or_ta/translate/translate-bvolume/01.md

15 KiB
Raw Permalink Blame History

ବର୍ଣ୍ଣନା

ବାଇବେଲ ସମୟରେ ବ୍ୟବହୃତ ହେଉଥିବା ଅତି ପରିଚିତ ସାଧାରଣ ଏକକ ଗ୍ରନ୍ଥ ବିବରଣ କରିବା ନିମନ୍ତେ ଯେ କେତେ ପରିମାଣ ଗୋଟିଏ ଧାରକ ପାତ୍ରରେ ଧରିବ ପାତ୍ର ଏବଂ ମାପ ଉଭୟରେ ତରଳ ପଦାର୍ଥ (ଯେପରି ମଦ) ଏବଂ ଶୁଷ୍କ ରସ (ଯେପରି ଶଶ୍ୟର ରସ) ବାଇବେଲ ମାପ ଅନୁସାରେ ଗାଣିତିକ ମୁଲ୍ୟ ସମାନ ନୁହେଁ । ବାଇବେଲ ମାପ ହୁଏତ ସମୟ ସମୟ ଓ ସ୍ଥାନକୁ ସ୍ଥାନ ମୁଲ୍ୟ ବଦଳୁ ଥିଲା ତଳେ ଦିଆଯାଇଥିବା ସମତୁଲ୍ୟ ମାପ ହେଉଛି ଏକ ପଦକ୍ଷେପ ।

| ପ୍ରକାର | ପ୍ରକୃତ ମାପ | ଲିଟର | | -------- | -------- | -------- | |ଶୁଷ୍କ | ଓମର୍(ପାତ୍ର) | 2 ଲିଟର | | ଶୁଷ୍କ | ଏଫ୍ଫା (ବୃହତ୍ ପାତ୍ର) | 22 ଲିଟର | | ଶୁଷ୍କ | ହୋମର୍(ପାତ୍ର) | 220 ଲିଟର | | ଶୁଷ୍କ | କୋର୍ (ଅତି ବୃହତ୍ ମୁନା) | 220 ଲିଟର | | ଶୁଷ୍କ | ସିଆ(ପାତ୍ର) | 7.7 ଲିଟର | | ଶୁଷ୍କ | ଲେଥେକ୍ (ଅତି ବୃହତ୍ ମୁନା) | 114.8 ଲିଟର | |ତରଳ | ମେଟ୍ରେଟ (ବୃହତ୍ ପାତ୍ର) | 40 ଲିଟର | | ତରଳ | ବାଥ୍ (ପାତ୍ର) | 22 ଲିଟର | | ତରଳ | ହିନ୍ (ପାତ୍ର) | 3.7 ଲିଟର | | ତରଳ | କାବ୍(ପାତ୍ର) | 1.23 ଲିଟର | | ତରଳ | ଲଗ୍(ପାତ୍ର) | 0.31 ଲିଟର |

