or_ta/translate/translation-difficulty/01.md

12 KiB

ପ୍ରଥମେ ମୁଁ କ’ଣ ଅନୁବାଦ କରିବା ଉଚିତ?

ସମୟ ସମୟରେ ଅନୁବାଦ ଦଳକୁ ପ୍ରଥମେ ସେମାନେ କ’ଣ ଅନୁବାଦ କରିବେ ତାହା ନିଷ୍ପତି ନେବା ଆବଶ୍ୟକତା ଅଟେ କିମ୍ବା ଯଦି ସେମାନେ ପୂର୍ବରୁ ଅନୁବାଦ କରିଛନ୍ତି, ତେବେ ପରବର୍ତ୍ତୀ ସମୟରେ ସେମାନେ କ’ଣ ଅନୁବାଦ କରିବେ ।

ଅନେକ ମୌଳିକ ବିଷୟ ଗୁଡିକ ଅଛି ଯାହା ବିଚାର କରାଯିବା ଉଚିତ:

  • ମଣ୍ଡଳୀ କ’ଣ ଅନୁବାଦ କରେଇବାକୁ ଚାଁହେ?
  • ଅନୁବାଦ ଦଳର କେତେ ଅଭିଜ୍ଞତା ଅଛି?
  • ଏହି ଭାଷାରେ ବାଇବଲର ବିଷୟ କେତେ ଅନୁବାଦ କରାଯାଇ ଅଛି?

ଏହି ପ୍ରଶ୍ନର ସମସ୍ତ ଉତ୍ତର ମହତ୍ଵ ଅଟେ ।

କିନ୍ତୁ ଏହା ମନେ ରଖନ୍ତୁ:

  • ଅନୁବାଦ କରିବା ଏକ ଦକ୍ଷତା ଅଟେ ଯାହା ଅଭିଜ୍ଞତା ସହ ବୃଦ୍ଧି ହୁଏ । ଯେହେତୁ ଅନୁବାଦ କରିବା ଏକ ଦକ୍ଷତା ଅଟେ ଯାହା ବୃଦ୍ଧି ହୁଏ, ଯେଉଁ ବିଷୟ ଗୁଡିକ କଷ୍ଟକର ନୁହେଁ ସେହି ବିଷୟ ଗୁଡିକୁ ଅନୁବାଦ ଆରମ୍ଭ କରିବା ବୁଦ୍ଧିମାନର କାର୍ଯ୍ୟ ଅଟେ ଯାହା ଫଳରେ ଅନୁବାଦକ କୌଣସି ବିଷୟକୁ ସରଲୀକୃତ କରି ଅନୁବାଦ କରିବା ଶିଖିବ ।

ଅନୁବାଦର ଅସୁବିଧା

ବିକ୍ ଲିପ୍(Wycliffe) ବାଇବଲ ଅନୁବାଦକମାନେ ବାଇବଲର ଭିନ୍ନ ଭିନ୍ନ ପୁସ୍ତକ ଗୁଡିକୁ ଅନୁବାଦ କରିବାର ଅସୁବିଧାକୁ ମୁଲ୍ୟାୟନ କରିଛନ୍ତି । ସେମାନଙ୍କର ମୁଲ୍ୟାୟନ ପ୍ରଣାଳୀରେ ଅନୁବାଦ କରିବାକୁ ସବୁଠାରୁ ଜଟିଳ ପୁସ୍ତକ 5 ସ୍ତରକୁ ପ୍ରାପ୍ତ କରେ ।

ଅନୁବାଦ କରିବାକୁ ସବୁଠାରୁ ସରଳ ପୁସ୍ତକ 1 ସ୍ତରକୁ ପ୍ରାପ୍ତ କରେ । ସାଧାରଣ ଭାବେ, ଯେଉଁ ପୁସ୍ତକ ଗୁଡିକରେ ଅଧିକ ସାରାଂଶ ଅଛି, କବିତା,ଏବଂ ଧର୍ମଶାସ୍ତ୍ରୀୟ ପଦ ଗୁଡିକ ଏବଂ ଧାରଣା ଗୁଡିକୁ ଅନୁବାଦ କରିବା ବହୁତ ଜଟିଳ ଅଟେ । ଯେଉଁ ପୁସ୍ତକ ଗୁଡିକ ଅଧିକ ବିଚାରଣାତ୍ମକ ଏବଂ ବାସ୍ତବ ଅଟେ ସାଧାରଣତଃ ଅନୁବାଦ ଅରିବା ନିମନ୍ତେ ଅଧିକ ସରଳ ଅଟେ ।

