or_ta/translate/translate-hebrewmonths/01.md

13 KiB

ବର୍ଣ୍ଣନା

ବାଇବଲରେ ବ୍ୟବହାର ହୋଇଥିବା ହିବ୍ରୁ ପଞ୍ଜିକା ରେ ବାର ମାସ ଅଛି ବିଦେଶୀ ପଞ୍ଜିକା ଭଳି, ପ୍ରଥମ ମାସ ଆରମ୍ଭ ହେଉଛି ଦକ୍ଷିଣ ଗୋଲାର୍ଦ୍ଧରେ ବସନ୍ତ ରୁତୁ ବେଳେବେଳେ ମାସ ଗୁଡିକ ନାମ ଧରି ଡକାଜାଏ (ଅବିବ, ସିଚ୍ , ସିବନ) ଓ ବେଳେବେଳେ ହିବ୍ରୁ ପଞ୍ଜିକା ବର୍ଷାନୁସାରେ କୁହାଯାଏ (ପ୍ରଥମ ମାସ, ଦ୍ବିତୀୟ ମାସ, ତୃତୀୟ ମାସ )

ଅନୁବାଦ କରିବା ସମସ୍ୟା

  • ପାଠକ ହୁଏତ ମାସ ପଢି ଆଶ୍ଚର୍ୟ ହେବେ ଯଦି ସେମାନେ ଆଗରୁ କେବେ ଶୁଣି ନଥିବେ, ଏବଂ ସେମାନେ କିପରି ମାସ କୁ ମାସ ଆସୁଛି ଯାହା ସେମାନେ ବ୍ୟବହାର କରୁଛନ୍ତି
  • ପାଠକ ଅନୁଭବ କରି ନପାରନ୍ତି ବାକ୍ୟଖଣ୍ଡ ଯଥା “ପ୍ରଥମ ମାସ” କିମ୍ବା “ଦ୍ବିତୀୟ ମାସ” ହିବ୍ରୁ ପଞ୍ଜିକା ପ୍ରଥମ ଓ ଦ୍ବିତୀୟ କୁ ବୁଝାଏ, ଆଉ କୌଣସି ପଞ୍ଜିକା ନୁହେଁ
  • ପାଠକ ହିବ୍ରୁ ପଞ୍ଜିକା ର ପ୍ରଥମ ମାସ କେବେ ଆରମ୍ଭ ହେଉଛି
  • ନିର୍ଦ୍ଧିଷ୍ଟ ମାସରେ କୌଣସି ଘଟଣା ବିଷୟରେ ଶାସ୍ତ୍ର କହେ, କିନ୍ତୁ ପାଠକ ସମ୍ପୁର୍ଣ୍ଣ ଭାବେ ବୁଝି ପାରି ନଥାନ୍ତି ଯେ କାହା ବିଷୟରେ କଣ କୁହାଯାଉଛି ଯଦି ସେମାନେ ଜାଣି ନାହାନ୍ତି ସେହି ବର୍ଷରେ କି ରୁତୁ ଥିଲା

ହିବ୍ରୁ ମାସ ଗୁଡିକର ତାଲିକା

ଏଗୁଡିକ ହେଉଛି ହିବ୍ରୁ ମାସର ତାଲିକା ସହିତ ସେଗୁଡିକର କିଛି ତଥ୍ୟ ହୁଏତ ଅନୁବାଦରେ ସାହାଯ୍ୟ ହୋଇପାରେ

ଅବୀବ - (ଏହି ମାସ କୁ ନିଶାନ ବାବିଲୋନ ବନ୍ଦିତ୍ବ ଅବସ୍ଥା ପରେ )

