or_ta/translate/translate-bweight/01.md

9.3 KiB

ବର୍ଣ୍ଣନା

ନିମ୍ନଲିଖିତ ଶବ୍ଦଗୁଡ଼ିକ ବାଇବେଲରେ ଓଜନ ପାଇଁ ସାଧାରଣ ଭାବରେ ବ୍ୟବହୃତ ହୋଇଅଛି । “ଶେକେଲ” ଶବ୍ଦର ଅର୍ଥ “ଓଜନ” ଅଟେ ଏବଂ ଶେକେଲ ଭାବେ ଅନେକ ଓଜନଗୁଡ଼ିକୁ ବର୍ଣ୍ଣନା କରାଯାଇଛି । ସେଗୁଡିକ ମଧ୍ୟରୁ କେତେକ ଓଜନ ଟଙ୍କା ପାଇଁ ବ୍ୟବହାର କରାଯାଏ । ନିମ୍ନଲିଖିତ ସାରଣୀରେ ଗାଣିତିକ ମୂଲ୍ୟ ବାଇବେଲରେ ମୂଲ୍ୟ ସହ ସମାନ ନୁହେଁ । ସମୟ ସମୟରେ ଓ ସ୍ଥାନକୁ ସ୍ଥାନ ବାଇବେଲର ମୂଲ୍ୟ ମୂଳ ମୂଲ୍ୟଠାରୁ ଭିନ୍ନ ହୁଏ । ନିମ୍ନଲିଖିତ ପରିମାଣ  ଏହାର ପାଖାପାଖି ମୂଲ୍ୟଦେବାକୁ ପ୍ରୟାସ କରେ ।

ମୂଳ ମୂଲ୍ୟ ଶେକଲ ଗ୍ରାମ କିଲୋଗ୍ରାମ
ଶେକେଲ। ଏକ ଶେକେଲ 11 ଗ୍ରାମ -
ବେଖଃ 1/2 ଶେକଲ 5.7 ଗ୍ରାମ
ପିମ୍ 2/3 ଶେକଲ 7.6 ଗ୍ରାମ -
ଗେରଃ 1/20 ଶେକଲ 0.57 ଗ୍ରାମ -
ମିନାଲ 50 ଶେକଲ 550 ଗ୍ରାମ 1/2 କି.ଗ୍ରା.
ଗୁଣ 3,000 ଶେକଲ - 34 କି.ଗ୍ରା.

