or_ta/translate/writing-apocalypticwriting/01.md

18 KiB

ବର୍ଣ୍ଣନା

ପ୍ରତୀକାତ୍ମକ ଭବିଷ୍ୟବାଣୀ ଏକ ପ୍ରକାରର ସମ୍ବାଦ ଯାହା ପରମେଶ୍ଵର ଏକ ଭବିଷ୍ୟଦ୍ବକ୍ତାଙ୍କୁ ଦିଅନ୍ତି ଯାହା ସେ ଅନ୍ୟ ଲୋକମାନଙ୍କୁ କହେ । ଏହି ସମ୍ବାଦ ଗୁଡିକ ଚିତ୍ର ଏବଂ ପ୍ରତୀକ ବ୍ୟବହାର କରି ପ୍ରକାଶ କରେ ଯେ ପରମେଶ୍ଵର ଭବିଷ୍ୟରେ କ’ଣ କରିବେ ।

ଯେଉଁ ପ୍ରମୁଖ ପୁସ୍ତକ ଗୁଡିକରେ ଏ ସବୁ ଭବିଷ୍ୟବାଣୀ ଗୁଡିକ ଅଛି ସେଗୁଡିକ ହେଲେ ଯିଶାଇୟ, ଯିହିଜିକଲ, ଦାନିୟେଲ, ଯିଖରୀୟ ଏବଂ ପ୍ରକାଶିତ ବାକ୍ୟ । ପ୍ରତୀକାତ୍ମକ ଭବିଷ୍ୟବାଣୀର ଛୋଟ ଉଦାହରଣ ଗୁଡିକ ମଧ୍ୟ ଅନ୍ୟ ପୁସ୍ତକ ଗୁଡିକରେ ଅଛି, ଯେପରି, ମାଥିଉ 24, ମାର୍କ 13, ଏବଂ ଲୂକ 21 ରେ ।

ବାଇବଲ ଉଭୟ ବିଷୟରେ କହେ, କିପରି ପରମେଶ୍ଵର ପ୍ରତ୍ୟେକ ସମ୍ବାଦ ଦେଲେ ଏବଂ ସମ୍ବାଦ କ’ଣ ଥିଲା । ଯେତେବେଳେ ପରମେଶ୍ଵର ସମ୍ବାଦ ପ୍ରଦାନ କଲେ, ସେ ପ୍ରାୟଃ ଚମତ୍କାର ଭାବରେ କଲେ ଯେପରି, ସ୍ଵପ୍ନ ଏବଂ ଦର୍ଶନ ଗୁଡିକ ମାଧ୍ୟମରେ ।

(ଦେଖନ୍ତୁ ସ୍ଵପ୍ନ ଏବଂ [ଦର୍ଶନ] ସ୍ଵପ୍ନ ଏବଂ ଦର୍ଶନ ଅନୁବାଦ କରିବାରେ ସାହାଯ୍ୟ କରିବାକୁ) ଯେତେବେଳେ ଭବିଷ୍ୟଦ୍ବକ୍ତା ଏହି ସ୍ଵପ୍ନ ଏବଂ ଦର୍ଶନ ଗୁଡିକୁ ଦେଖିଲେ, ସେମାନେ ପ୍ରାୟଃ ପରମେଶ୍ଵର ଏବଂ ସ୍ଵର୍ଗ ବିଷୟରେ ଚିତ୍ର ଏବଂ ପ୍ରତୀକ ଗୁଡିକ ଦେଖିଲେ ।

ଏହି ଚିତ୍ର ଗୁଡିକରୁ କିଛି ସିଂହାସନ, ସୁବର୍ଣ୍ଣ ପ୍ରଦୀପ, ଏକ ଶକ୍ତିଶାଳୀ ମନୁଷ୍ୟ ଶ୍ଵେତବର୍ଣ୍ଣ କେଶ ଏବଂ ଧଳା ବସ୍ତ୍ର, ଏବଂ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ ଓ ପାଦ ଉଜ୍ଜ୍ୱଳ ପିତ୍ତଳ ତୁଲ୍ୟ । ଏହି ଚିତ୍ର ଗୁଡିକ ମଧ୍ୟରୁ କିଛି ଚିତ୍ର ଏକରୁ ଅଧିକ ଭବିଷ୍ୟଦ୍ବକ୍ତାଙ୍କ ଦ୍ଵାରା ଦେଖା ଯାଇଥିଲା ।