ଅନୁବାଦ ନିୟମଗୁଡ଼ିକ

  • ବାଇବେଲର ଲୋକମାନେ ମିଟର, ଲିଟର ଏବଂ କିଲୋଗ୍ରାମ ଭଳି ଆଧୁନିକ ପଦକ୍ଷେପ ବ୍ୟବହାର କରିନଥିଲେ । ମୂଳ ମାପଗୁଡ଼ିକ ବ୍ୟବହାର କରିବା, ପାଠକମାନଙ୍କୁ ଜାଣିବାରେ ସାହାଯ୍ୟ କରିପାରିବ ଯେ ବାଇବେଲ ପ୍ରକୃତରେ ବହୁ ପୂର୍ବରୁ ଲେଖାଯାଇଥିଲା ଯେଉଁ ସମୟରେ ଲୋକମାନେ ସେହି ମାପଗୁଡ଼ିକୁ ବ୍ୟବହାର କରିଥିଲେ ।
  • ଆଧୁନିକ ମାପ ବ୍ୟବହାର ପାଠକମାନଙ୍କୁ ପାଠକୁ ସହଜରେ ବୁଝିବାରେ ସାହାଯ୍ୟ କରିଥାଏ ।
  • ଆପଣ ଯେକୌଣସି ମାପଗୁଡ଼ିକୁ ନିଅନ୍ତୁ, ଯଦି ପାଠ୍ୟ କିମ୍ବା ଫୁଟନୋଟ୍ ରେ ଅନ୍ୟାନ୍ୟ ପ୍ରକାରର ପଦକ୍ଷେପ ଉଲ୍ଲେଖ କରନ୍ତୁ।
  • ଯଦି ଆପଣ ବାଇବେଲ ମାପଗୁଡ଼ିକୁ ବ୍ୟବହାର କରନ୍ତି ନାହିଁ, ତେବେ ମାପଗୁଡ଼ିକ ସଠିକ୍ ବୋଲି ପାଠକମାନଙ୍କୁ ଧାରଣା ନ ଦେବାକୁ ଚେଷ୍ଟା କରନ୍ତୁ । ଉଦାହରଣ ସ୍ୱରୂପ, ଯଦି ଆପଣ ଗୋଟିଏ ହିନକୁ “3.7 ଲିଟର” ଭାବରେ ଅନୁବାଦ କରନ୍ତି, ତେବେ ପାଠକ ଭାବି ପାରନ୍ତି ଯେ ମାପ ଠିକ୍ 3.7 ଲିଟର, 3.6 କିମ୍ବା 3.8 ନୁହେଁ । ଅଧିକ ଆନୁମାନିକ ମାପ ବ୍ୟବହାର କରିବା ଭଲ ହେବ ଯେପରିକି “ସାଡେ ତିନି ଲିଟର” କିମ୍ବା “ଚାରି ଲିଟର” ।
  • ଯେବେ ଈଶ୍ଵର ଲୋକମାନଙ୍କୁ କୌଣସି ବସ୍ତୁର କିଛି ଭାଗକୁ ବ୍ୟବହାର କରିବାକୁ କହନ୍ତି, ଏବଂ ଯେତେବେଳେ ଲୋକମାନେ ସେହି ପରିମାଣକୁ ତାଙ୍କ ଆଜ୍ଞା ପାଳନ କରି ବ୍ୟବହାର କରନ୍ତି, ତେବେ ସେ “ବିଷୟରେ” ଅନୁବାଦରେ ଉଲ୍ଲେଖ କରନ୍ତୁ ନାହିଁ । ଅନ୍ୟଥା ଏହା ଧାରଣା ଦେବ ଯେ ସେମାନେ କେତେ ବ୍ୟବହାର କରିଛନ୍ତି ଈଶ୍ଵ ଧ୍ୟାନ ଦିଅନ୍ତି ନାହିଁ ।

ଯେତେବେଳେ ଏକକ ମାପ କହେ

ଅନୁବାଦ ରଣନୀତି

(1) ULT ର ମାପ ବ୍ୟବହାର କରନ୍ତୁ ସେଗୁଡ଼ିକ ସମାନ ମାପ ଯାହା ମୁଳ ଲେଖକ ବ୍ୟବହାର କରିଛନ୍ତି ସେମାନଙ୍କର ସ୍ବର ଅନୁସାରେ ବନାନ କର କିମ୍ବା ULT ରେ ଯେପରି ବନାନ ହୋଇଛି (ଦେଖ ନକଲ କିମ୍ବା ଅନ୍ୟ ଭାଷାରୁ ଅଣାଯାଇଥିବା ଶବ୍ଦ) ।

(2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କର USTର ଅନୁବାଦକ ଜାନିସାରିଛନ୍ତି କିପରି ଗାଣିତିକ ପ୍ରଣାଳୀରେ ମୁଲ୍ୟକୁ ଉପସ୍ଥାପନ କରିବା ।

(3) ଆପଣଙ୍କ ଭାଷାରେ ବ୍ୟବହାର ହେଉଥିବା ମାପ ଗୁଡ଼ିକ ବ୍ୟବହାର କର ଏପରି କରିବାକୁ ହେଲେ ତୁମକୁ ଜାଣିବାକୁ ହେବ ଯେ ତୁମର ମାପ କିପରି ଗାଣିତିକ ପ୍ରଣାଳୀ ସହ ମିଶୁଛି ବା ପ୍ରତ୍ୟେକ ମାପକୁ କେମିତି ଜାଣୁଛନ୍ତି ।

