or_ta/translate/grammar-connect-condition-h.../01.md

11 KiB

ସର୍ତ୍ତମୂଳକ ସମ୍ପର୍କ

ସର୍ତ୍ତମୂଳକ ସଂଯୋଜକ ଦୁଇଟି ବାକ୍ୟକୁ ସଂଯୋଗ କରି ବାକ୍ୟର ଅନ୍ୟ ବାକ୍ୟ ସହ ସଂଯୋଗ କରେ । ଇଂରାଜୀରେ, ସର୍ତ୍ତମୂଳକ ବାକ୍ୟକୁ ସଂଯୋଗ କରିବାର ସବୁଠାରୁ ସାଧାରଣ ଶବ୍ଦଗୁଡ଼ିକ ହେଲା “ଯଦି… ତେବେ” ପ୍ରାୟତଃ “ତେବେ” ଶବ୍ଦ ଦର୍ଶାଯାଏ ନାହିଁ ।

ଆନୁମାନିକ ସର୍ତ୍ତ

ବର୍ଣ୍ଣନା

ଏକ ଆନୁମାନିକ ସର୍ତ୍ତ ଏକ ସର୍ତ୍ତ ଅଟେ ଯେଉଁଥିରେ ଦ୍ୱିତୀୟ ଘଟଣା (“ତାପରେ” ବାକ୍ୟାଂଶ) କେବଳ ଘଟିବ ଯଦି ପ୍ରଥମ ଘଟଣା (“ଯଦି” ବାକ୍ୟାଂଶ) ଘଟେ କିମ୍ବା କୌଣସି ପ୍ରକାରେ ପୂରଣ ହୁଏ । ବେଳେବେଳେ ଯାହା ଘଟେ ତାହା ଅନ୍ୟ ଲୋକମାନଙ୍କ କ୍ରିୟା ଉପରେ ନିର୍ଭରଶୀଳ ଥାଏ ।

କାରଣ ଏହା ଏକ ଅନୁବାଦ ସମସ୍ୟା

କୌଣସି ବିଷୟ କିମ୍ବା ବାକ୍ୟ ଆନୁମାନିକ ସର୍ତ୍ତ କି ନୁହେଁ ତାହା ସଠିକ ଭବରେ ଅନୁବାଦ କରିବା ପାଇଁ ଅନୁବାଦକମାନେ ଏହା ସଠିକ୍ ଭାବରେ ଜାଣିବା ଉଚିତ ଅଟେ। ଉଦାହରଣ ସ୍ୱରୂପ, ଇସ୍ରାଏଲ ପ୍ରତି ଈଶ୍ଵରଙ୍କ କେତେକ ପ୍ରତିଜ୍ଞା ସର୍ତ୍ତମୂଳକ  ଥିଲା, ଏବଂ ଏହା ଈଶ୍ଵରଙ୍କ ଆଜ୍ଞାଗୁଡ଼ିକୁ ପ୍ରତି ଆଜ୍ଞାକାରୀ ରହିବା ଉପରେ ଆଧାରିତ ଥିଲା । କିନ୍ତୁ, ଇସ୍ରାଏଲୀୟମାନେ ଈଶ୍ଵରଙ୍କ ଏହି ପ୍ରତିଜ୍ଞା ପାଳନ କରନ୍ତୁ କିମ୍ବା ନ କରନ୍ତୁ, ଇସ୍ରାଏଲ ପ୍ରତି ଈଶ୍ଵରଙ୍କ ଅନେକ ପ୍ରତିଜ୍ଞା ସର୍ତ୍ତମୂଳକ ନ ଥିଲା । ଆପଣ (ଅନୁବାଦକ) ଏହି ଦୁଇ ପ୍ରକାରର ପ୍ରତିଜ୍ଞା ମଧ୍ୟରେ ପାର୍ଥକ୍ୟ ଜାଣି ନିଜ ଭାଷାରେ ସଠିକ୍ ଭାବରେ ପ୍ରକାଶ କରିବା ଗୁରୁତ୍ଵ ଅଟେ । ବେଳେବେଳେ ସର୍ତ୍ତଗୁଡ଼ିକୁ ସେଗୁଡ଼ିକର କ୍ରମାଠାରୁ ଭିନ୍ନ କ୍ରମରେ ବର୍ଣ୍ଣିତ କରାଯାଏ । ଯଦି ସ୍ଥାନୀୟ ଭାଷା ଏକ ଭିନ୍ନ କ୍ରମରେ ବାକ୍ୟାଂଶଗୁଡ଼ିକୁ ଦର୍ଶାଏ, ତେବେ ଆପଣ ସେଠାରେ ସଂଶୋଧନ କରନ୍ତୁ ।

