or_ta/translate/translate-numbers/01.md

12 KiB

ବର୍ଣ୍ଣନା

ବାଇବେଲରେ ଅନେକ ସଂଖ୍ୟାଗୁଡ଼ିକ ଅଛି । ସେଗୁଡ଼ିକ ସଂଖ୍ୟା ଭାବରେ ଯେପରି “ 5” କିମ୍ବା ଶବ୍ଦ ଭାବରେ ଯେପରି “ପାଞ୍ଚ” ଲେଖା ଯାଇ ପାରିବ । କିଛି ସଂଖ୍ୟାଗୁଡ଼ିକ ବହୁତ ଲମ୍ବା ଯେପରି "ଦୁଇ ଶହ" (200), "ବାଇଶ ହଜାର" (22,000), କିମ୍ବା “”ଏକ ଶହ ଲକ୍ଷ” (100,000,000) ।

କିଛି ଭାଷାଗୁଡ଼ିକରେ ଏହି ସବୁ ସଂଖ୍ୟା ନିମନ୍ତେ ଶବ୍ଦ ନାହିଁ । ଅନୁବାଦକଙ୍କୁ ଶବ୍ଦ କିମ୍ବା ସଂଖ୍ୟାକୁ କିପରି ଅନୁବାଦ କରିବେ ତାହା ନିର୍ଣ୍ଣୟ କରିବା ଆବଶ୍ୟକ ଅଟେ । କିଛି ସଂଖ୍ୟା ଗୁଡ଼ିକ ସଠିକ ଏବଂ ଅନ୍ୟାନ୍ୟ ପ୍ରାୟ ନିକଟତର ।

ଅବ୍ରାମ 86 ବର୍ଷର ଥିଲେ ଯେତେବେଳେ ହାଗାର ଇଶ୍ମାୟେଲକୁ ପ୍ରସବ କଲେ । (ଆଦି ପୁସ୍ତକ 16:16 ULT)

ଛୟାଅଶୀ (86) ଏକ ସଠିକ ସଂଖ୍ୟା ଅଟେ ।

ସେହି ଦିନ ପ୍ରାୟ ତିନି ହଜାର ଲୋକ ମଲେ । (ଯାତ୍ରା ପୁସ୍ତକ 32:28 ULT)

ଏଠାରେ ତିନି ହଜାର ସଂଖ୍ୟାଟି ପ୍ରାୟ ନିକଟତର ସଂଖ୍ୟା ଅଟେ । ହୁଏତ ଏହା ତାହା ଠାରୁ ଅଧିକ କିମ୍ବା ଟିକେ ଊଣା ହେଇ ପାରେ । “ପ୍ରାୟ” ଶବ୍ଦଟି ଦର୍ଶାଏ ଯେ ଏହା ସଠିକ ସଂଖ୍ୟା ନୁହେଁ ।

କାରଣ ଏହା ଏକ ଅନୁବାଦର ସମସ୍ୟା ଅଟେ:

କିଛି ଭାଷାଗୁଡ଼ିକରେ ଏହି ସଂଖ୍ୟା ପାଇଁ ଶବ୍ଦ ନାହିଁ ।

ଅନୁବାଦ କୌଶଳ

  • ଯେତେ ସମ୍ଭବ ସେତେ ନିକଟତର ଭାବରେ ସଠିକ ସଂଖ୍ୟା ଗୁଡିକୁ ବିଶେଷ ଭାବରେ ଅନୁବାଦ କରାଯିବା ଉଚିତ ଅଟେ ।
  • ପ୍ରାୟ ନିକଟତର ସଂଖ୍ୟା ଗୁଡ଼ିକ ଅଧିକ ସାଧାରଣ ଭାବରେ ଅନୁବାଦ କରାଯାଇ ପାରେ ।

ବାଇବେଲରୁ ଉଦାହରଣଗୁଡ଼ିକ

ଯେତେବେଳେ ଯେରଦ 162 ବର୍ଷ ହେଲେ, ସେ ହନୋକଙ୍କର ପିତା ହେଲେ । ହନୋକଙ୍କର ପିତା ହେଲା ଉତ୍ତାରେ ଯେରଦ, 800 ବର୍ଷ ବଞ୍ଚିଲେ । ସେ ଅନେକ ପୁତ୍ର ଏବଂ କନ୍ୟାମାନଙ୍କର ପିତା ହେଲେ । ଯେରଦ 962 ବର୍ଷ ବଞ୍ଚିଲେ; ତା’ ପରେ ସେ ମଲେ । (ଆଦି ପୁସ୍ତକ 5:18-20 ULT)

ସଂଖ୍ୟା 162, 800 ଏବଂ 962 ସଠିକ ସଂଖ୍ୟା ଗୁଡ଼ିକ ଅଟେ ଏବଂ ସେହି ସଂଖ୍ୟା ଗୁଡ଼ିକ ସହିତ ଯେତେ ସମ୍ଭବ ନିକଟତର ସଂଖ୍ୟା ଭାବରେ ଅନୁବାଦ କରାଯିବା ଉଚିତ ଅଟେ ।

“ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ (ଆଦି ପୁସ୍ତକ 24:60 ULT)

