or_ta/translate/grammar-connect-logic-result/01.md

12 KiB
Raw Permalink Blame History

ଯୁକ୍ତିଯୁକ୍ତ ସମ୍ପର୍କ

କେତେକ ସଂଯୋଜକ ଦୁଇଟି ଶବ୍ଦ ସମୂହ, ଖଣ୍ଡ ବାକ୍ୟ, ବାକ୍ୟ, ପାଠ୍ୟର ଅଂଶ ମଧ୍ୟରେ ଯୁକ୍ତିଯୁକ୍ତ ସମ୍ପର୍କ ସ୍ଥାପନ କରନ୍ତି।

ସମ୍ପର୍କର କାରଣ-ଏବଂ-ପରିଣାମ

ବିବରଣ

ଗୋଟିଏ କାରଣ-ଏବଂ-ଫଳାଫଳ ସମ୍ପର୍କ ହେଉଛି ଏକ ଯୁକ୍ତିଯୁକ୍ତ ସମ୍ପର୍କ ଯେଉଁଥିରେ ଗୋଟିଏ ଘଟଣା ହେଉଛି କାରଣ କିମ୍ବା ଅନ୍ୟ ଘଟଣାର କାରଣ ଅଟେ। ଦ୍ୱିତୀୟ ଘଟଣା, ତା'ପରେ, ପ୍ରଥମ ଘଟଣାର ଫଳାଫଳ

ଏହା ଅନୁବାଦର ଏକ ପରିଣାମ

ଗୋଟିଏ କାରଣ-ଏବଂ-ଫଳାଫଳ ସମ୍ପର୍କ ଆଗକୁ ଯାଇପାରେ - "ମୁଁ Y କଲି କାରଣ ମୁଁ X ହେବ ବୋଲି ଚାହୁଁଥିଲି।" କିନ୍ତୁ ସାଧାରଣ ଭାବରେ ଏହା ବିରରୀତ ଭାବରେ ହୁଏ - "X ହେବାରୁ ମୁଁ Y କଲି।" ଆହୁରି ମଧ୍ୟ, ଫଳାଫଳ ପୂର୍ବରୁ କିମ୍ବା ପରେ ଏହାର କାରଣ ଦର୍ଶାଇବା ସମ୍ଭବ। କାରଣ ଏବଂ ଫଳାଫଳ ପାଇଁ ଅନେକ ଭାଷାର ପସନ୍ଦିତ କ୍ରମ ଅଛି, ଏବଂ ଯଦି ସେମାନେ ବିପରୀତ କ୍ରମରେ ଥାଆନ୍ତି ତେବେ ପାଠକ ନିମନ୍ତେ ଏହା ଦ୍ୱନ୍ଦ୍ୱପୂର୍ଣ୍ଣ। ଇଂରାଜୀରେ ଗୋଟିଏ କାରଣ-ଏବଂ-ଫଳାଫଳ ସମ୍ପର୍କକୁ ସୂଚାଇବା ପାଇଁ ବ୍ୟବହୃତ ସାଧାରଣ ଶବ୍ଦଗୁଡ଼ିକ ହେଉଛି “କାରଣ,” “ଏଣୁ”, “ସେହି କାରଣରୁ” ଏବଂ “ପାଇଁ”। ଲକ୍ଷ୍ୟ ସମ୍ପର୍କକୁ ସୂଚାଇବା ପାଇଁ ଏହି ଶବ୍ଦଗୁଡିକ ମଧ୍ୟରୁ କେତେକ ମଧ୍ୟ ବ୍ୟବହୃତ ହୋଇପାରେ, ଏଣୁ ଅନୁବାଦକମାନେ ଏକ ଲକ୍ଷ୍ୟ ସମ୍ପର୍କ ଏବଂ ଏକ କାରଣ-ଏବଂ-ଫଳାଫଳ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ। ଅନୁବାଦକମାନେ ବୁଝିବା ଆବଶ୍ୟକ ଯେ ଦୁଇଟି ଘଟଣା କିପରି ସଂଯୁକ୍ତ ଏବଂ ତା’ପରେ ସେମାନଙ୍କୁ ନିଜ ଭାଷାରେ ସ୍ପଷ୍ଟ ଭାବରେ ଯୋଗାଯୋଗ କର।

ଯଦି ଏହାର କାରଣ ଏବଂ ଫଳାଫଳ ବିଭିନ୍ନ ପଦରେ ବର୍ଣ୍ଣିତ ହୋଇଛି, ତଥାପି ସେମାନଙ୍କୁ ଏହାକୁ ଏକ ଭିନ୍ନ କ୍ରମରେ ରଖିବା ସମ୍ଭବ। ଯଦି ଆପଣ ପଦଗୁଡ଼ିକର କ୍ରମ ପରିବର୍ତ୍ତନ କରନ୍ତି, ତେବେ ପଦଗୁଡ଼ିକର ସଂଖ୍ୟାକୁ ଏକତ୍ର ରଖନ୍ତୁ, ଯାହା ଏହିପରି ଭାବରେ ପୁନର୍ସଜ୍ଜୀକରଣ ହୋଇଥିଲା: 1-2। ଏହାକୁ ଏକ [ପଦର ସେତୁ] କୁହାଯାଏ (../translate-versebridge/01.md)।