ହିବ୍ରୁ ପଞ୍ଜିକାରେ ଏହା ହେଉଛି ପ୍ରଥମ ମାସ ଏହା ମନେ ପକାଇ ଦିଏ ଯେ ପରମେଶ୍ବର ଇସ୍ରାଏଲ ଲୋକମାନଙ୍କୁ ମିଶର ଦେଶରୁ ରୁ ବାହାର କରି ଆଣିଥିଲେ ଏହା ବସନ୍ତ ରୁତୁର ଆରମ୍ଭ ଯେତେବେଳେ ବର୍ଷା ବିଳମ୍ବରେ ଆସେ ଓ ଲୋକମାନେ ଶସ୍ୟ ଅମଳ କରିବାକୁ ଲାଗନ୍ତି ଏହା ମାର୍ଚ୍ଚ ଶେଷ ଅଂଶ ଓ ଅପ୍ରିଲ ମାସର ପ୍ରଥମ ଭାଗ କୁ ପ୍ରାଚୀନ ପଞ୍ଜିକା ଅନୁସାରେ ନିସ୍ତାର ପର୍ବ ଆରମ୍ଭ ହୁଏ ଅବୀବ ୧୦, ତାପରେ ଖମୀର ଶୁନ୍ୟ ରୋଟୀର ପର୍ବ ଏବଂ ତାପରେ ଶସ୍ୟ ଅମଳ ସପ୍ତାହ ପର୍ବ

ସିଚ୍ - ହିବ୍ରୁ ପଞ୍ଜିକାର ଏହା ହେଉଛି ଦ୍ବିତୀୟ ମାସ ଏହା ହେଉଛି ଶସ୍ୟ ଅମଳ ସମୟ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଅପ୍ରିଲ ମାସର ଶେଷ ଓ ମଇ ମାସର ଆରମ୍ଭ ସମୟ

ସିବନ - ହିବ୍ରୁ ପଞ୍ଜିକାର ଏହା ହେଉଛି ତୃତୀୟ ମାସ ଶସ୍ୟ ଅମଳର ଶେଷ ଓ ଶୁଖିଲା ସମୟର ଆରମ୍ଭ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ମଇ ମାସର ଶେଷ ଓ ଜୁନ ମାସର ଆରମ୍ଭ ସମୟ ସପ୍ତାହ ଧରି ପର୍ବ ପାଳନ କରାଯାଏ ସିବନ ୬

ତମ୍ମୁଷ ହିବ୍ରୁ ପଞ୍ଜିକାର ଏହା ହେଉଛି ଚତୁର୍ଥ ମାସ ଶୁଖିଲା ସମୟର ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଜୁନ ମାସର ଶେଷ ଓ ଜୁଲାଇ ମାସର ଆରମ୍ଭ ସମୟ

ଆବିନ ହିବ୍ରୁ ପଞ୍ଜିକାର ଏହା ହେଉଛି ପଞ୍ଚମ ମାସ ଶୁଖିଲା ସମୟର ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଜୁଲାଇ ମାସର ଶେଷ ଓ ଅଗଷ୍ଟ ମାସର ଆରମ୍ଭ ସମୟ

ଇଲୁଲ ହିବ୍ରୁ ପଞ୍ଜିକାର ଏହା ହେଉଛି ଷଷ୍ଠ ମାସ ଏହା ଶୁଖିଲା ରୁତୁର ଶେଷ ଓ ବର୍ଷା ରୁତୁର ଆରମ୍ଭ ସମୟ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଅଗଷ୍ଟ ମାସର ଶେଷ ଓ ସେପ୍ଟେମ୍ବର ମାସର ଆରମ୍ଭ ସମୟ

ଏଥାନିମ ହିବ୍ରୁ ପଞ୍ଜିକାର ଏହା ହେଉଛି ସପ୍ତମ ମାସ ଏହା ବର୍ଷା ରୁତୁର ଆରମ୍ଭ ଯାହା ଭୁମି କୁ ଚାଷ କରିବା ନିମନ୍ତେ କୋମଳ କରେ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ସେପ୍ଟେମ୍ବର ମାସର ଶେଷ ଓ ଅକ୍ଟୋବର ମାସର ଆରମ୍ଭ ସମୟ ଏହି ମାସରେ ସମୁହଗତ ଏକତ୍ର ହୋଇ ମେଶଶାବକ ବଳୀ ଉତ୍ସର୍ଗ ଦିନ ପାଳନ କରନ୍ତି

ବୁଲ ହିବ୍ରୁ ପଞ୍ଜିକାର ଏହା ହେଉଛି ଅଷ୍ଟମ ମାସ ଏହା ହେଉଛି ବର୍ଷା ରୁତୁ ଯେଉଁ ସମୟରେ ଲୋକମାନେ ଚାଷ କରନ୍ତି ଓ କ୍ଷେତରେ ବିଜ ବୁଣନ୍ତି ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଅକ୍ଟୋବର ମାସର ଶେଷ ଓ ନଭେମ୍ବର ମାସର ଆରମ୍ଭ ସମୟ

