or_ta/translate/grammar-connect-time-simult.../01.md

10 KiB

ସମୟ ସମ୍ପର୍କ

କେତେକ ସଂଯୋଜକ ଦୁଇଟି ବାକ୍ୟାଂଶ, ଉପବାକ୍ୟ, ବାକ୍ୟ, କିମ୍ବା ପାଠ୍ୟର ଅଂଶ ମଧ୍ୟରେ ସମୟ ସମ୍ପର୍କ ସ୍ଥାପନ କରନ୍ତି |

ଏକକାଳୀନ ଉପବାକ୍ୟ

ବର୍ଣ୍ଣନା

ଏକକାଳୀନ ଉପବାକ୍ୟ ହେଉଛି ଏକ ସମୟ ସମ୍ପର୍କ ଯାହା ଦୁଇଟି କିମ୍ବା ଅଧିକ ଘଟଣାକୁ ସଂଯୋଗ କରେ ଯାହା ଏକ ସମୟରେ ଘଟେ |

କାରଣ ଏହା ଏକ ଅନୁବାଦ ସମସ୍ୟା

ଘଟଣା ଏକ ସମୟରେ ଘଟେ ବୋଲି ଭାଷାଗୁଡ଼ିକ ଅନେକ ଭିନ୍ନ ଉପାୟରେ ସୂଚାନ୍ତି | ଘଟଣାଗୁଡ଼ିକ ଏକାସାଙ୍ଗରେ ଘଟୁଛି କି ନାହିଁ ତାହା ଉପରେ ଆଧାର କରି ଏହି ଉପାୟଗୁଡ଼ିକ ଭିନ୍ନ ହୋଇପାରେ | ଶବ୍ଦଗୁଡ଼ିକୁ ସଂଯୋଗ କରିବା ଯାହା ଏକକାଳୀନ ଘଟଣାକୁ ସୂଚାଇପାରେ, ଶବ୍ଦଗୁଡ଼ିକ ଯେପରିକି “ଯେତେବେଳେ”, “ଯେପରି”, ଏବଂ “ସମୟରେ” | ପ୍ରାୟତ ବାଇବେଲର ଘଟଣାଗୁଡ଼ିକ ମଧ୍ୟରେ ଏକ ସମ୍ପର୍କ ଉଲ୍ଲେଖ କରେ ନାହିଁ କିନ୍ତୁ କେବଳ ଏକ ସମୟରେ ଘଟିଥିବା ଘଟଣାକୁ ଉଲ୍ଲେଖ କରେ | ଏହା ଗୁରୁତ୍ଵ ବିଷୟ ଯେ ଆପଣ (ଅନୁବାଦକ) ଯେତେବେଳେ ଏକ ସମୟ ସମ୍ପର୍କ ସୂଚିତ ହୁଏ ଏବଂ ଯେତେବେଳେ ଏହା ସୂଚିତ ହୁଏ ନାହିଁ ଯାହା ଦ୍ଵାରା ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ | ଏକକାଳୀନ ଉପବାକ୍ୟ ପ୍ରକାଶ କରେ ଯେ ଘଟଣାଗୁଡ଼ିକ ଏକ ସମୟରେ ଘଟିଥିଲା ​​କିନ୍ତୁ ଏହା ସୂଚିତ କରେ ନାହିଁ ଯେ ଗୋଟିଏ ଘଟଣା ଅନ୍ୟ ଘଟଣା ଘଟାଇଲା | ତାହା ଏକ କାରଣ ଏବଂ ଫଳାଫଳ ସମ୍ପର୍କ ହେବ |

OBS ଏବଂ ବାଇବବେଲରୁ ଉଦାହରଣ

ଯୋଷେଫ ତାଙ୍କ ମୁନିବଙ୍କୁ ଭଲ ଭାବରେ ସେବା କଲେ, ଏବଂ ଈଶ୍ଵର ଯୋଷେଫଙ୍କୁ ଆଶୀର୍ବାଦ କଲେ | (OBS କାହାଣୀ 8 ଫ୍ରେମ୍ 4)

ଯୋଷେଫ ଜଣେ ଧନୀ ସରକାରୀ ଅଧିକାରୀଙ୍କ ଦାସ ଥିବାବେଳେ ଦୁଇଟି ଘଟଣା ଘଟିଥିଲା: ଯୋଷେଫ ଭଲ ସେବା କରିଥିଲେ ଏବଂ ଈଶ୍ଵର ଯୋଷେଫଙ୍କୁ ଆଶୀର୍ବାଦ କଲେ | ଉଭୟଙ୍କ ମଧ୍ୟରେ ଏକ କାରଣ-ଏବଂ-ଫଳାଫଳ (କାରଣ ଏବଂ ପ୍ରଭାବ) ସମ୍ପର୍କର କୌଣସି ସୂଚନା ନାହିଁ, କିମ୍ବା ପ୍ରଥମ ଘଟଣା ଘଟିଛି, ଏବଂ ପରେ ଦ୍ୱିତୀୟ ଘଟଣା ଘଟିଛି |

କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ। (ଲୂକ 4: 25b ULT)

ସଂଯୋଜକ ଶବ୍ଦ “ସମୟରେ” ଆମକୁ ସ୍ପଷ୍ଟ ଭାବରେ କହିଥାଏ ଯେ ଦୁଇଟି ଘଟଣା ଏକ ସମୟରେ ଘଟିଥିଲା, କିନ୍ତୁ ଗୋଟିଏ ଘଟଣା ଅନ୍ୟ ଘଟଣାକୁ ଘଟେଇ ନଥାଏ |

ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ଵ ଘଟିବାରେ ସେମାନେ ଚମତ୍କୃତ ହେଉଥିଲେ। (ଲୂକ 1:21 ULT)

