or_ta/translate/grammar-connect-time-sequen.../01.md

11 KiB

ସମୟ ସମ୍ପର୍କଗୁଡ଼ିକ

କେତେକ ସଂଯୋଜକ ଶବ୍ଦଗୁଡ଼ିକ ଦୁଇଟି ବାକ୍ୟାଂଶ, ବାକ୍ୟ, କିମ୍ବା ପାଠ୍ୟର ଅଂଶ ମଧ୍ୟରେ ସମୟ ସମ୍ପର୍କ ସ୍ଥାପନ କରେ ।

କ୍ରମିକ ବାକ୍ୟାଂଶଗୁଡ଼ିକ

ବର୍ଣ୍ଣନା

ଏକ କ୍ରମିକ ବାକ୍ୟାଂଶ ଏହା ଯେ ଏକ ସମୟ ସମ୍ପର୍କ ଯାହା ଦୁଇଟି ଘଟଣାକୁ ସଂଯୋଗ କରେ ଯେଉଁଥିରେ ଗୋଟିଏ ଘଟଣା ପ୍ରଥମେ ଘଟେ ଏବଂ ପରେ ଅନ୍ୟ ଘଟଣାଟି ଘଟେ ।

କାରଣ ଏହା ଏକ ଅନୁବାଦ ସମସ୍ୟା

ପ୍ରାୟ ପ୍ରତ୍ୟେକ ଭାଷା ବିଭିନ୍ନ ଉପାୟରେ ଘଟଣାଗୁଡ଼ିକର କ୍ରମକୁ ସୂଚିତ କରିଥାଏ; କେତେକ ଭାଷା କ୍ରମିକ ବ୍ୟବସ୍ଥା ବ୍ୟବହାର କରେ, କେତେକ ସଂଯୋଗ ଶବ୍ଦ ବ୍ୟବହାର କରେ, କେତେକ ଏପରିକି ଆପେକ୍ଷିକ କାଳ ବ୍ୟବହାର କରେ (ଆପେକ୍ଷିକ କାଳ ଏକ କାଳ ଅଟେ ଯାହା ପ୍ରସଙ୍ଗର ଏକ ଏକ ସମୟକୁ ସୂଚିତ କରେ) ସଂଯୋଗ ଶବ୍ଦଗୁଡ଼ିକୁ ଯାହା କ୍ରମକୁ ସୂଚାଏ ଯେପରି “ପରେ,” “ତା’ପରେ”, “ପରେ”, “ପୂର୍ବରୁ”, “ପ୍ରଥମ” ଏବଂ “କେବେ” । ଅନୁବାଦକମାନେ ନିଶ୍ଚିତ ହେବା ଆବଶ୍ୟକ ଯେ ସେମାନେ ଘଟଣାଗୁଡ଼ିକର କ୍ରମକୁ ସେମାନଙ୍କ ଭାଷାରେ ସ୍ୱାଭାବିକ ଉପାୟରେ ପ୍ରକାଶ କରନ୍ତି । ଏହା ମୂଳ ଭାଷା ଅପେକ୍ଷା ଭିନ୍ନ ଭିନ୍ନ କ୍ରମରେ ପ୍ରକାଶ କରି ପାରେ ।

OBS ଏବଂ ବାଇବଲରୁ ଉଦାହରଣଗୁଡ଼ିକ

ଯେବେ ଯୋଷେଫ ତାଙ୍କ ଭାଇମାନଙ୍କ ନିକଟକୁ ଆସିଲେ, ସେମାନେ ତାଙ୍କୁ ଅପହରଣ କରି କେତେକ ଦାସ ବ୍ୟବସାୟୀମାନଙ୍କ ନିକଟରେ ବିକ୍ରୟ କଲେ। (OBS କାହାଣୀ 8 ଫ୍ରେମ୍ 2)

ପ୍ରଥମେ ଯୋଷେଫ ତାଙ୍କ ଭାଇମାନଙ୍କ ନିକଟକୁ ଆସିଲେ, ଏବଂ ପରେ ସେମାନେ ତାଙ୍କୁ ଅପହରଣ କରି ବିକ୍ରୟ କଲେ। ସଂଯୋଗକାରୀ ଶବ୍ଦ “ଯେବେ” ହେତୁ ଆମେ ଏହା ଜାଣୁ । ଏହି କ୍ରମକୁ ସ୍ପଷ୍ଟ ଏବଂ ସଠିକ୍ ଭାବରେ ପ୍ରକାଶ କରିବା ପାଇଁ ଅନୁବାଦକ ସର୍ବୋତ୍ତମ ଉପାୟ ସ୍ଥିର କରିବା ଆବଶ୍ୟକ ଅଟେ ।

