or_ta/translate/translate-formatsignals/01.md

9.1 KiB
Raw Permalink Blame History

ବର୍ଣ୍ଣନା

  • Unlocked Literal Bible* (ULT) ଓ Unlocked Dynamic Bible (UST) ବାକ୍ୟରେ ଶବ୍ଦ ଲୋପ ଚିହ୍ନ ବ୍ୟବହାର କରେ, ଲମ୍ବା ଗାର, ବନ୍ଧନୀ ଓ ଆଗକୁ ଆସୁଥିବା ବିଷୟକୁ ଦେଖାଇବା ପାଇଁ ଯେ କିପରି ପାଠରେ ଥିବା ତଥ୍ୟ ତାହାର ଚତୁପାଶ୍ବକୁ କିପରି ସମ୍ବନ୍ଧ କରେ

ବାକ୍ୟରେ ଶବ୍ଦ ଲୋପ ଚିହ୍ନ

ସଂଜ୍ଞା - ଶବ୍ଦ ଲୋପ ଚିହ୍ନ (...) ବ୍ୟବହାର କରାଯାଏ ଦେଖାଇବା ପାଇଁ ଯେ କେହି ଜଣେ ବାକ୍ୟ ଆରମ୍ଭ କରି ଶେଷ କରିନାହିଁ ନତୁବା ଲେଖକ କାହାର କହିଥିବା ସମସ୍ତ କହିଥିବା ବିଷୟ ଉଦ୍ଧୃତ କରିନାହାନ୍ତି ମାଥିଉ ୯:୪-୬, ଶବ୍ଦ ଲୋପ ଚିହ୍ନ ଦେଖାଏ ଯେ ଯୀଶୁ ତାହାଙ୍କର ବାକ୍ୟ ଶାସ୍ତ୍ରୀ ମାନଙ୍କୁ କହିବା ସମାପ୍ତ କରିନାହାନ୍ତି ହଠାତ ସେ ପକ୍ଷାଘାତ ଲୋକ ଉପରେ ଦୃଷ୍ଟିଆକର୍ଷଣ କରୁଛନ୍ତି ଓ ତାଙ୍କୁ କହିଲେ :

ଦେଖ, ଶାସ୍ତ୍ରୀ ମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, “ଏହି ଲୋକ ଈଶ୍ବର ନିନ୍ଦା କରୁଅଛି” ଯୀଶୁ ସେମାନଙ୍କର ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଆପଣା ଆପଣା ମନରେ କୁଚିନ୍ତା କରୁଅଛ? କାରଣ କଅଣ ସହଜ, ‘ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା’, ବା ‘ଉଠ, ଚାଲ ବୋଲି କହିବା’?

କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟ ପୁତ୍ରଙ୍କର ଯେ ଅଧିକାର ଅଛି, ... ସେ ପକ୍ଷାଘାତ ରୋଗିକି କହିଲେ, “ଉଠ, ନିଜ ଖଟିଆ ଘେନି ଆପଣା ଘରକୁ ଚାଲି ଯାଅ “(ULT) ମାର୍କ ୧୧:୩୧-୩୩, ବାକ୍ୟ ଲୋପ ଚିହ୍ନ ଦେଖାଏ ଯେ ଧାର୍ମିକ ନେତା ସେମାନଙ୍କର କଥା ସରିବା ପୁର୍ବରୁ, ମାର୍କ ଲେଖି ଶେଷ କରିନାହାନ୍ତି ସେମାନେ କଣ କହିଲେ

ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ, “ଯଦି କହୁ, ‘ସ୍ବର୍ଗରୁ’, ସେ କହିବେ, ‘ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ବାସ କଲ ନାହିଁ ?

ଅବା ଯଦି ଆମ୍ଭେ କହୁ, ‘ମନୁଷ୍ୟ ଠାରୁ’, ... ସେମାନେ ଲୋକମାନଙ୍କୁ ଭୟ କରୁଥିଲେ, କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ ଏନୀ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ “ ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭ ମାନଙ୍କୁ କହିବି ନାହିଁ “(ULT)

ଲମ୍ବା ଗାର

ସଂଜ୍ଞା - ଲମ୍ବା ଗାର (----) ତଥ୍ୟର ପରିଚୟ କରେ ଯାହା ତାହାର ପରବର୍ତ୍ତୀ କଣ ଆସୁଛି

ଉଦାହରଣ :

ସେତେବେଳେ ଦୁଇଜଣ କ୍ଷେତରେ ଥିବେ ---- ଜଣକୁ ଗ୍ରହଣ କରାଯିବ ଓ ଅନ୍ୟଜଣକୁ ପରିତ୍ୟାଗ କରାଯିବ ଦୁଇଜଣ ସ୍ତ୍ରୀ ଚକି ପେଶୁଥିବେ --- ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ଅତଏବ ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କର ପ୍ରଭୁ କେଉଁ ଦିନ ଆସିବେ ତାହା ତୁମ୍ଭେମାନେ ଜାଣ ନାହିଁ (ମାଥିଉ ୨୪:୪୦-୪୧ ULT)

