or_ta/translate/translate-ordinal/01.md

11 KiB
Raw Permalink Blame History

ବର୍ଣ୍ଣନା

ତାଲିକାରେ ଥିବା  କୌଣସି ବସ୍ତୁର ସ୍ଥାନ କହିବା ନିମନ୍ତେ ବାଇବେଲରେ ସଂଖ୍ୟାର କ୍ରମସୂଚକ ଶବ୍ଦ ବ୍ୟବହୃତ ହୁଏ ।

ପୁଣି, ଈଶ୍ବର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ; ପରେ ଆଶ୍ଚର୍ଯ୍ୟର କାର୍ଯ୍ୟ କରିବାକୁ ନିଯୁକ୍ତ କରିଅଛନ୍ତି, । (1 କରିନ୍ଥୀୟ 12:28 ULT)

ଏହା କାର୍ଯ୍ୟକାରୀମାନଙ୍କର ଏକ ତାଲିକା ଅଟେ ଯାହା ଈଶ୍ଵର କ୍ରମ ଅନୁସାରେ ମଣ୍ଡଳୀକୁ ପ୍ରଦାନ କଲେ ।

ଇଂରାଜୀରେ କ୍ରମସୂଚକ ସଂଖ୍ୟାଗୁଡ଼ିକ

ଅଧିକାଂଶ ଇଂରାଜୀ ଭାଷାରେ ସଂଖ୍ୟାଗୁଡ଼ିକର କ୍ରମକୁ ସାଧାରଣତଃ ଶବ୍ଦର ଶେଷରେ "-th" ଯୋଗ କରାଯାଇ ଥାଏ ।

।  ଅଙ୍କ ।  ସଂଖ୍ୟା ।  କ୍ରମ ସଂଖ୍ୟା । ।  -------- ।  -------- ।  -------- । ।  4 ।  ଚାରି ।  ଚତୁର୍ଥ । ।  10 ।  ଦଶ ।  ଦଶମ । ।  100 ।  ଏକ ଶତ ।  ଏକ ଶତାଂଶ । ।  1,000 ।  ସହସ୍ର ।  ସହସ୍ରତମ ।

ଇଂରାଜୀ ଭାଷାରେ କେତେକ ସଂଖ୍ୟା କ୍ରମ ସେହି ଢାଞ୍ଚା ଅନୁସରଣ କରେ ନାହିଁ ।

। ଅଙ୍କ ।  ସଂଖ୍ୟା ।  କ୍ରମ ସଂଖ୍ୟା । ।  -------- ।  -------- ।  -------- । ।  1 ।  ଏକ ।  ପ୍ରଥମ । ।  2 ।  ଦୁଇ ।  ଦ୍ଵିତୀୟ । ।  3 ।  ତିନି ।  ତୃତୀୟ । ।  5 ।  ପାଞ୍ଚ ।  ପଞ୍ଚମ । ।  12  ।   ବାର ।  ଦ୍ଵାଦଶ ।

କାରଣ ଏହା ଏକ ଅନୁବାଦ ସମସ୍ୟା

ଏକ ତାଲିକାରେ ଥିବା ବିଷୟଗୁଡ଼ିକର କ୍ରମ ଦର୍ଶାଇବା ନିମନ୍ତେ କେତେକ ଭାଷାରେ ବିଶେଷ ସଂଖ୍ୟାଗୁଡ଼ିକ ନଥାଏ । ସେହି ଭାଷାଗୁଡ଼ିକରେ ଏହା ଭିନ୍ନ ଭିନ୍ନ ଉପାୟରେ ପ୍ରକାଶ କରାଯାଇପାରିବ ।

ବାଇବେଲରୁ ଉଦାହରଣଗୁଡ଼ିକ

ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ୍‍ ପାଇଁ ଉଠିଲା, ଦ୍ୱିତୀୟ ଯିଦୟୀୟ ପାଇଁ;  ତୃତୀୟ ହାରୀମ୍‍ ପାଇଁ, ଚତୁର୍ଥ ସୀୟୋରୀମ୍‍ ପାଇଁ... ତ୍ରୟୋବିଂଶ ଦଲୟିୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା। (1 ବଂଶାବଳୀ 24:7-18 ULT)