ଲୋକମାନେ ଏକ ସମୟରେ ଅପେକ୍ଷା କରି ଆଶ୍ଚର୍ଯ୍ୟ ହୋଇଥିଲେ। ସାଧାରଣ ସଂଯୋଜକ “ଆଉ” ଏହାକୁ ସୂଚିତ କରେ |

ଯେତେବେଳେ ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, (ପ୍ରେରିତ 1:10 ULT)

ଏକାସାଙ୍ଗରେ ତିନୋଟି ଘଟଣା ଘଟିଲା - ଶିଷ୍ୟମାନେ ଦେଖୁଥିଲେ, ଯୀଶୁ ଉପରକୁ ଯାଉଥିଲେ ଏବଂ ଦୁଇଜଣ ଲୋକ ଠିଆ ହୋଇଥିଲେ | ସଂଯୋଜକ ଶବ୍ଦଗୁଡ଼ିକ “ଯେତେବେଳେ” ଏବଂ “ଏପରି” ଏହା ସୂଚାଏ |

ଅନୁବାଦ କୌଶଳ

ଯଦି ଏକକାଳୀନ ଉପବାକ୍ୟକୁ ଚିହ୍ନିତ କରାଯାଏ ତାହା ମଧ୍ୟ ଆପଣଙ୍କ ଭାଷାରେ ସ୍ପଷ୍ଟ, ତେବେ ଏକକାଳୀନ ଉପବାକ୍ୟକୁ ସେପରି ଅନୁବାଦ କରନ୍ତୁ |

(1) ଯଦି ସଂଯୋଗକାରୀ ଶବ୍ଦ ଏହା ସ୍ପଷ୍ଟ କରେ ନାହିଁ ଯେ ଏକକାଳୀନ ଉପବାକ୍ୟ ଏକ ସମୟରେ ଘଟୁଛି, ତେବେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏହାକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରେ କରେ |

(2) ଯଦି ଏହା ସ୍ପଷ୍ଟ ନୁହେଁ ଯେ କେଉଁ ଉପବାକ୍ୟ ଏକକାଳୀନ ଉପବାକ୍ୟ ସହିତ ସଂଯୁକ୍ତ, ଏବଂ ସେଗୁଡ଼ିକ ଏକ ସମୟରେ ଘଟୁଛନ୍ତି, ସମସ୍ତ ଉପବାକ୍ୟକୁ ଏକ ସଂଯୋଗକାରୀ ଶବ୍ଦ ସହିତ ଚିହ୍ନିତ କରନ୍ତୁ |

(3) ଯଦି ଆପଣଙ୍କ ଭାଷା ସଂଯୋଗ ଶବ୍ଦ ବ୍ୟବହାର କରିବା ଅପେକ୍ଷା ଏକ ଭିନ୍ନ ଉପାୟରେ ଘଟଣାଗୁଡ଼ିକୁ ଏକକାଳୀନ ଚିହ୍ନିତ କରେ, ତେବେ ସେହି ଉପାୟ ବ୍ୟବହାର କରନ୍ତୁ |

ପ୍ରୟୋଗ ଅନୁବାଦ କୌଶଳର ଉଦାହରଣ

ଉପରୋକ୍ତ ତାଲିକାରେ ଥିବା ଅନୁବାଦ କୌଶଳ ଅନୁଯାୟୀ ନିମ୍ନରେ ପ୍ରତ୍ୟେକ ବାଇବେଲ ପଦକୁ ତିନୋଟି ଭିନ୍ନ ଉପାୟରେ ପୁନଃବ୍ୟକ୍ତ କରାଯିବ | ପ୍ରତ୍ୟେକ ପୁନଃବ୍ୟକ୍ତରେ ଏହା ବ୍ୟବହାର କରୁଥିବା ଅନୁବାଦ କୌଶଳ ସହ ସଂଖ୍ୟାରେ ସମାନ ରହିବ |

ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ଵ ଘଟିବାରେ ସେମାନେ ଚମତ୍କୃତ ହେଉଥିଲେ। (ଲୂକ 1:21 ULT)

(1) ଏବେ ଯେତେବେଳେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ମନ୍ଦିରରେ ତାଙ୍କର ବିଳମ୍ଵ ଘଟିବାରୁ ସେମାନେ ଚମତ୍କୃତ ହେଉଥିଲେ।

(2) ଏବେ ଯେତେବେଳେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ମନ୍ଦିରରେ ତାଙ୍କର ବିଳମ୍ଵ ଘଟିବାରୁ ସେମାନେ ଚମତ୍କୃତ ମଧ୍ୟ ହେଉଥିଲେ।

(3) ଏବେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ମନ୍ଦିରରେ ତାଙ୍କର ବିଳମ୍ଵ ଘଟିବାରୁ ଚମତ୍କୃତ ହେଉଥିଲେ।

ଯେତେବେଳେ ସେ ଉପରକୁ ଯାଉଥିଲେ ସେସମୟରେ ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି, ହଠାତ୍ ଶୁକ୍ଳବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,

(ପ୍ରେରିତ 1:10 ULT)

(1) ଆଉ ଯେତେବେଳେ ସେ ଉପରକୁ ଯାଉଥିଲେ ସେସମୟରେ ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି, ହଠାତ୍ ଶୁକ୍ଳବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,

(2) ଆଉ ଯେତେବେଳେ ସେ ଉପରକୁ ଯାଉଥିଲେ ସେହି ସେସମୟରେ ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି, ହଠାତ୍ ଶୁକ୍ଳବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,

(3) ଯେତେବେଳେ ସେ ଉପରକୁ ଯାଉଥିଲେ, ସେମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି, ହଠାତ୍ ଶୁକ୍ଳବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ,