or_ta/translate/guidelines-sonofgodprinciples/01.md

9.6 KiB
Raw Permalink Blame History

Door43 ବାଇବଲ ଅନୁବାଦକୁ ସମର୍ଥନ କରେ ଯେତେବେଳେ ଏହି ଚନ୍ତାଧାରାକୁ ଉପସ୍ଥାପନା କରେ ସେତେବେଲେ ସେ ଈଶ୍ଵରଙ୍କୁ ବୁଝାଏ ।

ବାଇବଲ ସାକ୍ଷୀ

“ପିତା” ଓ “ପୁତ୍ର” ହେଉଛି ନାମ ଯାହା ବାଇବଲ ରେ ପରମେଶ୍ବର ନିଜକୁ ନିଜେ ସମ୍ବୋଧନ କରନ୍ତି ।

ବାଇବଲ ଦେଖାଏ ଯେ ପରମଶ୍ବର ଯୀଶୁଙ୍କୁ ତାଙ୍କର ପୁତ୍ର ଭାବେ ସମ୍ବୋଧନ କରୁଛନ୍ତି:

ସେ ବାପ୍ତିସ୍ମ ନେବା ପରେ, ଯୀଶୁ ଜଳରୁ ବାହାରକୁ ଆସିଲେ, ଓ … ଆକାଶରୁ ଏହି ବାଣୀ ହେଲା, “ ଏ ମୋର ପ୍ରିୟ ପୁତ୍ର । ଏହାଙ୍କ ଠାରେ ଆମ୍ଭର ପରମ ସନ୍ତୋଷ”. (ମାଥିଉ ୩:୧୬-୧୭ ULT)

ବାଇବଲ ପ୍ରକାଶ କରେ ଯେ ଯୀଶୁ ଈଶ୍ଵରଙ୍କୁ ପିତା ସମୋଧନ କଲେ :

ଯୀଶୁ କହିଲେ, ମୁଁ ତୁମ୍ଭର ପ୍ରଂଶସା ପିତଃ , ସ୍ଵର୍ଗ ଓ ପୃଥିବୀର ପ୍ରଭୋ ,… ଏହିସବୁ ବିଷୟ ଗୁପ୍ତ ପୁତ୍ର ବ୍ୟତିତ ପିତା , କେହି ଜାଣେ ନାହିଁ ପିତା ବିନା ପୁତ୍ର” (ମାଥିଉ ୧୧:୨୫-୨୭ ULT) (ଦେଖ: ଯୋହନ ୬:୨୬-୫୭)

ଖ୍ରୀଷ୍ଟିୟାନ ଜାଣନ୍ତି ଯେ “ପିତା” ଓ “ପୁତ୍ର” ଧାରଣା ଗୁଡିକ ଅତିଆବଶ୍ୟକ ତ୍ରିତ୍ବଇଶ୍ବରଙ୍କୁ ପ୍ରଥମ ଓ ଦ୍ବିତୀୟ ବ୍ୟକ୍ତିଙ୍କର ପରସ୍ପରର ଅନନ୍ତକାଳିନ ସମ୍ପର୍କ ବର୍ଣ୍ଣନା କରେ । ବାଇବଲ ସେମାନଙ୍କୁ ଭିନ୍ନ ଭିନ୍ନ ମାଧ୍ୟମରେ ବୁଝାଏ, କିନ୍ତୁ କୌଣସି ଶବ୍ଦ ଏମାନଙ୍କର ଅନନ୍ତ କାଳିନ ପ୍ରେମ ଓ ଘନିଷ୍ଠତା କିମ୍ବା ସେମାନଙ୍କ ମଧ୍ୟରେ ପରସ୍ପର ସମ୍ପର୍କରେ ପ୍ରତିଫଳନ କରିପାରେ ନାହିଁ ।

ନିମ୍ନୋକ୍ତ ଶବ୍ଦରେ ଯୀଶୁ ଇଶ୍ବରଙ୍କୁ ସମ୍ବୋଧନ କରନ୍ତି:

ସେମାନଙ୍କୁ ବାପ୍ତିଜିତ କର ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ (ମାଥିଉ ୨୮:୧୯ ULT)

ପିତା ଓ ପୁତ୍ରଙ୍କ ମଧ୍ୟରେ ଘନିଷ୍ଠତା, ପ୍ରେମର ସମ୍ପର୍କ ହେଉଛି ଚିରକାଳ, ଯେପରି ସେମାନେ ଅନନ୍ତକାଳିନ ।

ପିତା ପୁତ୍ର ପ୍ରେମ କରନ୍ତି (ଯୋହନ ୩:୩୫-୩୬; ୫:୧୯- ULT)

