or_ta/translate/translate-dynamic/01.md

9.0 KiB
Raw Permalink Blame History

ଉପକ୍ରମ

ଆମ୍ଭେମାନେ ଅତି ନିକଟରୁ ଆକ୍ଷରିକ ଅନୁବାଦ ଦେଖିଅଛୁ ବର୍ତ୍ତମାନ, ଅର୍ଥ-ଅଧାରିତ ଅନୁବାଦ ଗୁଡିକ ବିଷୟରେ ଆଲୋଚନା କରିବା

ଏହି ଅନୁବାଦ ଗୁଡିକ ମଧ୍ୟ କୁହାଯାଏ :

  • ସମତୁଲ୍ୟ ଅର୍ଥ
  • ରୁଢୀ
  • ଗତିଶୀଳ

ମୌଳିକ ବୈଶିଷ୍ଟ୍ୟ

ଅର୍ଥ-ଅଧାରିତ ଅନୁବାଦର ମୌଳିକ ବୈଶିଷ୍ଟ୍ୟ ହେଉଛି ଯେ ସେମାନେ ଅର୍ଥକୁ ଅନୁବାଦ କରିବା ନିମନ୍ତେ ପ୍ରାଧାନ୍ୟ ଦିଅନ୍ତି ଯେପରି ମୁଳ ପାଠକୁ ପୁଣିଥରେ ଉତ୍ପାଦନ କରିହେବ ତାହା ହେଉଛି, ସେମାନେ “ଆବଶ୍ୟକତାଅନୁସାରେ ସେମାନେ ପାଠର ରୁପକୁ ପରିବର୍ତ୍ତନ କରନ୍ତି ଯେପରି ଅର୍ଥକୁ ସ୍ପଷ୍ଟ କରିହେବ. ସାଧାରଣ ପ୍ରକାର ପରିବର୍ତ୍ତନ ହେଉଛି ଅର୍ଥ-ଅଧାରିତ ଅନୁବାଦ କରନ୍ତି:

  • ନିର୍ଦ୍ଧିଷ୍ଟ ଭାଷାର ବ୍ୟାକରଣ କୁ ସମତୁଲ କରିବା ନିମନ୍ତେ ବାକ୍ୟର କ୍ରମାଙ୍କ ପରିବର୍ତ୍ତନ କରନ୍ତି
  • ବିଦେଶିୟ ବ୍ୟାକରଣ ଆକୃତି ସହିତ ସ୍ବାଭାବିକ କୁ ସ୍ଥାନାନ୍ତର କରେ
  • କାରଣ ବା ଫଳାଫଳ ଗୁଡିକର କ୍ରମ ପରିବର୍ତ୍ତନ କରିବା ସହିତ ନିର୍ଦ୍ଧିଷ୍ଟ ଭାଷାରେ ଯୁକ୍ତିଯୁକ୍ତ ଭାବନାର ସ୍ରୋତ କୁ ମିଶାଅ
  • ରୁଢୀର ବର୍ଣ୍ଣନା କର କିମ୍ବା ପ୍ରତିବଦଳ କର
  • ଅନ୍ୟ ଭାଷାର ଆକାରକୁ ଅନୁବାଦ କିମ୍ବା ବର୍ଣ୍ଣନା କର (“ଗଲଗଥା” = “ଦୁଖ ପାଇବା ସ୍ଥାନ “)
  • ସରଳ ବାକ୍ୟ ସହିତ ଉପମା ବ୍ୟବହାର କରିବା ପରିବର୍ତ୍ତେ ମୁଳ ପାଠ ରେ ଥିବା ଅଜଣା ଶବ୍ଦ କିମ୍ବା ସମତୁଲ୍ୟ କଷ୍ଟ ଏକକ ଶବ୍ଦ କୁ ବାହାର କର
  • ନିର୍ଦ୍ଦିଷ୍ଟ ସଂସ୍କୃତିରେ ଅଜଣା ସନ୍ଧି ସହିତ ସମତୁଲ୍ୟ ଶବ୍ଦ ବା ବର୍ଣ୍ଣନା ସହିତ ପରିବର୍ତ୍ତନ କର
  • ନିର୍ଦ୍ଧିଷ୍ଟ ଭାଷା ଆବଶ୍ୟକ କରୁଥିବା ସଂଯୋଗୀ କରଣ ଶବ୍ଦ ନିର୍ଦ୍ଧିଷ୍ଟ ଭାଷାବାଦୀ ସଂଯୋଗୀ ଶବ୍ଦ କୁ ପରିବର୍ତ୍ତନ କର
  • ନିର୍ଦ୍ଧିଷ୍ଟ ଭାଷାରେ ପରିବର୍ତ୍ତିତ ବାକ୍ୟଖଣ୍ଡର ମୁଳ ବାକ୍ୟଖଣ୍ଡ ଅର୍ଥ ପରି ହେବ
  • ପାଠ ର ଅର୍ଥକୁ ବୁଝିବା ଆବଶ୍ୟକ ଯେ ଆବଶ୍ୟକତା ତଥ୍ୟ ବିନିଯୋଗ କରେ
  • ଅସ୍ପଷ୍ଟ ଉପମା କିମ୍ବା ବାକ୍ୟ ଗଠନକୁ ବର୍ଣ୍ଣନା କର

