or_ta/translate/translate-kinship/01.md

13 KiB
Raw Permalink Blame History

ବର୍ଣ୍ଣନା

ପାରିବାରିକ ସଂପର୍କରେ ପରସ୍ପର ସହ ଜଡିତ ଥିବା ଲୋକମାନଙ୍କୁ ବର୍ଣ୍ଣନା କରିବା ପାଇଁ ଜ୍ଞାତିସମ୍ପର୍କୀୟ ଶବ୍ଦଗୁଡ଼ିକ ସେହି ଶବ୍ଦଗୁଡ଼ିକୁ ସୂଚିତ କରେ । ଏହି ଶବ୍ଦଗୁଡ଼ିକ ସେମାନଙ୍କର ନିର୍ଦ୍ଦିଷ୍ଟତା ଭାଷାରୁ ଭାଷା ମଧ୍ୟରେ ଭିନ୍ନ ଅଟେ । ସେଗୁଡ଼ିକ (ପାଶ୍ଚାତ୍ୟ) ଆଣବିକ କିମ୍ବା ପରବର୍ତ୍ତୀ ପରିବାର (ପିତା-ପୁତ୍ର, ସ୍ୱାମୀ-ସ୍ତ୍ରୀ) ଠାରୁ ଆରମ୍ଭ କରି ଅନ୍ୟ ସଂସ୍କୃତିରେ ବ୍ୟାପକ ପରିବାର ସମ୍ପର୍କ ପର୍ଯ୍ୟନ୍ତ ପ୍ରଭାବିତ କରେ ।

କାରଣ ଏହା ଏକ ଅନୁବାଦ ସମସ୍ୟା

ଭାଷା ଉପରେ ଆଧାର କରି ଅନୁବାଦକ ସଠିକ୍ ଜ୍ଞାତିସମ୍ପର୍କୀୟ ସମ୍ପର୍କକୁ ନିର୍ଦ୍ଦିଷ୍ଟ କରିବାକୁ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରେ । କେତେକ ଭାଷାରେ, ଭାଇଭଉଣୀଙ୍କ ଜନ୍ମ କ୍ରମ ଉପରେ ଆଧାର କରି ଏକ ଭିନ୍ନ ଶବ୍ଦ ବ୍ୟବହାର କରାଯାଇପାରେ । ଅନ୍ୟମାନଙ୍କ ଭାଷାରେ, ପରିବାରର ପାର୍ଶ୍ୱ (ପିତା କିମ୍ବା ମାତା), ବୟସ, ବୈବାହିକ ସ୍ଥିତି ଇତ୍ୟାଦିକୁ ଦୃଷ୍ଟିରେ ରଖି ନିର୍ଣ୍ଣୟ କରାଯାଏ । ବକ୍ତାର ଲିଙ୍ଗ ଉପରେ ଆଧାର କରି ବିଭିନ୍ନ ଶବ୍ଦ ବ୍ୟବହାର କରାଯାଇପାରେ । ସଠିକ୍ ଶବ୍ଦ ବ୍ୟବହାର କରିବା ପାଇଁ ଅନୁବାଦକମାନେ ବାଇବଲରେ ଦୁଇଜଣ ସମ୍ବନ୍ଧୀୟ ବ୍ୟକ୍ତିଙ୍କ ମଧ୍ୟରେ ସଠିକ୍ ସମ୍ପର୍କକୁ ଜାଣିବା ଆବଶ୍ୟକ ଅଟେ । ବେଳେବେଳେ ଏହି ଶବ୍ଦଗୁଡିକ ସ୍ଥାନୀୟ ବକ୍ତାମାନଙ୍କ ପାଇଁ ମନେ ରଖିବା କଷ୍ଟକର ଏବଂ ସଠିକ୍ ଶବ୍ଦ ଖୋଜିବାରେ ଅନୁବାଦକମାନେ ସମ୍ପ୍ରଦାୟର ସାହାଯ୍ୟ ନେଇ ପାରନ୍ତି । ଅନୁବାଦିତ ଭାଷାରେ ସଠିକ୍ ଶବ୍ଦ ନିର୍ଣ୍ଣୟ କରିବା ପାଇଁ ବାଇବେଲ ଅନୁବାଦକମାନଙ୍କୁ ସମ୍ପର୍କ ବିଷୟରେ ପର୍ଯ୍ୟାପ୍ତ ସୂଚନା ଦେଇ ନପାରେ ଏବଂ ଏହା ନିର୍ଣ୍ଣୟ କରିବା ଜଟିଳ ବିଷୟ ଅଟେ । ଏହି କ୍ଷେତ୍ରରେ, ଅନୁବାଦକମାନଙ୍କୁ ଅଧିକ ସାଧାରଣ ଶବ୍ଦ ବ୍ୟବହାର କରିବା ଉଚିତ୍ କିମ୍ବା ଉପଲବ୍ଧ ସୀମିତ ସୂଚନା ଉପରେ ଆଧାର କରି ଏକ ସନ୍ତୋଷଜନକ ଶବ୍ଦ ସହ ଅନୁବାଦ କରିବା ଉଚିତ୍ ।