କିଶଲେବ ହିବ୍ରୁ ପଞ୍ଜିକାର ଏହା ହେଉଛି ନବମ ମାସ ଚାଷ କରିବା ଶେଷ ଓ ଶୀତ ର ଆରମ୍ଭ ସମୟ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ନଭେମ୍ବର ମାସର ଶେଷ ଓ ଡିସେମ୍ବର ମାସର ଆରମ୍ଭ ସମୟ

ତିବେତ - ହିବ୍ରୁ ପଞ୍ଜିକାର ଏହା ହେଉଛି ଦଶମ ମାସ ଏହି ସମୟରେ ଥଣ୍ଡା ଓ ସମୟ ସମୟରେ ବର୍ଷା ଓ କୁହୁଡି ପଡେ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଡିସେମ୍ବର ମାସର ଶେଷ ଓ ଜାନୁୟାରୀ ମାସର ଆରମ୍ଭ ସମୟ

ଶବାଟ - ହିବ୍ରୁ ପଞ୍ଜିକାର ଏହା ହେଉଛି ଏକାଦଶ ମାସ ଏହା ବର୍ଷର ଅତିରିକ୍ତ ଥଣ୍ଡା ମାସ, ଏହି ସମୟରେ ପ୍ରଚୁର ବର୍ଷା ହୁଏ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଜାନୁୟାରୀ ମାସର ଶେଷ ଓ ଫେବୃୟାରୀ ମାସର ଆରମ୍ଭ ସମୟ

ଅଦର ହିବ୍ରୁ ପଞ୍ଜିକାର ଏହା ହେଉଛି ଦ୍ବାଦଶ ଓ ଶେଷ ମାସ ଏହା ଶୀତ ରୁତୁ ପ୍ରାଚୀନ ପଞ୍ଜିକା ଅନୁସାରେ ଏହା ଫେବୃୟାରୀ ମାସର ଶେଷ ଓ ମାର୍ଚ ମାସର ଆରମ୍ଭ ସମୟ ଅଦାର ମାସରେ ପୁରୀମ ପର୍ବ ପାଳନ କରାଯାଏ

ବାଇବଲ ରୁ ଉଦାହରଣ

ତୁମ୍ଭେମାନେ ମିଶର ଦେଶରୁ ବାହାର ହେଲା ଏହି ମାସ, ଅବିନ ମାସରେ . (ଯାତ୍ରା ୧୩:୪ ULT)

ଆଉ ସେହି ରାତିରେ ତାଡିଶୁନ୍ୟ ରୋଟୀ ଚଉଦ ଦିନରେ ବର୍ଷର ପ୍ରଥମ ମାସରେ , ସେହି ମାସର ଏକୋଇଶୀ ଦିନ ପର୍ଯ୍ୟନ୍ତ (ଯାତ୍ରା ୧୨ :୧୮ ULT)

ଅନୁବାଦ ରଣନୀତି

ଆପଣଙ୍କୁ ବିଶେଷ କରି ମାସ ବିଷୟରେ କିଛି ତଥ୍ୟ ଦେବାକୁ ପଡିବ (see Assumed Knowledge and Implicit Information)

୧. ହିବ୍ରୁ ମାସର ସଂଖ୍ୟା କୁହନ୍ତୁ ୧. ଲୋକମାନେ ଜାଣିଥିବା ମାସ କୁହନ୍ତୁ ୧. ସ୍ପଷ୍ଟ ଭାବେ ସେହି ମାସ ରେ କେଉଁ ରୁତୁ ଥିଲା

ସେହି ରୁତୁର ଅବଧି କୁହନ୍ତି କେବଳ ମାସର ଅବଧି ନକହି (ଯଦି ସମ୍ଭବ, ପାଦତଳେ ଟିପ୍ପଣୀ ରେ ହିବ୍ରୁ ମାସ ଓ ଦିନ ବ୍ୟବହାର କରନ୍ତୁ)

