or_ta/translate/translate-terms/01.md

16 KiB

ଜାଣିବାକୁ ମହତ୍ଵ ପଦ ଗୁଡିକ

  • ସୂଚନା: ଏହି ନିୟମ ପୁସ୍ତିକାରେ ବ୍ୟବହୃତ ପଦ ଗୁଡିକ । *

ଅନୁବାଦ ନିୟମ ପୁସ୍ତିକାକୁ ବ୍ୟବହାର କରିବା ନିମନ୍ତେ ଅନୁବାଦକଙ୍କୁ ଏହି ପଦ ଗୁଡିକୁ ବୁଝିବା ଆବଶ୍ୟକ ଅଟେ ।

ପଦ - ଏକ ପଦ କିମ୍ବା ବାକ୍ୟାଂଶ ଯାହା ଏକ ବିଷୟ, ଧାରଣା କିମ୍ବା କ୍ରିୟାକୁ ସୂଚାଏ ।  ଉଦାହରଣ ନିମନ୍ତେ, କୌଣସି ବ୍ୟକ୍ତିର ମୁଁହରେ ତରଳ ଦ୍ରବ୍ୟ ଅଜାଡ଼ିବାକୁ ଇଂଗରେଜ ଶବଦ “ପାନ କରିବା” ଅଟେ ।  ଏକ ଆଡମ୍ବର ନିମନ୍ତେ ପଦ ଯାହା ବ୍ୟକ୍ତିର ଜୀବନରେ ଏକ ମହତ୍ଵ ପରିବର୍ତ୍ତନକୁ ଚିହ୍ନଟ କରେ ତାହା “ ଯାତ୍ରାର ରୀତି” ଅଟେ । ଏକ ପଦ ଏବଂ ଏକ ଶବ୍ଦ ମଧ୍ୟରେ ଭିନ୍ନତା ଏହା ଅଟେ ଯେ ଏକ ପଦରେ ଅନେକ ଶବ୍ଦ ରହି ପାରେ ।

ପାଠ - ଏକ ପାଠ ବିଷୟ ଅଟେ ଯାହା ଏକ ବକ୍ତା କିମ୍ବା ଲେଖକ ଏକ ଶ୍ରୋତା କିମ୍ବା ପାଠକଙ୍କୁ ଭାଷା ମାଧ୍ୟମରେ ଯୋଗାଯୋଗ କରନ୍ତି । ବକ୍ତା କିମ୍ବା ଲେଖକଙ୍କ ମନରେ ଏକ ନିଶ୍ଚିତ ଅର୍ଥ ଥାଏ ଏବଂ ସେ (ପୁରୁଷ) କିମ୍ବା ସେ (ସ୍ତ୍ରୀ) ସେହି ଅର୍ଥକୁ ପ୍ରକାଶ କରିବାକୁ ଭାଷାର ଏକ ଆକୃତିକୁ ଚୟନ କରନ୍ତି ।

ପୃଷ୍ଟଭୂମି - ଶବ୍ଦ, ବାକ୍ୟାଂଶ, ବାକ୍ୟ ଗୁଡିକ ଏବଂ ବାକ୍ୟଖଣ୍ଡ ଗୁଡିକୁ ଶବ୍ଦ, ବାକ୍ୟାଂଶ, ବାକ୍ୟ ଗୁଡିକୁ ପ୍ରଶ୍ନରେ ଘେରନ୍ତି । ପୃଷ୍ଟଭୂମି ପାଠ ଅଟେ ଯାହା ଆପଣା ପରୀକ୍ଷା କରୁଥିବା ପାଠର ଅଂଶକୁ ଘେରେ । ବ୍ୟକ୍ତିଗତ ଶବ୍ଦ ଏବଂ ବାକ୍ୟାଂଶ ଗୁଡିକର ଅର୍ଥ ବଦଳିପାରେ ଯେତେବେଳେ ସେଗୁଡିକୁ ଭିନ୍ନ ପୃଷ୍ଟଭୂମିରେ ବ୍ୟବହୃତ ହୁଏ ।

