or_ta/translate/translate-tform/01.md

4.6 KiB

ଅର୍ଥର ମହତ୍ଵ

ଯେଉଁ ଲୋକମାନେ ବାଇବଲକୁ ଲେଖିଲେ, ସେମାନେ ପରମେଶ୍ଵରଙ୍କଠାରୁ ସମ୍ବାଦ ଯାହା ପରମେଶ୍ଵର ଲୋକେ ବୁଝି ପାରନ୍ତି ବୋଲି ଚାହୁଁଥିଲେ, ପ୍ରାପ୍ତ କରିଥିଲେ । ଏହି ମୂଳ ଲେଖକମାନେ ସେମାନଙ୍କର ଲୋକମାନେ ଯେଉଁ ଭାଷା କହୁଥିଲେ ସେହି ଭାଷାକୁ ବ୍ୟବହାର କଲେ ଯାହା ଫଳରେ ସେମାନଙ୍କର ଲୋକମାନେ ପରମେଶ୍ଵଙ୍କର ସମ୍ବାଦକୁ ବୁଝି ପାରିଲେ ।

ଏହି ସମାନ ସମ୍ବାଦକୁ ଲୋକେ ବୁଝନ୍ତୁ ବୋଲି ଆଜି ପରମେଶ୍ଵଙ୍କର ଚାଁହାନ୍ତି । କିନ୍ତୁ ଲୋକମାନେ ଆଜି ଏହି ଭାଷାକୁ କୁହନ୍ତି ନାହିଁ ଯେଉଁ ଭାଷାରେ ବହୁତ ପୂର୍ବେ ବାଇବଲ ଲେଖା ଯାଇଥିଲା । ତେଣୁ ଯେଉଁ ଭାଷାକୁ ଆଜି ଲୋକମାନେ କହୁଛନ୍ତି ସେହି ଭାଷା ଗୁଡିକରେ ବାଇବଲକୁ ଅନୁବାଦ କରିବା ନିମନ୍ତେ ପରମେଶ୍ଵର ଏହି କାର୍ଯ୍ୟ ଆମ୍ଭମାନଙ୍କୁ ପ୍ରଦାନ କରି ଅଛନ୍ତି ।

ଯେଉଁ ବିଶିଷ୍ଟ ଭାଷାକୁ ଲୋକେ ପରମେଶ୍ଵରଙ୍କର ସମ୍ବାଦକୁ ଯୋଗାଯୋଗ କରିବା ନିମନ୍ତେ ବ୍ୟବହାର କରୁଥିଲେ ତାହା ମହତ୍ଵ ନୁହେଁ । ଯେଉଁ ବିଶିଷ୍ଟ ଶବ୍ଦ ଗୁଡିକୁ ବ୍ୟବହାର କରାଯାଇଥିଲା ମହତ୍ଵ ନୁହେଁ। ସେହି ଶବ୍ଦ ଗୁଡିକ ଯେଉଁ ଅର୍ଥକୁ ଯୋଗାଯୋଗ କରୁଥିଲା ତାହା ମହତ୍ଵ ଅଟେ ।

ଅର୍ଥ ହିଁ ସମ୍ବାଦ ଅଟେ, ଶବ୍ଦ କିମ୍ବା ଭାଷା ନୁହେଁ । ସ୍ରୋତ ଭାଷା ଗୁଡିକର ଶବ୍ଦ କିମ୍ବା ଆକୃତିକୁ ଅନୁବାଦ କରିବା ଆମ୍ଭ ମାନଙ୍କୁ ଆବଶ୍ୟକତା ନୁହେଁ କେବଳ ଅର୍ଥକୁ ଅନୁବାଦ କରିବା ଆବଶ୍ୟକତା ଅଟେ ।

ନିମ୍ନଲିଖିତ ବାକ୍ୟ ଗୁଡିକୁ ଦେଖନ୍ତୁ ।

  • ବର୍ଷା ପୁରା ରାତି ହେଲା । / ପୁରା ରାତି ବର୍ଷା ହେଲା ।
  • ଯୋହନ ଯେତେବେଳେ ସମ୍ବାଦ ଶୁଣିଲେ ସେ ବହୁତ ଆଶ୍ଚର୍ଯ୍ୟଚକିତ ହେଲେ । ସମ୍ବାଦ ଅଧିକ ଆଶ୍ଚର୍ଯ୍ୟଚକିତ କଲା ଯେତେବେଳେ ଯୋହନ ଏହା ଶୁଣିଲେ ।
  • ଏହା ଏକ ଗରମ ଦିନ ଥିଲା । ଦିନଟି ଗରମ ଥିଲା ।
  • ପିତରଙ୍କର ଘର / ଘର ପିତରଙ୍କର ଅଟେ ।

ଆପଣ ଦେଖି ପାରିବେ ଯେ ପ୍ରତ୍ୟେକ ବାକ୍ୟ ଗୁଡିକର ଅର୍ଥ ସାମନା ଯଦି ବା ସେମାନେ ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କଲେ । ଏହିପରି ଉତ୍ତମ ଅନୁବାଦରେ ମଧ୍ୟ ହୁଏ । ସ୍ରୋତ ପାଠ ଠାରୁ ଭିନ୍ନ ଭିନ୍ନ ଶବ୍ଦ ଗୁଡିକୁ ଆମ୍ଭେମାନେ ବ୍ୟବହାର କରିବା କିନ୍ତୁ ଅର୍ଥକୁ ସମାନ ରଖିବା । ଯେଉଁ ଶବ୍ଦ ଗୁଡକୁ ଲୋକେ ବୁଝି ପାରିବେ ସେହି ଶବ୍ଦ ଗୁଡିକୁ ଆମ୍ଭେ’ମାନେ ବ୍ୟବହାର କରିବା ଏବଂ ସେଗୁଡିକୁ ଏପରି ବ୍ୟବହାର କରିବା ଯାହା ଆମ୍ଭମାନଙ୍କ ଭାଷାରେ ସ୍ୱାଭାବିକ ଲାଗିବ । ସ୍ରୋତ ପାଠ ପରି ଅର୍ଥକୁ ଏକ ସ୍ପଷ୍ଟ ଏବଂ ସ୍ୱାଭାବିକ ଭାବରେ ଯୋଗାଯୋଗ କରିବା ହିଁ ଅନୁବାଦର ଲକ୍ଷ୍ୟ ଅଟେ ।

  • Credits: ବର୍ନ୍ ବେଲ୍ ଠାରୁ ଉଦାହରଣ ବାକ୍ୟ ଗୁଡିକ, ପୃଷ୍ଠା. 19-20, (c) SIL International 1986, ଅନୁମତି ଦ୍ଵାରା ବ୍ୟବହୃତ ଅଟେ ।*