ତାହା ମୋ ମୁଖକୁ ମହୁ ପରି ମିଠା ଲାଗିଲା, କିନ୍ତୁ ତାହା ଭକ୍ଷଣ କଲା ପରେ ମୋହର ଉଦର ତିକ୍ତ ହୋଇଗଲା । (ପ୍ରକାଶିତ ବାକ୍ୟ 10:10b ULT)

ପ୍ରଥମ ବାକ୍ୟାଂଶର ଘଟଣା ପ୍ରଥମେ ଘଟେ, ଏବଂ ଶେଷ ବାକ୍ୟାଂଶର ଘଟଣା ପରେ ଘଟିଥାଏ । “ପରେ” ସଂଯୋଗକାରୀ ଶବ୍ଦ ହେତୁ ଆମେ ଏହା ଜାଣୁ । ଏହି କ୍ରମକୁ ସ୍ପଷ୍ଟ ଏବଂ ସଠିକ୍ ଭାବରେ ପ୍ରକାଶ କରିବା ପାଇଁ ଅନୁବାଦକ ସର୍ବୋତ୍ତମ ଉପାୟ ସ୍ଥିର କରିବା ଆବଶ୍ୟକ ଅଟେ ।

କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ। (ଯିଶାଇୟ 7:16 ULT)

ପ୍ରଥମ ବାକ୍ୟାଂଶର ଘଟଣା ଦ୍ୱିତୀୟ ବାକ୍ୟାଂଶର ଘଟଣା ପରେ ଘତେ । ପ୍ରଥମେ ସେମାନେ ଘୃଣା କରୁଥିବା, ସେହି ଦେଶ ପରିତ୍ୟକ୍ତ ହେବ ଏବଂ ତା’ପରେ ବାଳକ ମନ୍ଦକୁ ପ୍ରତ୍ୟାଖ୍ୟାନ କରିବାକୁ ଏବଂ ଭଲ ବାଛିବାକୁ ଜାଣିବ । “ପୂର୍ବେ” ସଂଯୋଗ ଶବ୍ଦ ହେତୁ ଆମେ ଏହା ଜାଣୁ । ତଥାପି, ଏହି କ୍ରମରେ ଥିବା ବାକ୍ୟାଂଶଗୁଡ଼ିକୁ ଦର୍ଶାଇବା ଆପଣଙ୍କ ଭାଷାରେ ଘଟଣାର ଭୁଲ କ୍ରମକୁ ପ୍ରକାଶ କରିପାରେ । ଅନୁବାଦକମାନଙ୍କୁ କ୍ରମ ପରିବର୍ତ୍ତନ କରିବାକୁ ପଡିପାରେ ଯାହା ଦ୍ଵାରା ବାକ୍ୟାଂଶଗୁଡ଼ିକ କ୍ରମରେ ଆସେ । କିମ୍ବା ମୂଳ ଭାଷା ପାଠ୍ୟର କ୍ରମକୁ ରଖିବା ଏବଂ କ୍ରମର କ୍ରମକୁ ଚିହ୍ନିତ କରିବା ସମ୍ଭବ ହୋଇପାରେ ଯାହା ଦ୍ଵାରା ଏହା ପାଠକମାନଙ୍କ ପାଇଁ ସ୍ପଷ୍ଟ ହେବ । ଏହି କ୍ରମକୁ ସ୍ପଷ୍ଟ ଏବଂ ସଠିକ୍ ଭାବରେ ପ୍ରକାଶ କରିବା ପାଇଁ ଆପଣ (ଅନୁବାଦକ) ସର୍ବୋତ୍ତମ ଉପାୟ ସ୍ଥିର କରିବା ଉଚିତ ।

ଏହି ସମୟରେ ମରୀୟମ ଉଠିଲେ ଏବଂ ପାର୍ବତୀୟ ଅଞ୍ଚଳସ୍ଥ ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, ଏବଂ, ଜିଖରୀୟଙ୍କ ଗୃହରେ ପ୍ରବେଶ କରିଲେ ଏବଂ ଏଲୀଶାବେଥଙ୍କୁ ନମସ୍କାର କଲେ । (ଲୂକ 1:39-40 ULT)