ଆକୃତି - ଭାଷାର ନିର୍ମାଣ ସେହିପରି ହୁଏ ଯେପରି ଏହା ପୃଷ୍ଠାରେ ଦୃଷ୍ଟିଗୋଚର ହୁଏ କିମ୍ବା ଯେପରି ଏହା କୁହାଯାଏ । "ଆକୃତି" ଶବ୍ଦ, ଶବ୍ଦର କ୍ରମ, ବ୍ୟାକରଣ, ରୂଢି ଏବଂ ପାଠ ଗଠନର ଅନ୍ୟ ରୂପକୁ ଅନ୍ତର୍ଭୁକ୍ତ କରେ ଯାହା ଭାଷାର ଆୟୋଜନକୁ ଦର୍ଶାଏ ।

ବ୍ୟାକରଣ - ଏକ ଭାଷାରେ ସେହିପରି ବାକ୍ୟ ରଖାଯାଏ ଯେପରି ଭାଷା କାର୍ଯ୍ୟ କରେ । ଏହାର ଅନ୍ୟାନ୍ୟ ଅଂଶର କ୍ରମ ସହିତ କାର୍ଯ୍ୟ ଅଟେ, ଯେପରି କ୍ରିୟା ପ୍ରଥମ କିମ୍ବା ଶେଷ କିମ୍ବା ମଧ୍ୟରେ ।

ବିଶେଷ୍ୟ - ଏକ ପ୍ରକାରର ଶବ୍ଦ ଅଟେ ଯାହା ଏକ ବ୍ୟକ୍ତି, ସ୍ଥାନ କିମ୍ବା ବସ୍ତୁକୁ ସୂଚାଏ । ଏକ ବ୍ୟକ୍ତିବାଚକ ବିଶେଷ୍ୟ ଏକ ବ୍ୟକ୍ତି କିମ୍ବା ସ୍ଥାନର ନାମ ଅଟେ । ଏକ ଗୁଣବାଚକ ବିଶେଷ୍ୟ ଯାହାକୁ ଆମ୍ଭେମାନେ ସ୍ପର୍ଶ କିମ୍ବା ଦେଖି ନ ଥାଉ, ଯେପରି “ଶାନ୍ତି” କିମ୍ବା “ ଏକତା” । ଏହା ଏକ ଧାରଣା କିମ୍ବା ଅସ୍ତିତ୍ଵ ଥିବା ଅବସ୍ଥାକୁ ସୂଚାଏ । କିଛି ଭାଷାରେ ଗୁଣବାଚକ ବିଶେଷ୍ୟ ବ୍ୟବହୃତ ହୁଏ ନାହିଁ ।

କ୍ରିୟାପଦ - ଏକ ପ୍ରକାରର ଶବ୍ଦ ଅଟେ ଯାହା ଏକ କ୍ରିୟାକୁ ସୂଚାଏ ଯେପରି “ଚାଲିବା” କିମ୍ବା “ପହୁଁଚିବା “।

ସୁଧାରକ - ଏକ ପ୍ରକାରର ଶବ୍ଦ ଯାହା ଅନ୍ୟ ଶବ୍ଦ ବିଷୟରେ କିଛି କୁହେ । ଉଭୟ ବିଶେଷଣ ଏବଂ କ୍ରିୟା ବିଶେଷଣ ଗୁଡିକ ସୁଧାରକ ଅଟନ୍ତି ।

ବିଶେଷଣ - ଏକ ପ୍ରକାରର ଶବ୍ଦ ଯାହା ଏକ ବିଶେଷ୍ୟ ବିଷୟରେ କିଛି କୁହେ । ଉଦାହରଣ ନିମନ୍ତେ, ଶବ୍ଦ “ଡେଙ୍ଗା” ଏକ ବିଶେଷ୍ୟ “ମନୁଷ୍ୟ” ବିଷୟରେ ନିମ୍ନ ଲିଖିତ ବାକ୍ୟରେ କିଛି କୁହେ । ମୁଁ ଏକ ଡେଙ୍ଗା ମନୁଷ୍ୟକୁ ଦେଖେ

କ୍ରିୟା ବିଶେଷଣ - ଏକ ପ୍ରକାରର ଶବ୍ଦ ଅଟେ ଯାହା ଏକ କ୍ରିୟାପଦ ବିଷୟରେ କିଛି କୁହେ । ଉଦାହରଣ ନିମନ୍ତେ, ଶବ୍ଦ “ଉଚ୍ଚ ସ୍ୱରରେ” କ୍ରିୟାପଦ “କହିଲା” ବିଷୟରେ ନିମ୍ନଲିଖିତ ବାକ୍ୟରେ କିଛି କୁହେ । “ଲୋକ ସମୂହ ବ୍ୟକ୍ତି ଉଚ୍ଚ ସ୍ୱରରେ କହିଲେ ।

ରୂଢି - ଏକ ଅଭିବ୍ୟକ୍ତି ଯାହା ଅନେକ ଶବ୍ଦକୁ ବ୍ୟବହାର କରେ ଏବଂ ପ୍ରକୃତି ପ୍ରତ୍ୟଗତ ଅର୍ଥ ପ୍ରକାଶ ନ କରି ଶବ୍ଦ ଠାରୁ ଭିନ୍ନ ଅର୍ଥ ପ୍ରକାଶ କରେ ଯେତେବେଳେ ସେ ଗୁଡିକ ଅଲଗା ବ୍ୟବହାର କରାଯାଏ। ରୂଢି ଗୁଡିକୁ ଆକ୍ଷରିକ ଭାବରେ ଅନୁବାଦ କରାଯାଇ ପାରିବ ନାହିଁ, ତାହା ଅଲଗା ଶବ୍ଦ ଗୁଡିକର ଅର୍ଥ ସହିତ । ଅନୁବାଦ ନିମନ୍ତେ, “ସେ (ପୁରୁଷ) ବାଲ୍ଟିକୁ ଲାତ ମାରିଲେ” ଇଂଗରେଜରେ ଏକ ରୂଢି ଅଟେ ଯାହାର ଅର୍ଥ “ସେ (ପୁରୁଷ) ମଲେ” ।

ଅର୍ଥ - ମୂଳ ଧାରଣା କିମ୍ବା ବିଚାର ଯାହା ପାଠ ପାଠକ କିମ୍ବା ଶ୍ରୋତା ମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି । ଭାଷାର ଭିନ୍ନ ଭିନ୍ନ ଆକୃତିକୁ ବ୍ୟବାହର କରି ଏକ ବକ୍ତା କିମ୍ବା ଲେଖକ ସମାନ ଅର୍ଥକୁ ଯୋଗଯୋଗ କରି ପାରିବେ ଏବଂ ଭିନ୍ନ ଭିନ୍ନ ଲୋକମାନେ ସମାନ ଭାଷାର ଆକୃତକୁ ଶୁଣି କିମ୍ବା ପାଠ କରି ଭିନ୍ନ ଭିନ୍ନ ଅର୍ଥକୁ ବୁଝି ପାରିବେ । ଏହି ମାଧ୍ୟମରେ ଆପଣ ଦେଖି ପାରିବେ ଯେ ସେହି ଆକୃତି ଏବଂ ଅର୍ଥ ସମାନ ବିଷୟ ନୁହେଁ ।

ଅନୁବାଦ - ସ୍ରୋତ ଭାଷାରେ ବକ୍ତା କିମ୍ବା ଲେଖକଙ୍କ ଦ୍ଵାରା ପ୍ରକାଶିତ ବାକ୍ୟକୁ ଲକ୍ଷ୍ୟ ଭାଷାରେ ସମାନ ଅର୍ଥକୁ ପ୍ରକାଶ କରିବା ପ୍ରକ୍ରିୟା ଅନୁବାଦ ଅଟେ ।