ବେଳେବେଳେ କେତେକ ଶବ୍ଦ ଯାହା ଜ୍ଞାତିସମ୍ପର୍କୀୟ ଶବ୍ଦ ପରି ମନେହୁଏ ଯାହା ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯିଏ ପ୍ରକୃତରେ ସମ୍ପର୍କୀୟ ନୁହଁନ୍ତି । ଉଦାହରଣ ସ୍ୱରୂପ, ଜଣେ ବୟସ୍କ ବ୍ୟକ୍ତି ଜଣେ ଯୁବକ କିମ୍ବା ମହିଳାଙ୍କୁ “ମୋ ପୁତ୍ର” କିମ୍ବା “ମୋ ଝିଅ” ବୋଲି କହିପାରେ ।

ବାଇବେଲରୁ ଉଦାହରଣଗୁଡ଼ିକ

ଏଥିଉତ୍ତାରେ ଯିହୋବା କୟିନଙ୍କୁ ପଚାରିଲେ, “ତୁମ୍ଭ ଭାଇ ହେବଲ କେଉଁଠାରେ?” ସେ କହିଲେ, “ମୁଁ ଜାଣେ ନାହିଁ, ମୁଁ କʼଣ ମୋ ଭାଇର ରକ୍ଷକ?” (ଆଦିପୁସ୍ତକ 4:9 ULT)

ହେବଲ କୟିନର ସାନ ଭାଇ ଥିଲେ।

ଯାକୁବ କ୍ଷେତ୍ରରେ ପଶୁପଲ ନିକଟକୁ ରାହେଲ ଓ ଲେୟାକୁ ଡକାଇ କହିଲା,  “ମୁଁ ଦେଖୁଅଛି, ତୁମ୍ଭମାନଙ୍କ ପିତାଙ୍କର ମୁଖ ମୋʼ ପ୍ରତି ପୂର୍ବ ପରି ନୁହେଁ; ମାତ୍ର ମୋହର ପୈତୃକ ପରମେଶ୍ୱର ମୋହର ସହାୟ ଅଟନ୍ତି। (ଆଦିପୁସ୍ତକ 31:4-5 ULT)

ଯାକୁବ ଏଠାରେ ତାଙ୍କ ଶ୍ୱଶୁରଙ୍କୁ ସୂଚାନ୍ତି । କେତେକ ଭାଷାରେ ଜଣେ ବ୍ୟକ୍ତିଙ୍କ ଶ୍ୱଶୁରଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଶବ୍ଦ ଥାଇପାରେ, ତଥାପି, ଏହି କ୍ଷେତ୍ରରେ ତୁମ୍ଭମାନଙ୍କ ପିତାଙ୍କର ବାକ୍ୟକୁ ରଖିବା ଭଲ ହେବ, କାରଣ ଯାକୁବ ଲାବନଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହାକୁ ବ୍ୟବହାର କରିଥିବେ ।

ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକଙ୍କର ମେଷପଲ ଚରାଉଥିଲେ।  (ଯାତ୍ରାପୁସ୍ତକ 3:1a ULT)

ପୂର୍ବ ଉଦାହରଣ ପରି, ଯଦି ଆପଣଙ୍କର ଭାଷାର ଜଣେ ପୁରୁଷର ଶ୍ୱଶୁରଙ୍କ ପାଇଁ ଏକ ଶବ୍ଦ ଅଛି ତେବେ ତାହା ଏଠାରେ ବ୍ୟବହାର କରନ୍ତୁ ।

ପୁଣି, ତାହାର କି ଦଶା ହେବ, ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା। (ଯାତ୍ରାପୁସ୍ତକ 2:4 ULT)