ଲୋକମାନେ ଗୁଲିବାଣ୍ଟ କଲେ ଏବଂ ଦିଆଯାଇଥିବା କ୍ରମରେ ଏହି ଲୋକମାନେ ଗମନକଲେ ।

ପୁଣି, ତାହାକୁ ଚାରି ଧାଡ଼ି ମଣିରେ ଖଚିତ କରିବ, ତହିଁର ପ୍ରଥମ ଧାଡିରେ ଚୂଣୀ, ପୀତମଣି ଓ ମରକତ; ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ, ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ; ଏହି ସମସ୍ତ ସ୍ୱର୍ଣ୍ଣରେ ସ୍ୱ ସ୍ୱ ଧାଡ଼ିରେ ବସାଯିବ। (ଯାତ୍ରା ପୁସ୍ତକ 28:17-20 ULT)

ଏହା ଚାରି ଧାଡ଼ିର ମଣିକୁ ବର୍ଣ୍ଣନାକରେ । ପ୍ରଥମ ଧାଡ଼ି ସମ୍ଭବତଃ ଉପର ଧାଡ଼ି ଅଟେ ଏବଂ ଚତୁର୍ଥ ଧାଡ଼ି ସମ୍ଭବତଃ ତଳ ଧାଡ଼ି ଅଟେ ।

ଅନୁବାଦ କୌଶଳଗୁଡ଼ିକ

ଯଦି ଆପଣଙ୍କ ଭାଷାରେ ସଂଖ୍ୟାର କ୍ରମସୂଚକ ଶବ୍ଦଗୁଡ଼ିକ ଅଛି ଏବଂ ସେଗୁଡ଼ିକ ବ୍ୟବହାର କରିବା ଯଦି ସଠିକ ଅର୍ଥ ପ୍ରଦାନ କରିବ ତେବେ ସେଗୁଡ଼ିକୁ ବ୍ୟବହାର କରନ୍ତୁ । ଯଦି ନାହିଁ, ତେବେ ଏଠାରେ କେତେକ କୌଶଳ ପ୍ରଦାନ କରାଯାଇଛି:

(1) ପ୍ରଥମ ବସ୍ତୁ ସହ “ଏକ” ଶବ୍ଦ ବ୍ୟବହାର କରନ୍ତୁ ଏବଂ ଅବଶେଷ ସହ “ଅନ୍ୟ” ଶବ୍ଦ କିମ୍ବା “ପରବର୍ତ୍ତୀ” ଶବ୍ଦ ବ୍ୟବହାର କରନ୍ତୁ ।

(2) ସମସ୍ତ ବସ୍ତୁଗୁଡ଼ିକର ମୋଟ ସଂଖ୍ୟା ଉଲ୍ଲେଖ କରନ୍ତୁ ଏବଂ ତା’ ପରେ ସେଗୁଡ଼ିକ କିମ୍ବା ସେଥିରେ ସମ୍ପୃକ୍ତ ଥିବା ବସ୍ତୁଗୁଡ଼ିକର ତାଲିକା କରନ୍ତୁ ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକର ଉଦାହରଣମାନ

(1) ପ୍ରଥମ ବସ୍ତୁ ସହ “ଏକ” ଶବ୍ଦ ବ୍ୟବହାର କରନ୍ତୁ ଏବଂ ଅବଶେଷ ସହ “ଅନ୍ୟ” ଶବ୍ଦ କିମ୍ବା “ପରବର୍ତ୍ତୀ” ଶବ୍ଦ ବ୍ୟବହାର କରନ୍ତୁ ।

ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ୍‍ ପାଇଁ ଉଠିଲା, ଦ୍ୱିତୀୟ ଯିଦୟୀୟ ପାଇଁ;  ତୃତୀୟ ହାରୀମ୍‍ ପାଇଁ, ଚତୁର୍ଥ ସୀୟୋରୀମ୍‍ ପାଇଁ... ତ୍ରୟୋବିଂଶ ଦଲୟିୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା। (1 ବଂଶାବଳୀ 24:7-18 ULT)

ସେଠାରେ 24 ଗୁଲିବାଣ୍ଟ ଥିଲା ଗୋଟିଏ ଗୁଲିବାଣ୍ଟ ଯିହୋୟାରୀବ୍ ନିମନ୍ତେ, ଅନ୍ୟ ଯିଦୟୀୟ ନିମନ୍ତେ,  ପରବର୍ତ୍ତୀ ହାରୀମ୍ ନିମନ୍ତେ, … ପରବର୍ତ୍ତୀ ଗୁଲିବାଣ୍ଟ ଦଲୟିୟ ନିମନ୍ତେ, ଏବଂ ଶେଷ ମାସୀୟ ନିମନ୍ତେ ।

