or_ta/translate/translate-original/01.md

2.0 KiB

ମୂଳ ଭାଷାରେ ପାଠ ଅଧିକ ସଠିକ ଅଟେ ।

ପରିଭାଷା - ମୂଳ ଭାଷା ସେହି ଭାଷା ଅଟେ ଯେଉଁ ଭାଷାରେ ବାଇବଲର ପାଠ ପ୍ରାରମ୍ଭରେ ଲେଖା ଯାଇ ଥିଲା ।

ବର୍ଣ୍ଣନା -ନୂତନ ନିୟମର ମୂଳ ଭାଷା ଗ୍ରୀକ୍ ଅଟେ । ପୁରାତନ ନିୟମର ଅଧିକାଂଶ ମୂଳ ଭାଷା ଏବ୍ରୀ ଅଟେ । ତଥାପି, ଦାନିୟେଲ ଏବଂ ଏଜ୍ରା ପୁସ୍ତକର କିଛି ଭାଗର ମୂଳ ଭାଷା ଆରାମିକ୍ ଅଟେ ।

ମୂଳ ଭାଷା ଯେଉଁଥିରୁ ଏକ ବାକ୍ୟାଶଂ ଅନୁବାଦ କରାଯାଏ ସର୍ବଦା ଅଧିକ ସଠିକ୍ ଅଟେ । ସ୍ରୋତ ଭାଷା ସେହି ଭାଷା ଅଟେ ଯେଉଁ ଭାଷାରୁ ଅନୁବାଦ କରାଯାଉ ଅଛି । ଯଦି ଅନୁବାଦକ ମୂଳ ଭାଷା ଗୁଡିକରୁ ବାଇବଲ ଅନିବାଦ କରୁଛନ୍ତି, ତେବେ ମୂଳ ଭାଷା ଏବଂ ସ୍ରୋତ ଭାଷା ତାହାଙ୍କ ଅନୁବାଦ ନିମନ୍ତେ ସମାନ ଅଟେ । ତଥାପି, କେବଳ ସେହି ଲୋକମାନେ ଯିଏ ଅନେକ ବର୍ଷ ମୂଳ ଭାଷା ଗୁଡିକୁ ଅଧୟନ କରିଛନ୍ତି ସେମାନେ ସେମାନଙ୍କୁ ବୁଝି ପାରନ୍ତି ଏବଂ ସ୍ରୋତ ଭାଷା ପାଠ ଭାବରେ ବ୍ୟବହାର କରି ପାରିବେ । ସେହି କାରଣରୁ, ଅନେକ ଅନୁବାଦକ ସେହି ବାଇବଲ ଗୁଡିକୁ ଆପଣା ସ୍ରୋତ ଭାଷା ପାଠ ଭାବରେ ବ୍ୟବହାର କରନ୍ତି ଯାହା ଏକ ବ୍ୟାପକ ସମ୍ପର୍କ ଭାଷାରେ ଅନୁବାଦିତ ଅଟେ ।