or_ta/translate/translate-retell/01.md

4.5 KiB

ଅର୍ଥକୁ କିପରି ପୁନଃ କହିବା

ନିମ୍ନ ଲିଖିତ କ୍ରମିତ ପଦକ୍ଷେପର ଏକ ତାଲିକା ଅଟେ । ଏହି ପଦକ୍ଷେପ ଗୁଡିକର ଉଦେଶ୍ୟ ଏକ ସ୍ୱାଭାବିକ, ବୁଝାଯାଉ ଥିବା ଏବଂ ସଠିକ ଅନୁବାଦ କରିବାକୁ ଅନୁବାଦକ ମାନଙ୍କୁ ସାହାଯ୍ୟ କରିବା ଅଟେ । ଲକ୍ଷ୍ୟ ଭାଷାରେ ଏକ ସଙ୍ଗତ ପାଠ ବିକାଶ କରିବା ନିମନ୍ତେ ସ୍ୱାଭାବିକ ଆକୃତି ଗୁଡିକ ବ୍ୟବହାର କରିବାରେ ଅନୁବାଦକ ସାଧାରଣତଃ ବିଫଳ ହୋଇଥାଏ ।

ଏହି ପଦକ୍ଷେପ ଗୁଡିକ ବ୍ୟବହାର କରି, ଅନୁବାଦକ ଅଧିକ ସ୍ୱାଭାବିକ ଏବଂ ବୁଝାଯାଉଥିବା ଏକ ଅନୁବାଦ ଉତ୍ପନ କରି ପାରିବେ ।

  1. ସ୍ରୋତ ଭାଷାରେ ଚୟନ କରିଥିବା ସଂପୂର୍ଣ୍ଣ ବାକ୍ୟାଂଶକୁ ପାଠ କରନ୍ତୁ । ବାକ୍ୟାଂଶ ଏକ ବାକ୍ୟଖଣ୍ଡ ହେଇ ପାରେ କିମ୍ବା ଗୋଟିଏ ବିଷୟ ଯାହା ଏକ କାହାଣୀରେ ଘଟିଥିଲା କିମ୍ବା ଏମିତିକି ସଂପୂର୍ଣ୍ଣ ଭାଗ ( କିଛି ବାଇବଲ ଗୁଡିକରେ, ଗୋଟିଏ ଶୀର୍ଷକ ଠାରୁ ପରବର୍ତ୍ତୀ ଶୀର୍ଷକ କୁ) । ଏକ କଷ୍ଟକର ପାଠରେ, ଏକ ବାକ୍ୟାଂଶରେ କେବଳ ଗୋଟେ କିମ୍ବା ଦୁଇଟି ପଦ ଥାଇ ପାରେ ।
  2. ସ୍ରୋତ ଭାଷାରେ ପାଠକୁ ନ ଦେଖି, ଲକ୍ଷ୍ୟ ଭାଷାରେ ମୌଖିକ ଭାବରେ କୁହନ୍ତୁ । ଯଦ୍ୟପି ଆପଣ କିଛି ଅଂଶକୁ ଭୁଲି ଯାଆନ୍ତି, ଶେଷ ପର୍ଯ୍ୟନ୍ତ ଯାହା ଆପଣଙ୍କ ସ୍ମରଣରେ ଅଛି କହି ଚାଲନ୍ତୁ ।
  3. ପୁଣିଥରେ, ସ୍ରୋତ ଭାଷା ପାଠକୁ ଦେଖନ୍ତୁ । ବର୍ତ୍ତମାନ ଲକ୍ଷ୍ୟ ଭାଷାରେ ପୁଣିଥରେ ସବୁକିଛି କୁହନ୍ତୁ ।
  4. ପୁଣିଥରେ, ସ୍ରୋତ ଭାଷା ପାଠକୁ ଦେଖନ୍ତୁ, କେବଳ ଆପଣ ଭୁଲି ଯାଇଥିବା ଅଂଶରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ଏବଂ ତା’ପରେ ଆପଣଙ୍କ ସ୍ମରଣଶକ୍ତିରୁ ପୁଣିଥରେ ଲକ୍ଷ୍ୟ ଭାଷାରେ କୁହନ୍ତୁ ।
  5. ସଂପୂର୍ଣ୍ଣ ବାକ୍ୟାଂଶକୁ ସ୍ମରଣ କଲା ପରେ, ଯେପରି ଆପଣ ସ୍ମରଣଶକ୍ତିରୁ ପୁନଃକହିଥିଲେ ସେହିପରି ସଠିକ ଭାବରେ ଲେଖନ୍ତୁ ।
  6. ଲେଖିଲା ପରେ, ହୁଏତ ଆପଣ କିଛି ଭୁଲି ଯାଇଥିବେ ତାହା ଜାଣିବା ନିମନ୍ତେ ସ୍ରୋତ ଭାଷାକୁ ଦେଖନ୍ତୁ । ସେହିପରି ତଥ୍ୟକୁ ସର୍ବୋଚ୍ଚ ସ୍ୱାଭାବିକ ସ୍ଥାନରେ ରଖନ୍ତୁ ।
  7. ସ୍ରୋତ ପାଠରେ ଯଦି ଆପଣ କିଛି ବୁଝି ପାରନ୍ତି ନାହିଁ, ଅନୁବାଦରେ ଲେଖନ୍ତୁ '[ ବୁଝି ପାରିଲି ନାହିଁ]' ଏବଂ ଅବଶେଷ ବାକ୍ୟାଂଶକୁ ଲେଖି ଚାଲନ୍ତୁ ।
  8. ବର୍ତ୍ତମାନ ଆପଣା ଯାହା ଲେଖିଲେ ପାଠ କରନ୍ତୁ । ଆପଣ ବୁଝି ପାରିଲେ କିମ୍ବା ନୁହେଁ ତାହା ଆକଳନ କରନ୍ତୁ । ଯେଉଁ ଅଂଶ ସୁଧାରିବା ଆବଶ୍ୟକ ତାହା ସୁଧାର କରନ୍ତୁ ।
  9. ପରବର୍ତ୍ତୀ ଭାଗକୁ ଯାଆନ୍ତୁ । ଏହା ସ୍ରୋତ ଭାଷାରେ ପାଠ କରନ୍ତୁ । 2 ରୁ 8 ପର୍ଯ୍ୟନ୍ତ ପଦକ୍ଷେପ ଗୁଡିକ ଦୃଢ଼ତାରେ ଅନୁସରଣ କରନ୍ତୁ ।
  • Credits: Used by permission, © 2013, SIL International, Sharing Our Native Culture, p. 59.*