or_ta/translate/figs-synonparallelism/01.md

14 KiB
Raw Permalink Blame History

ବିବରଣ

ସମାନ ଅର୍ଥ ସହ ସମାନ୍ତରତା ଏକ କାବ୍ୟାତ୍ମକ ଉପକରଣ, ଯେଉଁଥିରେ ଗୋଟିଏ ଜଟିଳ ବିଚାରଧାରାକୁ ଦୁଇ କିମ୍ବା ତହିଁରୁ ଅଧିକ ଭିନ୍ନ ଭିନ୍ନ ମାଧ୍ୟମରେ ବ୍ୟକ୍ତ କରାଯାଇଥାଏ ।

ବକ୍ତାମାନେ ବିଚାରଧାରାକୁ ଗୁରୁତ୍ଵାରୋପ ଦେବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି ଯାହାକୁ କି ଦୁଇଟି ବାକ୍ୟାଂଶରେ ସମାନ ରୂପେ କୁହା ଯାଇଥାଏ । ଏହାକୁ ଏକାର୍ଥବୋଧକ ସମାନତା ମଧ୍ୟ କୁହାଯାଏ ।

ଟିପ୍ପଣୀ: ଆମେ ସମାନ ଅର୍ଥ ପ୍ରକାଶ କରୁଥିବା ଦୀର୍ଘ ବାକ୍ୟାଂଶ କିମ୍ବା ଖଣ୍ଡବାକ୍ୟ ନିମନ୍ତେ “ସମାନ ଅର୍ଥ ସହ ସମାନ୍ତରତା” ଶବ୍ଦକୁ ବ୍ୟବହାର କରୁ । ଆମେ ଶବ୍ଦାବଳୀ କିମ୍ବା ଅଧିକ ଛୋଟ ଛୋଟ ବାକ୍ୟାଂଶ, ଅର୍ଥ, ସାଧାରଣତଃ ଏକତ୍ର ବ୍ୟବହୃତ ସମାନ ବିଷୟ ନିମନ୍ତେ ନିମନ୍ତେ ଯୁଗ୍ମ ଶବ୍ଦକୁ ବ୍ୟବହାର କରୁ ।

ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟଇ ଓ ସେ ତାହାର ସବୁ ପଥ ସମାନ କରନ୍ତି । (ହିତୋପଦେଶ 5:21)

ଧାଡ଼ି ତଳେ ଗାର ଦିଆଯାଇଥିବା ପ୍ରଥମ ବାକ୍ୟାଂଶ ଓ ଦ୍ଵିତୀୟ ବାକ୍ୟାଂଶର ଅର୍ଥ ସମାନ ଅଟେ । ତିନୋଟି ଧାରଣାକୁ ଉଲ୍ଲେଖ କରାଯାଇଛି ଯାହା ଦୁଇଟି ବାକ୍ୟାଂଶ ମଧ୍ୟରେ ସମାନ ଅଟେ ।

“ଦେଖନ୍ତି” ଶବ୍ଦ “ନିରକ୍ଷଣ କରନ୍ତି”, ଶବ୍ଦକୁ, “ସବୁ ଗତି” ଶବ୍ଦ “ସବୁ ପଥ” ଶବ୍ଦକୁ ଏବଂ “ମନୁଷ୍ୟ” ଶବ୍ଦ “ତାହାର” ଶବ୍ଦକୁ ଶବ୍ଦ ବିନିମୟ କରୁଛି କବିତାରେ ଏକାର୍ଥବୋଧକ ସମାନତାର ଅନେକ ପ୍ରଭାବ ରହିଛି ।

  • ଗୋଟିଏ ବିଷୟକୁ ଏକରୁ ଅଧିକ ଓ ଗୋଟିଏରୁ ଅଧିକ ମାଧ୍ୟମରେ କହିବା ଦ୍ଵାରା ଏହା ଯେ ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରକାଶ କରିଥାଏ ।
  • ଏହାକୁ ଭିନ୍ନ ମାଧ୍ୟମରେ କୁହାଯାଇଥିବା ଦ୍ଵାରା ଉକ୍ତ ବିଚାରଧାରାକୁ ଗାମ୍ଭୀର୍ଯ୍ୟ ଭାବେ ଚିନ୍ତା କରିବା ପାଇଁ ଶ୍ରୋତାକୁ ସାହାଯ୍ୟ କରିଥାଏ ।
  • ଏହା ଭାଷାକୁ ଅଧିକ ସୁନ୍ଦର କରେ ଓ କହିବାର ସାଧାରଣ ମାଧ୍ୟମଠାରୁ ଉର୍ଦ୍ଧରେ ରଖେ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