ପ୍ରସଙ୍ଗରୁ, ଆମେ ଜାଣୁ ଯେ ଏହା ମୋଶାଙ୍କର ବଡ଼ ଭଉଣୀ ମରୀୟମ ଥିଲେ । କେତେକ ଭାଷାରେ, ଏହା ଏକ ନିର୍ଦ୍ଦିଷ୍ଟ ଶବ୍ଦ ଆବଶ୍ୟକ କରିପାରେ । କେତେକ ଭାଷାରେ, ବଡ଼ ଭଉଣୀ ଶବ୍ଦ କେବଳ ସେତେବେଳେ ବ୍ୟବହୃତ ହୋଇପାରେ ଯେତେବେଳେ ସାନଭାଇ କିମ୍ବା ଭଉଣୀ ବଡ଼ ଭଉଣୀକୁ ସମ୍ବୋଧନ କରେ କିମ୍ବା ସୂଚାଏ ।

ତା'ପରେ ନୟମୀ ନିଜର ପୁତ୍ରବଧୂମାନଙ୍କୁ ନେଇଁ ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ବାହାରିଲା (ରୂତ 1:6a ULT)

ରୂତ ଏବଂ ଅର୍ପା ନୟମୀର ପୁତ୍ରବଧୂ ଅଟନ୍ତି  ।

ସେ ତାକୁ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରିଯାଅ।” (ରୂତ 1:15 ULT)

ଅର୍ପା ରୂତଙ୍କ ସ୍ୱାମୀଙ୍କ ଭାଇର ପତ୍ନୀ ଥିଲେ। ଯଦି ସେ ରୂତଙ୍କ ସ୍ୱାମୀଙ୍କ ଭଉଣୀ ହୋଇଥାନ୍ତେ ତା’ହେଲେ ଏହା ଆପଣଙ୍କ ଭାଷାରେ ଏକ ଭିନ୍ନ ଶବ୍ଦ ହୋଇଥାନ୍ତା ।

ତହିଁରେ ବୋୟଜ ରୂତକୁ କହିଲା, “ଆହେ ମୋହର କନ୍ୟା, ମୋର କଥା କି ଶୁଣୁ ନାହଁ? (ରୂତ 2:8a ULT)

ବୋୟଜ ରୂତଙ୍କ ପିତା ନୁହଁନ୍ତି; ସେ କେବଳ ଜଣେ ଯୁବା ସ୍ତ୍ରୀଙ୍କୁ ସମ୍ବୋଧନ କରିବାକୁ ଏହି ଶବ୍ଦ ବ୍ୟବହାର କରୁଛନ୍ତି ।

ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି । (Luke 1:36 ULT)

KJV ଏହି ଶବ୍ଦକୁ ସମ୍ପର୍କୀୟ ବୋଲି ଅନୁବାଦ କରିଥିବାବେଳେ ଏହି ଶବ୍ଦର ଅର୍ଥ ଜଣେ ସସମ୍ପର୍କୀୟ ମହିଳା ଅଟେ ।

ଅନୁବାଦ କୌଶଳଗୁଡ଼ିକ

(1) ଆପଣଙ୍କ ଭାଷା ବ୍ୟବହାର କରୁଥିବା ଶବ୍ଦ ବ୍ୟବହାର କରି ନିର୍ଦ୍ଦିଷ୍ଟ ସଠିକ୍ ସମ୍ପର୍କ ବୁଝାଉଥିବା ଶବ୍ଦରେ ଅନୁବାଦ କରନ୍ତୁ।

(2) ଯଦି ପାଠ ଆପଣଙ୍କ ଭାଷା ପରି ସମ୍ପର୍କକୁ ସ୍ପଷ୍ଟ ଭାବରେ ନିର୍ଦ୍ଦିଷ୍ଟ କରେ ନାହିଁ, ତେବେ

(a) ଏକ ସାଧାରଣ ଶବ୍ଦରେ ବ୍ୟବହାର କରି ସମଧାନ କରନ୍ତୁ ।

(b) ଯଦି ଆପଣଙ୍କ ଭାଷାରେ ଆବଶ୍ୟକ ହୁଏ  ତେବେଏକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ଭାଷାରେ ଉପଯୁକ୍ତ ଅଟେ  ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକ

ଇଂରାଜୀରେ ଏହା ଏକ ସମସ୍ୟା ନୁହେଁ, ତେଣୁ ନିମ୍ନଲିଖିତ ଚିତ୍ରଗୁଡ଼ିକ ଅନ୍ୟ ଭାଷାଗୁଡ଼ିକ ଉପରେ ଆଧାରିତ ।

