or_ta/translate/grammar-connect-condition-c.../01.md

18 KiB

ସର୍ତ୍ତପ୍ରକାଶକ ସମ୍ପର୍କମାନ

ସର୍ତ୍ତପ୍ରକାଶକ ସଂଯୋଜଗୁଡ଼ିକ ଦୁଇଟି ବାକ୍ୟାଂଶକୁ ସଂଯୋଗ କରି ଘଟଣାଟି କେବେ ଘଟିବା ଦର୍ଶାନ୍ତି। ଇଂରାଜୀରେ, ସର୍ତ୍ତପ୍ରକାଶକ  ବାକ୍ୟାଂଶଗୁଡ଼ିକୁ "ଯଦି … ତେବେ" ଶବ୍ଦରେ  ସଂଯୋଗ କରାଯାଏ । ପ୍ରାୟତଃ,  "ତେବେ" ଶବ୍ଦକୁ ପ୍ରକାଶ କରାଯାଏ ନାହିଁ ।

ବାସ୍ତବିକ ସର୍ତ୍ତମାନର ବିପରୀତ

ବର୍ଣ୍ଣନା

ଏକ ବାସ୍ତବିକ ସର୍ତ୍ତ-ବିପରୀତ ଶବ୍ଦ ଏକ ସର୍ତ୍ତ ଅଟେ ଯାହା ଆନୁମାନିକ ଶବ୍ଦ ଅଟେ, କିନ୍ତୁ ଏହା ସତ ନୁହେଁ ଏ ବିଷୟରେ ବକ୍ତା ନିଶ୍ଚିତ ଅଟେ।

କାରଣ ଏହା ଏକ ଅନୁବାଦ ସମସ୍ୟା

ସାଧାରଣତଃ ବାସ୍ତବିକ ସର୍ତ୍ତ-ବିପରୀତ ଶବ୍ଦକୁ  ବୁଝାଉଥିବା କୌଣସି ବିଶେଷ ଶବ୍ଦ ନାହିଁ । ଏହା ପ୍ରକୃତ ସର୍ତ୍ତ ନୁହେଁ ତାହା ପାଠକଗଣ ଜାଣନ୍ତି ବୋଲି ଲେଖକ ଅନୁମାନ କରନ୍ତି । ଏହି କାରଣରୁ, ଏହା ସତ୍ୟ ନୁହେଁ ବୋଲି ଜାଣିବା ପାଇଁ ପ୍ରାୟତଃ ଏହା ସୂଚିତ ସୂଚନା ବିଷୟରେ ଜ୍ଞାନ ଆବଶ୍ୟକ କରେ । ଯଦି ଅନୁବାଦକମାନଙ୍କ ପାଇଁ ଏହା ପ୍ରକାଶ କରିବା କଷ୍ଟସାଧ୍ୟ ଅଟେ, ତେବେ ସେଗୁଡ଼ିକୁ Rhetorical Questions or Implied Information ପାଇଁ ବ୍ୟବହୃତ କୌଶଳଗୁଡ଼ିକୁ ଏଠାରେ ବ୍ୟବହାର କରିପାରନ୍ତି ।

OBS ଏବଂ ବାଇବେଲରୁ ଉଦାହରଣଗୁଡ଼ିକ

କିନ୍ତୁ ଯଦି ବାଲ୍ ଈଶ୍ଵର, ତେବେ ତାହାକୁ ଉପାସନା କର! (କାହାଣୀ 19 ଫ୍ରେମ୍ 6 OBS)

ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ଯିହୋବା ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍‍ ପରମେଶ୍ଵର ହୁଏ, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ। (1 ରାଜା 18:21 ULT)