ଏହା ପ୍ରାୟ ଏକ ନିକଟତର ସଂଖା ଅଟେ । କେତେ ବଂଶରେ ସେ ମାତା ହେବା, ଏହା ସଠିକ ଭାବରେ ପ୍ରକାଶ କରେ ନାହିଁ, କିନ୍ତୁ ଏହା ସେମାନଙ୍କର ଏକ ବିଶାଳ ସଂଖ୍ୟା ଥିଲା ।

ଅନୁବାଦର କୌଶଳଗୁଡ଼ିକ

(1) ଅଙ୍କ ଗୁଡିକୁ ବ୍ୟବହାର କରି ସଂଖ୍ୟା ଲେଖନ୍ତୁ ।

(2) ଆପଣଙ୍କ ଭାଷାର ଶବ୍ଦଗୁଡ଼ିକ କିମ୍ବା Gateway language ର ଶବ୍ଦ ଗୁଡିକୁ ବ୍ୟବହାର କରି ସେହି ସଂଖ୍ୟା ଗୁଡିକୁ ଲେଖନ୍ତୁ ।

(3) ଶବ୍ଦ ଗୁଡିକୁ ବ୍ୟବହାର କରି ସଂଖ୍ୟା ଗୁଡିକୁ ଲେଖନ୍ତୁ ଏବଂ ସେଗୁଡ଼ିକ ପରେ ଅଙ୍କ ଗୁଡିକୁ ବନ୍ଧନୀରେ ରଖନ୍ତୁ ।

(4) ବୃହତ୍ ସଂଖ୍ୟା ନିମନ୍ତେ ଶବ୍ଦ ଗୁଡିକୁ ମିଳାନ୍ତୁ ।

(5) ବୃହତ୍ ନିକଟତର ସଂଖ୍ୟା ନିମନ୍ତେ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ ଏବଂ ଏହାପରେ ସଂଖ୍ୟା ଗୁଡିକୁ ବନ୍ଧନୀରେ ଲେଖନ୍ତୁ ।

ଅନୁବାଦ କୌଶଳ ପ୍ରୋୟାଗର ଉଦାହରଣ ଗୁଡ଼ିକ

ଆମ୍ଭମାନଙ୍କର ଉଦାହରଣ ଗୁଡ଼ିକରେ ନିମ୍ନଲିଖିତ ବଚନ ଆମ୍ଭେମାନେ ବ୍ୟବହାର କରିବା:

ବର୍ତ୍ତମାନ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ 100,000 ସୁନା, 1,000,000 ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି । (1 ବଂଶାବଳୀର ପୁସ୍ତକ 22:14 ULT)

(1) ଅଙ୍କ ଗୁଡିକୁ ବ୍ୟବହାର କରି ସଂଖ୍ୟା ଲେଖନ୍ତୁ । ମୁଁ ସଦାପ୍ରଭୁଙ୍କ ଗୃହ ନିମନ୍ତେ 100,000 ସୁନା**, 1,000,000** ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି ।

(2) ଆପଣଙ୍କ ଭାଷାର ଶବ୍ଦ ଗୁଡ଼ିକ କିମ୍ବା Gateway language ର ଶବ୍ଦ ଗୁଡିକୁ ବ୍ୟବହାର କରି ସେହି ସଂଖ୍ୟା ଗୁଡିକୁ ଲେଖନ୍ତୁ ।

ମୁଁ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳନ୍ତ ସୁନା, ଦଶ ଲକ୍ଷ ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି ।

(3) ଶବ୍ଦ ଗୁଡିକୁ ବ୍ୟବହାର କରି ସଂଖ୍ୟା ଗୁଡିକୁ ଲେଖନ୍ତୁ ଏବଂ ସେଗୁଡ଼ିକ ପରେ ଅଙ୍କ ଗୁଡିକୁ ବନ୍ଧନୀରେ ରଖନ୍ତୁ ।

ମୁଁ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ (100,000) ତାଳନ୍ତ ସୁନା, ଦଶ ଲକ୍ଷ(1,000,000) ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି ।

(4) ବୃହତ୍ ସଂଖ୍ୟା ନିମନ୍ତେ ଶବ୍ଦ ଗୁଡିକୁ ମିଳାନ୍ତୁ ।

ମୁଁ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳନ୍ତ ସୁନା, ଦଶ ଲକ୍ଷ ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି ।

(5) ବୃହତ୍ ନିକଟତର ସଂଖ୍ୟା ନିମନ୍ତେ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ ଏବଂ ଏହାପରେ ସଂଖ୍ୟା ଗୁଡିକୁ ବନ୍ଧନୀରେ ଲେଖନ୍ତୁ ।

ମୁଁ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଅପରିମିତ ଅଧିକ ପରିମାଣର (100,000) ତାଳନ୍ତ ସୁନା, ଦଶ ଲକ୍ଷ(1,000,000) ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି ।