ବିଶ୍ଵ ବିଷୟରେ ମଧ୍ୟ ଭବିଷ୍ୟବାଣୀରେ ଚିତ୍ର ଏବଂ ପ୍ରତୀକ ଗୁଡିକ ଅଛି । ଉଦାହରଣ ନିମନ୍ତେ, କିଛି ଭବିଷ୍ୟବାଣୀରେ ବଲିଷ୍ଠ ପ୍ରାଣୀ ଗୁଡିକ ରାଜ୍ୟ ଗୁଡିକୁ ଦର୍ଶାଏ, ଶୃଙ୍ଗସକଳ ରାଜା କିମ୍ବା ରାଜ୍ୟ ଗୁଡିକୁ ଦର୍ଶାଏ, ଏକ ପ୍ରକାଣ୍ଡ ସର୍ପ କିମ୍ବା ସର୍ପ ମନ୍ଦ ବ୍ୟକ୍ତିକୁ ଦର୍ଶାଏ, ସମୂଦ୍ର ଦେଶ ଗୁଡିକୁ ଦର୍ଶାଏ ଏବଂ ସପ୍ତାହ ଗୁଡିକ ସମୟର ଦୀର୍ଘକାଳ ଦର୍ଶାଏ ।

ଏହି ଚିତ୍ର ଗୁଡିକ ମଧ୍ୟରୁ କିଛି ଚିତ୍ର ମଧ୍ୟ ଅଧିକ ଭବିଷ୍ୟଦ୍ବକ୍ତାଙ୍କ ଦ୍ଵାରା ଦେଖା ଯାଇଥିଲା । ଭବିଷ୍ୟବାଣୀ ଗୁଡିକ ଏହି ଦୁନିଆର ମନ୍ଦତା ବିଷୟରେ ଅବଗତ କରାନ୍ତି ଯେ କିପରି ପରମେଶ୍ଵର ଜଗତର ନ୍ୟାୟ କରିବେ ଏବଂ ପାପକୁ ଦଣ୍ଡ ଦେବେ, ଏବଂ ପରମେଶ୍ଵର ନିର୍ମାଣ କରୁଥିବା ନୂତନ ଦୁନିଆରେ ସେ କିପରି ଧାର୍ମିକତାର ରାଜ୍ୟକୁ ସ୍ଥାପିତ କରିବେ ।

ସ୍ଵର୍ଗ ଏବଂ ନର୍କରେ ଯାହା ଘଟିବ ସେହି ବିଷୟରେ ମଧ୍ୟ ସେମାନେ ଅବଗତ କରାନ୍ତି । ବାଇବଲରେ ଅଧିକାଂଶ ଭବିଷ୍ୟବାଣୀ କବିତା ଭାବରେ ଉପସ୍ଥାପନ କରାଯାଇ ଅଛି ।

କିଛି ସଂସ୍କୃତିରେ ଲୋକେ ସତ ବୋଲି ମନେକରନ୍ତି ଯେ ଯଦି କବିତାରେ କିଛି କୁହାଯାଇ ଅଛି ତେବେ ଏହା ସତ କିମ୍ବା ମହତ୍ଵ ହୋଇ ନ ପାରେ । ତଥାପି, ବାଇବଲରେ ଭବିଷ୍ୟବାଣୀ ଗୁଡିକ ସତ ଏବଂ ମହତ୍ଵ ଅଟେ, ଯଦିବା ସେଗୁଡିକ କବିତା ସଦୃଶ୍ୟରେ କିମ୍ବା କବିତା ଅସଦୃଶ୍ୟ ଉପସ୍ଥାପନ କରାଯାଇ ଅଛି ।

ବେଳେବେଳେ ଅତୀତ କାଳ, ଅତୀତରେ ଘଟିଥିବା ଘଟଣାକୁ ପୁସ୍ତକରେ ଉଲ୍ଲେଖିତ କରିବା ନିମନ୍ତେ ବ୍ୟବହାର ହୋଇଅଛି । ତଥାପି, ବେଳେବେଳେ ଯେଉଁ ଘଟଣା ଭବିଷ୍ୟତରେ ଘଟିବ ସେଥିପାଇଁ ମଧ୍ୟ ଅତୀତ କାଳ ବ୍ୟବହାର ହୋଇଅଛି । ଏଠାରେ ଆମ୍ଭମାନଙ୍କ ପାଇଁ ଦୁଇଟି କାରଣ ଅଛି ।