ଅର୍ଥ- ଅଧାରିତ ଅନୁବାଦର ଉଦାହରଣ

ଅର୍ଥ-ଅଧାରିତ ଅନୁବାଦ କିପରି ଦେଖା ଯାଏ ? ଆମ୍ଭେ ମାନେ ଦେଖିବା ଯେ ସେହି ପଦକୁ ଅନ୍ୟ ଅନୁବାଦର ବୃତ୍ତାନ୍ତ କିପରି ଭିନ୍ନ?

ଲୁକ ୩:୮, ବାପ୍ତିଜକ ଯୋହନ ଆପଣାକୁ ଧାର୍ମିକ କହୁଥିବା ବ୍ୟକ୍ତି ଯେଉଁମାନେ ବାପ୍ତିସ୍ମ ନେବାପାଇଁ ଆସୁଥିଲେ ସେମାନେ ଧମକ ଦେଉଥିଲେ

ଗ୍ରୀକ ପାଠରେ ପ୍ରଥମ ଅଧା ଅଂଶର ବାକ୍ୟ ତଳେ ଦିଆଗଲା

Ποιήσατε οὖν καρποὺς ἀξίους τῆς μετανοίας

ଇଂରାଜୀ ଅନୁବାଦରେ ସମାନ କ୍ରମ ଯେପରି ଗ୍ରୀକ ଶବ୍ଦ ସାହିତ କିଛି ପରିବର୍ତ୍ତିତ ଇଂରାଜୀ ଶବ୍ଦ ନିମ୍ନ ରୁ ମନୋନିତ କରାଯାଇଛି

କର/ ତିଆରି / ଉତ୍ପାଦନ ଏଣୁ ଫଳ ଉତ୍ତମ /ଉପଯୁକ୍ତ ମନପରିବର୍ତ୍ତନର

ଆକ୍ଷରିକ

ଆକ୍ଷରିକ ଅନୁବାଦ ଶବ୍ଦକୁ ଯଥା ସମ୍ଭବ ଗ୍ରୀକ ପାଠର କ୍ରମ ସହିତ ଅନୁସରଣ କରେ , ଏହି ଅନୁସାରେ

ମନପରିବର୍ତ୍ତନର ଉପଯୁକ୍ତ ଫଳ (ଲୁକ ୩:୮ ULT)

ସୁଚନା ଥାଉକି ଯେ ପରିବର୍ତ୍ତନ-ଆକ୍ଷରିକ ଅନୁବାଦ “ଫଳ” ଓ “ମନପରିବର୍ତ୍ତନ” ଶବ୍ଦ କୁ ରଖିଛନ୍ତି ଶବ୍ଦ ଗୁଡିକର କ୍ରମାନ୍ବୟ ଠିକ ଗ୍ରୀକ ପାଠ ପରି ULT ଏହିପରି ଭାବେ ତାହାକୁ ସଜାଡି ଅଛନ୍ତି ମୁଳ ପାଠ ଅନୁବାଦକଙ୍କୁ ଦେଖାଇବା ପାଇଁ କିନ୍ତୁ ଏହା ହୁଏତ ଆପଣଙ୍କ ଭାଷାରେ ଯୋଗାଯୋଗ କରିବା ପାଇଁ ସ୍ବାଭାବିକ ଓ ସ୍ପଷ୍ଟ ହୋଇନପାରେ

ଅର୍ଥ-ଅଧାରିତ ଅନୁବାଦ,

ଅର୍ଥ-ଅଧାରିତ ଅନୁବାଦ, ଅନ୍ୟ ପକ୍ଷରେ, ଅଧିକ ଶବ୍ଦ ଓ କ୍ରମ ପରିବର୍ତ୍ତନ ହୋଇପାରେ ଯଦି ଅନୁବାଦକ ଭାବନ୍ତି ଯେ ଅର୍ଥ ସ୍ପଷ୍ଟିକରଣ ନିମନ୍ତେ ଏହା ଦରକାର ତିନିଟି ଅର୍ଥ-ଆଧାରିତ ଅନୁବାଦ ଗୁଡିକ ଦିଆଗଲା