ସ୍ରୋତ ଭାଷା - ଯେଉଁ ଭାଷା “ଠାରୁ” ଅନୁବାଦ କରା ଯାଉଅଛି ।

ସ୍ରୋତ ପାଠ- ଯେଉଁ ପାଠ “ଠାରୁ” ଅନୁବାଦ କରା ଯାଉଅଛି ।

ଲକ୍ଷ୍ୟ ଭାଷା - ଯେଉଁ ଭାଷା “ରେ” ଅନୁବାଦ କରା ଯାଉଅଛି ।

ଲକ୍ଷ୍ୟ ଭାଷା- ଅନୁବାଦକଙ୍କ ଦ୍ଵାରା ପ୍ରସ୍ତୁତ କରା ଯାଉଥିବା ପାଠ ଯେପରି ସେ (ପୁରୁଷ) କିମ୍ବା ସେ (ସ୍ତ୍ରୀ) ସ୍ରୋତ ପାଠରୁ ଅର୍ଥକୁ ଅନୁବାଦ କରୁ ଛନ୍ତି ।

ମୂଳ ଭାଷା - ଯେଉଁ ଭାଷାରେ ବାଇବଲ ପ୍ରାରମ୍ଭରେ ଲେଖା ଯାଇଥିଲା । ନୂତନ ନିୟମର ମୂଳ ଭାଷା ଗ୍ରୀକ୍ (GREEK) ଅଟେ । ୁରାତନ ନିୟମର ଅଧିକାଂଶ ଭାଗ ମୂଳ ଭାଷା ଏବ୍ରୀରେ ଲିଖିତ । ତଥାପି, ଦାନିୟେଲ ଏବଂ ଏଜ୍ରାର କିଛି ଭାଗର ମୂଳ ଭାଷା ଆରମିକ୍ (Aramaic) ଅଟେ ସର୍ବଦା ମୂଳ ଭାଷା ସଠିକ ଭାଷା ଅଟେ ଯେଉଁଥିରୁ ଏକ ବାକ୍ୟାଂଶ ଅନୁବାଦ କରାଯାଇ ପାରିବ ।

ବ୍ୟାପକ ଯୋଗାଯୋଗର ଭାଷା - ଏକ ଭାଷା ଯାହା ବ୍ୟାପକ କ୍ଷେତ୍ର ଏବଂ ଅନେକ ଲୋକଙ୍କ ଦ୍ଵାରା କୁହାଯାଏ । ଅଧିକାଂଶ ଲୋକଙ୍କ ନିମନ୍ତେ ଏହା ସେମାନଙ୍କର ପ୍ରଥମ ଭାଷା ନୁହେଁ, କିନ୍ତୁ ଏହା ସେହି ଭାଷା ଅଟେ ଯେଉଁ ଭାଷାକୁ ସେମାନେ ଆପଣା ଭାଷା ସମୂହ ଠାରୁ ଅଲଗା ଲୋକଙ୍କ ସହିତ ବାର୍ତ୍ତାଳାପ କରିବା ନିମନ୍ତେ ବ୍ୟବାହର କରନ୍ତି । କିଛି ଲୋକେ ଏହାକୁ ବ୍ୟାବସାୟିକ  ଭାଷା କୁହନ୍ତି । ବ୍ୟାପକ ଯୋଗାଯୋଗ କରୁଥିବା ଭାଷାକୁ ସ୍ରୋତ ଭାଷା ଭାବରେ ବ୍ୟବହାର କରି ଅନେକ ବାଇବଲ ଅନୁବାଦ କରାଯିବ ।

ଆକ୍ଷରିକ ଅନୁବାଦ - ଏକ ଅନୁବାଦ ଯାହା ସ୍ରୋତ ପାଠର ଆକୃତିକୁ ଲକ୍ଷ୍ୟ ପାଠରେ ପୁନଃଉତ୍ପନ କରିବାକୁ କେନ୍ଦ୍ରିତ କରେ ଏମିତିକି ଯଦି ଅର୍ଥ ମଧ୍ୟ ପରିବର୍ତ୍ତନ ହୁଏ ।

