or_ta/translate/grammar-connect-condition-fact/01.md

10 KiB

ସର୍ତ୍ତମାନ ସମ୍ପର୍କ

ସର୍ତ୍ତମୂଳକ ସଂଯୋଜକ ଦୁଇଟି ବାକ୍ୟକୁ ସଂଯୋଗ କରି ଏକ ଘଟଣା ସହ ଅନ୍ୟ ଘଟଣାକୁ ସଂଯୋଗ କରେ । ଇଂରାଜୀ ଭାଷାରେ, ସର୍ତ୍ତମୂଳକ ବାକ୍ୟକୁ ସଂଯୋଗ କରିବାର ସବୁଠାରୁ ସାଧାରଣ ଶବ୍ଦଗୁଡ଼ିକ ହେଲା, “ଯଦି… ତେବେ”ତଥାପି, “ତେବେ” ଶବ୍ଦ ଦର୍ଶାଯାଏ ନାହିଁ ।

ବାସ୍ତବିକ ସର୍ତ୍ତମାନ

ବର୍ଣ୍ଣନା

ଏକ ବାସ୍ତବିକ ସର୍ତ୍ତ ଶବ୍ଦ ଏକ ସର୍ତ୍ତ ଅଟେ ଯାହା ଆନୁମାନିକ ଶବ୍ଦ କିନ୍ତୁ ବକ୍ତାଙ୍କ ମନର ନିଶ୍ଚିତ ବା ସତ୍ୟ ଅଟେ। ଇଂରାଜୀରେ, ଏକ ବାସ୍ତବିକ ସର୍ତ୍ତ ଶବ୍ଦ ଧାରଣ କରିଥିବା ଏକ ବାକ୍ୟ “ଯଦିଓ,” “ଯେହେତୁ”, କିମ୍ବା “ଏହିପରି” ଶବ୍ଦ ବ୍ୟବହାର କରେ ଯାହା ଏହା ଏକ ବାସ୍ତବିକ ସର୍ତ୍ତକୁ ବୁଝାଏ, ଏକ  ଆନୁମାନିକ ସର୍ତ୍ତକୁ ବୁଝାଏ ନାହିଁ ।

କାରଣ ଏହା ଏକ ଅନୁବାଦ ସମସ୍ୟା

କେତେକ ଭାଷା ଯଦି କୌଣସି ବିଷୟ ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ଅଟେ ତେବେ ଏହାକୁ ସର୍ତ୍ତ ଭାବରେ ଦର୍ଶାଏ ନାହିଁ । ଏହି ଭାଷାଗୁଡ଼ିକର ଅନୁବାଦକମାନେ ମୂଳ ଭାଷାଗୁଡ଼ିକୁ ଭୁଲ ବୁଝିପାରନ୍ତି ଏବଂ ଭାବିପାରନ୍ତି ଯେ ସର୍ତ୍ତଗୁଡ଼ିକ ଅନିଶ୍ଚିତ ଅଟେ । ଏହା ସେମାନଙ୍କ ଅନୁବାଦରେ ତ୍ରୁଟି ଘଟାଇ ପାରେ । ଯଦିଓ ଅନୁବାଦକମାନେ ସର୍ତ୍ଗୁଡିକୁ ନିଶ୍ଚିତ ବା ସତ୍ୟ ବୋଲି ବୁଝି ପାରନ୍ତି, ପାଠକମାନେ ଏହାକୁ ଭୁଲ ବୁଝିପାରନ୍ତି । ଏହି ପରିପ୍ରେକ୍ଷୀରେ, ଏହାକୁ ଏକ ସର୍ତ୍ତପ୍ରକାଶକ ବାକ୍ୟ ପରିବର୍ତ୍ତେ ବାସ୍ତବିକ ବାକ୍ୟ ଭାବରେ ଅନୁବାଦ କରନ୍ତୁ ।

OBS ଏବଂ ବାଇବେଲରୁ ଉଦାହରଣଗୁଡ଼ିକ

“ଯଦି ଯିହୋବା ପରମେଶ୍ୱର ଅଟନ୍ତି, ତେବେ ତାହାକୁ ଉପାସନା କର!” (କାହାଣୀ 19 ଫ୍ରେମ୍ 6 OBS)

ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ଯିହୋବା ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍‍ ପରମେଶ୍ଵର ହୁଏ, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ। (1 ରାଜା 18:21 ULT)

ଏହି ବାକ୍ୟ ଏକ ଆନୁମାନିକ ସର୍ତ୍ତ ସହ ଗଠିତ ଅଟେ । ସର୍ତ୍ତ “ଯଦି ଯିହୋବା ପରମେଶ୍ୱର ଅଟନ୍ତି।” ଯଦି ତାହା ସତ୍ୟ, ତେବେ ଇସ୍ରାଏଲୀୟମାନେ ଯିହୋବାଙ୍କୁ ଉପାସନା କରିବା ଉଚିତ୍। କିନ୍ତୁ ଭବିଷ୍ୟ‌ଦ୍‌ବକ୍ତା ଏଲୀୟ ପ୍ରଶ୍ନ କରନ୍ତି ନାହିଁ ଯେ ଯିହୋବା ଈଶ୍ଵର ଅଟନ୍ତି କି? ବାସ୍ତବରେ, ସେ ଏତେ ନିଶ୍ଚିତ ଯେ ଯିହୋବା ପରମେଶ୍ୱର ଅଟନ୍ତି, ଯାହା ପରେ ସେ ନିଜ ବଳିଦାନ ଉପରେ ଜଳ ଢ଼ାଳନ୍ତି । ସେ ନିଶ୍ଚିତ ଯେ ଈଶ୍ଵର ସତ୍ୟ ଅଟନ୍ତି ଏବଂ ସେ ଏକ ସମ୍ପୂର୍ଣ୍ଣ ଓଦା ନୌବେଦ୍ୟକୁ ମଧ୍ୟ ଜାଳିପାରନ୍ତି । ଯିହୋବା ପରମେଶ୍ୱର ଅଟନ୍ତି ତେଣୁ ଲୋକମାନେ ତାହାଙ୍କୁ ଉପାସନା କରିବା ଉଚିତ୍ ବୋଲି ବାରମ୍ବାର ଭବିଷ୍ୟ‌ଦ୍‌ବକ୍ତାମାନେ ଶିକ୍ଷା ଦେଲେ । ଲୋକମାନେ ଯିହୋବାଙ୍କୁ ଉପାସନା କଲେ ନାହିଁ, ଯଦିଓ ସେ ଈଶ୍ଵର ଅଟନ୍ତି । ବାକ୍ୟ କିମ୍ବା ନିର୍ଦ୍ଦେଶକୁ ଏକ ବାସ୍ତବିକ ରୂପରେଖରେ ରଖି, ଏଲୀୟ ଇସ୍ରାଏଲୀୟମାନଙ୍କୁ ଅଧିକ ସ୍ପଷ୍ଟ ଭାବରେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ କଣ କରିବା ଉଚିତ୍ ।

“ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯଦି ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯଦି ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ।’ (ମଲାଖି 1: 6 ULT)