କେତେକ ଭାଷାରେ ଲୋକେ କେହି ଗୋଟିଏ ବିଷୟକୁ ଦୁଇଥର, ଏପରିକି ଭିନ୍ନ ମାଧ୍ୟମରେ କହିବାର ଆଶା କରନ୍ତି ନାହିଁ । ସେମାନେ ଆଶା କରନ୍ତି ଯେ ଯଦି ଦୁଇଟି ବାକ୍ୟାଂଶ କିମ୍ବା ଦୁଇଟି ବାକ୍ୟ ଥାଏ, ସେମାନଙ୍କର ଦୁଇଟି ଭିନ୍ନ ଅର୍ଥ ରହିବା ଆବଶ୍ୟକ । ଏଣୁ ସେମାନେ ବୁଝନ୍ତି ନାହିଁ ଯେ ବିଚାରଧାରାକୁ ଗୁରୁତ୍ଵାରୋପ କରିବା ପାଇଁ ଏହାକୁ ଦୁଇଥର ପୁନରାବୃତ୍ତି କରାଯାଇଛି ।

ବାଇବେଲରୁ କେତେକ ଉଦାହରଣ

ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ ମୋ’ ପଥ ପାଇଁ ଆଲୁଅ ଅଟେ । (ଗୀତସଂହିତା 119:105)

ବାକ୍ୟର ଉଭୟ ଅଂଶ ରୂପକ ଭାବେ କହେ ଯେ ଲୋକମାନେ କିପରି ଜୀବନଯାପନ କରିବେ ତାହା ଈଶ୍ଵରଙ୍କ ବାକ୍ୟ କହେ । ଉଭୟ “ପ୍ରଦୀପ” ଓ “ଆଲୁଅ” ଶବ୍ଦଦ୍ୱୟ ସମାନ ଅର୍ଥ ଅଟେ, କାରଣ ସେମାନେ ଆଲୁଅକୁ ସୂଚିତ କରନ୍ତି, ଏବଂ “ମୋ’ ଚରଣ” ଓ “ମୋ’ ପଥ” ଶବ୍ଦଦ୍ୱୟ ସମ୍ପର୍କୀୟ ଅଟେ, କାରଣ ସେମାନେ ମନୁଷ୍ୟର ଚାଲିବା ବିଷୟକୁ ସୂଚିତ କରନ୍ତି ।

ହେ ସର୍ବଦେଶୀୟ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ସମସ୍ତ ଲୋକ, ତାହାଙ୍କର ସ୍ତୁତି କର । (ଗୀତସଂହିତା 117:1)

ଏହି ପଦର ଉଭୟ ଅଂଶ ସବୁ ସ୍ଥାନରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ପାଇଁ ଲୋକମାନଙ୍କୁ କହୁଛି । ‘ପ୍ରଶଂସା’ ଓ ‘ସ୍ତୁତି’ ଶବ୍ଦଦ୍ୱୟର ଅର୍ଥ ସମାନ ଅଟେ, ‘ସଦାପ୍ରଭୁ’ ଓ ‘ତାହାଙ୍କର’ ଶବ୍ଦଦ୍ୱୟ ଏକା ବ୍ୟକ୍ତିଙ୍କୁ ସୂଚିତ କରୁଛି, ଏବଂ ‘ସର୍ବଦେଶୀୟ’ ଓ ‘ସମସ୍ତ ଲୋକ’ ଶବ୍ଦଦ୍ୱୟ ଏକା ସମାନ ଲୋକମାନଙ୍କୁ ସୂଚିତ କରୁଛି ।

କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ । (ମିଖା 6:2)

ଏହି ପଦର ଦୁଇଟି ଅଂଶ କହେ ଯେ ଆପଣା ଲୋକ ଇସ୍ରାଏଲ ସହିତ ସଦାପ୍ରଭୁଙ୍କର ଗାମ୍ଭୀର୍ଯ୍ୟ ମତାନ୍ତର ରହିଛି । ଏହା କୌଣସି ଦୁଇଟି ଭିନ୍ନ ଭିନ୍ନ ମତାନ୍ତର କିମ୍ବା ଦୁଇ ଭିନ୍ନ ଭିନ୍ନ ଲୋକମାନଙ୍କର ଦଳ ନାହିଁ ।