ସ୍ତର 5 ଅସୁବିଧା ( ଅନିବାଦ କରିବାକୁ ଅଧିକ ଜଟିଳ)

  • ପୁରାତନ ନିୟମ
  • ଆୟୁବ, ଗୀତସଂହିତା, ଯିଶାଇୟ, ଯିରିମୀୟ, ଯିହିଜିକଲ
  • ନୂତନ ନିୟମ
  • ରୋମୀୟ, ଗାଲାତୀୟ, ଏଫିସୀୟ, ଫିଲିପ୍ପୀୟ, କଲସୀୟ, ଏବ୍ରୀ

ସ୍ତର 4 ଅସୁବିଧା

  • ପୁରାତନ ନିୟମ
  • ଲେବୀୟ ପୁସ୍ତକ, ହିତୋପଦେଶ, ଉପଦେଶକ, ପରମ ଗୀତ, ବିଳାପ, ଦାନିୟେଲ, ହୋଶେୟ, ଯୋୟେଲ, ଆମୋଷ, ଓବଦୀୟ, ମୀଖା, ନାହୂମ, ହବକ୍କୂକ, ସିଫନୀୟ, ହାଗୟ, ଯିଖରୀୟ, ମଲାଖୀ
  • ନୂତନ ନିୟମ
  • ଯୋହନ 1-2 କରିନ୍ଥୀୟ, 1-2 ଥେସଲନୀକୀୟ, 1-2 ପିତର, 1 ଯୋହନ, ଯିହୂଦା

ସ୍ତର 3 ଅସୁବିଧା

  • ପୁରାତନ ନିୟମ
  • ଆଦି ପୁସ୍ତକ, ଯାତ୍ରା ପୁସ୍ତକ, ଗଣନା ପୁସ୍ତକ, ଦ୍ଵିତୀୟ ବିବରଣ
  • ନୂତନ ନିୟମ
  • ମାଥିଉ, ମାର୍କ, ଲୂକ, ପ୍ରେରିତ, 1-2 ତୀମଥି, ତୀତସ, ଫିଲିମୋନ, ଯାକୁବ, 3-3 ଯୋହନ, ପ୍ରକାଶିତ ବାକ୍ୟ

ସ୍ତର 2 ଅସୁବିଧା

  • ପୁରାତନ ନିୟମ
  • ଯିହୋଶୂୟ, ବିଚାରକର୍ତ୍ତା, ରୂତ, 1-2 ଶମୁୟେଲ, 1-2 ରାଜାବଳୀ, 1-2 ବଂଶାବଳୀ, ଏଜ୍ରା, ନିହିମୀୟା, ଏଷ୍ଟର,ୟୂନସ
  • ନୂତନ ନିୟମ
  • କିଛି ନୁହେଁ*

ସ୍ତର 1 ଅସୁବିଧା (ଅନୁବାଦ କରିବାକୁ ସରଳ)

  • କିଛି ନୁହେଁ*

ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ

ଯଦିବା ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ଏହି ମୁଲ୍ୟାୟନ ପ୍ରଣାଳୀ ଅନୁସାରେ ନିର୍ଦ୍ଧାରଣ କରାଯାଇ ନ ଥିଲା, ଏହା ସ୍ତର 1 ଅସୁବିଧା ଅଧୀନରେ ରହିବା ଉଚିତ । ଆମ୍ଭେମାନେ ସୁପାରିଶ କରିବୁ ଯେ ଆପଣା ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ଦ୍ଵାରା ପ୍ରାରମ୍ଭ କରନ୍ତୁ ।

ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ଦ୍ଵାରା ପ୍ରାରମ୍ଭ କରିବାର ଅନେକ ଉତ୍ତମ କାରଣ ଗୁଡିକ ଅଛି :

  • ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ସହଜରେ ଅନୁବାଦ କରିବାକୁ ପରିକଳ୍ପିତ କରାଯାଇ ଥିଲା ।
  • ଏହା ବ୍ୟାପକ ଭାବେ ବିଚାରଣାତ୍ମକ ।
  • ଅନେକ ଜଟିଳ ବାକ୍ୟାଂଶ ଏବଂ ଶବ୍ଦ ଗୁଡିକ ସରଳ କରାଯାଇ ଅଛି ।
  • ପାଠକୁ ବୁଝିବା ନିମନ୍ତେ ଅନୁବାଦକୁ ସାହାଯ୍ୟ କରିବା ନିମନ୍ତେ ଏଥିରେ ଅନେକ ଚିତ୍ର ଅଛି ।
  • ବାଇବଲ କିମ୍ବା ନୂତନ ନିୟମ ଠାରୁ ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ଅଧିକ ଛୋଟ ଅଟେ, ଯାହା ଫଳରେ ଏହା ଶୀଘ୍ର ସମାପ୍ତ କରି, ମଣ୍ଡଳୀ ଗୁଡିକୁ ବିତରଣ କରାଯାଇ ପାରିବ ।
  • ଯେହେତୁ ଏହା ଶାସ୍ତ୍ର ନୁହେଁ, ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ଭୟକୁ ଅପସାରଣ କରେ ଯାହା ପରମେଶ୍ଵରଙ୍କର ବାକ୍ୟକୁ ଅନୁବାଦ କରିବା ନିମନ୍ତେ ଅନେକ ଅନୁବାଦକ କରନ୍ତି ।
  • ବାଇବଲ ଅନୁବାଦ କରିବା ପୂର୍ବରୁ ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକୁ ଅନୁବାଦ କରିବା ଅନୁବାଦକଙ୍କୁ ଅନୁବାଦରେ ଅଭିଜ୍ଞତା ଏବଂ ପ୍ରଶିକ୍ଷଣ ପ୍ରଦାନ କରେ, ଯାହା ଫଳରେ ଯେତେବେଳେ ସେମାନେ ବାଇବଲ ଅନୁବାଦ କରନ୍ତି ।

ସେମାନେ ଏହା ଉତ୍ତମ ଭାବେ କରିବେ । ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକୁ ଅନୁବାଦ କରିବା ଦ୍ଵାରା ଅନୁବାଦ ଦଳ ପ୍ରାପ୍ତ କରିବ:

  • ଏକ ଅନୁବାଦ ଏବଂ ପରୀକ୍ଷଣ ଦଳ ନିର୍ମାଣ କରିବାରେ ଅଭିଜ୍ଞତା
  • ଅନୁବାଦ କରିବା ଏବଂ ପରୀକ୍ଷଣ କରିବା ପ୍ରକ୍ରିୟାରେ ଅଭିଜ୍ଞତା
  • Door43 ଉପକରଣକୁ ବ୍ୟବହାର କରିବାରେ ଅଭିଜ୍ଞତା
  • ଅନୁବାଦ ଦ୍ଵନ୍ଦ ଗୁଡିକୁ ସମାଧାନ କରିବାରେ ଅଭିଜ୍ଞତା
  • ମଣ୍ଡଳୀ ଏବଂ ସଂପ୍ରଦାୟ ଯୋଗଦାନ ପ୍ରାପ୍ତ କରିବାରେ ଅଭିଜ୍ଞତା
  • ବିଷୟକୁ ପ୍ରକାଶ କରିବା ଏବଂ ବିତରଣ କରିବାରେ ଅଭିଜ୍ଞତା

ବାଇବଲ ବିଷୟରେ ସମସ୍ତ ବିଷୟ ଗୁଡିକୁ ମଣ୍ଡଳୀ, ହଜି ଯାଇଥିବା ଲୋକମାନଙ୍କୁ ସୁସମାଚାର ଶୁଣାଇବା ଏବଂ ଅନୁବାଦକଙ୍କୁ ପ୍ରଶିକ୍ଷଣ ଦେବାରେ ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ଏକ ମହାନ ଉପକରଣ ଅଟେ ।