ଯେତେବେଳେ ସ୍ଵପ୍ନ କିମ୍ବା ଦର୍ଶନରେ ଭବିଷ୍ୟଦ୍ବକ୍ତାମାନେ ଦେଖିଥିବା ବିଷୟ ଗୁଡିକୁ କହିଲେ, ସେମାନେ ପ୍ରାୟଃ ଅତୀତ କାଳକୁ ବ୍ୟବାହର କଲେ କାରଣ ସେମାନଙ୍କର ସ୍ଵପ୍ନ ଗୁଡିକ ଅତୀତରେ ଥିଲା । ଅତୀତ କାଳକୁ ବ୍ୟବହାର କରିବାର ଅନ୍ୟ କାରଣ, ଭବିଷ୍ୟ ଘଟଣା ଗୁଡିକୁ ଗୁରୁତ୍ଵ ଦେବା ଥିଲା ଯେ ସେହି ଘଟଣା ଗୁଡିକ ନିଶ୍ଚିତଭାବରେ ଘଟିବ । ଘଟଣା ଗୁଡିକ ଘଟିବାର ଅଧିକ ନିଶ୍ଚିତତା ଥିଲା, ଏଗୁଡିକ ଏପରି ଥିଲା ଯେମତି ସେଗୁଡିକ ପୂର୍ବରୁ ଘଟି ଯାଇଅଛି । ଅତୀତ କାଳର ଏହି ଦ୍ଵିତୀୟ ବ୍ୟବହାରକୁ ଆମ୍ଭେମାନେ “ଭବିଷ୍ୟ କହିବା ଅତୀତ” କହୁ ।

ଦେଖନ୍ତୁ ଭବିଷ୍ୟ କହିବା ଅତୀତ । ଏଥି ମଧ୍ୟରୁ କିଛି ଭବିଷ୍ୟଦ୍ବକ୍ତାମାନେ ସେହି ଗୁଡିକ ବିଷୟ କହିବା ପରେ ଘଟିଲା, ଏବଂ ସେଗୁଡିକ ମଧ୍ୟରୁ କିଛି ଦୁନିଆର ସମାପ୍ତିରେ ଘଟିବ ।

କାରଣ ଏହା ଏକ ଅନୁବାଦର ସମସ୍ୟା ଅଟେ

  • କିଛି ଚିତ୍ର ଗୁଡିକ ବୁଝିବାକୁ କଷ୍ଟକର ଅଟେ ଯେହେତୁ ପୂର୍ବରୁ ଆମ୍ଭେମାନେ ସେହିପରି ବିଷୟ କେବେ ଦଦେଖି ନାହୁଁ ।
  • ଯେଉଁ ବିଷୟ ଗୁଡିକୁ ଆମ୍ଭେମାନେ କେବେ ଦେଖି ନାହୁଁ ସେହି ବିଷୟରେ ବର୍ଣ୍ଣନା କିମ୍ବା ଯେଉଁ ବିଷୟ ଏହି ଦୁନିଆରେ ନାହିଁ ତାହା ଅନୁବାଦ କରିବା କଷ୍ଟକର ଅଟେ ।
  • ଯଦି ପରମେଶ୍ଵର କିମ୍ବା ଭବିଷ୍ୟଦ୍ବକ୍ତାମାନେ ଅତୀତ କାଳକୁ ବ୍ୟବହାର କଲେ, ହୁଏତ ପାଠକମାନେ ଏହା ବୁଝି ପାରିବେ ନାହିଁ ଯେ ସେ ପୂର୍ବରୁ ଘଟିଥିବ ବିଷୟରେ କହୁଥିଲେ କିମ୍ବା ଯାହା ଭବିଷ୍ୟରେ ଘଟିବ ।