(4) ULT ର ମାପ ବ୍ୟବହାର କରନ୍ତୁ ଏବଂ ପାଠରେ ବା ସୁଚନାରେ ଆପଣଙ୍କ ଲୋକମାନେ ମାପକୁ କିପରି ଜାଣନ୍ତି ।

(5) ତୁମର ଲୋକମାନେ ଜାଣିଥିବା ମାପ କୁ ବ୍ୟବହାର କର ଓ ULT ପାଠ କିମ୍ବା ସୁଚନା ସହିତ ମାପ କୁ ମିଶାଅ ।

ଅନୁବାଦ ରଣନୀତି ବିନିଯୋଗ

ଏହି ରଣନୀତି ସବୁ ଯିଶାଇୟ 5 10ରେ ବିନିଯୋଗ ହୋଇଛି ନିମ୍ନରେ ।

ଚାରି ହେକ୍ଟର ଦ୍ରାକ୍ଷା କ୍ଷେତ କେବଳ ଦଶ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଓ ଦଶ ମହଣ ବିଜରୁ କେବଳ ଏକ ମହଣ ଶଶ୍ୟ ହେବ । (ଯିଶାଇୟ 5:10ULT)

(1) ULTର ମାପ ବ୍ୟବହାର କରନ୍ତୁ ଏଗୁଡ଼ିକ ସମାନ ମାପ ଯାହା ମୁଳ ଲେଖକ ମାନେ ବ୍ୟବହାର କରିଛନ୍ତି ସେମାନେ ଯେପରି ଶବ୍ଦ କରନ୍ତି ସେହିପରି ବନାନ କରନ୍ତୁ କିମ୍ବା ULT ପରି କରନ୍ତୁ । (ଦେଖ ନକଲ କିମ୍ବା ଅନ୍ୟ ଭାଷାରୁ ଅଣାଯାଇଥିବା ଶବ୍ଦ)

"ଚାରି ହେକ୍ଟର ଦ୍ରାକ୍ଷାକ୍ଷେତ୍ର କେବଳ 1 ବାତ୍, ଓ 1 ହୋମର୍ ଶଶ୍ୟ କେବଳ ହେବ ଏଫା."

(2) UST ରେ ଦିଆଯାଇଥିବା ମାପ ବ୍ୟବହାର କର ସଧାରଣତଃ ସେଗୁଡ଼ିକ ଗାଣିତିକ ମାପ USTର ଅନୁବାଦ ଜାନିସରିଛନ୍ତି କପରି ମୁଲ୍ୟ ଗୁଡ଼ିକୁ ଗାଣିତିକ ମାପରେ ଉପସ୍ଥାପନା କରିବାକୁ ହେବ ।

“ଚାରି ହେକ୍ଟର ଦ୍ରାକ୍ଷାକ୍ଷେତ୍ର କେବଳ ଶଶ୍ୟ ହେବ 22 ଲିଟର, and ଦଶ ମହଣ ବିଜ ହେବ ଗୋଟିଏ ଡାଲା"

“ଚାରି ହେକ୍ଟର ଦ୍ରାକ୍ଷାକ୍ଷେତ୍ର କେବଳ ଶଶ୍ୟ ହେବ 22 ଲିଟର,220 ଲିଟର ବିଜ ହେବ 22 ଲିଟର"

(3) ଆପଣଙ୍କ ଭାଷାରେ ବ୍ୟବହୃତ ହୋଇଥିବା ମାପ ଗୁଡ଼ିକୁ ବ୍ୟବହାର କର ସେହିପରି କରିବାକୁ ହେଲେ ଆପଣ ଜାଣିବାକୁ ହେବ ଯେ ଗାଣିତିକ ପ୍ରଣାଳୀରେ କେମିତି ସମ୍ପର୍କ ରହିବ ଓ ପ୍ରତ୍ୟକ ମାପକୁ ଜାଣିବେ ।

“ଚାରି ହେକ୍ଟର ଦ୍ରାକ୍ଷାକ୍ଷେତ୍ର କେବଳ 6 ମହଣ ଉତ୍ପାଦନ ହେବ, ଓ ସାଢ଼େ 6 ମହଣ ବିଜର ଶଶ୍ୟ ହେବ କେବଳ 20 ଶେର ପରିମାଣ । "

