or_ta/translate/translate-problem/01.md

7.3 KiB

ଆକୃତି ଗୁଡିକର ଅର୍ଥ ପରିବର୍ତ୍ତନ

ଶାଦ୍ଦିକ ଅନୁବାଦ ସ୍ରୋତ ପାଠର ଆକୃତିକୁ ଲକ୍ଷ୍ୟ ପାଠରେ ରଖେ । ହୁଏତ କିଛି ଅନୁବାଦକ ଏହା କରିବା ପସନ୍ଦ କରନ୍ତି ଯେହେତୁ, ଯେପରି ଆମ୍ଭେମାନେ ଶିକ୍ଷଣ ପରିମାପରେ ଦେଖୁ “ଆକୃତିର ମହତ୍ଵ” ଏକ ପାଠର ଆକୃତି, ପାଠର ଅର୍ଥ ଉପରେ ପ୍ରଭାବ ପକାଏ ।

ତଥାପି, ଆମ୍ଭମାନଙ୍କୁ ସ୍ମରଣ ରଖିବା ଉଚିତ ଯେ ଭିନ୍ନ ଭିନ୍ନ ସଂସ୍କୃତିର ଲୋକମାନେ ଆକୃତି ଗୁଡିକର ଅର୍ଥକୁ ଭିନ୍ନ ଭିନ୍ନ ଭାବରେ ବୁଝନ୍ତି । ଭିନ୍ନ ସଂସ୍କୃତିରେ, ସମାନ ଆକୃତି ହୁଏତ ଅତ୍ୟଧିକ ଭିନ୍ନ ଭାବରେ ବୁଝା ଯାଉ ଥାଇ ପାରେ । ଅତଃ ମୂଳ ଆକୃତି ଗୁଡିକୁ ରଖି ଏହାର ଅର୍ଥକୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ଯେପରି ପୁରୁଣା ଆକୃତି ପୁରୁଣା ସଂସ୍କୃତିରେ ଅର୍ଥକୁ ଯୋଗାଯୋଗ କରିଥିଲା ସେହିପରି ସମାନ ଅର୍ଥକୁ ନୂତନ ସଂସ୍କୃତିରେ ଯୋଗାଯୋଗ କରିବା ନିମନ୍ତେ, ମୂଳ ଆକୃତିକୁ ନୁତନ ଆକୃତିରେ ପରବିବର୍ତ୍ତନ କରିବା ହିଁ ଏକ ମାତ୍ରା ମାଧ୍ୟମ ଅଟେ ।

ଭିନ୍ନ ଭିନ୍ନ ଭାଷାଗୁଡିକ ଶବ୍ଦ ଏବଂ ବାକ୍ୟାଂଶ ଗୁଡିକର କ୍ରମ ଗୁଡିକୁ ଭିନ୍ନ ଭିନ୍ନ ଭାବରେ ବ୍ୟବହାର କରନ୍ତି ।

ଯଦି ଆପଣ ଆପଣଙ୍କ ଅନୁବାଦରେ ସ୍ରୋତ ଶବ୍ଦକୁ ରଖିବେ, ଏହା ଅତ୍ୟଧିକ କଷ୍ଟକର, ଏବଂ ବେଳେବେଳେ ଆପଣଙ୍କ ଭାଷା କହୁଥିବା ଲୋକମାନଙ୍କ ନିମନ୍ତେ ବୁଝିବା ଅସମ୍ଭବ ଅଟେ । ଲକ୍ଷ୍ୟ ଭାଷାରେ ଆପଣ ସ୍ୱାଭାବିକ ଶବ୍ଦର କ୍ରମ ବ୍ୟବହାର କରିବା ଉଚିତ ଯାହା ଫଳରେ ଲୋକମାନେ ପାଠର ଅର୍ଥ ବୁଝି ପାରିବେ ।

ଭିନ୍ନ ଭିନ୍ନ ଭାଷା ଗୁଡିକ ଭିନ୍ନ ଭିନ୍ନ ରୂଢ଼ି ପ୍ରୟୋଗ ଏବଂ ଅଭିବ୍ୟକ୍ତି ଗୁଡିକୁ ବ୍ୟବହାର କରନ୍ତି ।

ପ୍ରତ୍ୟେକ ଭାଷାରେ ଆପଣା ଆପଣା ରୂଢ଼ି ପ୍ରୟୋଗ ଏବଂ ଅନ୍ୟ ଅଭିବ୍ୟକ୍ତି ଗୁଡିକ ଅଛି । ଏହି ବିଷୟ ଗୁଡିକର ଅର୍ଥ ପ୍ରକାଶ କରିବା ନିମନ୍ତେ, ଆପଣ ଏକ ରୂଢ଼ି ପ୍ରୟୋଗ କିମ୍ବା ଅଭିବ୍ୟକ୍ତି ଚୟନ କରିବା ଆବଶ୍ୟକା ଯେଉଁଥିରେ ଲକ୍ଷ୍ୟ ଭାଷାରେ ସେହି ସମାନ ଅର୍ଥ ଅଛି, ପ୍ରତ୍ୟେକ ଶବ୍ଦକୁ କେବଳ ଅନୁବାଦ କରନ୍ତୁ ନାହିଁ ।