ବାଲ୍ ଈଶ୍ଵର ନୁହଁନ୍ତି । ବାଲ୍ ଈଶ୍ଵର ବୋଲି ଏଲୀୟ ପରାମର୍ଶ ଦେଉ ନାହାଁନ୍ତି ଏବଂ ସେ ଚାହାଁନ୍ତି ନାହିଁ ଯେ ଲୋକମାନେ ବାଲ୍ କୁ ଅନୁସରଣ କରନ୍ତୁ। କିନ୍ତୁ ସେମାନେ ଯାହା କରୁଛନ୍ତି ତାହା ଭୁଲ୍ ଅଟେ ବୋଲି ସେମାନଙ୍କୁ ଦେଖାଇବାକୁ ଏଲୀୟ ଏକ ସର୍ତ୍ତପ୍ରକାଶକ ବାକ୍ୟ ବ୍ୟବହାର କଲେ । ଉପରୋକ୍ତ ଉଦାହରଣରେ, ଆମେ ଦୁଇଟି ସର୍ତ୍ତ ଦେଖୁ ଯାହାର ସମାନ ଗଠନ ଅଛି । ପ୍ରଥମଟି, “ଯିହୋବା ଯେବେ ପରମେଶ୍ୱର ହୁଅନ୍ତି,” ଏହା ଏକ ବାସ୍ତବିକ ସର୍ତ୍ତ କାରଣ ଏଲୀୟ ନିଶ୍ଚିତ ଯେ ଏହା ସତ୍ୟ ଅଟେ । ଦ୍ୱିତୀୟଟି, “ଯେବେ ବାଲ୍ ଈଶ୍ଵର,” ଏହା ବାସ୍ତବ ସର୍ତ୍ତ ବିପରିତ ଅଟେ କାରଣ ଏଲୀୟ ନିଶ୍ଚିତ ଯେ ଏହା ସତ୍ୟ ନୁହେଁ । ଲୋକମାନେ ଏହି ଦୁଇଟିକୁ ଆପଣଙ୍କ ଭାଷାରେ ସମାନ ଭାବରେ କହିବେ କିମ୍ବା ସେମାନେ ସେମାନଙ୍କୁ ଭିନ୍ନ ଉପାୟରେ କହିବେ ତାହା ଆପଣ ଦେଖନ୍ତୁ  ।

ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, “ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ଯିହୋବାଙ୍କର ସନ୍ତୋଷ ଥାଆନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରି ନ ଥାଆନ୍ତେ, ଅବା ସେ ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନ ଥାଆନ୍ତେ, କିଅବା ଏସମୟରେ ଏପରି କଥା ଶୁଣାଇ ନ ଥାଆନ୍ତେ।” (ବିଚାରକର୍ତ୍ତା 13:23 ULT)

ମାନୋହଙ୍କ ଭାର୍ଯ୍ୟା ଭାବନ୍ତି ଯେ ତାଙ୍କ ସର୍ତ୍ତପ୍ରକାଶକ ବାକ୍ୟର ଦ୍ୱିତୀୟ ଭାଗ ସତ୍ୟ ନୁହେଁ, ତେଣୁ ପ୍ରଥମ ଭାଗ ମଧ୍ୟ ସତ୍ୟ ନୁହେଁ । ଈଶ୍ଵର ସେମାନଙ୍କର ହୋମବଳି ଗ୍ରହଣ କଲେ। ତେଣୁ ସେ ସେମାନଙ୍କୁ ବଧ କରିବାକୁ ଇଚ୍ଛା କରନ୍ତି ନାହିଁ।

“ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯଦି ଆମ୍ଭେମାନେ ମିସର ଦେଶରେ ଯିହୋବାଙ୍କ ହସ୍ତରେ ମରିଥାନ୍ତୁ।“ (ଯାତ୍ରା 16b: 3 ULT)

ଅବଶ୍ୟ ଏଠାରେ କହୁଥିବା ଲୋକମାନେ ମିସରରେ ମରି ନ ଥିଲେ, ଏବଂ ଏହା ବାସ୍ତବିକ ସର୍ତ୍ତର ବିପରୀତ ଅଟେ ଯାହା ଏକ ଇଚ୍ଛା ପ୍ରକାଶ କରିବାକୁ ବ୍ୟବହୃତ ।