ମୁଁ ପିତାଙ୍କୁ ପ୍ରେମ କରେ, ଯାହା ପିତା ମୋତେ ଆଦେଶ ଦିଅନ୍ତି ତାହା ମୁଁ କରେ, ଯେପରି ସେ ମୋତେ ଆଜ୍ଞା ଦେଲେ । (ଯୋହନ ୧୪:୩୧ ULT)

ପିତାଙ୍କ ବିନା ପୁତ୍ରଙ୍କୁ କେହି ଜାଣେ ନାହିଁ, ଓ କେହି ଜାଣେ ନାହିଁ ପିତାଙ୍କୁ ପୁତ୍ରଙ୍କ ବିନା । (ଲୁକ ୧୦: ULT)

“ପିତା” ଓ “ପୁତ୍ର” ଶବ୍ଦ ଯୋଗାଯୋଗ କରେ ଯେ ପିତା ଓ ପୁତ୍ରଙ୍କର ଆଧାର ଗୋଟିଏ; ସେମାନେ ଉଭୟ ଅନନ୍ତ କାଳିନ ଇଶ୍ବର ।

ଯୀଶୁ କହିଲେ, “ପିତା, ପୁତ୍ରଙ୍କୁ ମହିମାନ୍ବିତ କରିବେ ଯେପରି ପୁତ୍ର ତୁମ୍ଭକୁ ମହିମାନ୍ବିତ କରିଅଛନ୍ତି ।… ମୁଁ ତୁମ୍ଭଙ୍କୁ ଏହି ପୃଥିବୀରେ ମହିମାନ୍ବିତ କରିଅଛି….. ପିତା, ମୋତେ ମହିମାନ୍ବିତ … ସେହି ମହିମା ଯାହା ମୁଁ ତୁମ୍ଭ ସହିତ ଥିବା ସମୟରେ ପୃଥିବୀର ସୃଷ୍ଟି ପୁର୍ବରୁ (ଯୋହନ ୧୭:୧-୫ ULT)

<ଉଦ୍ଧୃତ> ଏହି ଶେଷ କାଳରେ, ସେ /[ପିତା ପରମେଶ୍ବର] ପୁତ୍ରଙ୍କ ଦ୍ବାରା ଆମ୍ଭ ମାନଙ୍କୁ କଥା କହିଅଛନ୍ତି, ତାହାଙ୍କୁ ସେ ସମସ୍ତ ବିଷୟରେ ଅଧିକାରୀ କରି ନିଯୁକ୍ତ କରିଅଛନ୍ତି । ତାହାଙ୍କ ଦ୍ବାରା ସମସ୍ତ ବିଶ୍ବ ମଧ୍ୟ ସୃଷ୍ଟି କଲେ । ସେ ତାହାଙ୍କ ମହିମାର ପ୍ରଭା, ତାହାଙ୍କ ତତ୍ବର ପ୍ରତିମୁର୍ତ୍ତୀ ସେ ଆପଣ ଶକ୍ତିଯୁକ୍ତ ବାକ୍ୟ ଦ୍ବାରା ସମସ୍ତ ବିଷୟ ଧାରଣ କରନ୍ତି । (ଏବ୍ରୀ ୧:-୩ ULT)

ଯୀଶୁ ତାଙ୍କୁ କହିଲେ, “ଏତେ କାଳ ମୁଁ ତୁମ୍ଭ ମାନଙ୍କ ସଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ , ଫିଲିପ୍ପ? ଯେ ମୋତେ ଦର୍ଶନ କରିଛି ସେ ପିତାଙ୍କୁ ଦର୍ଶନ କରିଅଛି ତୁମ୍ଭେ କିପରି କହୁଅଛ, ‘ଆମ୍ଭ ମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ’? (ଯୋହନ ୧୪:୯ ULT)

ମନୁଷ୍ୟ ସମ୍ପର୍କ

ମନୁଷ୍ୟ ପିତା ଓ ସନ୍ତାନଗଣ ସମ୍ପୁର୍ଣ୍ଣ ନୁହନ୍ତି, ତଥାପି ବାଇବଲ ସେହି ଶବ୍ଦ ଗୁଡିକ ବ୍ୟବହାର କରେ ପିତା ଓ ପୁତ୍ର, ଯିଏ କି ନିର୍ଦୋଷ ।