କୋରିୟ ଭାଷାରେ, ଭାଇ ଏବଂ ଭଉଣୀ ପାଇଁ ଅନେକ ଶବ୍ଦ ଉପଲବ୍ଧ ଅଛି, ସେଗୁଡିକର ବ୍ୟବହାର ବକ୍ତାର ଲିଙ୍ଗ ଏବଂ ଜନ୍ମ କ୍ରମ ଉପରେ ନିର୍ଭର କରେ । ଉଦାହରଣଗୁଡ଼ିକ biblegateway.com ରେ ମିଳୁଥିବା କୋରିୟା ଲିଭିଙ୍ଗ ବାଇବଲରୁ ଅଟେ ।

ଆଦିପୁସ୍ତକ 30:1 ରାହେଲ ତା’ ପ୍ରତି ଈର୍ଷା କରି “eonni,” ଶବ୍ଦକୁ ଜଣେ ମହିଳା ତାହାର ବଢ଼ ଭଉଣୀ ପାଇଁ ବ୍ୟବହାର କରେ ।

ଆଦିପୁସ୍ତକ 34:31 “nui,” ଶବ୍ଦ ଭଉଣୀ ପାଇଁ ଏକ ସାଧାରଣ ଶବ୍ଦ ଅଟେ ଯାହା ଶିମୀୟୋନ ଓ ଲେବୀ ଦୀଣାକୁ ବୁଝାଇବା ପାଇଁ ବ୍ୟବହାର କଲେ  ।

ଆଦିପୁସ୍ତକ 37:16 ଯୋଷେଫ ଆପଣା ଭାଇମାନଙ୍କୁ “hyeong,” ବୋଲି କହନ୍ତି ଯେଉଁ ଶବ୍ଦକୁ ଜଣେ ବ୍ୟକ୍ତି ନିଜ ବଡ଼ ଭାଇମାନଙ୍କ ପାଇଁ ବ୍ୟବହାର କରନ୍ତି ।

ଆଦିପୁସ୍ତକ 45:12 ଯୋଷେଫ ବିନ୍ୟାମୀନକୁ “dongsaeng,” ବୋଲି କହନ୍ତି ଯାହାର ଅର୍ଥ ଭାଇ, ସାଧରଣତଃ ସାନ ଭାଇକୁ ବୁଝାଏ ।

ରୁଷିଆରେ, ଶାଶୁ ଶବ୍ଦଗୁଡ଼ିକ ଜଟିଳ ଥାଏ । ଉଦାହରଣ ସ୍ୱରୂପ, “nevéstka” ଭାଇର (କିମ୍ବା ଭିଣେଇଙ୍କ) ପତ୍ନୀ ପାଇଁ ଶବ୍ଦ; ଜଣେ ମହିଳା ତାଙ୍କ ବୋହୂ ପାଇଁ ସେହି ଶବ୍ଦକୁ ବ୍ୟବହାର କରେ କିନ୍ତୁ ତା’ ସ୍ୱାମୀ ସେହି ବୋହୂକୁ “ସ୍ନୋକ୍ସା” କହନ୍ତି । ରୁଷିଆର ସିନୋଡାଲ୍ ସଂସ୍କରଣରୁ ଉଦାହରଣ ।

ଆଦିପୁସ୍ତକ 38:25 ତାମର ଆପଣା ଶ୍ୱଶୁର ଯିହୁଦା ନିକଟକୁ କହି ପଠାଇଲା । ଏଠାରେ ବ୍ୟବହୃତ ଶବ୍ଦ “svekor.” ଅଟେ । ଏହି ଶବ୍ଦ ଏକ ମହିଳାର ସ୍ଵାମୀର ପିତା ପାଇଁ ବ୍ୟବହୃତ ହୁଏ ।

ଯାତ୍ରାପୁସ୍ତକ 3:1 ମୋଶା ଆପଣା ଶ୍ୱଶୁରଙ୍କର ମେଷପଲ ଚରାଉଥିଲେ । ଏଠାରେ “test ଶବ୍ଦ ବ୍ୟବହୃତ ହୋଇଅଛି ।” ଏହି ଶବ୍ଦକୁ ଜଣେ ପୁରୁଷର ସ୍ତ୍ରୀର ପିତା ପାଇଁ ବ୍ୟବହାର କରାଯାଏ।