ଯିହୋବା ଇସ୍ରାଏଲର ଜଣେ ପିତା ଏବଂ ପ୍ରଭୁ ଅଟନ୍ତି ବୋଲି କହିଲେ, ଯଦିଓ ଏହା ଏକ ଉପକଳ୍ପିତ ସର୍ତ୍ତ ପରି ମନେହୁଏ କାରଣ ଏହା “ଯଦି” ରୁ ଆରମ୍ଭ ହୁଏ, କିନ୍ତୁ ଏହା ଉପକଳ୍ପିତ ନୁହେଁ । ଏହି ପଦଟି ହିତପଦେଶରୁ ଆରମ୍ଭ ହୁଏ ଯେ ପୁତ୍ର ନିଜ ପିତାଙ୍କୁ ସମ୍ମାନ କରେ । ସମସ୍ତେ ଜାଣନ୍ତି ଏହା ଠିକ୍ ଅଟେ । କିନ୍ତୁ ଇସ୍ରାଏଲୀୟମାନେ ଯିହୋବାଙ୍କୁ ସମ୍ମାନ ଦେଉ ନାହାଁନ୍ତି। ପଦର ଅନ୍ୟ ଉପଦେଶରେ କୁହାଯାଇଛି ଯେ ଜଣେ ସେବକ ନିଜ ମୁନିବକୁ ସମ୍ମାନ କରେ । ସମସ୍ତେ ଜାଣନ୍ତି ଏହା ଠିକ୍ ଅଟେ । କିନ୍ତୁ ଇସ୍ରାଏଲୀୟମାନେ ଯିହୋବାଙ୍କୁ ସମ୍ମାନ ଦେଉ ନାହାଁନ୍ତି, ତେଣୁ ସେ ସେମାନଙ୍କର ପ୍ରଭୁ ନୁହଁନ୍ତି ପରି ମନେହୁଏ। କିନ୍ତୁ ଯିହୋବା ପ୍ରଭୁ ଅଟନ୍ତି । ଇସ୍ରାଏଲୀୟମାନେ ଭୁଲ୍ ବୋଲି ଦର୍ଶାଇବାକୁ ଯିହୋବା ଏକ ସର୍ତ୍ତକୁ ବ୍ୟବହାର କରନ୍ତି । ଯଦି ସର୍ତ୍ତମୂଳକ ବାକ୍ୟ ସତ୍ୟ ଅଟେ ତେବେ ସର୍ତ୍ତର ଦ୍ୱିତୀୟ ଭାଗ ସ୍ୱାଭାବିକ ଭାବରେ ଆସିବା ଉଚିତ୍ ନୁହେଁ ।

ଅନୁବାଦ କୌଶଳଗୁଡ଼ିକ

ଯଦି ଏକ ଆନୁମାନିକ ସର୍ତ୍ତର ଗଠନ ବ୍ୟବହାର କରିବା ଦ୍ଵନ୍ଦ ସୃଷ୍ଟି କରେ କିମ୍ବା ପାଠକ ବାକ୍ୟର ପ୍ରଥମ ଭାଗରେ ଯାହା ଉଲ୍ଲେଖ ଅଛି ତାହା ଉପରେ ତାହା ଉପରେ ସନ୍ଦେହ କରେ, ତେବେ ଏହା ବଦଳରେ ଏକ ବାକ୍ୟ ବ୍ୟବହାର କରନ୍ତୁ । “ଯେହେତୁ” କିମ୍ବା “ଆପଣ ଜାଣନ୍ତି ଯେ…” କିମ୍ବା “ଏହା ସତ୍ୟ ଯେ…” ଶବ୍ଦଗୁଡ଼ିକ ଅର୍ଥକୁ ସ୍ପଷ୍ଟ କରିବାକୁ ସହାୟକ ହୋଇପାରେ ।

ପ୍ରାୟୋଗିକ ଅନୁବାଦ କୌଶଳର ଉଦାହରଣଗୁଡ଼ିକ

ଯଦି ଯିହୋବା ପରମେଶ୍ୱର ଅଟନ୍ତି, ତେବେ ତାହାକୁ ଉପାସନା କର!” (କାହାଣୀ 19 ଫ୍ରେମ୍ 6 OBS)

"ଯଦି ଏହା ସତ୍ୟ ଯେ ଯିହୋବା ପରମେଶ୍ବର ଅଟନ୍ତି, ତେଣୁ ତାହାଙ୍କୁ ଉପାସନା କର!"

“ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯଦି ପିତା ଅଟୁ, ତେବେ ଆମ୍ଭର ସମାଦର କାହିଁ? ଓ ଆମ୍ଭେ ଯଦି ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭମାନଙ୍କୁ ଏହା କହନ୍ତି। ପୁଣି, ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ନାମ ଅବଜ୍ଞା କରିଅଛୁ।’ (ମଲାଖି 1: 6 ULT)

“ଜଣେ ପୁତ୍ର ନିଜ ପିତାଙ୍କୁ ସମ୍ମାନ କରେ, ଏବଂ ଜଣେ ଦାସ ନିଜ ମାଲିକକୁ ସମ୍ମାନ କରେ। ଯେହେତୁ ମୁଁ, ଜଣେ ପିତା, ମୋହର ସମ୍ମାନ କେଉଁଠାରେ ଅଛି? ଯେହେତୁ ମୁଁ ଜଣେ ମାଲିକ, ମୋହର ପାଇଁ ସମ୍ମାନ କେଉଁଠାରେ ଅଛି? ”