OBS ଏବଂ ବାଇବଲରୁ ଉଦାହାରଣ

ଯିହୁଦୀମାନେ ଆଶ୍ଚର୍ଯ୍ୟ ହେଲେ, ଯେଣୁ ଶାଉଲ ବିଶ୍ଵାସୀମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, ଏବଂ ବର୍ତ୍ତମାନ ସେ ଯୀଶୁଙ୍କଠାରେ ବିଶ୍ୱାସ କରୁଛନ୍ତି! (କାହାଣୀ 46 କଳ୍ପନା 6 OBS)

କାରଣ ହେଉଛି ଶାଉଲଙ୍କ ପରିବର୍ତ୍ତନ ସେ ଲୋକମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରୁଥିଲେ, ଏବଂ ବର୍ତ୍ତମାନ ସେ ନିଜେ ଯୀଶୁଙ୍କୁ ବିଶ୍ଵାସ କରୁଛନ୍ତି। ଏହାର ଫଳାଫଳ ହେଉଛି ଯିହୁଦୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। “କାରଣ” ଦୁଇଟି ଉଦ୍ଦେଶ୍ୟକୁ ସଂଯୋଗ କରେ ଏବଂ ସୂଚାଇଥାଏ ଯେ ଏହା ଅନୁସରଣ କରୁଥିବା ଏକ କାରଣ ଅଟେ।

ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେପରି ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା। (ମାଥିଉ 8:24 ULT)

କାରଣ ହେଉଛି ପ୍ରବଳ ଝଡ଼, ଏବଂ ଫଳାଫଳ ହେଉଛି ଯେପରି ଡଙ୍ଗା ତରଙ୍ଗରେ ଆଚ୍ଛାଦିତ ହେଲା। ଦୁଇଟି ଘଟଣା “ଯେପରି” ଦ୍ୱାରା ସଂଯୁକ୍ତ। ଧ୍ୟାନ ଦିଅ ଯେ “ଯେପରି” ଶବ୍ଦ ଭାବପ୍ରକାଶର ଭଙ୍ଗୀର ଏକ ଲକ୍ଷ୍ୟ ସମ୍ପର୍କକୁ ସୂଚିତ କରେ, କିନ୍ତୁ ଏଠାରେ ସମ୍ପର୍କ ହେଉଛି କାରଣ-ଏବଂ-ପରିଣାମ/ଫଳାଫଳ। ଏହାର କାରଣ ହେଉଛି ସମୁଦ୍ର ଚିନ୍ତା କରିପାରିବ ନାହିଁ ଏବଂ ସେହି କାରଣରୁ ଏକ ଲକ୍ଷ୍ୟ ନାହିଁ।

ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, ଯେହେତୁ ସେହି ଦିନରେ ପରମେଶ୍ଵର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। (ଆଦି ପୁସ୍ତକ 2:3 ULT)

ପରିଣାମ ହେଉଛି ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, କାରଣ ହେଉଛି କାରଣ ସେ ସପ୍ତମ ଦିନରେ ନିଜ କାମରୁ ବିଶ୍ରାମ ନେଇଥିଲେ।

ଦୀନହୀନମାନେ ଧନ୍ୟ, କାରଣ ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର। (Luke 6:20 ULT)

ଫଳାଫଳ ହେଉଛି ଦୀନହୀନମାନେ ଧନ୍ୟ ହୁଅନ୍ତି। କାରଣ ହେଉଛି ପରମେଶ୍ଵରଙ୍କ ରାଜ୍ୟ ସେମାନଙ୍କର ଅଟେ।

ଏଣୁ ସେମାନଙ୍କ ପରିବର୍ତ୍ତେ ସେମାନଙ୍କର ଯେଉଁ ସନ୍ତାନଗଣକୁ ସଦାପ୍ରଭୁ ଉଠାଇଲେ, ଯିହୋଶୂୟ ସେମାନଙ୍କର ସୁନ୍ନତ କରାଇଲେ; ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନ ଥିଲା। (ଯିହୋଶୂୟ 5: 7 ULT)

ପରିଣାମ ହେଉଛି ଯିହୋଶୂୟ ମରୁଭୂମିରେ ଜନ୍ମ ହୋଇଥିବା ବାଳକ ଓ ପୁରୁଷମାନଙ୍କୁ ସୁନ୍ନତ କଲେ। କାରଣ ସେମାନେ ଯାତ୍ରା କରୁଥିବା ସମୟରେ ସୁନ୍ନତ ହୋଇନଥିଲେ।

