or_ta/translate/translate-bmoney/01.md

7.2 KiB

ବର୍ଣ୍ଣନା

ପୁରାତନ ନିୟମ ସମୟରେ, ଲୋକମାନେ ସେମାନଙ୍କର ଧାତୁକୁ ଯଥା ରୂପା ଓ ସୁନା ଏବଂ ଜିନିଷ କିଣିବା ନିମନ୍ତେ ସେହି ଧାତୁରେ ଓଜନର ମାପ ଓଜନ କରୁଥିଲେ ପରବର୍ତ୍ତୀ ସମୟରେ ଲୋକମାନେ ମୁଦ୍ରା ତିଆରି କଲେ ଯେ ପ୍ରତ୍ୟେକ ଧାତୁରେ ପ୍ରାମାଣିକ ଚିହ୍ନ ଦେଉଥିଲେ ଦାରିକ ହେଉଛି ସେହି ମୁଦ୍ରା ମଧ୍ୟରୁ ଗୋଟିଏ ।

ନିମ୍ନରେ ଥିବା ଦୁଇଟି ସାରଣୀରେ ପୁରାତନ ନିୟମ (OT) ଏବଂ ନୂତନ ନିୟମ (NT) ରେ ଥିବା କେତେକ ଜଣାଶୁଣା ମୁଦ୍ରା ବିଷୟରେ ଦର୍ଶାଯାଇଛି । ପୁରାତନ ନିୟମରେ କେଉଁ ପ୍ରକାରର ଧାତୁ ବ୍ୟବହୃତ ହୋଇଥିଲା ଏବଂ ଏହାର ଓଜନ କେତେ ଥିଲା ତାହା ଦର୍ଶାଏ । ନୂତନ ନିୟମ କେଉଁ ପ୍ରକାରର ଧାତୁ ବ୍ୟବହାର କରାଯାଇଥିଲା ଏବଂ ଗୋଟିଏ ଦିନର ବେତନ ଦୃଷ୍ଟିରୁ ଏହାର କେତେ ମୂଲ୍ୟଥିଲା ତାହା ଦର୍ଶାଏ  ।

ପୁରାତନ ନିୟମ। ଧାତୁ। ଓଜନ
ଦାରିକ ସୁନା ମୁଦ୍ରା 8.4 ଗ୍ରାମ
ଶେକଲ ବିଭିନ୍ନ ଧାତୁ 11 ଗ୍ରାମ।
। ଗୁଣ। ବିଭିନ୍ନ ଧାତୁ। 33 କିଲୋଗ୍ରାମ।।
ନୂତନ ନିୟମ ଧାତୁ ଦିନକର ମଜୁରୀ
ରୂପାଟଙ୍କା । ରୂପା ମୁଦ୍ରା 1 ଦିନ
ମାଇଟ୍ ତମ୍ବା ମୁଦ୍ରା 1/64 ଦିନ
ଶେକଲ ରୂପା ମୁଦ୍ରା 4 ଦିନ
ଗୁଣ ରୂପା 6,000 ଦିନ

ଅନୁବାଦ ସିଦ୍ଧାନ୍ତ

ଆଧୁନିକ ମୁଦ୍ରାମୂଲ୍ୟ ବ୍ୟବହାର କରନ୍ତୁନାହିଁ ଯେହେତୁ ସେଗୁଡ଼ିକ ବର୍ଷକୁ ବର୍ଷ ପରିବର୍ତ୍ତନ ହୁଏ । ସେଗୁଡ଼ିକୁ ବ୍ୟବହାର କଲେ ବାଇବେଲ ଅନୁବାଦ ଭୁଲ ହୋଇପାରେ ।

ଅନୁବାଦ କୌଶଳଗୁଡ଼ିକ

ପୁରାତନ ନିୟମର ଅଧିକାଂଶ ମୁଦ୍ରାର ମୂଲ୍ୟ ଏହାର ଓଜନ ଉପରେ ଅଧାରିତ ଥିଲା । ଏଣୁ ଏହି ଓଜନଗୁଡ଼ିକୁ ଅନୁବାଦ କରିବା ସମୟରେ, ବାଇବେଲ ସମ୍ବନ୍ଧୀୟ ଓଜନ  ଦେଖନ୍ତୁ । ନିମ୍ନରେ ଥିବା କୌଶଳଗୁଡ଼ିକ ନୂତନ ନିୟମର ମୁଦ୍ରାର ମୂଲ୍ୟକୁ ଅନୁବାଦ କରିବା ନିମନ୍ତେ ପ୍ରଦାନ କରାଯାଇଛି ।