“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।” (ମାଥିଉ 11:21 ULT)

ଇଂରାଜୀ ପାଠକ ଜାଣନ୍ତି ଯେ ଏହି ଶେଷ ଦୁଇଟି ଉଦାହରଣ ହେଉଛି ପ୍ରଥମ ଭାଗରେ ବ୍ୟବହୃତ ଅତୀତ-କାଳ କ୍ରିୟାପଦ ଯୋଗୁଁ ବାସ୍ତବିକ ସର୍ତ୍ତର ବିପରୀତ (ସେଗୁଡ଼ିକ ଘଟୁଥିବା ବିଷୟମାନ ନୁହେଁ) । ଶେଷ ଉଦାହରଣର ଦ୍ୱିତୀୟ ଭାଗ ମଧ୍ୟ “ହୁଅନ୍ତା” ବ୍ୟବହାର କରେ । ଏହି ଶବ୍ଦଗୁଡ଼ିକ ମଧ୍ୟ ନ ଘଟିଥିବା ଘଟଣାକୁ ବୁଝାଏ।

ଅନୁବାଦ କୌଶଳଗୁଡ଼ିକ

ଯଦି ଆପଣଙ୍କ ଭାଷାରେ ବାସ୍ତବିକ ସର୍ତ୍ତର ବିପରୀତ ଶବ୍ଦଗୁଡ଼ିକ ସ୍ପଷ୍ଟ, ତେବେ ସେଗୁଡିକୁ ସେପରି ବ୍ୟବହାର କରନ୍ତୁ ।

(1) ଯଦି ସର୍ତ୍ତ ବକ୍ତା କୌଣସି ବିଷୟ ମିଥ୍ୟା ବୋଲି ବିଶ୍ଵାସ କରେ ବୋଲି ପାଠକକୁ ଭାବିବାକୁ ବାଧ୍ୟ କରେ, ତେବେ ସର୍ତ୍ତକୁ ଅନ୍ୟମାନେ ବିଶ୍ଵାସ କରୁଥିବା ଉପାୟରେ ପୁନଃ ପ୍ରକାଶ କରନ୍ତୁ ।

(2) ଯଦି ସର୍ତ୍ତ ପାଠକକୁ ବକ୍ତା ପରାମର୍ଶ ଦେଉଥିବା ପ୍ରଥମ ଭାଗଟି ସତ୍ୟ ଅଟେ ବୋଲି ଭାବିବାକୁ ପ୍ରବର୍ତ୍ତାଏ, ତେବେ ଏହାକୁ ଏକ ବାକ୍ୟ ଭାବରେ ପୁନଃ ପ୍ରକାଶ କରନ୍ତୁ ଯାହା ସତ୍ୟ ନୁହେଁ ।

(3) ଯଦି ସର୍ତ୍ତ ଏପରି କିଛି ପ୍ରକାଶ କରେ ଯାହା ଘଟି ନଥିଲା କିନ୍ତୁ ବକ୍ତା ଏହା ଘଟୁ ବୋଲି ଚାହୁଁଥିଲେ, ତେବେ ଏହାକୁ ଏକ ଇଚ୍ଛା ଭାବରେ ପୁନଃ ପ୍ରକାଶ କରନ୍ତୁ ।

(4) ଯଦି ସର୍ତ୍ତ ଏପରି କିଛି ପ୍ରକାଶ କରେ ଯାହା ଘଟି ନଥିଲା, ତେବେ ଏହାକୁ ଏକ ନକାରାତ୍ମକ ବାକ୍ୟ ଭାବରେ ପୁନଃ ପ୍ରକାଶ କରନ୍ତୁ ।