ବନ୍ଧନୀ

ସଂଜ୍ଞା - ବନ୍ଧନୀ “( )” ଦେଖାଏ ଯେ କିଛି ତଥ୍ୟ ହେଉଛି ବିବରଣ ବା ଉତ୍ତରଚିନ୍ତନ

ଏହା ପୃଷ୍ଠଭୁମି ତଥ୍ୟ ଯାହା ପାଠକ ଲେଖା ଗୁଡିକରେ ବ୍ୟବହୃତ ହୋଇଥିବା ଉପକରଣ ବୁଝିବା ନିମନ୍ତେ ଲେଖକ ବ୍ୟବହାର କରିଥାନ୍ତି ଯୋହନ ୬:୬, ଯୋହନ ତାଙ୍କ କାହାଣୀର ପ୍ରତିରୋଧ ବିଷୟକୁ ବର୍ଣ୍ଣନା କରୁଛନ୍ତି ଯେ ସେ କଅଣ କରିବାକୁ ଯାଉଅଛନ୍ତି ତାହା ଯୀଶୁ ଜାଣି ଥିଲେ ଏହାକୁ ବନ୍ଧନୀ ମଧ୍ୟରେ ରଖାଯାଇଅଛି

5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁ ସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି, ଫିଲିପ୍ପଙ୍କୁ କହିଲେ, ଆମ୍ଭେମାନେ କେଉଁଠାରୁ ରୋଟୀ କିଣିବା ?” 6 ( ପୁଣି ଫିଲିପ୍ପଙ୍କୁ ପରୀକ୍ଷା କରିବା ନିମନ୍ତେ ଯୀଶୁ କହିଲେ, କାରଣ ସେ ନିଜେ ଜାଣିଥିଲେ ଯେ ସେ କଣ କରିବାକୁ ଯାଉଅଛନ୍ତି .) 7 ଫିଲିପ୍ପ ତାଙ୍କୁ ଉତ୍ତର ଦେଲେ, “ପ୍ରତ୍ୟେକ ଜଣ ଟିକିଏ ପାଇବା ନିମନ୍ତେ ଦୁଇଶହ ଦେନାରୀ (ଶହେ ଟଙ୍କା)ର ରୋଟୀ ଯଥେଷ୍ଟ ନୁହେଁ” (ଯୋହାଂ ୬:୫-୭ ULT)

ତଳେ ବନ୍ଧନୀ ମଧ୍ୟରେ ଥିବା ଶବ୍ଦ ଗୁଡିକ ଯୀଶୁ ଏହା କହୁ ନଥିଲେ କିନ୍ତୁ ମାଥିଉ କଣ ପାଠକ ମାନଙ୍କୁ କହୁଅଛନ୍ତି, ପାଠକ ମାନଙ୍କ ନିମନ୍ତେ ଚେତାବନୀ ଯେ ଯୀଶୁ ଶବ୍ଦ ଗୁଡିକ ପ୍ରୟୋଗ କରୁଥିଲେ ଯେପରି ସେମାନେ ଏବିଷୟରେ ଭାବିବେ ଓ ଭାଷାନ୍ତର କରିବେ

ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ବାରା ଉକ୍ତ ଉତ୍ପନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ” ( ପାଠକ ବୁଝନ୍ତୁ ), “ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାୟନ କରନ୍ତୁ, ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ଘେନିଜିଵ ପାଇଁ ଓହ୍ଲାଇ ନ ଆସୁ, ୧୮ ପୁଣି ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଲେଉଟି ନଯାଉ” (ମାଥିଉ ୨୪:୧୫-୧୮ ULT)

ଆଗକୁ ଆସିଥିବା ପଦ

ସଂଜ୍ଞା - ଯେତେବେଳେ ପାଠ ଅଗ୍ରସର ହୁଏ, ଅର୍ଥ ଯେ ପାଠ୍ୟ ଧାଡି ଆରମ୍ଭ ହୁଏ. ଆଗକୁ ଦକ୍ଷିଣ ଧାଡି ସହିତ ପୁର୍ବ କିମ୍ବା ତଳ ଧାଡି ସମାନ ଭାବେ ଅଗ୍ରସର ହୁଏନାହିଁ ଏହା କବିତାରେ ହୁଏ ଓ କିଛି ଅଗ୍ରସର ହେଉଥିବା ତାଲିକା ଅନଗ୍ରସର ହେଉଥିବା ଧାଡିରୁ ଦେଖା ଯାଇଛି

ଉଦାହରଣ :

ଆଉ ଯେଉଁ ମାନେ ଯୁଦ୍ଧରେ ତୁମ୍ଭ ମାନଙ୍କ ସହକାରୀ ହେବେ ସେମାନଙ୍କର ନାମ ଏହି : ରୁବେନ ବଂଶର, ଶଦେୟର ପୁତ୍ର ଇଲିଷୁର ; ଶିମିୟୋନ ବଂଶର ସୁରୀସଦ୍ଦୟର ପୁତ୍ର ଶଲୁମିୟେଲ; ଯିହୁଦା ବଂଶର ଅମ୍ମୀନାଦନ ର ପୁତ୍ର ନହଶୋନ୍ ; (ଗଣନା ୧: ୫-୭ ULT)