or_ta/translate/translate-blessing/01.md

12 KiB
Raw Permalink Blame History

ବର୍ଣ୍ଣନା

ଆଶୀର୍ବାଦ କାହା ପ୍ରତି ଈଶ୍ଵରଙ୍କ ମଙ୍ଗଳ କାମନା କରିବାକୁ ବୁଝାଏ । ବାଇବେଲରେ, ଆଶୀର୍ବାଦ କହୁଥିବା ବ୍ୟକ୍ତି ଆଶୀର୍ବାଦ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସିଧାସଳଖ ବାର୍ତ୍ତାଳାପ କରନ୍ତି କିମ୍ବା ଲେଖନ୍ତି । ଯେଉଁ ବ୍ୟକ୍ତି ଆଶୀର୍ବାଦ କହନ୍ତି, ସେ ସିଧାସଳଖ ଈଶ୍ଵରଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ, କିନ୍ତୁ ଏହା ବୁଝାଏ ଯେ, ଈଶ୍ଵର ହିଁ ଉଲ୍ଲେଖ କରିଥିବା ଉତ୍ତମ କାର୍ଯ୍ୟ କରିବେ । ଏହା ମଧ୍ୟ ବୁଝାଏ ଯେ, ଈଶ୍ଵର ଆଶୀର୍ବାଦ ଶୁଣନ୍ତି ।

କାରଣ ଏହା ଏକ ଅନୁବାଦ ସମସ୍ୟା ଅଟେ

ପ୍ରତ୍ୟେକ ଭାଷାର ଆଶୀର୍ବାଦ କହିବାର ନିଜସ୍ୱ ଉପାୟ ଅଛି । ବାଇବେଲରେ ଅନେକ ଆଶୀର୍ବାଦ ଅଛି । ସେଗୁଡିକ ଯେପରି ଆପଣଙ୍କ ଭାଷାରେ ଆଶୀର୍ବାଦ କୁହାଯାଏ ସେପରି ଅନୁବାଦ କରାଯିବା ଆବଶ୍ୟକ ଆତେ, ଯାହା ଦ୍ଵାରା ଲୋକମାନେ ସେଗୁଡ଼ିକୁ ଆଶୀର୍ବାଦ ଭାବରେ ଚିହ୍ନି ପାରିବେ ଏବଂ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ପାଇଁ ଈଶ୍ଵର ଯାହା କରିବାକୁ ଚାହାଁନ୍ତି ତାହା ବୁଝିପାରିବେ ।

ବାଇବେଲରୁ ଉଦାହରଣଗୁଡ଼ିକ

ବାଇବେଲରେ, ଲୋକମାନେ ପ୍ରାୟତଃ ଆଶୀର୍ବାଦ କହିଥଲେ ଯେବେ ସେମାନେ କାହାକୁ ଭେଟିଥିଲେ କିମ୍ବା ଯେବେ ସେମାନେ କାହାକୁ ଛାଡି ଯାଉଥିଲେ କିମ୍ବା କାହାକୁ ପଠାଉଥିଲେ ।

ରୂତ ପୁସ୍ତକରେ, ଯେବେ ବୋୟାଜ କ୍ଷେତରେ ତାଙ୍କର ଶ୍ରମିକମାନଙ୍କୁ ଭେଟିଲେ, ସେ ସେମାନଙ୍କୁ ଆଶୀର୍ବାଦ ଦେଇ ଅଭିବାଦନ କଲେ:

ଆଉ ଦେଖ, ବୋୟଜ ବେଥଲିହିମଠାରୁ ଆସି ଶସ୍ୟକଟାଳିମାନଙ୍କୁ କହିଲା, “ଯିହୋବା ତୁମ୍ଭମାନଙ୍କ ସହିତ ଥାଉନ୍ତୁ,” ସେମାନେ ଉତ୍ତର କଲେ, “ଯିହୋବା ଆପଣଙ୍କୁ ଆଶୀର୍ବାଦ କରନ୍ତୁ।”” (ରୂତ :୪ ULT)

ସେହିଭଳି, ଯେବେ ରିବିକା ନିଜ ପରିବାରକୁ ଛାଡ଼ି ଯାଉଥିଲେ, ସେମାନେ ଆଶୀର୍ବାଦ ସହ ବିଦାୟ ଦେଲେ:

ପୁଣି, ରିବିକାକୁ ଆଶୀର୍ବାଦ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।” (ଆଦିପୁସ୍ତକ ୨୪:୬୦ ULT)