ସଙ୍ଗତ

ଆପଣଙ୍କ ଅନୁବାଦରେ ସଙ୍ଗତ ରଖନ୍ତୁ । ସଂଖ୍ୟା କିମ୍ବା ଅଙ୍କ, ସଂଖ୍ୟା ଗୁଡିକୁ କିପରି ଅନୁବାଦ କରବେ ନିର୍ଣ୍ଣୟ କରନ୍ତୁ । ସଙ୍ଗତ ହେବାର ଭିନ୍ନ ଭିନ୍ନ ମାଧ୍ୟମ ଗୁଡ଼ିକ ଅଛି ।

  • ସମସ୍ତ ସମୟର ସଂଖ୍ୟା ଗୁଡିକୁ ପ୍ରତିନିଧିତ୍ଵ କରିବାକୁ ଶବ୍ଦ ଗୁଡ଼ିକ ବ୍ୟବହାର କରନ୍ତୁ । (ହୁଏତ ଆପଣଙ୍କ ପାଖରେ ଅତ୍ୟଧିକ ଲମ୍ବା ଶବ୍ଦ ଗୁଡ଼ିକ ଥାଇ ପାରେ । )
  • ସମସ୍ତ ସମୟର ସଂଖ୍ୟା ଗୁଡିକୁ ପ୍ରତିନିଧିତ୍ଵ କରିବାକୁ ଅଙ୍କ ଗୁଡ଼ିକ ବ୍ୟବହାର କରନ୍ତୁ ।
  • ସଂଖ୍ୟା ଗୁଡିକୁ ପ୍ରତିନିଧିତ୍ଵ କରିବା ନିମନ୍ତେ ଆପଣଙ୍କ ଭାଷାରେ ଥିବା ଶବ୍ଦ ଗୁଡ଼ିକ ବ୍ୟବହାର କରନ୍ତୁ ଏବଂ ଆପଣଙ୍କ ଭାଷାରେ ଯେଉଁ ସଂଖ୍ୟା ପାଇଁ ଶବ୍ଦ ନାହିଁ, ଅଙ୍କ ବ୍ୟବହାର କରନ୍ତୁ ।
  • ନିମ୍ନ ସଂଖ୍ୟା ନିମନ୍ତେ ଶବ୍ଦ ଗୁଡ଼ିକ ଏବଂ ଉଚ୍ଚ ସଂଖ୍ୟା ନିମନ୍ତେ ଅଙ୍କ ବ୍ୟବହାର କରନ୍ତୁ ।
  • ଅଳ୍ପ ଶବ୍ଦ ଆବଶ୍ୟକ କରୁଥିବା ସଂଖ୍ୟା ନିମନ୍ତେ ଶବ୍ଦ ବ୍ୟବହାର କରନ୍ତୁ ଏବଂ ଅନେକ ଶବ୍ଦ ଆବଶ୍ୟକ କରୁଥିବା ସଂଖ୍ୟା ନିମନ୍ତେ ଅଙ୍କ ବ୍ୟବହାର କରନ୍ତୁ ।
  • ସଂଖ୍ୟା ଗୁଡିକୁ ପ୍ରତିନିଧିତ୍ଵ କରିବା ନିମନ୍ତେ ଶବ୍ଦ ଗୁଡ଼ିକ ବ୍ୟବହାର କରନ୍ତୁ ଏବଂ ଏହାପରେ ଅଙ୍କ ଗୁଡିକୁ ବନ୍ଧନୀରେ ଲେଖନ୍ତୁ ।

ULT ଏବଂ UST ରେ ସଙ୍ଗତ

Unlocked Literal Bible (ULT) ଏବଂ Unlocked Dynamic Bible (UST) ସଂଖ୍ୟା ଗୁଡ଼ିକ ନିମନ୍ତେ ଶବ୍ଦ ଗୁଡିକୁ ବ୍ୟବହାର କରେ ଯେଉଁଥିରେ କେବଳ ଗୋଟିଏ କିମ୍ବା ଦୁଇଗୋଟି ଶବ୍ଦ ଅଛି (ନଅ, ଷୋହଳ, ତିନି ଶହ) ।

ସେମାନେ ଅଙ୍କ ଗୁଡ଼ିକ ନିମନ୍ତେ ସଂଖ୍ୟା ବ୍ୟବହାର କରନ୍ତି ଯେଉଁଥିରେ ଦୁଇରୁ ଅନେକ ଶବ୍ଦ ଅଛି (ଅଙ୍କ “130” ପରିବର୍ତ୍ତେ “ ଏକ ଶହ ତିରିଶ“)।

ଯେତେବେଳେ ଆଦମ 130 ବର୍ଷ ହେଲେ, ସେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ରର ପିତା ହେଇ ତାହାର ନାମ ଶେଥ ଦେଲେ । ଶେଥର ପିତା ହେବା ପରେ ଆଦମ 800 ବର୍ଷ ବଞ୍ଚିଲେ । ସେ ଅନେକ ପୁତ୍ର ଏବଂ କନ୍ୟାମାନଙ୍କର ପିତା ହେଲେ । ଆଦମ 930 ବର୍ଷ ବଞ୍ଚିଲେ, ଏବଂ ତା’ ପରେ ସେ ମଲେ। (ଆଦି ପୁସ୍ତକ 5:3-5 ULT)