(5) ଆଚରଣରେ ପରିବର୍ତ୍ତନ ପାଇଁ ଯୁକ୍ତି କରିବା ପାଇଁ ପ୍ରାୟତଃ ବାସ୍ତବିକ ଏବଂ ବାସ୍ତବିକ ସର୍ତ୍ତ ବିପରୀତ ଶବ୍ଦ ବ୍ୟବହୃତ ହୁଏ । ଯଦି ଅନୁବାଦକମାନେ ସେଗୁଡ଼ିକୁ ଅନୁବାଦ କରିବାର ସର୍ବୋତ୍ତମ ଉପାୟ ଜାଣି ପାରନ୍ତି ନାହିଁ, ତେବେ ସେମାନଙ୍କ ଭାଷା ସମ୍ପ୍ରଦାୟରେ ଏହା କିପରି କରାଯାଏ ତାହା ଆଲୋଚନା କରିବା ସହାୟକ ହୋଇପାରେ । ଯଦି କେହି ଲୋକମାନଙ୍କର ଆଚରଣ ବଦଳାଇବାକୁ ମନାଇବା ପାଇଁ ଚେଷ୍ଟା କରେ, ସେମାନେ ତାହା କିପରି କରନ୍ତି? ଏହି ସର୍ତ୍ତଗୁଡ଼ିକୁ ଅନୁବାଦ କରିବା ପାଇଁ  ସମାନ କୌଶଳଗୁଡ଼ିକୁ ବ୍ୟବହାର କରନ୍ତୁ ।

ପ୍ରାୟୋଗିକ ଅନୁବାଦ କୌଶଳର ଉଦାହରଣମାନ

(1) ଯଦି ସର୍ତ୍ତ ବକ୍ତା କୌଣସି ବିଷୟ ମିଥ୍ୟା ବୋଲି ବିଶ୍ଵାସ କରେ ବୋଲି ପାଠକକୁ ଭାବିବାକୁ ବାଧ୍ୟ କରେ, ତେବେ ସର୍ତ୍ତକୁ ଅନ୍ୟମାନେ ବିଶ୍ଵାସ କରୁଥିବା ଉପାୟରେ ପୁନଃ ପ୍ରକାଶ କରନ୍ତୁ ।

କିନ୍ତୁ ଯଦି ବାଲ୍ ଈଶ୍ଵର, ତେବେ ତାକୁ ଉପାସନା କର! (କାହାଣୀ 19 ଫ୍ରେମ୍ 6 OBS)

ଯଦି ତୁମେ ବିଶ୍ୱାସ କର ଯେ ବାଲ୍ ଈଶ୍ଵର, ତେବେ ତାକୁ ଉପାସନା କର!

(2) ଯଦି ସର୍ତ୍ତ ପାଠକକୁ ବକ୍ତା ପରାମର୍ଶ ଦେଉଥିବା ପ୍ରଥମ ଭାଗଟି ସତ୍ୟ ଅଟେ ବୋଲି ଭାବିବାକୁ ପ୍ରବର୍ତ୍ତାଏ, ତେବେ ଏହାକୁ ଏକ ବାକ୍ୟ ଭାବରେ ପୁନଃ ପ୍ରକାଶ କରନ୍ତୁ ଯାହା ସତ୍ୟ ନୁହେଁ ।

ଯଦି ବାଲ୍ ଈଶ୍ଵର ନୁହଁନ୍ତି, ତେବେ ତୁମେ ତାକୁ ଉପାସନା କରିବା ଉଚିତ୍ ନୁହେଁ!

ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, “ଯେବେ ଆମ୍ଭମାନଙ୍କୁ ବଧ କରିବାକୁ ଯିହୋବାଙ୍କର ସନ୍ତୋଷ ଥାଆନ୍ତା, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରି ନ ଥାଆନ୍ତେ, ଅବା ସେ ଏସବୁ ବିଷୟ ଆମ୍ଭମାନଙ୍କୁ ଦେଖାଇ ନ ଥାଆନ୍ତେ, କିଅବା ଏସମୟରେ ଏପରି କଥା ଶୁଣାଇ ନ ଥାଆନ୍ତେ।” (ବିଚାରକର୍ତ୍ତା 13:23 ULT)