ଲିଭିଂ ବାଇବଲରୁ :

... ଉପଯୁକ୍ତ କାର୍ଯ୍ୟ କରିବା ଦ୍ବାରା ପାପ ଠାରୁ ଫେରିଛ ବୋଲି ପ୍ରମାଣ କର ନିଉ ଲିଭିଂ ଅନୁବାଦରୁ : ଏପରି ଉପାୟରେ ଜୀବନ ଯାପନ ପ୍ରମାଣ କରେ ଯେ ଆପଣ ପ୍ରକୃତରେ କଳୁଷିତ ଜୀବନରୁ ଅନୁତାପ କରିଛନ୍ତି ଓ ପରମେଶ୍ବରଙ୍କ ନିକଟକୁ ଫେରିଛନ୍ତି

Unlocked Dynamic Bible ଠାରୁ

ଏପରି କାମ କର ଯାହା ଦେଖାଇବ ଆପଣ ପ୍ରକୃତରେ ପାପର ଆଚରଣ ଠାରୁ ବଦଳିଛନ୍ତି ଲକ୍ଷ୍ୟ କରନ୍ତୁ ଏହି ଅନୁବାଦ ଗୁଡିକ ଶବ୍ଦର କ୍ରମକୁ ବଦଳାଇଛନ୍ତି ଯେପରି ଏହା ଅଧିକ ଇଂରାଜୀରେ ସ୍ବାଭାବିକ ଲାଗିବ ମଧ୍ୟ, “ଫଳ” ଶବ୍ଦ ଆଉ ଦେଖିବାକୁ ମିଳୁନାହିଁ ପ୍ରକୃତରେ, ଲିଭିଂ ବାଇବଲ ଅନୁବାଦ ULT ଅନୁବାଦର ପ୍ରାୟ କୌଣସି ଶବ୍ଦ ବ୍ୟବହାର କରି ନାହାନ୍ତି

ପରିବର୍ତ୍ତେ, “ଫଳ” ନଲେଖି ଅର୍ଥ-ଆଧାରିତ ଅନୁବାଦ “କାର୍ଯ୍ୟ” କୁ ଗୁରୁତ୍ଵ ଦେଇଛନ୍ତି ନତୁବା “ଯେଉଁ ଅବସ୍ଥାରେ ବାସ କରନ୍ତି,” “ଫଳ” ଏହି ପଦରେ ଉପମାର ଅଂଶ ଭାବରେ ବ୍ୟବହାର ହୋଇଛି “ଫଳ”ର ଅର୍ଥ ଏହି ଉପମାରେ “ଯେଉଁ କାର୍ଯ୍ୟ ମନୁଷ୍ୟ କରେ” (ଦେଖ ଉପମା)

ଏଣୁ କେବଳ ଶବ୍ଦ ଗୁଡିକର ଅନୁବାଦ କରିବା ପରିବର୍ତ୍ତେ ପରିସ୍ଥିତିକୁ ଦେଖି ଅନୁବାଦ କରିଛନ୍ତି ସେମାନେ ମଧ୍ୟ ବୁଝା ପଡୁଥିବା ବାକ୍ୟଖଣ୍ଡ ଯଥା “ପାପ ପ୍ରତି ଫେର” କିମ୍ବା “କଲୁଷିତ ଜୀବନରୁ ପରିବର୍ତ୍ତନ ହୁଅ” କେବଳ ଗୋଟିଏ କଷ୍ଟିଆ ଶବ୍ଦ “ଅନୁତାପ” ପରିବର୍ତ୍ତେ କିମ୍ବା ସେମାନେ ଶବ୍ଦ ର ବିବରଣ ଦେଇଛନ୍ତି, “ଆପଣା ମନ୍ଦତାରୁ ଫେର ଓ ପରମେଶ୍ବରଙ୍କ ପ୍ରତି ଫେର” ସେଗୁଡିକ ସବୁର ଅର୍ଥ ସମାନ, କିନ୍ତୁ ଆକାର ହେଉଛି ଭିନ୍ନ ଅର୍ଥ-ଅଧାରିତ ଅନୁବାଦ ଗୁଡିକରେ, ଅର୍ଥ ବହୁତ ସ୍ପଷ୍ଟ