OBS ଏବଂ ବାଇବେଲରୁ ଉଦାହରଣଗୁଡ଼ିକ

ଯଦି ଲୋକମାନେ ଏହି ନିୟମଗୁଡ଼ିକୁ ପାଳନ କରିବେ ତେବେ ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନଙ୍କୁ ସୁରକ୍ଷା ଦେବେ । କିନ୍ତୁ ଯଦି ସେମାନେ ତାହା ପାଳନ ନକରନ୍ତି ତେବେ ସେ ସେମାନଙ୍କୁ ଦଣ୍ଡ ଦେବେ ବୋଲି କହିଲେ (କାହାଣୀ 13 ଫ୍ରେମ୍ 7 OBS)

ଏହି ଫ୍ରେମରେ ଦୁଇଟି ଆନୁମାନିକ ସର୍ତ୍ତ ଅଛି । ଏହି ଦୁଇଟି ସର୍ତ୍ତରେ, ପ୍ରଥମ ଘଟଣା (“ଯଦି ବାକ୍ୟାଂଶ’”) “ତାପରେ” ବାକ୍ୟାଂଶ ପରେ ଦର୍ଶାଯାଇଛି । ଯଦି ଏହା ଅସ୍ୱାଭାବିକ କିମ୍ବା ଦ୍ୱନ୍ଦ୍ୱପୂର୍ଣ୍ଣ, ତେବେ ବାକ୍ୟାଂଶଗୁଡ଼ିକ ଅଧିକ ସ୍ୱାଭାବିକ କ୍ରମରେ ପୁନଃ ପ୍ରକାଶ କରାଯାଇପାରିବ । ପ୍ରଥମ ଆନୁମାନିକ ସର୍ତ୍ତ ହେଉଛି: ଯଦି ଇସ୍ରାଏଲ ଈଶ୍ଵରଙ୍କ କଥା ମାନନ୍ତି, ତେବେ ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ରକ୍ଷା କରିବେ । ଦ୍ୱିତୀୟ ଆନୁମାନିକ ସର୍ତ୍ତ ହେଉଛି: ଯଦି ଇସ୍ରାଏଲୀୟମାନେ ଈଶ୍ଵରଙ୍କ କଥା ମାନନ୍ତି ନାହିଁ, ତେବେ ଈଶ୍ଵର ସେମାନଙ୍କୁ ଦଣ୍ଡ ଦେବେ ।

ସତ୍କର୍ମ କଲେ, କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? (ଆଦିପୁସ୍ତକ 4: 7a ULT)

ଯଦି କୟିନ ସତ୍କର୍ମ କରେ, ତେବେ ସେ ଗ୍ରହଣୀୟ ହେବ । କୟିନ ଗ୍ରହଣୀୟ ହେବାର ଏକମାତ୍ର ଉପାୟ ହେଉଛି ଯାହା ଠିକ୍ ତାହା କରିବା ।

ଯଦି ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ; କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ । (ପ୍ରେରିତ 5: 38b-39aULT)

ଏଠାରେ ଦୁଇଟି ଆନୁମାନିକ ସର୍ତ୍ତ ଅଛି: (1) ଯଦି ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ; (2) କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ ।