(4) ULT ମାପ ସହିତ ଆପଣଙ୍କ ଲୋକମାନେ ପାଠ କିମ୍ବା ସୁଚନାରୁ ଜାଣିଥିବା ପରମାଣ ଗୁଡ଼ିକୁ ମଧ୍ୟ ଯୋଗ କର ପାଠରେ ଉଭୟ ପରିମାଣ ଦେଖାଯାଇଛି ।

" ଚାରି ହେକ୍ଟର ଦ୍ରାକ୍ଷାକ୍ଷେତ୍ର ଶଶ୍ୟ ଫଳିଵ କେବଳ ଏକ ମହଣ (6 ଲିଟର),ଏକ ମହଣ (ସାଢ଼େ 6 ବୁଶେଲ) ବିଜରୁ ଶଶ୍ୟ ହେବ ଏକ ଏଫ୍ଫା (20 ସେର) । "

(5) ଆପଣଙ୍କ ଲୋକ ଜାଣିଥିବା ମାପ ବ୍ୟବହାର କର, ଓ ULT ପାଠ କିମ୍ବା ସୁଚାନର ମାପ ପରିମାଣ ମଧ୍ୟ ଯୋଗ କର ନିମ୍ନୋକ୍ତ ULT ପରିମାଣ ପାଦଟିପ୍ପଣୀ ରେ ଦେଖା ଯାଇଅଛି ।

" ଚାରି ହେକ୍ଟର ଦ୍ରାକ୍ଷାକ୍ଷେତ୍ର ଶଶ୍ୟ ଫଳିଵ କେବଳ 22 ଲିଟର 1, and 220 ଲିଟର୍2 ବିଜରୁ ଶଶ୍ୟ ହେବ କେବଳ 22 ଲିଟର 3 । " ପାଦତଳ ଟିପ୍ପଣୀ ଏହିପରି ହେବ :

[1]ଏକ ବାଥ୍

[2]ଏକ ହୋମର୍

[3]ଏକ ଏଫ୍ଫା

ଯେତେବେଳେ ଏକକର ମାପ ବିନିଯୋଗ ହୁଏ

ବେଳେବେଳେ ହିବ୍ରୁରେ ମଧ୍ୟ ନିର୍ଦ୍ଧିଷ୍ଟ ପରିମାଣ ନଥାଏ କେବଳ ସଂଖ୍ୟା ବ୍ୟବହାର ହୋଇଥାଏ ସେପରି ସ୍ଥଳେ , ଅଧିକାଂଶ ଇଂରାଜୀ ବୃତ୍ତାନ୍ତରେ, ULT ଓ USTକୁ ମିଶାଇ “ମାପ” ଶବ୍ଦକୁ ବ୍ୟବହାର କରିଥାନ୍ତି ।

ଯେତେବେଳେ କେହିଜଣେ ଶଶ୍ୟଗଦା ନିକଟକୁ ଆସେ ବିଂଶତି ପରିମାଣ ଶଶ୍ୟ , କେବଳ ତହିଁର ଦଶ, କେହିଜଣେ ଦ୍ରାକ୍ଷାରସ କୁଣ୍ଡରୁ ନେବାକୁ ଆସେ ପଚାଶ ପାତ୍ର ସୁରା, କେବଳ ତହିଁରୁ ବିଂଶତି। (ହାଗୟ 2 :16 ULT)

ଅନୁବାଦ ରଣନୀତି

(1) ଆକ୍ଷରିକ ଅନୁବାଦ ହେଉଛି ଏକକ ବ୍ୟବହାର ନକରି ସଂଖ୍ୟା ବ୍ୟବହାର କରିବା 1. ସମାନ ଶବ୍ଦର ବ୍ୟବହାର କର ଯଥା “ମାପ” ବା “ମାତ୍ରା” ବା “ମୁଲ୍ୟ” ।

(2) ଉପଯୁକ୍ତ ଗୋଟିଏ ଧାରକ ପାତ୍ରର ନାମ ଦିଅ ଯଥା ଶଶ୍ୟ ପାଇଁ “ବୋଝ” କିମ୍ବା ସୁରା ପାଇଁ ଜାହାଲା ।

(3) ଏକକ ବିଶିଷ୍ଟ ମାପ ଯାହାକୁ ଆପଣଙ୍କ ଅନୁବାଦରେ ବ୍ୟବହାର କରିଛନ୍ତି ।

ଅନୁବାଦର ରଣନୀତି ବିନିଯୋଗ

ସମସ୍ତ ରଣନୀତି ହାଗୟ 2:16 ରେ ବିନିଯୋଗ ହୋଇଛି ତଳେ ।

ଯେତେବେଳେ କେହିଜଣେ ଶଶ୍ୟଗଦା ନିକଟକୁ ଆସେ ବିଂଶତି ପରିମାଣ ଶଶ୍ୟ , କେବଳ ତହିଁର ଦଶ, କେହିଜଣେ ଦ୍ରାକ୍ଷାରସ କୁଣ୍ଡରୁ ନେବାକୁ ଆସେ ପଚାଶ ପାତ୍ର ସୁରା, କେବଳ ତହିଁରୁ ବିଂଶତି । (ହାଗୟ 2 :16 ULT)

(1)  ଏକକ ନଦେଇ ସଂଖ୍ୟାରେ ଆକ୍ଷରିକ ଅନୁବାଦ କର

ଯେତେବେଳେ କେହିଜଣେ ଶଶ୍ୟଗଦା ନିକଟକୁ ଆସେ ବିଂଶତି ଶଶ୍ୟ , କେବଳ ତହିଁର ଦଶ, କେହିଜଣେ ଦ୍ରାକ୍ଷାରସ କୁଣ୍ଡରୁ ନେବାକୁ ଆସେ ପଚାଶ ପାତ୍ର ସୁରା, କେବଳ ତହିଁରୁ ବିଂଶତି

(2) ସମାନ ଶବ୍ଦର ବ୍ୟବହାର କର ଯଥା “ମାପ” ବା “ମାତ୍ରା” ବା “ମୁଲ୍ୟ” ।

ଯେତେବେଳେ କେହିଜଣେ ଶଶ୍ୟଗଦା ନିକଟକୁ ଆସେ ବିଂଶତି ପରିମାଣ ଶଶ୍ୟ , କେବଳ ତହିଁର ଦଶ, କେହିଜଣେ ଦ୍ରାକ୍ଷାରସ କୁଣ୍ଡରୁ ନେବାକୁ ଆସେ ପଚାଶ ପାତ୍ର ସୁରା, କେବଳ ତହିଁରୁ ବିଂଶତି

(3) ଉପଯୁକ୍ତ ଗୋଟିଏ ଧାରକ ପାତ୍ରର ନାମ ଦିଅ ଯଥା ଶଶ୍ୟ ପାଇଁ “ବୋଝ” କିମ୍ବା ସୁରା ପାଇଁ ଜାହାଲା ।

ଯେତେବେଳେ କେହିଜଣେ ଶଶ୍ୟଗଦା ନିକଟକୁ ଆସେ 20 ବୋଝ ଶଶ୍ୟ , କେବଳ ତହିଁର ଦଶ, କେହିଜଣେ ଦ୍ରାକ୍ଷାରସ କୁଣ୍ଡରୁ ନେବାକୁ ଆସେ ପଚାଶ ଜାହାଲା ସୁରା, କେବଳ ତହିଁରୁ ବିଂଶତି

(4) ଏକକ ମାପକ ବ୍ୟବହାର କର ଯାହା ତୁମର ଅନୁବାଦରେ ବ୍ୟବହାର କରିଛ ।

ଯେତେବେଳେ କେହିଜଣେ ଶଶ୍ୟଗଦା ନିକଟକୁ ଆସେ ବିଂଶ ଲିଟର ଶଶ୍ୟ , କେବଳ ତହିଁର ଦଶ ଲିଟର, କେହିଜଣେ ଦ୍ରାକ୍ଷାରସ କୁଣ୍ଡରୁ ନେବାକୁ ଆସେ ପଚାଶ ଲିଟର ସୁରା, କେବଳ ତହିଁରୁ ବିଂଶ ଲିଟର