ଏଠାରେ ସାଧାରଣ ସଂଯୋଜକ “ଏବଂ” ଚାରୋଟି ଘଟଣାକୁ ସଂଯୋଗ କରେ । ଏଗୁଡ଼ିକ ହେଉଛି କ୍ରମାଗତ ଘଟଣା - ପ୍ରତ୍ୟେକଟି ଗୋଟିଏ ପରେ ଗୋଟିଏ ଘଟେ । ଆମେ ଏହା ଜାଣୁ କାରଣ ଏହି ଘଟଣାଗୁଡ଼ିକ ସେହିପରି ହିଁ ଘଟେ । ତେଣୁ ଇଂରାଜୀରେ, ସାଧାରଣ ସଂଯୋଜକ “ଏବଂ” ଏହି ପରି ଘଟଣାଗୁଡ଼ିକ ପାଇଁ କ୍ରମକୁ ସ୍ପଷ୍ଟ କରିବାକୁ ଯଥେଷ୍ଟ ଅଟେ । ଏହା ଆପଣଙ୍କ ଭାଷାରେ ଏହି କ୍ରମକୁ ସ୍ପଷ୍ଟ ଏବଂ ସଠିକ୍ ଭାବରେ ପ୍ରକାଶ କରେ କି ନାହିଁ ତାହା ଆପଣଙ୍କୁ ସ୍ଥିର କରିବା ଉଚିତ ।

ଅନୁବାଦ କୌଶଳଗୁଡ଼ିକ

ଯଦି ଆପଣଙ୍କ ଭାଷାରେ ଘଟଣାଗୁଡ଼ିକର କ୍ରମ ସ୍ପଷ୍ଟ, ତେବେ କ୍ରମକୁ ଏହିପରି ଅନୁବାଦ କରନ୍ତୁ ।

(1) ଯଦି ସଂଯୋଗକାରୀ ଶବ୍ଦ ସ୍ପଷ୍ଟ ନୁହେଁ, ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ ଯାହା କ୍ରମକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରେ ।

(2) ଯଦି ବାକ୍ୟାଂଶଗୁଡ଼ିକ ଏକ କ୍ରମରେ ଅଛି ଯାହା କ୍ରମକୁ ଅସ୍ପଷ୍ଟ କରେ, ତେବେ ବାକ୍ୟାଂଶଗୁଡ଼ିକୁ ସ୍ପଷ୍ଟ ଭାବେ ଏକ କ୍ରମରେ ରଖନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ସଂଯୋଗକାରୀ ଶବ୍ଦ ସ୍ପଷ୍ଟ ନୁହେଁ, ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ ଯାହା କ୍ରମକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରେ ।

ତା’ପରେ ମରୀୟମ ଉଠିଲେ ଏବଂ ସେ ଶୀଘ୍ର ପାହାଡ ଦେଶକୁ ଯାଇ ଯିହୁଦା ସହରକୁ ଗଲେ। ଏବଂ ସେ ଜିଖରୀୟଙ୍କ ଗୃହରେ ପ୍ରବେଶ କଲେ, ଏବଂ ପରେ ସେ ଏଲୀଶାବେଥଙ୍କୁ ନମସ୍କାର କଲେ। ଲୂକ 1:39-40 ULT

ତା’ପରେ ମରୀୟମ ଉଠିଲେ। ତା’ପରେ ସେ ଶୀଘ୍ର ପାହାଡ ଦେଶକୁ ଯାଇ ଯିହୁଦା ସହରକୁ ଗଲେ। ତା’ପରେ ସେ ଜିଖରୀୟଙ୍କ ଗୃହରେ ପ୍ରବେଶ କଲେ, ଏବଂ ପରେ ସେ ଏଲୀଶାବେଥଙ୍କୁ ନମସ୍କାର କଲେ।

କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ। (ଯିଶାଇୟ 7:16 ULT)

କାରଣ ସମୟ ଆସିବ ଯେତେବେଳେ ବାଳକଟି ମନ୍ଦକୁ ପ୍ରତ୍ୟାଖ୍ୟାନ କରିବାକୁ ଏବଂ ଭଲକୁ ବାଛିବାକୁ ଜାଣିବ, କିନ୍ତୁ ସେହି ସମୟ ପୂର୍ବରୁ, ଯେଉଁ ଦେଶକୁ ତୁମ୍ଭେ ଦୁଇ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ ।

(2) ଯଦି ବାକ୍ୟାଂଶଗୁଡ଼ିକ ଏକ କ୍ରମରେ ଅଛି ଯାହା କ୍ରମକୁ ଅସ୍ପଷ୍ଟ କରେ, ତେବେ ବାକ୍ୟାଂଶଗୁଡ଼ିକୁ ସ୍ପଷ୍ଟ ଭାବେ ଏକ କ୍ରମରେ ରଖନ୍ତୁ ।

କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେହି ଦେଶ ପରିତ୍ୟକ୍ତ ହେବ।

ଘଟଣାଗୁଡ଼ିକର କ୍ରମ ବିଷୟରେ ଅଧିକ ଜାଣିବା ପାଇଁ, ଘଟଣାଗୁଡ଼ିକର କ୍ରମ ଦେଖନ୍ତୁ