ଅନୁବାଦର କୌଶଳ

ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଢ଼ଙ୍ଗରେ କାରଣ-ଏବଂ-ପରିଣାମ ସମ୍ପର୍କ ବ୍ୟବହାର କରେ, ତେବେ ଯେପରି ସେଗୁଡ଼ିକ ଅଛି ସେହିପରି ବ୍ୟବହାର କର।

  1. ଯଦି ଖଣ୍ଡବାକ୍ୟ ଗୁଡ଼ିକର କ୍ରମ ପାଠକ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ, ତେବେ କ୍ରମ ପରିବର୍ତ୍ତନ କର।
  2. ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଅଧିକ ସ୍ପଷ୍ଟ ସଂଯୋଗ ଶବ୍ଦ ବ୍ୟବହାର କର।
  3. ଯଦି ଖଣ୍ଡବାକ୍ୟର ଯାହା ଗୋଟିଏ ନାହିଁ ଏକ ସଂଯୋଗୀକରଣ ଶବ୍ଦ ଉଦ୍ଦିଷ୍ଟ ସ୍ଥାନରେ ରଖିବା ଅଧିକ ସ୍ପଷ୍ଟ, ତେବେ ସେପରି କର।

ପ୍ରୋୟୋଗ ଅନୁବାଦ କୌଶଳର ଉଦାହରଣ

ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, ଯେହେତୁ ସେହି ଦିନରେ ପରମେଶ୍ଵର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। (ଆଦି ପୁସ୍ତକ 2:3 ULT)

(1) ପରମେଶ୍ଵର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟ ଯାହା ସେ ତାହାଙ୍କର ସୃଷ୍ଟିରେ କରିଥିଲେ ସେଥିରୁ ବିଶ୍ରାମ ନେଇଥିଲେ। ସେଥି ପାଇଁ ସେ ସପ୍ତମ ଦିନକୁ ଆଶୀର୍ବାଦ ଏବଂ ପବିତ୍ର କଲେ।

ଦୀନହୀନମାନେ ଧନ୍ୟ, କାରଣ ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର। (Luke 6:20 ULT)

(1) ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର, ଯେଉଁମାନେ ଦୀନହୀନ ଅଟନ୍ତି। ସେହି କାରଣରୁ, ଦୀନହୀନମାନେ ଧନ୍ୟ ହୁଅନ୍ତି।

(2) ଦୀନହୀନମାନେ ଧନ୍ୟ, କାରଣ ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର।

(3) ଏହାର କାରଣ ହେଉଛି ଦୀନହୀନମାନେ ଧନ୍ୟ କାରଣ ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର।

ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେପରି ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା। (ମାଥିଉ 8:24 ULT)

(1) ଦେଖ, ତରଙ୍ଗ ସକାଶୁ ନୌକାଟି ଆଚ୍ଛାଦିତ ହେବାକୁ ହୋଇଅଛି କାରଣ ସମୁଦ୍ରରେ ଏକ ପ୍ରବଳ ଝଡ଼ ହେଲା।

(2) ଦେଖ, ସମୁଦ୍ରରେ ଏକ ପ୍ରବଳ ଝଡ଼ ହେଲା, ଯାହା ଫଳରେ ନୌକାଟି ତରଙ୍ଗରେ ଆଚ୍ଛାଦିତ ହେଲା।

(3) ଦେଖ, ସମୁଦ୍ରରେ ଏକ ପ୍ରବଳ ଝଡ଼ ହେବା ହେତୁରୁ, ନୌକାଟି ତରଙ୍ଗରେ ଆଚ୍ଛାଦିତ ହେଲା।

ଯେହେତୁ ସମସ୍ତଙ୍କ କୋଳାହଳ ହେତୁ ସେନାପତି କିଛି କହିପାରିଲେ ନାହିଁ, ତେଣୁ ସେ ପାଉଲଙ୍କୁ ଗଡ଼କୁ ଘେନିଯିବାକୁ ଆଦେଶ ଦେଲେ। (ପ୍ରେରିତ 21:34 ULT)

(1) ସେନାପତି ପାଉଲଙ୍କୁ ଗଡ଼ ନିକଟକୁ ଆଣିବାକୁ ଆଦେସ ଦେଲେ, କାରଣ ସମସ୍ତଙ୍କର କୋଳାହଳ ହେତୁରୁ ସେ କିଛି କହିପାରିଲେ ନାହିଁ। (2) କାରଣ ସମସ୍ତଙ୍କର କୋଳାହଳ ହେତୁରୁ ସେନାପତି କିଛି କହିପାରିଲେ ନାହିଁ, ତେଣୁ ସେ ପାଉଲଙ୍କୁ ଗଡ଼କୁ ଆଣିବାକୁ ଆଦେଶ ଦେଲେ।

(3) ସମସ୍ତଙ୍କ କୋଳାହଳ ହେତୁ ସେନାପତି କିଛି କହିପାରିଲେ ନାହିଁ, ଏଣୁ ପାଉଲଙ୍କୁ ଗଡ଼କୁ ଆଣିବାକୁ ଆଦେଶ ଦେଲେ।