or_ta/translate/translate-bdistance/01.md

12 KiB

ବର୍ଣ୍ଣନା

ନିମ୍ନୋକ୍ତ ବିଷୟଗୁଡ଼ିକ ଦୂରତା କିମ୍ବା ଦୀର୍ଘତା ମାପିବାର ସାଧାରଣ ପଦକ୍ଷେପଗୁଡ଼ିକ ଥିଲା ଯାହା ବାଇବେଲରେ ପ୍ରଥମେ ବ୍ୟବହୃତ ହୋଇଥିଲା । ଏଥି ମଧ୍ୟରୁ ଅଧିକାଂଶ ମାପଗୁଡ଼ିକ ହାତ ଏବଂ ବାହୁର ଅଗ୍ରଭାଗ ଆକାର ଉପରେ ଆଧାରିତ ଅଟେ ।

  • ହାତର ପ୍ରସ୍ଥ – ଜଣେ ବ୍ୟକ୍ତିର ହାତ ପାପୁଲିର ଚଉଡା ଅନୁସାରେ ଥିଲା ।
  • ଜଣେ ବ୍ୟକ୍ତିର ବିସ୍ତାରିତ ଅଙ୍ଗୁଠି ଦୂରତାକୁ ଚାଖଣ୍ଡେ କୁହାଯାଏ ।
  • ପ୍ରାୟ ଏକହାତ ଲମ୍ବ ଏକ ବ୍ୟକ୍ତିର ବାହୁର ଲମ୍ବ, କହୁଣୀଠାରୁ ଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଲମ୍ବା ଅଟେ।
  • ”ଲମ୍ବ” ଦୂରତା ମାପିବା ବ୍ୟବହାର କେବଳ ଯିହିଜିକଲ 40-48 ଅଧ୍ୟାୟରେ କରାଯାଇଅଛି ଏହା ସାଧାରଣ ହାତର ଲମ୍ବ ଅନୁସାରେ ମାପ ଅଟେ ।
  • କ୍ରୀଡାଙ୍ଗନ (stadia ର ବହୁବଚନ) 185 ମିଟର ଲମ୍ବ ନିର୍ଦ୍ଧିଷ୍ଟ ଦୌଡ ପ୍ରତିଯୋଗିତାର ସ୍ଥାନକୁ ବୁଝାଏ। କେତେକ ପୁରାତନ ଇଂରାଜୀ ଅନୁବାଦ ଏହି ଶବ୍ଦକୁ “ଏକ ମାଇଲର ଅଷ୍ଟମାଂଶ” ବୋଲି ଅନୁବାଦ କରିଛି, ଯାହା ହଳ ହୋଇଥିବା କ୍ଷେତର ଲମ୍ବକୁ ବୁଝାଏ ।

ନିମ୍ନରେ ଦିଆଯାଇଥିବା ଗାଣିତିକ ମୂଲ୍ୟ ପ୍ରାୟ ସଠିକ୍ କିନ୍ତୁ ବାଇବେଲରେ ମାପ ସହିତ ସମାନ ନୁହେଁ ବାଇବେଲ ମାପର ସଠିକ୍ ଲମ୍ବ, ସମୟ ସମୟରେ ଓ ସ୍ଥାନକୁ ସ୍ଥାନ ଅଲଗା ହୁଏ । ନିମ୍ନରେ ସମତୁଲ୍ୟ ପ୍ରାୟ ମାପ ପ୍ରକାଶ କରିବାର ଏକ ପ୍ରୟାସ ଅଟେ ।

| ମୂଳ ମାପ| ଗାଣିତିକ ମାପ| | --------| --------| | ହାତର ପ୍ରସ୍ଥ| 8 ସେଣ୍ଟିମିଟର| | ଦୂରତା| 23 ସେଣ୍ଟିମିଟର| | ଲମ୍ବ| 46 ସେଣ୍ଟିମିଟର| | "ଦୂର " ଲମ୍ବ| 54 ସେଣ୍ଟିମିଟର| | ପଡ଼ିଆ | 185 ମିଟର|