"ଯିହୋବା ଆମ୍ଭମାନଙ୍କୁ ବଧ କରିବାକୁ ଚାହାଁନ୍ତି ନାହିଁ, କିମ୍ବା ଆମ୍ଭେମାନେ ତାଙ୍କୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଦେଇଥିବା ଗ୍ରହଣ କରି ନ ଥାନ୍ତେ।"

(3) ଯଦି ସର୍ତ୍ତ ଏପରି କିଛି ପ୍ରକାଶ କରେ ଯାହା ଘଟି ନଥିଲା କିନ୍ତୁ ବକ୍ତା ଏହା ଘଟୁ ବୋଲି ଚାହୁଁଥିଲେ, ତେବେ ଏହାକୁ ଏକ ଇଚ୍ଛା ଭାବରେ ପୁନଃ ପ୍ରକାଶ କରନ୍ତୁ ।

“ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯଦି ଆମ୍ଭେମାନେ ମିସର ଦେଶରେ ଯିହୋବାଙ୍କ ହସ୍ତରେ ମରିଥାନ୍ତୁ।“ (ଯାତ୍ରା 16: 3 ULT)

"ଯିହୋବାଙ୍କ ହସ୍ତରେ ଆମ୍ଭେମାନେ ମିସର ଦେଶରେ ମରିଥାନ୍ତେ ବୋଲି ମୁଁ ଇଚ୍ଛା କରେ।"

(4) ଯଦି ସର୍ତ୍ତ ଏପରି କିଛି ପ୍ରକାଶ କରେ ଯାହା ଘଟି ନଥିଲା, ତେବେ ଏହାକୁ ଏକ ନକାରାତ୍ମକ ବାକ୍ୟ ଭାବରେ ପୁନଃ ପ୍ରକାଶ କରନ୍ତୁ ।

“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।” (ମାଥିଉ 11:21 ULT)

“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇ ନାହିଁ, ଯଦି କରାଯାଇଥାନ୍ତା ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।

(5) ଆଚରଣରେ ପରିବର୍ତ୍ତନ ପାଇଁ ଯୁକ୍ତି କରିବା ପାଇଁ ପ୍ରାୟତଃ ବାସ୍ତବିକ ଏବଂ ବାସ୍ତବିକ ସର୍ତ୍ତ ବିପରୀତ ଶବ୍ଦ ବ୍ୟବହୃତ ହୁଏ । ଯଦି ଅନୁବାଦକମାନେ ସେଗୁଡ଼ିକୁ ଅନୁବାଦ କରିବାର ସର୍ବୋତ୍ତମ ଉପାୟ ଜାଣି ପାରନ୍ତି ନାହିଁ, ତେବେ ସେମାନଙ୍କ ଭାଷା ସମ୍ପ୍ରଦାୟରେ ଏହା କିପରି କରାଯାଏ ତାହା ଆଲୋଚନା କରିବା ସହାୟକ ହୋଇପାରେ । ଯଦି କେହି ଲୋକମାନଙ୍କର ଆଚରଣ ବଦଳାଇବାକୁ ମନାଇବା ପାଇଁ ଚେଷ୍ଟା କରେ, ସେମାନେ ତାହା କିପରି କରନ୍ତି? ଏହି ସର୍ତ୍ତଗୁଡ଼ିକୁ ଅନୁବାଦ କରିବା ପାଇଁ  ସମାନ କୌଶଳଗୁଡ଼ିକୁ ବ୍ୟବହାର କରନ୍ତୁ ।

କିନ୍ତୁ ଯଦି ବାଲ୍ ଈଶ୍ଵର, ତେବେ ତାକୁ ଉପାସନା କର! (କାହାଣୀ 19 ଫ୍ରେମ୍ 6 OBS)

ବାଲ୍ ପ୍ରକୃତରେ ଈଶ୍ଵର କି? ତୁମ୍ଭେମାନେ ତାହାକୁ ଉପାସନା କରିବା ଉଚିତ କି?