ଆଜି ପରି, ମାନବିୟ ପିତା –ପୁତ୍ରର ସମ୍ପର୍କ ବାଇବଲ ସମୟରେ ପିତା ପୁତ୍ରଙ୍କର ପ୍ରେମ ଓ ସମ୍ପୁର୍ଣ୍ଣ ସମ୍ପର୍କ ହୋଇପାରିବ ନାହିଁ ଯେପରି ଯୀଶୁ ଓ ତାଙ୍କର ପିତାଙ୍କ ସହିତ ଥିଲା । କିନ୍ତୁ ତାହାର ଅର୍ଥ ନୁହେଁ ଯେ ବାଇବଲ ଅନୁବାଦକ ପିତା ପୁତ୍ରଙ୍କର ସମ୍ପର୍କକୁ ବାଦ ପକାଇବେ । ଶାସ୍ତ୍ର ଏହି ଶବ୍ଦଗୁଡ଼ିକ ପରମେଶ୍ବରଙ୍କ ଉଦ୍ଦେଶ୍ୟରେ ବ୍ୟବହାର ହୋଇଛି, ପିତା ପୁତ୍ରଙ୍କର ସମ୍ପୁର୍ଣ୍ଣ ଯୋଡି ଏବଂ ପାପ ରହିତ ପିତା ଓ ପୁତ୍ର ନିମନ୍ତେ ମଧ୍ୟ ।ପରମେଶ୍ବରଙ୍କୁ ପିତା ଓ ପୁତ୍ର ଦର୍ଶାଇବା ନିମନ୍ତେ, ଆପଣଙ୍କ ଭାଷାରେ ଶବ୍ଦ ବାଛନ୍ତୁ ଯାହା ବ୍ୟାପକ ଭାବେ ମାନବିୟ “ବାପା” ଓ “ପୁଅ” କୁ ବୁଝାଉଥିବ । ଏହିପରି ମାଧ୍ୟମରେ ଆପଣ କହି ପାରିବେ ଯେ ପିତା ପରମେଶ୍ବର ଓ ପୁତ୍ର ଈଶ୍ବର ହେଉଛନ୍ତି ଏକ (ସେମାନେ ଉଭୟ ଈଶ୍ବର), ଯେପରି ମାନବିୟ ବାପ ଓ ପୁଅ ସମାନ, ଉଭୟ ମନୁଷ୍ୟ ଭାବେ ସମସ୍ତ ପ୍ରକାର ଚରିତ୍ର ପ୍ରକାଶ କରନ୍ତି ।

ଅନୁବାଦ କୌଶଳଗୁଡ଼ିକ

୧. ଆପଣଙ୍କ ଭାଷାରେ ସବୁ ପ୍ରକାର ସମ୍ଭବ ଶବ୍ଦଗୁଡ଼ିକୁ ବାଛନ୍ତୁ ଯାହା “ପୁତ୍ର” ଓ “ପିତା” ଶବ୍ଦକୁ ଅନୁବାଦ କରିପାରିବେ । କେଉଁ ଶବ୍ଦ ଆପଣଙ୍କ ଭାଷାରେ ଐଶ୍ବରିକ “ପୁତ୍ର” ଓ “ପିତା” କୁ ଉପସ୍ଥାପନ କରିବା ତାହା ସ୍ଥିର କରନ୍ତୁ ।

. ଯଦି ଆପଣଙ୍କ ଭାଷାରେ ଗୋଟିଏ ରୁ ଅଧିକ ଶବ୍ଦ “ପୁତ୍ର” ପାଇଁ ଅଛି ଯେଉଁ ଶବ୍ଦର ଅର୍ଥ “କେବଳ ପୁତ୍ର” କୁ ବୁଝାଉଛି ତାହା ବ୍ୟବହାର କରନ୍ତୁ (ନତୁବା “ପ୍ରଥମ ପୁତ୍ର” ଯଦି ଆବଶ୍ୟକ) ।

୩. ଯଦି ଆପଣଙ୍କ ଭାଷାରେ “ପିତା” ପାଇଁ ଗୋଟିଏ ରୁ ଅଧିକ ଶବ୍ଦ ଅଛି ତେବେ ଏହାର ପାଖା ପାଖି ଅର୍ଥ ପାଳିଵା ପିତା ଠାରୁ ଅଧିକ “ଜନ୍ମ ଦାତା ପିତା” ବୁଝାଉ ଥିବା ଶବ୍ଦ ବ୍ୟବହାର କରନ୍ତୁ ।

(“ପିତା” ଏବଂ “ପୁତ୍ର” କୁ ଅନୁବାଦ କରିବାରେ ସାହାଯ୍ୟ ପାଇଁ unfoldingWord® Translation Wordsରେ ଈଶ୍ଵର ପିତା ଏବଂ ଈଶ୍ଵରଙ୍କ ପୁତ୍ର ପୃଷ୍ଠାଗୁଡ଼ିକୁ ଦେଖନ୍ତୁ |)