ଯଦି ଆପଣ କେବଳ ଶବ୍ଦକୁ ଅନୁବାଦ କରିବେ, ରୂଢ଼ି ପ୍ରୟୋଗ କିମ୍ବା ଅଭିବ୍ୟକ୍ତିରାୟ ଅର୍ଥ ଭୁଲ ହେଇ ପାରେ ।

ଅନ୍ୟ ସଂସ୍କୃତି ଗୁଡିକରେ କିଛି ପଦ ଗୁଡିକର ସମାସ୍କନ୍ଧ ନାହିଁ ।

ବର୍ତମାନ ଅସ୍ତିତ୍ୱ ନ ଥିବା ଅନେକ ପଦ ଗୁଡିକ ବାଇବଲରେ ଅଛି, ଯେପରି ପ୍ରାଚୀନ ମାପ ଗୁଡିକ (ଷ୍ଟାଡିଆ, କୁବିଟ୍), ପଇସା (ଦିନାରିଉସ୍, ଷ୍ଟାଟେର୍) ଏବଂ ମାପ (ହିନ୍ , ଏଫା) । ଦୁନିଆର କିଛି ଭାଗରେ ହୁଏତ ଶାସ୍ତ୍ରରେ ଉଲ୍ଲେଖିତ ପଶୁ ଗୁଡିକର ଅସ୍ତିତ୍ୱ ନ ଥାଇ ପାରେ (କୋକିଶିଆଳୀ, ଓଟ ) ।

କିଛି ସଂସ୍କୃତି ଗୁଡକରେ ଅନ୍ୟ ଶବ୍ଦ ଗୁଡିକ ଅଜ୍ଞାତ ହେଇ ପାରେ (ହିମ, ସୁନ୍ନତ କରିବା) । ସେହି ପରିସ୍ଥିତି ଗୁଡିକରେ ସାଧାରଣତଃ ଏହି ପଦ ଗୁଡିକ ନିମନ୍ତେ ସମାସ୍କନ୍ଧ ପ୍ରତିସ୍ଥାପନ କରିବା ସମ୍ଭବ ନୁହେଁ । ମୂଳ ଅର୍ଥକୁ ଯୋଗାଯୋଗ କରିବା ନିମନ୍ତେ ଅନୁବାଦକଙ୍କୁ ଅନ୍ୟ ମାଧ୍ୟମ ଗ୍ରହଣ କରିବା ଆବଶ୍ୟକ ଅଟେ ।

ବାଇବଲ ବୁଝିବାକୁ ଅଭିପ୍ରେତ ଥିଲା ।

ଶାସ୍ତ୍ରର କାହାଣୀ ଗୁଡିକ ଦର୍ଶାନ୍ତି ଯେ ସେ ଗୁଡିକ ବୁଝା ଯିବାକୁ ପ୍ରତ୍ୟାଶିତ ଥିଲେ । ବାଇବଲ ତିନଟି ଭାଷାରେ ଲେଖା ଯାଇଥିଲା କାରଣ ଭିନ୍ନ ଭିନ୍ନ ସମୟରେ ପରମେଶ୍ଵରଙ୍କର ଲୋକମାନେ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରିଥିଲେ ।

ଯିହୂଦୀମାନେ ନିର୍ବାସିତ ହୋଇ ଫେରିଲେ ପରେ ଏବ୍ରୀ ଭାଷାକୁ ଭୁଲିଗଲେ, ପୁରହିତମାନେ ପୁରାତନ ନିୟମକୁ ଆରାମିକ୍ ରେ ଅନୁବାଦ କରୁଥିଲେ ଯାହା ଫଳରେ ସେମାନେ ବୁଝି ପାରୁଥିଲେ (ନିହିମୀୟା 8:8) ।

ତା’ ପରେ ଯେତେବେଳେ ନୂତନ ନିୟମ ଲେଖା ଗଲା, ଏହା ସାଧାରଣ କୋଇନେ ଗ୍ରୀକ୍ ଭାଷାରେ ଲେଖା ଯାଇଥିଲା, ଯାହା ଏବ୍ରୀ, ଆରାମିକ୍ ଏମିତିକି ଶାସ୍ତ୍ରୀୟ ଗ୍ରୀକ୍ ଯାହା ସାଧାରଣ ଲୋକଙ୍କ ନିମନ୍ତେ ବୁଝିବାକୁ କଷ୍ଟକର ହେଇଥା’ନ୍ତା, ଠାରୁ ଅଧିକ କୁହା ଯାଉଥିବା ସେହି ସମୟରେ ସାଧାରଣ ଭାଷା ଥିଲା । ଏ ସବୁ ଏବଂ ଅନ୍ୟ ସମସ୍ୟା ଗୁଡିକ ଦର୍ଶାଏ ଯେ ପରମେଶ୍ଵର ଚାହାନ୍ତି ଲୋକମାନେ ତାହାଙ୍କର ବଚନକୁ ବୁଝନ୍ତୁ । ଅତଃ ଆମ୍ଭେମାନେ ଜାଣୁ ଯେ ଆକୃତିକୁ ପୁନର୍ଜୀବିତ ନ କରି ସେ ଚାହାନ୍ତି ଆମ୍ଭେମାନେ ବାଇବଲ ଅନୁବାଦ କରୁ । ଆକୃତି ଠାରୁ ଶାସ୍ତ୍ରର ଅର୍ଥ ଅଧିକ ମହତ୍ଵ ଅଟେ ।