ଅନୁବାଦ ସିଦ୍ଧାନ୍ତ ଗୁଡିକ

  • ପାଠରେ ଅନୁବାଦ ଚିତ୍ର ସେଗୁଡିକୁ ବାଖ୍ୟା କରିବାକୁ ଏବଂ ସେଗୁଡିକର ଅର୍ଥକୁ ଅନୁବାଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।
  • ଯେତେବେଳେ ବାଇବଲରେ ଏକରୁ ଅଧିକ ଚିତ୍ର ଗୁଡିକ ଥାଏ ଏବଂ ସେହିପରି ବାଖ୍ୟା କରାଯାଇ ଅଛି ତେବେ ସେହି ସମସ୍ତ ସ୍ଥାନ ଗୁଡିକରେ ସେହିପରି ଅନୁବାଦ କରିବାକୁ ଚେଷ୍ଟା କରନ୍ତୁ ।
  • ଯଦି କବିତା ସଦୃଶ କିମ୍ବା କବିତା ଅସଦୃଶ ଆକୃତି ଗୁଡିକ ଆପଣଙ୍କ ପାଠକମାନଙ୍କୁ ସୂଚିତ କରେ ଯେ ଭବିଷ୍ୟବାଣୀ ସତ୍ୟ ନୁହେଁ କିମ୍ବା ମହତ୍ଵ ନୁହେଁ, ତେବେ ଏକ ଆକୃତିକୁ ବ୍ୟବହାର କରନ୍ତୁ ଯାହା ସେହି ବିଷୟ ଗୁଡିକୁ ସୂଚାଏ ନାହିଁ ।
  • ଭିନ୍ନ ଭିନ୍ନ ଭବିଷ୍ୟବାଣୀରେ ଘଟିଥିବା ଘଟଣା ଗୁଡିକର ବର୍ଣ୍ଣନା କେଉଁ କ୍ରମରେ କରାଯାଇ ଅଛି ବେଳେବେଳେ ବୁଝିବା କଷ୍ଟକର ଅଟେ । ପ୍ରତ୍ୟେକ ଭବିଷ୍ୟବାଣୀରେ ଯେପରି ସେଗୁଡିକ ଅଛି ସେମତି ଲେଖନ୍ତୁ ।
  • କାଳ ଗୁଡିକୁ ଏପରି ଅନୁବାଦ କରନ୍ତୁ ଯେପରି ପାଠକମାନେ ବୁଝି ପାରିବେ ଯେ ଲେଖକଙ୍କର ଅର୍ଥ କ’ଣ ଥିଲା । ଯଦି ପାଠକମାନେ ଭବିଷ୍ୟ ଅତୀତକୁ ବୁଝି ପାରିବେ ନାହିଁ, ତେବେ ଭବିଷ୍ୟ କାଳକୁ ଆପଣ ବ୍ୟବହାର କରି ପାରିବେ ।
  • କିଛି ଭବିଷ୍ୟବାଣୀ ଗୁଡିକ ଭବିଷ୍ୟଦ୍ବକ୍ତାମାନେ ସେହି ବିଷୟରେ ଲେଖିଲା ପରେ ପୂରା ହେଲା । ସେଗୁଡିକ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପୂରା ହୋଇ ନାହିଁ । ଭବିଷ୍ୟବାଣୀ ଗୁଡିକରେ ଏହି ଭବିଷ୍ୟବାଣୀ ଗୁଡିକ କେଉଁ ସମୟରେ ପୂରା ହେଲେ କିମ୍ବା ସେଗୁଡିକ କିପରି ପୂରା ହେଲା ତାହା ସ୍ପଷ୍ଟ କରନ୍ତୁ ନାହିଁ ।

ବାଇବଲରୁ ଅନିବାଦ ଗୁଡିକ

ନିମ୍ନଲିଖିତ ବାକ୍ୟାଂଶ ଗୁଡିକ ଯିହିଜିକଲ, ଦାନିୟେଲ ଏବଂ ଯୋହନ ଦେଖି ଥିବା ଶକ୍ତିଶାଳୀ ପ୍ରାଣୀଙ୍କ ବିଷୟରେ ବର୍ଣ୍ଣନା କରେ । ଏହି ଦର୍ଶନ ଗୁଡିକରେ ଆସିଥିବା ଚିତ୍ର ଗୁଡିକ କେଶ ଯାହା ମେଷଲୋମ ପରି ଶ୍ଵେତ, ଏକ ସ୍ୱର ବହୁ ଜଳରାଶି ସମାନ, ଏକ ସୁବର୍ଣ୍ଣ ପଟୁକା ଏବଂ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ।

ଯଦିବା ଭବିଷ୍ୟଦ୍ବକ୍ତାମାନେ ଅନେକ ତଥ୍ୟ ଦେଖିଲେ, ତଥ୍ୟ ଗୁଡିକୁ ସେହିପରି ଅନୁବାଦ କରିବା ଉତ୍ତମ ହେବ ଯେପରି ସେଗୁଡିକ ଅଛି । ପ୍ରକାଶିତ ବାକ୍ୟରୁ ବାକ୍ୟାଂଶ ଗୁଡିକରେ ରେଖାଙ୍କିତ ବାକ୍ୟାଂଶ ଗୁଡିକ ଯିହିଜିକଲ ଏବଂ ଦାନିୟେଲ ପୁସ୍ତକର ବାକ୍ୟାଂଶ ଗୁଡିକରେ ମଧ୍ୟ ଘଟି ଅଛି ।

ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ । ତାହାଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଲବର୍ଣ୍ଣ ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ । ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ , ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ । ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ନିର୍ଗତ ହେଉଥିଲା । ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା। (ପ୍ରକାଶିତ ବାକ୍ୟ 1:13-16 ULT)