(1) ବାଇବେଲ ଶବ୍ଦ ଓ ବନାନଗୁଡ଼ିକୁ ଉଚିତ ଅର୍ଥରେ ବ୍ୟବହାର କରନ୍ତୁ (Copy or Borrow Words) ଦେଖନ୍ତୁ।

(2) ମୁଦ୍ରାର ମୂଲ୍ୟକୁ, ଏହା କେଉଁ ଧାତୁରେ ନିର୍ମିତ ଓ ଏଥିରେ କେତେ ମୁଦ୍ରା ବ୍ୟବହାର ହୋଇଛି ତାହା ବର୍ଣ୍ଣନା କରନ୍ତୁ।

(3) ବାଇବେଲ ସମୟରେ ଲୋକମାନେ ଗୋଟିଏ ଦିନର ମଜୁରୀ ପାଇଁ କେତେ ମଜୁରୀ ପ୍ରାପ୍ତ କରୁଥିଲେ ତାହା ବର୍ଣ୍ଣନା କରନ୍ତୁ।

(4) ବାଇବେଲ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରନ୍ତୁ ଓ ପାଠରେ କିମ୍ବା ଟିପ୍ପଣୀରେ ଏହାର ମୂଲ୍ୟ ଉଲ୍ଲେଖ ବର୍ଣ୍ଣନା କରନ୍ତୁ ।

(5) ବାଇବେଲ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରନ୍ତୁ ଏବଂ ପାଦଟୀକାରେ ବର୍ଣ୍ଣନା କରନ୍ତୁ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକ

ଅନୁବାଦ କୌଶଳଗୁଡ଼ିକ ଲୂକ  7:41 ରେ ପ୍ରୟୋଗ କରାଯାଇଛି ।

ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା। (ଲୂକ  7:41b ULT)

  1. ବାଇବେଲ ଶବ୍ଦ ଓ ବନାନଗୁଡ଼ିକୁ ଉଚିତ ଅର୍ଥରେ ବ୍ୟବହାର କରନ୍ତୁ (Copy or Borrow Words) ଦେଖନ୍ତୁ।

ଯିଏ 500 ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ 50 ଦିନର ମଜୁରୀ ଋଣ କରିଥିଲା।

  1.  ମୁଦ୍ରାର ମୂଲ୍ୟକୁ, ଏହା କେଉଁ ଧାତୁରେ ନିର୍ମିତ ଓ ଏଥିରେ କେତେ ମୁଦ୍ରା ବ୍ୟବହାର ହୋଇଛି ତାହା ବର୍ଣ୍ଣନା କରନ୍ତୁ।

“ଜଣଙ୍କର 500 ଦିନାରୀ 1, ଅନ୍ୟଟିର 50 ଦିନାରୀ  2 ଋଣ ଥିଲା।”

  1. ବାଇବେଲ ସମୟରେ ଲୋକମାନେ ଗୋଟିଏ ଦିନର ମଜୁରୀ ପାଇଁ କେତେ ମଜୁରୀ ପ୍ରାପ୍ତ କରୁଥିଲେ ତାହା ବର୍ଣ୍ଣନା କରନ୍ତୁ।

“ଜଣଙ୍କର 500 ଦିନାରୀ, ଅନ୍ୟଟିର 50 ଦିନାରୀ ଋଣ ଥିଲା।”

  1. ବାଇବେଲ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରନ୍ତୁ ଓ ପାଠରେ କିମ୍ବା ଟିପ୍ପଣୀରେ ଏହାର ମୂଲ୍ୟ ଉଲ୍ଲେଖ ବର୍ଣ୍ଣନା କରନ୍ତୁ ।

“ଜଣଙ୍କର 500 ଦିନାରୀ 1, ଅନ୍ୟଟିର 50 ଦିନାରୀ  2 ଋଣ ଥିଲା।”

ପାଦଟୀକା ଏହିପରି ଦେଖାଯିବ:

[1] 500 ଦିନର ମଜୁରୀ [2] 50 ଦିନର ମଜୁରୀ।

  1. ବାଇବେଲ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରନ୍ତୁ ଏବଂ ପାଦଟୀକାରେ ବର୍ଣ୍ଣନା କରନ୍ତୁ।

“ଜଣକର 500 ଦିନାରି, 1 ଏବଂ ଅନ୍ୟଟିର 50 ଋଣ ଥିଲା। ” (ଲୂକ 7:41 ULT)

[1] ଗୋଟିଏ ଦିନାରିୟସ୍ ଏକ ରୂପାର ପରିମାଣ ଥିଲା ଯାହାକି ଲୋକମାନେ ଗୋଟିଏ ଦିନରେ ରୋଜଗାର କରୁଥିଲେ ।