ଅନୁବାଦ କୌଶଳ

ଯଦି ଆପଣଙ୍କର ଭାଷା ବାଇବେଲସମ୍ମତ ଭାଷା ଭଳି ସମାନ ମାଧ୍ୟମରେ ସମାନତାକୁ, ଯାହାକି, ଏକ ବିଚାରଧାରାକୁ ଦୃଢ କରିବା ପାଇଁ, ବ୍ୟବହାର କରନ୍ତି, ତବେ ଆପଣଙ୍କର ଅନୁବାଦରେ ବ୍ୟବହାର କରିବା ପାଇଁ ଏହା ଉପଯୁକ୍ତ ହେବ । କିନ୍ତୁ ଯଦି ଆପଣଙ୍କର ଭାଷା ଏହିପରି ମାଧ୍ୟମରେ ସମାନ୍ତରତାକୁ ବ୍ୟବହାର କରନ୍ତି ନାହିଁ, ତେବେ ନିମ୍ନରେ ପ୍ରଦତ୍ତ କୌଣସି ଗୋଟିଏ ଅନୁବାଦ କୌଶଳକୁ ବ୍ୟବହାର କରିବାକୁ ବିଚାର କରନ୍ତୁ ।

  1. ଉଭୟ ଖଣ୍ଡବାକ୍ୟଗୁଡ଼ିକୁ ଗୋଟିଏ ଶବ୍ଦ ମଧ୍ୟରେ ସଂଯୁକ୍ତ କରନ୍ତୁ ।
  2. ଯଦି ଏହା ଦେଖାଯାଏ ଯେ ଖଣ୍ଡବାକ୍ୟଗୁଡ଼ିକ ଉଭୟକୁ ପ୍ରକାଶ କରିବା ପାଇଁ ବ୍ୟବହାର କରାଯାଇଛି, ଯାହାକି ସେମାନେ ଯାହା କହନ୍ତି ତାହା ବାସ୍ତବରେ ସତ୍ୟ ଅଟେ, ତେବେ ଆପଣ ସତ୍ୟ ଶବ୍ଦକୁ ଗୁରୁତ୍ଵାରୋପ କରୁଥିବା ଶବ୍ଦକୁ ଅନ୍ତର୍ଭୁକ୍ତ କରି ପାରିବେ, ଯଥା, “ପ୍ରକୃତରେ” କିମ୍ବା “ନିଶ୍ଚିତ ଭାବରେ” ।
  3. ଯଦି ଏହା ଦେଖାଯାଏ ଯେ ଖଣ୍ଡବାକ୍ୟଗୁଡ଼ିକ ଏକ ବିଚାରଧାରାକୁ ତୀବ୍ରତର କରିବା ପାଇଁ ବ୍ୟବହାର କରାଯାଇଛି, ତେବେ ଆପଣ “ଅଧିକ”, “ସଂପୂର୍ଣ୍ଣ ଭାବରେ”, କିମ୍ବା “ସମସ୍ତ” ଭଳି ଶବ୍ଦଗୁଡ଼ିକ ବ୍ୟବହାର କରି ପାରିବେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଉଭୟ ଖଣ୍ଡବାକ୍ୟଗୁଡ଼ିକୁ ଗୋଟିଏ ଶବ୍ଦ ମଧ୍ୟରେ ସଂଯୁକ୍ତ କରନ୍ତୁ ।
  • ତୁମ୍ଭେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ଓ ମିଥ୍ୟା କହିଅଛ (ବିଚାରକର୍ତ୍ତା 16:13) ଦଲିଲା ଯେ ଅଧିକ ଦୁଖିତ ଥିଲେ ଏହାକୁ ଗୁରୁତ୍ଵାରୋପ ଦେଇ କହିବା ପାଇଁ ସେ ଏହି ବିଚାରଧାରାକୁ ଦୁଇଥର ବ୍ୟକ୍ତ କଲେ ।
  • ତୁମ୍ଭେ ଏପର୍ଯ୍ୟନ୍ତ ତୁମ୍ଭର ମିଥ୍ୟା ଦ୍ଵାରା ମୋତେ ଉପହାସ କରିଅଛ
  • ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟଇ ଓ ସେ ତାହାର ସବୁ ପଥ ସମାନ କରନ୍ତି (ହିତୋପଦେଶ 5:21) “ତାହାର ସବୁ ପଥ” ବାକ୍ୟାଂଶଟି “ତାହାର ସବୁ କାର୍ଯ୍ୟ”ର ରୂପକ ଶବ୍ଦ ଅଟେ ।