ଅନୁବାଦ ସିଦ୍ଧାନ୍ତଗୁଡ଼ିକ

  1.  ବାଇବେଲରେ ଲୋକମାନେ ଆଧୁନିକ ମାପ ଯେପରି ମିଟର, ଲିଟର, ଓ କିଲୋଗ୍ରାମ ବ୍ୟବହାର କରନଥିଲେ । ମୂଳ ମାପ ବ୍ୟବହାର ଦ୍ବାରା ପାଠକ ଜାଣିପାରିବେ ଯେ ବାଇବେଲ ପ୍ରକୃତରେ ବହୁ ପୂର୍ବରୁ ଲେଖାଯାଇଥିଲା ଯେଉଁ ସମୟରେ ଲୋକମାନେ ସେହି ମାପଗୁଡ଼ିକୁ ବ୍ୟବହାର କରିଥିଲେ ।
  2. ଆଧୁନିକ ମାପ ବ୍ୟବହାର ଦ୍ବାରା ପାଠକମାଣେ ପାଠକୁ ସହଜରେ ବୁଝିପାରିବେ।
  3. ଆପଣ ବ୍ୟବହାର କରୁଥିବା ମାପ ବିଷୟରେ ଆପଣ ପାଠରେ କିମ୍ବା ପାଦଟୀକାରେ ଉଲ୍ଲେଖ କରନ୍ତୁ ।                                  4. ଯଦି ଆପଣ ବାଇବେଲ ସମ୍ବନ୍ଧୀୟ ମାପ ବ୍ୟବହାର ନ କରନ୍ତି, ପାଠକମାନଙ୍କୁ ଏହି ମାପଗୁଡ଼ିକର ସଠିକ ପାରିମାପ ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ଉଦାହରଣ, ଯଦି ଆପଣ ଏକ ହାତ ଲମ୍ବାକୁ “ 46 ମିଟର “ ବା ଏପରିକି “46 ସେଣ୍ଟିମିଟର” ବୋଲି ଅନୁବାଦ କରିବେ, ମାପଟି ସଠିକ ଅଛି ବୋଲି ମନେକରି ପାରନ୍ତି ।  ଏହାକୁ “ଅଦ୍ଧ ମିଟର” “45 ସେଣ୍ଟିମିଟର” ବା “50 ସେଣ୍ଟିମିଟର” ବୋଲି ଅନୁବାଦ କରିବା ଉତ୍ତମ ଉପାୟ ଅଟେ ।
  4. ବେଳେବେଳେ ମାପଟି ସଠିକ୍ ନୁହେଁ ବୋଲି ବୁଝାଇବାକୁ  “ପ୍ରାୟ” ଶବ୍ଦଟି ବ୍ୟବହାର କରନ୍ତୁ । ଉଦାହରଣ, ଲୂକ  24:13 କହେ ଯେ ଇମ୍ମାୟୁ ଯିରୂଶାଲମଠାରୁ ଚାରି ମାଇଲ୍ (60 stadia) ଦୂରରେ ଥିଲା ଏହାକୁ ଯିରୂଶାଲମଠାରୁ “ପ୍ରାୟ 10 କିଲୋମିଟର” ବୋଲି ଅନୁବାଦ କରାଯାଇପାରିବ ।
  5. ଯେବେ ଈଶ୍ଵର କୌଣସି ମାପ ବିଷୟରେ କହନ୍ତି ଓ ଲୋକମାନେ ତଦନୁଯାୟୀ କାର୍ଯ୍ୟ କରନ୍ତି, ସେହି କ୍ଷେତ୍ରରେ ଆପଣ “ପ୍ରାୟ” ଶବ୍ଦ ଯୋଗକରି ଅନୁବାଦ କରନ୍ତୁ ନାହିଁ । ନଚେତ୍ ଈଶ୍ଵର ମାପ ବିଷୟରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ଲୋକେ ମନେକରିବେ ।

ଅନୁବାଦ କୌଶଳଗୁଡ଼ିକ

(1) ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । (Copy or Borrow Words ଦେଖନ୍ତୁ)                                                (2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।                (3) ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।            (4) ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ । (5) ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।

ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକ

ନିମ୍ନରେ ବର୍ଣ୍ଣିତ ଯାତ୍ରା 25:10 ରେ ସମସ୍ତ କୌଶଳଗୁଡ଼ିକୁ ପ୍ରୟୋଗ କରାଯାଇଛି ।

ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ। (ଯାତ୍ରା 25:10 ULT)

(1) ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । (Copy or Borrow Words ଦେଖନ୍ତୁ)

“ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“

(2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।

“ସେମାନେ ଏକ ମିଟର ଦୀର୍ଘ, ଦେଢ଼ ମିଟର ପ୍ରସ୍ଥ ଓ ଦେଢ଼ ମିଟର ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“

(3) ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।

“ସେମାନେ ଏକ ମିଟର ଦୀର୍ଘ, ଦେଢ଼ ମିଟର ପ୍ରସ୍ଥ ଓ ଦେଢ଼ ମିଟର ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“

(4) ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।

“ସେମାନେ ଅଢେଇ ହାତ (ଅଢେଇ ହାତ) ଦୀର୍ଘ, ଦେଢ ହାତ (ଦୁଇ ତୃତୀୟାଂଶ) ପ୍ରସ୍ଥ ଓ ଦେଢ ହାତ (ଏକ ମିଟରର ଦୁଇ ତୃତୀୟାଂଶ) ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“

(5) ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।

“ସେମାନେ ଶିଟୀମ କାଷ୍ଠରେ ସିନ୍ଦୁକ ନିର୍ମାଣ କରିବେ ଏହାର ଲମ୍ବ ହେବ ଏକ ମିଟର 1; ଏହାର ଓସାର ଏକ ମିଟରର ଦୁଇ ତୃତୀୟାଂଶ; 2 ଓ ଉଚ୍ଚତା ହେବ ଏକ ମିଟରର ଦୁଇ ତୃତୀୟାଂଶ ”

ଟିପ୍ପଣୀ ଏହିପରି ଦେଖାଯିବ:

“ସେମାନେ ଶିଟୀମ କାଷ୍ଠରେ ସିନ୍ଦୁକ ନିର୍ମାଣ କରିବେ ଏହାର ଲମ୍ବ ହେବ ଏକ ମିଟର 1 ; ଏହାର ଓସାର ଏକ ମିଟରର ଦୁଇ ତୃତୀୟାଂଶ; 2 ଓ ଉଚ୍ଚତା ହେବ ଏକ ମିଟରର ଦୁଇ ତୃତୀୟାଂଶ

ଟିପ୍ପଣୀ ଏହିପରି ଦେଖାଯିବ:

[1] ଅଢେଇ ହାତ [2] ଦେଢ ହାତ