦ ଗୁଡିକ ପୃଷ୍ଠଭୁମି ତଥ୍ୟ କହିବା ବେଳେ ବ୍ୟବହାର ହେଉଛି ଲକ୍ଷ୍ୟ କର

ଆପଣ ଅନୁବାଦ କଲାବେଳେ ସେହିପ୍ରକାର କର, ଯେପରି ଆପଣଙ୍କ ଅନୁବାଦ ସ୍ପଷ୍ଟ ଓ ସ୍ବାଭାବିକ ଏବଂ ଲୋକ ସହଜରେ ବୁଝି ପାରିବେ

(1) ଆପଣଙ୍କ ଭାଷାରେ ଏପରି ଉପାୟ ଦେଖାନ୍ତୁ ଯେଉଁଠି ଲୋକମାନେ ବୁଝିବେ ଯେ ଏହା ହେଉଛି ପୃଷ୍ଠଭୁମି ତଥ୍ୟ ୧। ତଥ୍ୟ ଗୁଡ଼ିକୁ ସଜାଡି ଦିଅନ୍ତୁ ଯେପରି ଆଗ ଘଟଣା ପ୍ରଥମରେ ହିଁ ଉଲ୍ଲେଖ କରିବେ (ଯେଉଁ କାହାଣୀରେ ପୃଷ୍ଠଭୁମି ତଥ୍ୟ ଲମ୍ବା ଏହା ସର୍ବଦା ସମ୍ଭବ ନୁହେଁ)

ଅନୁବାଦ ରଣନୀତି ବିନିଯୋଗ ଉଦାହରଣ

(1) ଆପଣଙ୍କ ଭାଷାରେ ଏପରି ଉପାୟ ଦେଖାନ୍ତୁ ଯେଉଁଠି ଲୋକମାନେ ବୁଝିବେ ଯେ ଏହା ହେଉଛି ପୃଷ୍ଠଭୁମି ତଥ୍ୟ ନିମ୍ନୋକ୍ତ ଉଦାହରଣ ULT ଇଂରାଜୀ ଅନୁବାଦ ଗୁଡିକ କିପରି ହେଉଛି ତାହା ବୁଝାଏ

ପୁଣି ଯୀଶୁ ନିଜେ, ଶିକ୍ଷା ଦେବାକୁ ଆରମ୍ଭ କଲେ, ହୋଇଥିଲେ ପ୍ରାୟ ତିରିଶ ବର୍ଷ ବୟସ ସେ ଥିଲେ ପୁତ୍ର (ଯେପରି ହେବା କଥା) ଯୋଶେଫଙ୍କର , ହେଲିଙ୍କର ପୁତ୍ର (ଲୁକ ୩:୨୩ ULT ) ଇଂରାଜୀ “ପୁଣି” ଶବ୍ଦ ବ୍ୟବହାର କରିବା ଦ୍ବାରା ଜଣାଉଛି ଯେ କାହାଣୀରେ କିଛି ପରିବର୍ତ୍ତନ ହୋଇଛି ଏହାର ପୃଷ୍ଠଭୁମି ତଥ୍ୟ ଦେଖାଉଛି କ୍ରିୟା ପଦ ବ୍ୟବହାର “ଥିଲା” ମାଧ୍ୟମରେ

ସେ ଅଧିକାଂଶ ଉପଦେଶ ସାହିତ ଲୋକମାନଙ୍କୁ ସୁସମାଚାର ପ୍ରଚାର କଲେ ଯୋହନ ମଧ୍ୟ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ବିବାହ କରିବା, ହେରୋଦିଆ ବିଷୟରେଆପଣା କୃତ ସମସ୍ତ ଦିଷ୍କର୍ମ ବିଷୟରେ କିନ୍ତୁ ହେରୋଦା ଆହୁରି ଗୋଟିଏ ଦୁଷ୍କର୍ମ କଲେ ସେ ଯୋହନଙ୍କୁ କାରାରୁଦ୍ଧ କରି (ଲୂକ ୩:୧୮- ULT)

ଗାର ପଡିଥିବା ବାକ୍ୟଖଣ୍ଡ ଯୋହନ ହେରୋଦଙ୍କୁ ଚେତାବନୀ ଦେବା ଆଗରୁ ଇଂରାଜୀରେ, ସାହାଯ୍ୟକାରୀ କ୍ରିୟା “ଥିଲା”ମଧ୍ୟରେ “କରିଥିଲା” ଦେଖାଏ ଯେ ଯୋହନ ଚେତାବନୀ ଦେବା ଆଗରୁ ହେରୋଦ ତାହା କରିଛନ୍ତି

(2) ପୁଣି ତଥ୍ୟକୁ ସଜାଡି ଦିଅନ୍ତୁ ଯେପରି ତାହାର ପୁର୍ବ ଘଟଣା ପ୍ରଥମେ ଉଲ୍ଲେଖ ରହିବ

ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାର ଠାରୁ ଜାତ ସେହି ପୁତ୍ରର ନାମ ଇଶ୍ମାଏଲ ଦେଲେ। “ ଅବ୍ରାମ ଛୟାଅଶୀ ବର୍ଷ ବୟସରେ , ହାଗାର ଅବ୍ରାମଙ୍କ ନିମନ୍ତେ ଇଶ୍ମାଏଲକୁ ପ୍ରସବ କଲା “(Gଆଦି ପୁସ୍ତକ 16:16 ULT)

ଯୋହନ ମଧ୍ୟ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ବିବାହ କରିବା, ହେରୋଦିଆ ବିଷୟରେଆପଣା କୃତ ସମସ୍ତ ଦିଷ୍କର୍ମ ବିଷୟରେ କିନ୍ତୁ ହେରୋଦା ଆହୁରି ଗୋଟିଏ ଦୁଷ୍କର୍ମ କଲେ ସେ ଯୋହନଙ୍କୁ କାରାରୁଦ୍ଧ କରି (ଲୁକ ୩:୧୮- ULT)

ତଳେ ଦିଆଯାଇଥିବା ଅନୁବାଦ ଯୋହନ ଚେତାବନୀ ଓ ହେରୋଦଙ୍କର କାର୍ଯ୍ୟ ଗୁଡ଼ିକୁ ସଜଡା ଯୋଇଛି

“ ପୁଣି ସାମନ୍ତରାଜା ହେରୋଦା ନିଜ ଭାଇର ଭାର୍ଯ୍ୟାକୁ ବିବାହ କଲେ, ହେରୋଦିଆ, ଓ ସେ ଆହୁରି ଅଧିକ ଦୁଷ୍କର୍ମ କାର୍ଯ୍ୟ କଲେ, ସେଥିପାଇଁ ଯୋହନ ତାଙ୍କୁ ଚେତାବନୀ ଦେଲେ କିନ୍ତୁ ତା’ପରେ ହେରୋଦା ଆହୁରି ଦୁଷ୍କର୍ମ କଲେ ସେ ଯୋହନଙ୍କୁ କାରାରୁଦ୍ଧ କରିଲେ “