  • ସଦାପ୍ରଭୁ ମନୁଷ୍ୟର ସମସ୍ତ ବିଷୟ ପ୍ରତି ସ୍ଥିର ଦୃଷ୍ଟି ରଖନ୍ତି
  • କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ (ମିଖା 6:2) ଏହି ସମାନ୍ତରତା ଶବ୍ଦ ଏକ ଗାମ୍ଭୀର୍ଯ୍ୟ ମତାନ୍ତରକୁ ବର୍ଣ୍ଣନା କରେ ଯାହାକି ଲୋକମାନଙ୍କର ଏକ ଦଳ ସହିତ ସଦାପ୍ରଭୁଙ୍କର ଥିଲା । ଯଦି ଏହା ଅସ୍ପଷ୍ଟ ହୁଏ, ତେବେ ବାକ୍ୟାଂଶଗୁଡ଼ିକୁ ସଂଯୁକ୍ତ କରି ପାରିବେ ।
  • କାରଣ ଆପଣା ଲୋକ, ଇସ୍ରାଏଲ ସହିତ ସଦାପ୍ରଭୁଙ୍କର ବିବାଦ ଅଛି
  1. ଯଦି ଏହା ଦେଖାଯାଏ ଯେ ଖଣ୍ଡବାକ୍ୟଗୁଡ଼ିକ ଉଭୟକୁ ପ୍ରକାଶ କରିବା ପାଇଁ ବ୍ୟବହାର କରାଯାଇଛି, ଯାହାକି ସେମାନେ ଯାହା କହନ୍ତି ତାହା ବାସ୍ତବରେ ସତ୍ୟ ଅଟେ, ତେବେ ଆପଣ ସତ୍ୟ ଶବ୍ଦକୁ ଗୁରୁତ୍ଵାରୋପ କରୁଥିବା ଶବ୍ଦକୁ ଅନ୍ତର୍ଭୁକ୍ତ କରି ପାରିବେ, ଯଥା, “ବାସ୍ତବରେ” କିମ୍ବା “ନିଶ୍ଚିତ ଭାବରେ” ।
  • ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟଇ ଓ ସେ ତାହାର ସବୁ ପଥ ସମାନ କରନ୍ତି । (ହିତୋପଦେଶ 5:21)
  • ସଦାପ୍ରଭୁ ମନୁଷ୍ୟର ସମସ୍ତ କାର୍ଯ୍ୟକୁ ପ୍ରକୃତରେ ଦେଖନ୍ତି
  1. ଯଦି ଏହା ଦେଖାଯାଏ ଯେ ଖଣ୍ଡବାକ୍ୟଗୁଡ଼ିକ ଏକ ବିଚାରଧାରାକୁ ତୀବ୍ରତର କରିବା ପାଇଁ ବ୍ୟବହାର କରାଯାଇଛି, ତେବେ ଆପଣ “ଅଧିକ”, “ସଂପୂର୍ଣ୍ଣ ଭାବରେ”, କିମ୍ବା “ସମସ୍ତ” ଭଳି ଶବ୍ଦଗୁଡ଼ିକ ବ୍ୟବହାର କରି ପାରିବେ ।
  • ତୁମ୍ଭେ ଏପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ମିଥ୍ୟା କହିଅଛ । (ବିଚାରକର୍ତ୍ତା 16:13)
  • ତୁମ୍ଭେ ସବୁ ମୋ’ ପ୍ରତି ମିଥ୍ୟା ପ୍ରରୋଚନା ହିଁ କରିଅଛ ।
  • ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟଇ ସେ ତାହାର ସବୁ ପଥ ସମାନ କରନ୍ତି । (ହିତୋପଦେଶ 5:21)
  • ସଦାପ୍ରଭୁ ସଂପୂର୍ଣ୍ଣ ଭାବରେ ସମସ୍ତ କାର୍ଯ୍ୟକୁ ଦେଖନ୍ତି ଯାହା ମନୁଷ୍ୟ କରିଥାଏ ।