ସେହିଭଳି, ନୂତନ ନିୟମରେ ପତ୍ରରର ଲେଖକମାନେ ସେମାନଙ୍କର ପତ୍ରର ଆରମ୍ଭରେ ଏବଂ ଶେଷରେ ମଧ୍ୟ ଆଶୀର୍ବାଦ ଲେଖିଥିଲେ । ତୀମଥିଙ୍କୁ ପାଉଲଙ୍କ ଦ୍ୱିତୀୟ ପତ୍ରର ଆରମ୍ଭ ଏବଂ ଶେଷରୁ ଏଠାରେ ଉଦାହରଣ ଅଛି:

ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ( ତିମଥି ୧: ULT) ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ( ତିମଥି ୪: ULT)

ଅନୁବାଦ କୌଶଳଗୁଡ଼ିକ

ଆପଣଙ୍କ ଭାଷାରେ ଲୋକମାନେ କିପରି ଆଶୀର୍ବାଦ କୁହନ୍ତି ତାହା ଦେଖନ୍ତୁ । ସାଧାରଣ ଆଶୀର୍ବାଦଗୁଡ଼ିକର ଏକ ତାଲିକା ସଂଗ୍ରହ କରନ୍ତୁ, ଯେପରିକି କ୍ରିୟାର ରୂପ, ନିର୍ଦ୍ଦିଷ୍ଟ ଶବ୍ଦର ବ୍ୟବହାର, ଏବଂ ଶବ୍ଦ ଯାହା ଆଶୀର୍ବାଦରେ ବ୍ୟବହୃତ ହୁଏ ନାହିଁ । ଯେବେ ଲୋକମାନେ ପରସ୍ପର ସହ କଥାବାର୍ତ୍ତା କରନ୍ତି ଏବଂ ଯେତେବେଳେ ସେମାନେ ପରସ୍ପରକୁ ଲେଖନ୍ତି ସେହି ଆଶୀର୍ବାଦ ମଧ୍ୟରେ କ’ଣ ପାର୍ଥକ୍ୟ ଥାଇପାରେ ତାହା ମଧ୍ୟ ଦେଖନ୍ତୁ, ।

ଯଦି ଆଶୀର୍ବାଦକୁ ଆକ୍ଷରିକ ଅନୁବାଦ କରିବା ସୌାଭାବିକ ହେବ ଏବଂ ଆପଣଙ୍କ ଭାଷାରେ ସଠିକ ଅର୍ଥ ପ୍ରକାଶ କରିବ, ଆପଣ ସେହିପରି କରନ୍ତୁ । ଯଦି ନୁହେଁ, ଏଠାରେ କେତେକ ବିକଳ୍ପ ଅଛି:

  1. ଯଦି ଆପଣଙ୍କ ଭାଷାରେ ଏହା ସ୍ୱାଭାବିକ ତେବେ ଏକ କ୍ରିୟା ଯୋଡନ୍ତୁ ।
  2. ଈଶ୍ଵରଙ୍କୁ ଆଶୀର୍ବାଦର କର୍ତ୍ତା ଭାବରେ ଉଲ୍ଲେଖ କରନ୍ତୁ ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ ।
  3. ଆଶୀର୍ବାଦକୁ ଏକ ରୂପରେ ଅନୁବାଦ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଏବଂ ସ୍ପଷ୍ଟ ଅଟେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକ

(1) ଯଦି ଆପଣଙ୍କ ଭାଷାରେ ଏହା ସ୍ୱାଭାବିକ ତେବେ ଏକ କ୍ରିୟା ଯୋଡନ୍ତୁ ।

ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ । ତୁମ୍ଭମାନଙ୍କ ଅନୁଗ୍ରହ ବର୍ତ୍ତୁ। ( ତିମଥି ୪: ଗ୍ରୀକରୁ ଆକ୍ଷରିକ |)

ଏହି ପଦର ଗ୍ରୀକ ଭାଷାରେ କୌଣସି କ୍ରିୟା ‘ହେବା’ ନାହିଁ | କିନ୍ତୁ ଇଂରାଜୀରେ ଆଶୀର୍ବାଦରେ, ଏକ କ୍ରିୟା ବ୍ୟବହାର କରିବା ସ୍ୱାଭାବିକ ଅଟେ | ଈଶ୍ଵରଙ୍କଠାରୁ ଆସିଥିବା ‘ଅନୁଗ୍ରହ’ ବ୍ୟକ୍ତି ପ୍ରତି ବର୍ତ୍ତୁ ବୋଲି ଗ୍ରୀକ ଭାଷାରେ ସୂଚିତ କରାଯାଇଛି |

ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ( ତିମଥି ୪: ULT)

(2) ଈଶ୍ଵରଙ୍କୁ ଆଶୀର୍ବାଦର କର୍ତ୍ତା ଭାବରେ ଉଲ୍ଲେଖ କରନ୍ତୁ ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ ।

ଯଦି ଲୋକମାନେ ଆପଣଙ୍କ ଭାଷାରେ ଈଶ୍ଵର ଆଶୀର୍ବାଦ କରନ୍ତି ବୋଲି ଜାଣନ୍ତି, ତେବେ ଆପଣ ଈଶ୍ଵରଙ୍କୁ କର୍ତ୍ତା ବା ଆଶୀର୍ବାଦର ଉତ୍ସ ଭାବରେ ଉଲ୍ଲେଖ କରିପାରିବେ । ଗ୍ରୀକ ଏବଂ ହିବ୍ରୁ ଭାଷାରେ, ସାଧାରଣତଃ ଆଶୀର୍ବାଦରେ ଈଶ୍ଵର ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଏହା ସୂଚିତ ହୋଇଛି ଯେ ସମ୍ବୋଧିତ ବ୍ୟକ୍ତିଙ୍କ ପ୍ରତି ଦୟା ଦେଖାଇବା ପାଇଁ ଈଶ୍ଵର ହିଁ କାର୍ଯ୍ୟ କରନ୍ତି ।

ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ( ତିମଥି ୪: ULT)

ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ଈଶ୍ଵର ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବାର୍ତ୍ତାନ୍ତୁ ।

ସେମାନେ ରିବିକାକୁ ଆଶୀର୍ବାଦ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।” (ଆଦିପୁସ୍ତକ ୨୪:୬୦ ULT)

ସେମାନେ ରିବିକାକୁ ଆଶୀର୍ବାଦ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ଈଶ୍ଵର ତୁମ୍ଭକୁ ସହସ୍ର ସହସ୍ର ଲୋକର ମାତା କରନ୍ତୁ; ଈଶ୍ଵର ତୁମ୍ଭର ବଂଶକୁ ଆପଣା ଶତ୍ରୁଗଣର ନଗର ଅଧିକାର କରାନ୍ତୁ।” (ଆଦିପୁସ୍ତକ ୨୪:୬୦ ULT)

(3) ଆଶୀର୍ବାଦକୁ ଏକ ରୂପରେ ଅନୁବାଦ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଏବଂ ସ୍ପଷ୍ଟ ଅଟେ ।

ଏଠାରେ କେତେକ ଉପାୟଗୁଡ଼ିକ ପାଇଁ ଧାରଣା ପ୍ରଦାନ କରାଯାଇଛି ଯେପରି ଲୋକମାନେ ନିଜ ଭାଷାରେ ଆଶୀର୍ବାଦ କହିପାରନ୍ତି |

ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ( ତିମଥି ୪: ULT)

ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବାର୍ତ୍ତାନ୍ତୁ।

ପ୍ରଭୁଙ୍କର ଉପସ୍ଥିତି ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉ। ତୁମ୍ଭେମାନେ ପ୍ରଭୁଙ୍କ ଅନୁଗ୍ରହ ପ୍ରାପ୍ତକର।

“ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।” (ଆଦିପୁସ୍ତକ ୨୪:୬୦ ULT)

"ଆମ୍ଭମାନଙ୍କର ଭଗିନୀ, ଆମ୍ଭେମାନେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ତୁମ୍ଭେ ହଜାର ହଜାର ଦଶହଜାର ,ମାତା ହୁଅ ଏବଂ ତାଙ୍କୁ ନିବେଦନ କରୁ ଯେ ତୁମ୍ଭରା ବଂଶଧରମାନେ ସେମାନଙ୍କୁ ଘୃଣା କରୁଥିବା ଲୋକଙ୍କ ଦ୍ୱାର ପାଇପାରିବେ।"

"ଆମ୍ଭମାନଙ୍କର ଭଗିନୀ, ଈଶ୍ଵରଙ୍କ ଶକ୍ତି ଦ୍ଵାରା ତୁମ୍ଭେ ହଜାରେ ଦଶ ହଜାରର ମାତା ହେବ ଏବଂ ତୁମ୍ଭର ବଂଶଧର ଯେଉଁମାନେ ସେମାନଙ୍କୁ ଘୃଣା କରନ୍ତି ସେମାନଙ୍କ ଦ୍ୱାର ପାଇବେ।"