ସେଠାରେ 24 ଗୁଲିବାଣ୍ଟ ଥିଲା ଗୋଟିଏ ଗୁଲିବାଣ୍ଟ ଯିହୋୟାରୀବ୍ ନିମନ୍ତେ, ପରବର୍ତ୍ତୀ ଯିଦୟୀୟ ନିମନ୍ତେ,  ପରବର୍ତ୍ତୀ ହାରୀମ୍ ନିମନ୍ତେ, … ପରବର୍ତ୍ତୀ ଗୁଲିବାଣ୍ଟ ଦଲୟିୟ ନିମନ୍ତେ, ଏବଂ ଶେଷ ମାସୀୟ ନିମନ୍ତେ ।

ଉଦ୍ୟାନରେ ଜଳସେଚନାର୍ଥେ ଏଦନରୁ ଗୋଟିଏ ନଦୀ ନିର୍ଗତ ହୋଇ ସେହି ସ୍ଥାନରୁ ଭିନ୍ନ ଭିନ୍ନ ଚାରିଧାର ହେଲା।  ପ୍ରଥମ ନଦୀର ନାମ ପିଶୋନ; ତାହା ସ୍ୱର୍ଣ୍ଣୋତ୍ପାଦକ ହବୀଲା ଦେଶସମୂହକୁ ବେଷ୍ଟନ କରେ। ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି, ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ।  ଦ୍ୱିତୀୟ ନଦୀର ନାମ ଗୀହୋନ; ଏହା ସମସ୍ତ କୂଶ ଦେଶ ବେଷ୍ଟନ କରେ।  ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ପୂର୍ବ ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ। ଚତୁର୍ଥ ନଦୀର ନାମ ଫରାତ୍‍। (ଆଦିପୁସ୍ତକ 2:10-14 ULT)

ଉଦ୍ୟାନରେ ଜଳସେଚନାର୍ଥେ ଏଦନରୁ ଗୋଟିଏ ନଦୀ ନିର୍ଗତ ହୋଇ ସେହି ସ୍ଥାନରୁ ଭିନ୍ନ ଭିନ୍ନ ଚାରିଧାର ହେଲା।  ଗୋଟିଏ ନଦୀର ନାମ ପିଶୋନ; ତାହା ସ୍ୱର୍ଣ୍ଣୋତ୍ପାଦକ ହବୀଲା ଦେଶସମୂହକୁ ବେଷ୍ଟନ କରେ। ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି, ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ।  ପରବର୍ତ୍ତୀ ନଦୀର ନାମ ଗୀହୋନ; ଏହା ସମସ୍ତ କୂଶ ଦେଶ ବେଷ୍ଟନ କରେ।  ପରବର୍ତ୍ତୀ ନଦୀର ନାମ ହିଦ୍ଦେକଲ, ଏହା ପୂର୍ବ ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ। ଶେଷ ନଦୀର ନାମ ଫରାତ୍‍। ବିଷୟ ଗୁଡିକର ମୋଟ ସଂଖ୍ୟା କୁହନ୍ତୁ ଏବଂ ତା’ ପରେ ସେମାନଙ୍କୁ କିମ୍ବା ବିଷୟ ଯାହା ସେମାନଙ୍କ ସହିତ ସାମିଲ୍ ଅଛି ତାଲିକା କରନ୍ତୁ ।

(2) ସମସ୍ତ ବସ୍ତୁଗୁଡ଼ିକର ମୋଟ ସଂଖ୍ୟା ଉଲ୍ଲେଖ କରନ୍ତୁ ଏବଂ ତା’ ପରେ ସେଗୁଡ଼ିକ କିମ୍ବା ସେଥିରେ ସମ୍ପୃକ୍ତ ଥିବା ବସ୍ତୁଗୁଡ଼ିକର ତାଲିକା କରନ୍ତୁ ।

ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ୍‍ ପାଇଁ ଉଠିଲା, ଦ୍ୱିତୀୟ ଯିଦୟୀୟ ପାଇଁ;  ତୃତୀୟ ହାରୀମ୍‍ ପାଇଁ, ଚତୁର୍ଥ ସୀୟୋରୀମ୍‍ ପାଇଁ... ତ୍ରୟୋବିଂଶ ଦଲୟିୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା। (1 ବଂଶାବଳୀ 24:7-18 ULT)

ସେମାନେ 24 ଗୁଲିବାଣ୍ଟ କଲେ, ଗୁଲିବାଣ୍ଟଗୁଡ଼ିକ ଯିହୋୟାରୀବ୍, ଯିଦୟୀୟ ନିମନ୍ତେ, ହାରୀମ୍ ନିମନ୍ତେ, …  ଦଲୟିୟ ନିମନ୍ତେ, ଏବଂ ମାସୀୟ ନିମନ୍ତେ ।