ଆପଣ ଚାଁହୁଥିବା କ୍ରମରେ ଆପଣା କାହାଣୀ ଗୁଡିକରେ କାର୍ଯ୍ୟ କରି ପାରିବେ, କିନ୍ତୁ

31 (see ) ଆମ୍ଭେମାନେ ସେହି କାହାଣୀ ପ୍ରାପ୍ତ କରି ଅଛୁ ଯାହା ଅନୁବାଦ କରିବା ନିମନ୍ତେ ଉତ୍ତମ ଅଟେ, ଯେହେତୁ ଏହା ଛୋଟ ଏବଂ ବୁଝିବାକୁ ସହଯ ଅଟେ ।

ଉପସଂହାର

ପରିଶେଷରେ, ମଣ୍ଡଳୀ ଏହାକୁ କିପରି ଏବଂ କେଉଁ କ୍ରମରେ ଅନୁବାଦ କରିବାକୁ ଚାଁହେ ନିଷ୍ପତି ନେବା ଆବଶ୍ୟକ ଅଟେ ।

ଅନୁବାଦ କରିବା ଏକ ଦକ୍ଷତା ଅଟେ ଯାହା ଅଭିଜ୍ଞତା ସହ ବୃଦ୍ଧି ହୁଏ ଏବଂ ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକୁ ଅନୁବାଦ କରି ଅନବାଦ ଏବଂ ପରୀକ୍ଷଣ ଦଳ ବହୁ଼ତ କିଛି ଅନୁବାଦ ବିଷୟରେ ଶିଖି ପାରିବେ ଏବଂ ଯେହେତୁ ସ୍ଥାନୀୟ ମଣ୍ଡଳୀ ଗୁଡିକୁ ଅନୁବାଦିତ ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ବିଶାଳ ମୂଲ୍ୟ ପ୍ରଦାନ କରେ, ଆମ୍ଭେମାନେ ବହୁଳ ଭାବରେ ଆପଣଙ୍କୁ ଆପଣଙ୍କର ଯୋଜନାକୁ ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ସହ ପ୍ରାରମ୍ଭ କରିବାକୁ ସୁପାରିଶ କରିବୁ ।

ଉନ୍ମୁକ୍ତ ବାଇବଲ କାହାଣୀ ଗୁଡିକ ଅନୁବାଦ କରିଲା ପରେ, ମଣ୍ଡଳୀକୁ ନିଷ୍ପତି ନେବାକୁ ଆବଶ୍ୟକ ଯେ ଯଦି କିପରି ସମସ୍ତ ବିଷୟର ପ୍ରାରମ୍ଭ ହେଲା(ଆଦି ପୁସ୍ତକ, ଯାତ୍ରା ପୁସ୍ତକ) କିମ୍ବା ଯୀଶୁ (ନୂତନ ନିୟମର ସୁସମାଚାର) ପ୍ରାରମ୍ଭ କରାଗଲେ ଅଧିକ ଲାଭକାରୀ କ’ଣ ହେବ ।

ଉଭୟ, କିଛି ଅସୁବିଧା ସ୍ତର 2 ଏବଂ 3 ସହିତ ପୁସ୍ତକ (ଯେପରି, ଆଦି ପୁସ୍ତକ, ରୂତ ଏବଂ ମାର୍କ) ଗୁଡିକୁ ବାଇବଲ ଅନୁବାଦ କରିବାକୁ ଆମ୍ଭେମାନେ ସୁପାରିଶ କରିବୁ । ଶେଷରେ, ଅନୁବାଦ ଦଳ ବହୁତ ଅଭିଜ୍ଞତା ପ୍ରାପ୍ତ କଲା ପରେ, ସେମାନେ ଅସୁବିଧା ସ୍ତର 4ଏବଂ 5 ପୁସ୍ତକ ଗୁଡିକ ( ଯେପରି, ଯୋହନ, ଏବ୍ରୀ, ଏବଂ ଗୀତ ସଂହିତା)ଅନୁବାଦ କରି ପାରିବେ । ଯଦି ଅନୁବାଦ ଦଳ ଏହି ଅନୁସୂଚୀକୁ ପାଳନ କରେ, ତେବେ ସେମାନେ ସ୍ଵଳ୍ପ ସଂଖ୍ୟା ବିଶିଷ୍ଟ ଭୁଲରେ ଉତ୍ତମ ଅନୁବାଦ କରି ପାରିବେ ।