ଅର୍ଥ ଉପରେ ଅଧାରିତ ଅନୁବାଦ (କିମ୍ବା Dynamic Translation) - ଏକ ଅନୁବାଦ ଯାହା ସ୍ରୋତ ପାଠର ଅର୍ଥକୁ ଲକ୍ଷ୍ୟ ପାଠରେ ପୁନଃଉତ୍ପନ କରିବାକୁ କେନ୍ଦ୍ରିତ କରେ ଯଦି ବା ଆକୃତି ପରିବର୍ତ୍ତନ ହୁଏ ।

ବାକ୍ୟାଂଶ - ବାଇବଲ ପାଠର ଏକ ଭାଗ ଯେଉଁ ବିଷୟରେ ବାର୍ତ୍ତାଳାପ ହେଉ ଅଛି । ଏହା ଏକ ପଦ ପରି କ୍ଷୁଦ୍ର ହେଇପାରେ, କିନ୍ତୁ ସାଧାରଣତଃ ଏହା ଅନେକ ପଦ ଏବଂ ଏକ ବିଷୟ କିମ୍ବା କାହାଣୀ କୁହେ ।

ଗେଟ୍ ବେ ଲାଂଗୁଏଜ୍ (Gateway Language) - ଏକ ଗେଟ୍ ବେ ଲାଂଗୁଏଜ୍ (Gateway Language) ଏକ ବ୍ୟାପକ ଯୋଗାଯୋଗର ଭାଷା ଅଟେ ଯାହା ଆମ୍ଭେମାନେ ଆମ୍ଭର ଏକ ଭାଷା ଭାବରେ ଚିହ୍ନଟ କରି ଅଛୁ ଯେଉଁଥିରେ ଆମ୍ଭେମାନେ ଆମ୍ଭର ସମସ୍ତ ଅନୁବାଦ ଉପକରଣ ଗୁଡିକୁ ଅନୁବାଦ କରିବା । ଗେଟ୍ ବେ ଲାଂଗୁଏଜ୍ (Gateway Language)ର ସେଟ ଭାଷା ଗୁଡିକର କ୍ଷୁଦ୍ର ସଂଖ୍ୟାଅଟେ ଯାହା ମାଧ୍ୟମରେ ବିଷୟ ବସ୍ତୁ ଦୁନିଆର ଅନ୍ୟ ସବୁ ଭାଷାରେ, ଦ୍ଵିଭାଷୀ ବକ୍ତା ମାଧ୍ୟମରେ ସ୍ଥାନାନ୍ତରିତ କରାଯାଇ ପାରିବ ।

ଅନ୍ୟାନ୍ୟ ଭାଷା - ଅନ୍ୟାନ୍ୟ ଭାଷା (OLs) ଗୁଡିକ ଦୁନିଆର ଅନ୍ୟାନ୍ୟ ଭାଷା ସମୂହ ଯାହା ଗେଟ୍ ବେ ଲାଂଗୁଏଜ୍ (Gateway Language)ନୁହେଁ । ଆମ୍ଭେମାନେ ଆମ୍ଭର ବାଇବଲ ଅନୁବାଦ ଉପକରଣ ଗୁଡିକୁ ଗେଟ୍ ବେ ଲାଂଗୁଏଜ୍ (Gateway Language)ରେ ଅନୁବାଦ କରୁ ଯାହା ଫଳରେ ଲୋକେ ସେହି ଉପକରଣ ଗୁଡିକୁ ବ୍ୟବହାର କରି ଅନ୍ୟାନ୍ୟ ଭାଷାରେ ବାଇବଲ ଅନୁବାଦ କରି ପାରିବେ ।