ଅନୁବାଦ ରଣନୀତି ବିନିଯୋଗ ଉଦାହରଣ

ନିମ୍ନ ଉଦାହରଣ ରେ ଦୁଇଟି ପଦକୁ ନେଇ ଆଲୋଚନା

  • ସେହି ସମୟରେ, ତୁମ୍ଭେ ମୋ ନିକଟକୁ ଆସିବ ଅବିନ ମାସରେ , ଯାହାକି ଏହି ଉଦ୍ଦେଶ୍ୟ ନିମନ୍ତେ ସ୍ଥିର ହୋଇଛି ପୁଣି ତୁମ୍ଭେ ସେହି ମାସ ମିଶର ଠାରୁ ମୁକ୍ତି ପାଇଅଛ (ଯାତ୍ରା ୨୩:୧୫ ULT)
  • ତୁମ୍ଭ ମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ ସପ୍ତମ ମାସରେ, ଓ ସେହିମାସରେ ଦଶମ ଦିନ , ଆପଣା ଆପଣା ମାନଙ୍କୁ ନମ୍ର କରିବ ଓ କୌଣସି କର୍ମ କରିବା ନାହିଁ (ଲେବୀୟ ୧୬:୨୯ ULT)

୧. ହିବ୍ରୁ ମାସର ସଂଖ୍ୟା କୁହନ୍ତୁ

  • ସେହି ସମୟରେ, ତୁମ୍ଭେ ମୋ ନିକଟକୁ ଆସିବ ବର୍ଷର ପ୍ରଥମ ମାସ, ଯାହାକି ଏହି ଉଦ୍ଦେଶ୍ୟ ନିମନ୍ତେ ସ୍ଥିର ହୋଇଛି ପୁଣି ତୁମ୍ଭେ ସେହି ମାସ ମିଶର ଠାରୁ ମୁକ୍ତି ପାଇଅଛ

୧. ଲୋକମାନେ ଜାଣିଥିବା ମାସ ବ୍ୟବହାର କର

  • ସେହି ସମୟରେ, ତୁମ୍ଭେ ମୋ ନିକଟକୁ ଆସିବ ମାର୍ଚ ମାସ , ଯାହାକି ଏହି ଉଦ୍ଦେଶ୍ୟ ନିମନ୍ତେ ସ୍ଥିର ହୋଇଛି ପୁଣି ତୁମ୍ଭେ ସେହି ମାସ ମିଶର ଠାରୁ ମୁକ୍ତି ପାଇଅଛ
  • ତୁମ୍ଭ ମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ ସେହିଦିନ ସେପ୍ଟେମ୍ବର ମାସର ଶେଷ ବେଳକୁ , ଆପଣା ଆପଣା ମାନଙ୍କୁ ନମ୍ର କରିବ ଓ କୌଣସି କର୍ମ କରିବା ନାହିଁ “

୧. ସ୍ପଷ୍ଟ କରି କେଉଁ ରୁତୁ ଓ ମାସ ଥିଲା ବିବରଣ ଦିଅ

  • ତୁମ୍ଭ ମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ ଶରଦ ରୁତୁ , ଓ ସପ୍ତମ ମାସର ଦଶମ ଦିନ , ଆପଣା ଆପଣା ମାନଙ୍କୁ ନମ୍ର କରିବ ଓ କୌଣସି କର୍ମ କରିବା ନାହିଁ

୧. ରୁତୁର ଅବଧି ଅନୁସାରେ ସମୟ ବୁଝାଅ ଖାଲି ମାସର ଅବଧି ପରିବର୍ତ୍ତେ

  • ତୁମ୍ଭ ମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ ଶରଦ ରୁତୁର ଆରମ୍ଭ ଦିନ ମୁଁ ମନୋନିତ କଲି, ଆପଣା ଆପଣା ମାନଙ୍କୁ ନମ୍ର କରିବ ଓ କୌଣସି କର୍ମ କରିବା ନାହିଁ
  • ପାଦତଳ ଟିପ୍ପଣୀ ଏହିପରି ହେବ
  • [1] ହିବ୍ରୁ କହନ୍ତି, “ସପ୍ତମ ମାସ, ସେହି ମାସର ଦଶମ ଦିନ “