ଅନୁବାଦ କୌଶଳଗୁଡ଼ିକ

(1) ଯଦି ବାକ୍ୟାଂଶଗୁଡ଼ିକର କ୍ରମ ଆନୁମାନିକ ସର୍ତ୍ତକୁ ଦ୍ୱନ୍ଦ୍ୱରେ ପକାଏ, ତେବେ ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରନ୍ତୁ ।

(2) ଯଦି ଦ୍ୱିତୀୟ ଘଟଣା କେଉଁଠାରେ ଅଛି ତାହା ସ୍ପଷ୍ଟ ନୁହେଁ, ସେହି ଅଂଶକୁ “ତାପରେ” ଭଳି ଶବ୍ଦ ସହିତ ଚିହ୍ନିତ କରନ୍ତୁ ।

ପ୍ରାୟୋଗିକ ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ବାକ୍ୟାଂଶଗୁଡ଼ିକର କ୍ରମ ଆନୁମାନିକ ସର୍ତ୍ତକୁ ଦ୍ୱନ୍ଦ୍ୱରେ ପକାଏ, ତେବେ ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରନ୍ତୁ ।

ଯଦି ଲୋକମାନେ ଏହି ନିୟମଗୁଡ଼ିକୁ ପାଳନ କରିବେ ତେବେ ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନଙ୍କୁ ସୁରକ୍ଷା ଦେବେ । କିନ୍ତୁ ଯଦି ସେମାନେ ତାହା ପାଳନ ନକରନ୍ତି ତେବେ ସେ ସେମାନଙ୍କୁ ଦଣ୍ଡ ଦେବେ ବୋଲି କହିଲେ (କାହାଣୀ 13 ଫ୍ରେମ୍ 7 OBS)

ଯଦି ଲୋକମାନେ ଏହି ନିୟମଗୁଡ଼ିକୁ ପାଳନ କରିବେ ତେବେ ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନଙ୍କୁ ସୁରକ୍ଷା ଦେବେ । କିନ୍ତୁ ଯଦି ସେମାନେ ତାହା ପାଳନ ନକରନ୍ତି ତେବେ ସେ ସେମାନଙ୍କୁ ଦଣ୍ଡ ଦେବେ ବୋଲି କହିଲେ ।

(2) ଯଦି ଦ୍ୱିତୀୟ ଘଟଣା କେଉଁଠାରେ ଅଛି ତାହା ସ୍ପଷ୍ଟ ନୁହେଁ, ସେହି ଅଂଶକୁ “ତାପରେ” ଭଳି ଶବ୍ଦ ସହିତ ଚିହ୍ନିତ କରନ୍ତୁ ।

ଯଦି ଲୋକମାନେ ଏହି ନିୟମଗୁଡ଼ିକୁ ପାଳନ କରିବେ ତେବେ ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନଙ୍କୁ ସୁରକ୍ଷା ଦେବେ । କିନ୍ତୁ ଯଦି ସେମାନେ ତାହା ପାଳନ ନକରନ୍ତି ତେବେ ସେ ସେମାନଙ୍କୁ ଦଣ୍ଡ ଦେବେ ବୋଲି କହିଲେ (କାହାଣୀ 13 ଫ୍ରେମ୍ 7 OBS)

ଯଦି ଲୋକମାନେ ଏହି ନିୟମଗୁଡ଼ିକୁ ପାଳନ କରିବେ ତେବେ ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେମାନଙ୍କୁ ସୁରକ୍ଷା ଦେବେ । କିନ୍ତୁ ଯଦି ସେମାନେ ତାହା ପାଳନ ନକରନ୍ତି ତେବେ ସେ ସେମାନଙ୍କୁ ଦଣ୍ଡ ଦେବେ ବୋଲି କହିଲେ (କାହାଣୀ 13 ଫ୍ରେମ୍ 7 OBS)

ଯଦି ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ; କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ । (ପ୍ରେରିତ 5: 38b-39aULT)

ଯଦି ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତେବେ ତାହା ଉଚ୍ଛିନ୍ନ ହୋଇଯିବ; କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତେବେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ ।