or_ta/translate/translate-whatis/01.md

4.3 KiB

ପରିଭାଷା

ଅନୁବାଦ ଏକ ପ୍ରକ୍ରିୟା ଅଟେ ଯାହା ଭିନ୍ନ ଭିନ୍ନ ଭାଷା ଗୁଡିକ ମଧ୍ୟରେ ସମ୍ପାଦନ ହୁଏ ଯେଉଁଥି ନିମନ୍ତେ ମୂଳ ଭାଷାରେ ଏକ ମୂଳ ଶ୍ରୋତାକୁ ଯୋଗାଯୋଗ କରିବାକୁ ଏକ ଲେଖକ କିବା ବକ୍ତାର ଉଦ୍ଧିଷ୍ଟ ଅର୍ଥକୁ ବୁଝିବା ଏବଂ ସେହି ସମାନ ଅର୍ଥକୁ ଅନ୍ୟ ଏକ ଶ୍ରୋତାକୁ ଲକ୍ଷ୍ୟ ଭାଷାରେ ପ୍ରକାଶ କରିବାକୁ ଏକ ବ୍ୟକ୍ତିର (ଅନୁବାଦକ) ଆବଶ୍ୟକତା ।

ଅଧିକାଂଶ ସମୟରେ ଏହିପରି ଅନୁବାଦ କାର୍ଯ୍ୟ କରିବା ଉଚିତ ଅଟେ, କିନ୍ତୁ ବେଳେବେଳେ କିଛି ଅନୁବାଦରେ ଅନ୍ୟ ଲକ୍ଷ୍ୟ ଥାଏ, ଯେପରି ସ୍ରୋତ ପାଠର ଆକୃତିକୁ ଉତ୍ପାଦନ କରିବା । ମୌଳିକ ଭାବରେ କେବଳ ଦୁଇ ପ୍ରକାରର ଅନୁବାଦ ଗୁଡିକ ଅଛି: : literal and dynamic (or meaning-based) ।

  • ଆକ୍ଷରିକ ଅନୁବାଦ ଗୁଡିକ ସ୍ରୋତ ଭାଷାର ଶବ୍ଦ ଗୁଡିକୁ ଲକ୍ଷ୍ୟ ଭାଷାରେ ଉପସ୍ଥାପନ କରନ୍ତି ଯାହାର ଅର୍ଥ ସମାନ ଅଟେ ।  ସ୍ରୋତ ଭାଷାର ବାକ୍ୟାଂଶ ସହିତ ସମାନ ଥିବା ବାକ୍ୟାଂଶ ଗୁଡିକୁ ମଧ୍ୟ ସେମାନେ ବ୍ୟବହାର କରନ୍ତି । ଏହି ପ୍ରକାରର ଅନୁବାଦ ପାଠକଙ୍କୁ ସ୍ରୋତ ପାଠର ଗଠନ ଦେଖିବାକୁ ଅନୁମତି ପ୍ରଦାନ କରେ କିନ୍ତୁ ସ୍ରୋତ ପାଠର ଅର୍ଥକୁ ବୁଝିବା ନିମନ୍ତେ ଏହା ପାଠକଙ୍କୁ କଷ୍ଟକର କିମ୍ବା ଅସମ୍ଭବ ହେଇ ପାରେ ।
  • Dynamic, ଡାଇନାମିକ୍, ଅର୍ଥ ଅଧାରିତ ଅନୁବାଦ ଗୁଡିକ ସ୍ରୋତ ଭାଷାର ଅର୍ଥକୁ ଏହାର ପୃଷ୍ଟଭୂମିରେ ଉପସ୍ଥାପନ କରେ, ଏବଂ ଲକ୍ଷ୍ୟ ଭାଷାରେ ଯେଉଁ ଶବ୍ଦ କିମ୍ବା ବାକ୍ୟାଂଶ ଗୁଡିକ ସେହି ଅର୍ଥ ପ୍ରକାଶ କରିବାକୁ ଉପଯୁକ୍ତ ସେ ସବୁ ଶବ୍ଦ କିମ୍ବା ବାକ୍ୟାଂଶ ଗୁଡିକୁ ବ୍ୟବହାର କରେ । ଏହି ପ୍ରକାରର ଅନୁବାଦର ଲକ୍ଷ୍ୟ ସ୍ରୋତ ପାଠର ଅର୍ଥକୁ ଯେପରି ପାଠକମାନେ ବୁଝି ପାରିବେ । ଅନ୍ୟ ଭାଷା ଗୁଡିକରେ ଅନୁବାଦ କରିବା ନିମନ୍ତେ ଏହି ପ୍ରକାରର ଅନୁବାଦ, ଅନୁବାଦ ପୁସ୍ତିକାରେ ସୁପାରିଶ କରାଯାଏ ।

ULT କୁ ଏକ ଆକ୍ଷରିକ ଅନୁବାଦ ହେବା ନିମନ୍ତେ ପରିକଳ୍ପିତ କରାଯାଇ ଅଛି, ତେଣୁ ଅନ୍ୟ ଭାଷା ଗୁଡିକର ଅନୁବାଦକମାନେ ମୂଳ ବାଇବାଲ ଭାଷା ଗୁଡିକର ଆକୃତି ଗୁଡିକୁ ଦେଖି ପାରିବେ ।

UST କୁ ଏକ ଅର୍ଥ ଆଧାରିତ ଅନୁବାଦ ହେବା ନିମନ୍ତେ ପରିକଳ୍ପିତ କରାଯାଇ ଅଛି, ତେଣୁ ଅନ୍ୟ ଭାଷା ଗୁଡିକର ଅନୁବାଦକମାନେ ବାଇବାଲରେ ଏହି ଆକୃତି ଗୁଡିକର ଅର୍ଥ ବୁଝି ପାରିବେ ।

ଏହି ସାଧନ ଗୁଡିକୁ ଅନୁବାଦ କରିବା ସମୟରେ, ଦୟାକରି ULT କୁ ଆକ୍ଷରିକ ଭାବେ ଅନୁବାଦ କରନ୍ତୁ ଏବଂ UST କୁ ଅର୍ଥ ଆଧାରିତ ଅନୁବାଦ କରନ୍ତୁ । ଏହି ସାଧନ ଗୁଡିକ ବିଷୟରେ ଅଧିକ ସୂଚନା ନିମନ୍ତେ the Gateway Manual ଦେଖନ୍ତୁ ।