or_ta/translate/guidelines-ongoing/01.md

3.3 KiB

ବାଇବଲ ଅନୁବାଦ ଚାଲୁ ରହିବା ଉଚିତ ।

ଅନ୍ୟମାନଙ୍କ ସହିତ ଦେଖନ୍ତୁ ଯେ ସେମାନେ ସମ୍ବାଦର ଅର୍ଥ ବୁଝି ପାରୁଛନ୍ତି । ସେମାନଙ୍କର ଅଭିମତ ନେଇ ଆପଣଙ୍କ ଅନୁବାଦକୁ ସୁଧାର କରନ୍ତୁ । ଅନୁବାଦକୁ ପୁନରାବୃତ୍ତି କରିବା, ଏହାର ବୁଝାମଣା ଓ ସଠିକତାକୁ ସଦାସର୍ବଦା ପ୍ରାଧାନ୍ୟ ଦେବା ଉତ୍ତମ ଚିନ୍ତାଧାରା ଅଟେ । ଯଦି କାହାର ଭଲ ଅନୁବାଦ କରିବା ନିମନ୍ତେ ଉତ୍ତମ ଭାବନା ଆସିଲା, ଆପଣ ଅନୁବାଦକୁ ସଂଗୃହିତ ଚିନ୍ତାଧାରାକୁ ସଂସ୍କରଣ କରନ୍ତୁ ।

ଯେତେବେଳେ ଆପଣ ଅନୁବାଦଷ୍ଟୁଡିଓ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ ପାଠ୍ୟ ସମ୍ପାଦକ ବ୍ୟବହାର କରି ପାରିବେ, ଏହି ପ୍ରଣାଳୀକୁ ସଂସ୍କରଣ ଏବଂ ଉନ୍ନତ କରିବା ଚାଲୁ ରଖିବେ ।

  • ଅନୁବାଦକୁ ପଢି ଯେଉଁ ଅଂଶ ପରିବର୍ତ୍ତନର ଆବଶ୍ୟକ ଚିହ୍ନଟ କରିବା ନିମନ୍ତେ ସମୀକ୍ଷକ ଆବଶ୍ୟକ ।
  • ଆପଣ କରିଥିବା ଅନୁବାଦକୁ ଲୋକମାନେ ପଢିବା କିମ୍ବା ଲେଖ୍ୟ ଅନୁବାଦ ଶୁଣିବା ଆବଶ୍ୟକ ଅଟେ । ଆପଣଙ୍କ ଗୋଷ୍ଠୀରେ ଏହାର ପ୍ରଭାବ ଓ ମୂଳ ଶ୍ରୋତା ମାନଙ୍କ ଉପରେ ପ୍ରଭାବ ଜାଣିବା ନିମନ୍ତେ ଏହା ସାହାଯ୍ୟ କରିବ ।
  • ଅନୁବାଦକୁ ସଂଶୋଧାନ କରିବା ଚାଲୁ ରଖନ୍ତୁ କାରଣ ଏହା ଆହୁରି ସଠିକ, ଅଧିକ ସ୍ପଷ୍ଟ ଓ ଆହୁରି ସ୍ବାଭାବିକ କରିବ । ମୁଳ ପାଠର ଅର୍ଥ ସହିତ ଯେପରି ସର୍ବଦା ଏହା ସମାନ ରହିବା ହେଉଛି ଅନୁବାଦର ଲକ୍ଷ୍ୟ ।

ମନେରଖ, ଅନୁବାଦକୁ ସଂସ୍କରଣ କରିବା ନିମନ୍ତେ ଲୋକମାନଙ୍କୁ ଉତ୍ସାହିତ କରିବା ଯେପରି ଅନୁବାଦ ଉତ୍ତମ ହୋଇପାରିବ ସେଥିର ଧାରଣା ଦେବେ । ଏହି ଚିନ୍ତାଧାରା ଅନ୍ୟମାନଙ୍କୁ କୁହନ୍ତୁ । ଯେତେବେଳେ କିଛି ଲୋକମାନେ ମିଶି ଏହି ଚିନ୍ତାଧାରାକୁ ଗ୍ରହଣ କରନ୍ତି ସେତେବେଳେ ଆପଣଙ୍କ ଅନୁବାଦକୁ ପରିବର୍ତ୍ତନ କରନ୍ତୁ । ଏହି ପ୍ରଣାଳୀରେ ଅନୁବାଦ ଉତ୍ତମରୁ ଅତି ଉତ୍ତମ ହେବ ।

(ହୁଏତ ଆପଣ ଭିଡିଓ ଦେଖିବାକୁ ଚାହାନ୍ତି ତେବେ ଦେଖନ୍ତୁ http://ufw.io/guidelines_ongoing.)