ଏଣ୍ଡ୍ ଉସେର୍ ବାଇବଲ (End-user Bible)- ଏହା ଏକ ବାଇବଲ ଅଟେ ଯାହା ଲୋକେ ଅନୁବାଦ କରି ଅଛନ୍ତି ଯାହା ଫଳରେ ଏହା ଲକ୍ଷ୍ୟ ଭାଷାରେ ଏକ ସ୍ୱାଭାବିକ ଭାବରେ କୁହେ । ଏହା ମଣ୍ଡଳୀ ଏବଂ ଘର ଗୁଡିକରେ ବ୍ୟବହୃତ ହେବା ନିମନ୍ତେ ଉଦ୍ଧିଷ୍ଟ  ଅଟେ । ବିପରୀତରେ ULT ଏବଂ UST ବାଇବଲ ଗୁଡିକ ଯାହା ଅନୁବାଦ ଉପକରଣ ଅଟେ । ସେ ଗୁଡିକ କୌଣସି ଭାଷାରେ ସ୍ୱାଭାବିକ ଭାବେ କୁହନ୍ତି ନାହିଁ, କାରଣ ULT ଆକ୍ଷରିକ ଅଟେ ଏବଂ UST ରୂଢି ଏବଂ ନାଟକୀୟ ଢଂଗରେ କଥା କହିବାକୁ ପରିହାର୍ଯ୍ୟ କରେ ଯାହାକୁ ଏକ ସ୍ୱାଭାବିକ ଅନୁବାଦ ବ୍ୟବହାର କରିବ । ଏହି ଅନୁବାଦ ଉପକରଣ ଗୁଡିକୁ ବ୍ୟବହାର କରି, ଏକ ଅନୁବାଦକ ଏକ ସ୍ୱାଭାବିକ ବାଇବଲକୁ ଉତ୍ପନ୍ନ କରି ପାରିବେ ।

ଅଂଶଗ୍ରହଣକାରୀ - ଏକ ଅଂଶଗ୍ରହଣକାରୀ ଏକ ବାକ୍ୟରେ ଏକ ଅଭିନେତା ଅଟେ । ଏହା ହୁଏତ ଏକ ବ୍ୟକ୍ତି ଯିଏ କାର୍ଯ୍ୟ କରେ କିମ୍ବା ଏକ ବ୍ୟକ୍ତି ଯିଏ କାର୍ଯ୍ୟକୁ ଗ୍ରହଣ କରୁ ଅଛି କିମ୍ବା କୌଣସି ମାଧ୍ୟମରେ ଅଂଶଗ୍ରହଣକାରୀ ଭାବରେ ଉଲ୍ଲେଖିତ ଅଟେ । ଏକ ଅଂଶଗ୍ରହଣକାରୀ ଏମିତିକି ଏକ ବସ୍ତୁ ମଧ୍ୟ ହେଇ ପାରେ ଯାହା ବାକ୍ୟର କାର୍ଯ୍ୟ ଭାବରେ ଅଂଶଗ୍ରହଣକାରୀ ବ୍ୟକ୍ତ ଅଟେ ।

ଉଦାହରଣ ନିମନ୍ତେ, ନିମ୍ନଲିଖିତ ବାକ୍ୟରେ, ଅଂଶଗ୍ରହଣକାରୀଙ୍କୁ ରେଖାଙ୍କିତ କରାଯାଇ ଅଛି: ବେଳେବେଳେ ଅଂଶଗ୍ରହଣକାରୀଙ୍କୁ ଅବ୍ୟକ୍ତ କରାଯାଏ , କିନ୍ତୁ ତଥାପି ସେମାନେ କ୍ରିୟା ଭାଗ ଅଟନ୍ତି । ଏହି ପରିସ୍ଥିତିରେ, ଅଂଶଗ୍ରହଣକାରୀ “ଉପଲକ୍ଷିତ” ଅଟେ ।

ଉଦାହରଣ ନିମନ୍ତେ ନିମ୍ନଲିଖିତ ବାକ୍ୟରେ କେବଳ ଦୁଇଟି ଅଂଶଗ୍ରହଣକାରୀଙ୍କୁ ବ୍ୟକ୍ତ କରାଯାଇ ଅଛି: ପ୍ରେରକ , ଯୋହନ ଏବଂ ମରିୟମ ଉପଲକ୍ଷିତ ଅଟନ୍ତି । କିଛି ଭାଷା ଗୁଡିକରେ ଉପଲକ୍ଷିତ ଅଂଶଗ୍ରହଣକାରୀଙ୍କୁ ବ୍ୟକ୍ତ କରିବା ଆବଶ୍ୟକ ଅଟେ ।