or_ta/translate/figs-youdual/01.md

8.8 KiB

ବର୍ଣ୍ଣନା

କେତେକ ଭାଷାରେ “ତୁମେ” ଶବ୍ଦର ଏକକ ରୂପ ଥାଏ, “ତୁମେ” ଶବ୍ଦ କେବଳ ଜଣେ ଲୋକକୁ ଏବଂ ଏକାଧିକ ଲୋକମାନଙ୍କୁ ବୁଝାଏ। କେତେକ ଭାଷାରେ ”ତୁମେ” ଶବ୍ଦର ଦ୍ୱୟ ବ୍ୟବହାର ଅଛି, ଏହା କେବଳ ଦୁଇଲୋକଙ୍କୁ ବୁଝାଏ । ଯେଉଁ ଅନୁବାଦକମାନେ ଏହି ଭାଷାଗୁଡ଼ିକ ମଧ୍ୟରୁ ଗୋଟିଏ ଭାଷା କହନ୍ତି ସେମାନେ ସର୍ବଦା ବକ୍ତାଙ୍କର ଅର୍ଥ କ’ଣ ତାହା ଜାଣିବା ଆବଶ୍ୟକ ଯାହା ଦ୍ଵାରା ସେମାନେ ସେମାନଙ୍କ ଭାଷାରେ “ତୁମେ” ପାଇଁ ସଠିକ୍ ଶବ୍ଦ ବ୍ୟବହାର କରିପାରିବେ। ଅନ୍ୟ ଭାଷାଗୁଡ଼ିକ, ଯେପରିକି ଇଂରାଜୀ, କେବଳ ଗୋଟିଏ ଶବ୍ଦ ଅଛି, ଯାହାକୁ ଲୋକମାନେ ଏକବଚନ ଏବଂ ବହୁବଚନ ପାଇଁ ବ୍ୟବହାର କରନ୍ତି।

ବାଇବେଲ ପ୍ରଥମେ ଏବ୍ରୀ, ଅରାମିକ୍ ଏବଂ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । ଏହି ଭାଷାରେ “ତୁମେ” ଶବ୍ଦକୁ ଏକବଚନ ଓ ବହୁବଚନ ପାଇଁ ବ୍ୟବହୃତ ହୁଏ । ଯେବେ ଆମେ ଏହି ଭାଷାରେ ବାଇବେଲ ଅଧ୍ୟୟନ କରୁ, ସର୍ବୋନାମ ଓ କ୍ରିୟାପଦ “ତୁମେ” ଶବ୍ଦ କାହାକୁ ବୁଝାଏ ତାହା ଦର୍ଶାଏ। ଏହା ଏକବଚନ କିମ୍ବା ବହୁଚନ ତାହା ପ୍ରକାଶ କରେ ନାହିଁ । ଯେବେ ସର୍ବୋନାମ “ତୁମେ” ଏକବଚନ କିମ୍ବା ବହୁବଚନ ତାହା ପ୍ରକାଶ କରେ ନାହିଁ, ତେବେ ବକ୍ତା କାହାକୁ ଦର୍ଶାନ୍ତି ତାହା ପୃଷ୍ଠଭୂମିକୁ ଦେଖି ଆମେ ନିଶ୍ଚିତ କରିବା ଉଚିତ ।

କାରଣ ଏହା ଏକ ଅନୁବାଦ ସମସ୍ୟା

  • ଯେଉଁ ଅନୁବାଦକମାନେ ଏକ ଭାଷା କହନ୍ତି ଯେଉଁ ଭାଷାରେ “ତୁମେ” ଶବ୍ଦର ପୃଥକ ଏକକ, ଦ୍ଵୟ, ଏବଂ ବହୁବଚନ ଅଛି, ବକ୍ତା କାହାକୁ ନିର୍ଦେଶ କରନ୍ତି ତାହା ନିଶ୍ଚିତ କରି ଆପଣା ଆପଣା ଭାଷାରେ ସଠିକ ଶବ୍ଦ ବ୍ୟବହାର କରିବା ଉଚିତ ଅଟେ।
  • ଅଧିକାଂଶ ଭାଷାରେ କ୍ରିୟାର ଭିନ୍ନ ଭିନ୍ନ ରୂପ ଅଛି, କର୍ତ୍ତା ଏକବଚନ କି ବହୁବଚନ ଏହା ନିର୍ଭର କରେ । ଯଦି କୌଣସି ଭାଷାରେ “ତୁମେ” ସର୍ବନାମର ଅର୍ଥ ନାହିଁ ତେବେ ବକ୍ତା କାହାକୁ ଦର୍ଶାନ୍ତି ତାହା ଅନୁବାଦକଗଣ ଜାଣିବା ଉଚିତ।

ଅଧିକାଂଶ ସମୟରେ  “ତୁମେ” ଶବ୍ଦ କାହାକୁ ଦର୍ଶାଏ ତାହା ପୃଷ୍ଠଭୂମିରୁ ନିଶ୍ଚିତ କରାଯାଇପାରିବ । ଯଦି ସେହି ବାକ୍ୟରେ ଥିବା ଅନ୍ୟ ସର୍ବୋନାମଗୁଡ଼ିକୁ ଆପଣ ଦେଖିବେ, ତେବେ ବକ୍ତା କେତେ ଲୋକଙ୍କୁ ନିର୍ଦ୍ଦେଶ କରନ୍ତି ତାହା ଆପଣ ଜାଣିପାରିବେ ।

ବାଇବେଲରୁ ଉଦାହରଣଗୁଡ଼ିକ

ପରେ ଜେବଦୀଙ୍କ ପୁତ୍ରମାନେ ଯାକୁବ ଓ ଯୋହନ ତାହାଙ୍କ ଛାମୁକୁ ଆସି କହିଲେ, ହେ ଗୁରୁ, ଆମ୍ଭମାନଙ୍କର ଇଚ୍ଛା ଯେ, ଆମ୍ଭେମାନେ ଆପଣଙ୍କଠାରୁ ଯାହା କିଛି ମାଗିବୁ, ତାହା ଆମ୍ଭମାନଙ୍କ ପାଇଁ ଆପଣ କରନ୍ତୁ।  ତହୁଁ ସେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?” (ମାର୍କ 10:35-36 ULT)

ଯୀଶୁ, ଯାକୁବ ଏବଂ ଯୋହନ ଦୁଇଙ୍କୁ ପଚାରୁଛନ୍ତି, ସେମାନଙ୍କ ପ୍ରତି କଣ କରିବାକୁ ସେମାନେ ଚାହୁଁଛନ୍ତି । ଯଦି ନିର୍ଦ୍ଧିଷ୍ଟ ଭାଷାରେ “ତୁମେ” ଶବ୍ଦର ଦୁଇଟି ଅର୍ଥ ଅଛି ତାହା ବ୍ୟବହାର କରନ୍ତୁ । ଯଦି ସ୍ଥାନୀୟ ଭାଷାରେ ଦ୍ୱୟ ଅର୍ଥ ନାହିଁ, ତେବେ ବହୁବଚନ ଶବ୍ଦକୁ ବ୍ୟବହାର କରନ୍ତୁ ।

ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ତୁମ୍ଭେମାନେ ଦେଖିବ; ତାହାକୁ ଫିଟାଇ ଘେନିଆସ। (ମାର୍କ 11:1b-2 ULT)

ପୃଷ୍ଠଭୂମି ସ୍ପଷ୍ଟ କରେ ଯେ ଯୀଶୁ କେବଳ “ଦୁଇ” ଲୋକଙ୍କୁ ଦର୍ଶାନ୍ତି । ଯଦି ସ୍ଥାନୀୟ ଭାଷାରେ “ତୁମେ” ର ଦ୍ୱୟ ଅର୍ଥ ଥାଏ ତେବେ ବ୍ୟବହାର କରନ୍ତୁ । ଯଦି ସ୍ଥାନୀୟ ଭାଷାରେ ଦ୍ୱୟ ଅର୍ଥ ନଥାଏ, ତେବେ ବହୁବଚନ ବ୍ୟବାହାର କରନ୍ତୁ ।

ଈଶ୍ବରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର। ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ,  ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ। (ଯାକୁବ 1:1-3 ULT)

ଯାକୁବ ଏହି ପତ୍ର ଅନେକଲୋକମାନଙ୍କୁ ଲେଖିଛନ୍ତି, ଏଣୁ “ତୁମେ” ଶବ୍ଦ ଅନେକ ଲୋକମାନଙ୍କୁ ବୁଝାଏ । ଯଦି ସ୍ଥାନୀୟ ଭାଷାରେ “ତୁମେ”ର ବହୁବଚନ ଥାଏ, ତେବେ ତାହା ଏଠାରେ ବ୍ୟବହାର କରନ୍ତୁ ।

“ତୁମେ” ଶବ୍ଦ କେତେ ଲୋକମାନଙ୍କୁ ବୁଝାଏ ତାହା ଜାଣିବା ନିମନ୍ତେ କୌଶଳଗୁଡ଼ିକ

(1) “ତୁମେ” ଶବ୍ଦ କାହାକୁ ବୁଝାଏ ତାହା ଜାଣିବା ନିମନ୍ତେ ଅନୁବାଦ ଟିପ୍ପଣୀଗୁଡ଼ିକୁ ଦେଖନ୍ତୁ।

(2) “ତୁମେ” ଶବ୍ଦ ଏକବଚନ କିମ୍ବା ବହୁବଚନ ତାହା ଜାଣିବା ନିମନ୍ତେ UST ଦେଖନ୍ତୁ ।

(3)  ଯଦି ସ୍ଥାନୀୟ ଭାଷାରେ ବାଇବେଲ ଅନୁବାଦ ହୋଇଅଛି ଯାହା “ତୁମେ” ଶବ୍ଦକୁ ଏକବଚନ ଓ  ବହୁବଚନକୁ ପ୍ରଭେଦ କରେ, ସେହି ବାକ୍ୟରେ “ତୁମେ” ର କେଉଁ ବଚନ ବ୍ୟବହାର ହୋଇଅଛି ତାହା ଦେଖନ୍ତୁ ।

(4) ବାକ୍ୟର ବକ୍ତା କାହା ସହ ବାର୍ତ୍ତାଳାପ କରନ୍ତି ଓ କିଏ ପ୍ରତ୍ୟୁତ୍ତର ଦିଏ ତାହା ଜାଣିବା ନିମନ୍ତେ ପୃଷ୍ଠଭୂମିକୁ ଦେଖନ୍ତୁ ।

ଆପଣ http://ufw.io/figs_youdual ରେ ଭିଡିଓ ମଧ୍ୟ ଦେଖି ପାରିବେ ।