ଅନୁବାଦ ସିଦ୍ଧାନ୍ତ

  1. ବାଇବେଲର ଲୋକମାନେ ମିଟର, ଲିଟର, ଓ କିଲୋଗ୍ରାମ ପରି ଆଧୁନିକ ମାପ ବ୍ୟବହାର କରୁନଥିଲେ । ମୂଳ ମାପ ବ୍ୟବହାର ପାଠକମାନଙ୍କୁ ଜାଣିବାରେ ସାହାଯ୍ୟ କରିପାରିବ ଯେ ବାଇବଲ ପ୍ରକୃତରେ ବହୁ ପୂର୍ବରୁ ଲେଖାଯାଇଥିଲା ଯେଉଁ ସମୟରେ ଲୋକମାନେ ସେହି ମାପଗୁଡ଼ିକ ବ୍ୟବହାର କରିଥିଲେ ।
  2. ଆଧୁନିକ ମାପ ବ୍ୟବହାର କରିବା ପାଠକମାନଙ୍କୁ ପାଠକୁ ସହଜରେ ବୁଝିବାକୁ ସାହାଯ୍ୟ କରିବ ।
  3. ଆପଣ ଯେଉଁ ମାପଗୁଡ଼ିକୁ ବ୍ୟବହାର କରନ୍ତି ସେଗୁଡ଼ିକ ବିଷୟରେ ପାଠରେ କିମ୍ବା ପାଦଟୀକାରେ ଉଲ୍ଲେଖ କରନ୍ତୁ ।
  4. ଯଦି ଆପଣ ବାଇବେଲ ସମ୍ବନ୍ଧୀୟ ମାପଗୁଡ଼ିକ ବ୍ୟବହାର କରନ୍ତି ନାହିଁ ତେବେ ମାପଗୁଡ଼ିକର ସଠିକ୍ ମାପ ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ଉଦାହରଣ ସ୍ୱରୂପ, ଯଦି ଏକ ଗେରାକୁ “57 ଗ୍ରାମ” ଭାବେ ଅନୁବାଦ କରିବେ ତେବେ ହୁଏତ  ପାଠକ ଏହା ସଠିକ ମୂଲ୍ୟ ବୋଲି ଭାବିପାରନ୍ତି । “ଅଧା ଗ୍ରାମ” ବୋଲି ଅନୁବାଦ କରନ୍ତୁ ।
  5. ମାପଟି ସଠିକ୍ ନାହିଁ ବୋଲି ବୁଝାଇବାକୁ ବେଳେବେଳେ “ପ୍ରାୟ” ଶବ୍ଦ ବ୍ୟବହାର କରନ୍ତୁ । ଉଦାହରଣ ସ୍ୱରୂପ, 2 ଶାମୁୟେଲ 21:16 କହେ ଯେ ଗଲୀୟାତଙ୍କ ବର୍ଚ୍ଛାର ଓଜନ 300 ଶେକଲ ଥିଲା | ଏହାକୁ “3300 ଗ୍ରାମ” କିମ୍ବା “3.3 କିଲୋଗ୍ରାମ” ଭାବରେ ଅନୁବାଦ କରିବା ପରିବର୍ତ୍ତେ ଏହାକୁ “ପ୍ରାୟ ସାଢ଼େ ତିନି କିଲୋଗ୍ରାମ” ବୋଲି ଅନୁବାଦ କରାଯାଇପାରେ ।
  6. ଯେବେ ଈଶ୍ଵର କୌଣସି ମାପ ବିଷୟରେ କହନ୍ତି ଓ ଲୋକମାନେ ତଦନୁଯାୟୀ କାର୍ଯ୍ୟ କରନ୍ତି, ସେହି କ୍ଷେତ୍ରରେ ଆପଣ “ପ୍ରାୟ” ଶବ୍ଦ ଯୋଗକରି ଅନୁବାଦ କରନ୍ତୁ ନାହିଁ । ନଚେତ୍ ଈଶ୍ଵର ମାପ ବିଷୟରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ଲୋକେ ମନେକରିବେ ।

ଅନୁବାଦ କୌଶଳଗୁଡ଼ିକ

(1) ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । (Copy or Borrow Words ଦେଖନ୍ତୁ)

(2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।

(3) ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।

(4) ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।

(5) ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକ

ସମସ୍ତ କୌଶଳଗୁଡ଼ିକ ଯାତ୍ରା 38:29 ରେ ପ୍ରୟୋଗ କରାଯାଇଛି ।

ପୁଣି, ନୈବେଦ୍ୟର ପିତ୍ତଳ 70 ତାଳନ୍ତ ଏବଂ ଦୁଇ 2400 ଶେକଲ ଥିଲା। (ଯାତ୍ରା 38:29 ULT)

(1) ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । (Copy or Borrow Words ଦେଖନ୍ତୁ)

ପୁଣି, ନୈବେଦ୍ୟର ପିତ୍ତଳ 70 ତାଳନ୍ତ ଏବଂ ଦୁଇ 2400 ଶେକଲ ଥିଲା। (ଯାତ୍ରା 38:29 ULT)

(2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।

“ନୈବେଦ୍ୟ ପିତ୍ତଳ ଦୁଇ 2400 ଶେକଲ ଥିଲା।“

(3)  ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।

“ନୈବେଦ୍ୟ ପିତ୍ତଳ ଦୁଇ 5,300 ଗ୍ରାମ୍ ଥିଲା।“

(4) ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।

ପୁଣି, ନୈବେଦ୍ୟର ପିତ୍ତଳ 70 ତାଳନ୍ତ ଏବଂ 70 ମହଣ (2,380 କିଲୋଗ୍ରାମ ) ଏବଂ 2,400 ଶେକଲ (26.4 କିଲୋଗ୍ରାମ)ଥିଲା।"

(5) ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।

ନୈବେଦ୍ୟର ପିତ୍ତଳ 70 ତାଳନ୍ତ ଏବଂ ଦୁଇ 2400 ଶେକଲ ଥିଲା। 1"

ପାଦଟୀକା ଏହିପରି ଦେଖାଯିବ:

[1] ଏହା ସର୍ବମୋଟ 2,400 କିଲୋଗ୍ରାମ ଥିଲା ।