ମୁଁ ଦେଖୁ ଦେଖୁ,  କେତେଗୋଟି ସିଂହାସନ ସ୍ଥାପିତ ହେଲା, ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ। ତାହାଙ୍କର ବସ୍ତ୍ର ହିମ ତୁଲ୍ୟ ଶୁକ୍ଳବର୍ଣ୍ଣ, ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମ ତୁଲ୍ୟ ଥିଲା । (ଦାନିୟେଲ 7:9 ULT)

ମୁଁ ଚକ୍ଷୁ ଖୋଲି ଦେଖିଲି, ଆଉ ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଏକ ମନୁଷ୍ୟ, ତାଙ୍କ କଟୀ ଉଫସର ନିର୍ମଳ ସୁବର୍ଣ୍ଣ ବନ୍ଧନୀରେ ନିର୍ମାଣ ହୋଇଥିଲା । ତାଙ୍କ ଶରୀର ବୈଦୂର୍ଯ୍ୟମଣି ତୁଲ୍ୟ ଓ ତାଙ୍କ ମୁଖ ବିଦ୍ୟୁତ୍ର ଆଭା ତୁଲ୍ୟ ଓ ତାଙ୍କ ଚକ୍ଷୁ ଜ୍ୱଳ; ମଶାଲ ତୁଲ୍ୟ, ଆଉ ତାଙ୍କ ହସ୍ତ ଓ ପାଦ ପରିଷ୍କୃତ ପିତ୍ତଳର, ଆଭା ତୁଲ୍ୟ ଓ ତାଙ୍କ ବାକ୍ୟର ରବ ଲୋକସମୂହର ରବ ତୁଲ୍ୟ ଥିଲା । (ଦାନିୟେଲ 10:5-6 ULT)

ଆଉ ଦେଖ ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ, ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା। (ଯିହିଜିକଲ 43:2 ULT)

ନିମ୍ନଲିଖିତ ବାକ୍ୟାଂଶ ଅତୀତରେ ଘଟିଥିବା ଘଟଣାକୁ ସୂଚାଇବା ନିମନ୍ତେ ଅତୀତ କାଳର ବ୍ୟବହାରକୁ ଦେଖାଏ । ରେଖାଙ୍କିତ କ୍ରିୟା ଗୁଡିକ ଅତୀତର ଘଟଣା ଗୁଡିକୁ ସୂଚାଏ ।

ଆମୋସର ପୁତ୍ର ଯିଶାଇୟଙ୍କର ଦର୍ଶନ, ସେ ଯିହୁଦା ରାଜାଗଣ ଉଷିୟ, ଯୋଥମ୍, ଆହସ୍ଓ ହିଜକୀୟର ରାଜତ୍ଵ ସମୟରେ ଯିହୁଦା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ। ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି: “ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନଭରଣପୋଷଣ କରିଅଛୁ ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି। (ଯିଶାଇୟ 1:1-2 ULT)

ନିମ୍ନଲିଖିତ ବାକ୍ୟାଂଶ ଗୁଡିକ ଭବିଷ୍ୟ କାଳ ଏବଂ ଅତୀତ କାଳର ଭିନ୍ନ ଭିନ୍ନ ବ୍ୟବହାର ଗୁଡିକୁ ଦର୍ଶାଏ । ରେଖାଙ୍କିତ କ୍ରିୟା ସମୂହ ଭବିଷ୍ୟ ଅତୀତ କାଳର ଉଦାହରଣ ଗୁଡିକ ଯେଉଁଥିରେ ଘଟଣା ନିଶ୍ଚିତଭାବରେ ଘଟିବ ସୂଚାଇବାକୁ ଅତୀତ କାଳ ବ୍ୟବହୃତ ହୋଇଅଛି ।

ଯିଏ ବେଦନାଗ୍ରସ୍ତ ଥିଲା, ତାହା ଅନ୍ଧକାର ହୋଇ ରହିବ ନାହିଁ। ପୂର୍ବ କାଳରେ ସେ ତୁଚ୍ଛନୀୟ କରିଥିଲେ, ସବୂଲୂନ୍ଦେଶ ଓ ନପ୍ତାଲି ଦେଶକୁ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ, ଯର୍ଦ୍ଦନର ସେପାରିସ୍ଥ, ଗୋଷ୍ଠୀଗଣର ଗାଲିଲୀକୁ ସମ୍ଭ୍ରାନ୍ତ କରିବେ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହାଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି । (ଯିଶାଇୟ 9:1-2 ULT)