or_ta/translate/figs-rpronouns/01.md

14 KiB

ବର୍ଣ୍ଣନା

ଜଣେ ବ୍ୟକ୍ତି ଗୋଟିଏ ବାକ୍ୟରେ ଦୁଇଟି ଭିନ୍ନ ଭୂମିକା ପୂରଣ କରେ ତାହା ପ୍ରକାଶ କରିବାର ପ୍ରତ୍ୟେକ ଭାଷାରେ ମାଧ୍ୟମଗୁଡ଼ିକ ରହିଥାଏ । ଇଂରାଜୀ ଭାଷା ଏହାକୁ ସ୍ଵୟଂବାଚକ ସର୍ବନାମଗୁଡ଼ିକୁ ବ୍ୟବହାର କରି ପ୍ରକାଶ କରିଥାଏ । ଏଗୁଡ଼ିକୁ ସର୍ବନାମ କୁହାଯାଏ, ଯାହାକି ବାକ୍ୟରେ ପୂର୍ବରୁ ହିଁ କୌଣସି ବ୍ୟକ୍ତି କିମ୍ବା ବିଷୟକୁ ସୂଚାଇବାକୁ ବ୍ୟବହାର କରାଯାଇଥାଏ । ଇଂରାଜୀ ଭାଷାରେ ସ୍ଵୟଂବାଚକ ସର୍ବନାମଗୁଡ଼ିକ ହେଲା: ମୁଁ ନିଜେ, ତୁମେ, ସେ ନିଜେ, ଆମେ ନିଜେ, ତୁମ୍ଭମାନଙ୍କର, ଓ ସେମାନଙ୍କର । ଅନ୍ୟ ଭାଷାଗୁଡ଼ିକ ଏଗୁଡ଼ିକୁ ଅନ୍ୟ ମାଧ୍ୟମରେ ପ୍ରକାଶ କରନ୍ତି ।

କାରଣ ଏହା ଏକ ଅନୁବାଦ ସମସ୍ୟା

  • ଜଣେ ବ୍ୟକ୍ତି ଗୋଟିଏ ବାକ୍ୟରେ ଦୁଇଟି ଭିନ୍ନ ଭୂମିକା ପୂରଣ କରେ ତାହା ପ୍ରକାଶ କରିବାର ପ୍ରତ୍ୟେକ ଭାଷାରେ ଭିନ୍ନ ଭିନ୍ନ ମାଧ୍ୟମଗୁଡ଼ିକ ରହିଥାଏ । ସେହି ଭାଷାଗୁଡ଼ିକ ନିମନ୍ତେ, ଇଂରାଜୀର ସ୍ଵୟଂବାଚକ ସର୍ବନାମଗୁଡ଼ିକୁ କିପରି ଅନୁବାଦ କରାଯିବ, ତାହା ଅନୁବାଦକଗଣ ଜାଣିବା ଆବଶ୍ୟକ ଅଟେ ।
  • ଇଂରାଜୀରେ ସ୍ଵୟଂବାଚକ ସର୍ବନାମଗୁଡ଼ିକର ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟ ରହିଅଛି ।

ସ୍ଵୟଂବାଚକ ସର୍ବନାମର ବ୍ୟବହାର

  • ଗୋଟିଏ ବାକ୍ୟରେ ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ଭିନ୍ନ ଭୂମିକାକୁ ପୂରଣ କରେ, ତାହା ପ୍ରକାଶ କରିବା ନିମନ୍ତେ ବ୍ୟବହାର ହୁଏ ।
  • ବାକ୍ୟରେ ବ୍ୟକ୍ତି କିମ୍ବା ବିଷୟକୁ ଗୁରୁତ୍ଵାରୋପ ଦେବା ନିମନ୍ତେ ବ୍ୟବହାର ହୁଏ ।
  • କେହି ଜଣେ ଏକୁଟିଆ କୌଣସି ବିଷୟକୁ କଲେ, ତାହା ପ୍ରକାଶ କରିବା ନିମନ୍ତେ ବ୍ୟବହାର ହୁଏ ।
  • କେହି ଜଣେ କିମ୍ବା କୌଣସି ବିଷୟ ଏକୁଟିଆ ଥିଲା, ତାହା ପ୍ରକାଶ କରିବା ନିମନ୍ତେ ବ୍ୟବହାର ହୁଏ ।

ବାଇବେଲରୁ ଉଦାହରଣଗୁଡ଼ିକ

ଗୋଟିଏ ବାକ୍ୟରେ ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ଭିନ୍ନ ଭୂମିକାକୁ ପୂରଣ କରିବା ବିଷୟକୁ ପ୍ରକାଶ କରିବା ପାଇଁ ସ୍ଵୟଂବାଚକ ସର୍ବନାମଗୁଡ଼ିକୁ ବ୍ୟବହାର କରାଯାଏ ।

ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ । (ଯୋହନ 5:31 ULT)

ଯିହୁଦୀମାନଙ୍କର ନିସ୍ତାରପର୍ବ ସନ୍ନିକଟ ଥିଲା, ପୁଣି ପଲ୍ଲୀଗ୍ରାମଗୁଡିକରୁ ଅନେକେ ଆପଣା ଆପଣାଙ୍କୁ ଶୁଚି କରିବା ନିମନ୍ତେ ନିସ୍ତରପର୍ବ ପୂର୍ବେ ଯିରୂଶାଲମକୁ ଯାତ୍ରା କଲେ । (ଯୋହନ 11:55 ULT)

ଗୋଟିଏ ବାକ୍ୟରେ ବ୍ୟକ୍ତିକୁ କିମ୍ବା ବିଷୟକୁ ଗୁରୁତ୍ଵାରୋପ ଦେବା ପାଇଁ ସ୍ଵୟଂବାଚକ ଶବ୍ଦକୁ ବ୍ୟବହାର କରାଯାଏ ।

ଯଦ୍ୟପି ଯୀଶୁ ସ୍ଵୟଂ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ, (ଯୋହନ ULT)

ସେଥିରେ ସମାନେ ଲୋକସମୂହକୁ ପରିତ୍ୟାଗ କରି, ସେ ଯେପରି ଥିଲେ, ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ, । ପୁଣି ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା । ଆଉ, ପ୍ରବଳ ତୋଫାନ ହେଲା, ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା । ସେତେବେଳେ ସେ ସ୍ଵୟଂ ନୌକାରେ ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ । (ମାର୍କ 4:36-38a ULT)

କେହି ଜଣେ ଏକୁଟିଆ କିଛି କାର୍ଯ୍ୟ କରିଥିବା ବିଷୟକୁ ପ୍ରକାଶ କରିବା ପାଇଁ ସ୍ଵୟଂବାଚକ ସର୍ବନାମଗୁଡ଼ିକୁ ବ୍ୟବହାର କରାଯାଏ ।

ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ । (ଯୋହନ 6:15 ULT)

କେହି ଜଣେ ଏକୁଟିଆ କିଛି କାର୍ଯ୍ୟ କରିଥିବା ବିଷୟକୁ ପ୍ରକାଶ କରିବା ପାଇଁ ସ୍ଵୟଂବାଚକ ସର୍ବନାମଗୁଡ଼ିକୁ ବ୍ୟବହାର କରାଯାଏ ।

ସେ ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି,  ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି।। (ଯୋହନ 20:6b-7 ULT)

ଅନୁବାଦ କୌଶଳଗୁଡ଼ିକ

ଯଦି ସ୍ଵୟଂବାଚକ ସର୍ବନାମ ଆପଣଙ୍କ ଭାଷାରେ ସମାନ ଅର୍ଥ ପ୍ରକାଶ କରେ, ତେବେ ଏହାକୁ ବ୍ୟବହାର କରନ୍ତୁ । ଯଦି ପ୍ରକାଶ କରେ ନାହିଁ, ଏଠାରେ କେତେକ କୌଶଳଗୁଡ଼ିକ ପ୍ରଦାନ କରାଯାଇଅଛି ।

(1) କର୍ତ୍ତା ଭଳି କ୍ରିୟାପଦ ସମାନ ଥିବା ବିଷୟକୁ ପ୍ରକାଶ କରିବା ପାଇଁ କେତେକ ଭାଷାରେ ଲୋକେ କ୍ରିୟାପଦରେ କିଛି ବ୍ୟବହାର କରିଥାନ୍ତି । (2) କେତେକ ଭାଷାରେ ଲୋକେ ବାକ୍ୟରେ ନିର୍ଦ୍ଧିଷ୍ଟ ବ୍ୟକ୍ତି କିମ୍ବା ବସ୍ତୁକୁ ଗୁରୁତ୍ଵ ଦେବା ପାଇଁ ଏହାକୁ ବିଶେଷ ସ୍ଥାନରେ ଦର୍ଶାଇଥାନ୍ତି । (3) କେତେକ ଭାଷାରେ ଲୋକେ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ବସ୍ତୁକୁ ଗୁରୁତ୍ଵ ଦେବା ପାଇଁ ସେଥିରେ କିଛି ଯୋଗ କରିଥାନ୍ତି କିଅବା ଏହା ସହିତ ଅନ୍ୟ ଶବ୍ଦକୁ ସ୍ଥାପନ କରିଥାନ୍ତି । (4) କେତେକ ଭାଷାରେ ଲୋକେ “ଏକୁଟିଆ” ଶବ୍ଦକୁ ବ୍ୟବହାର କରି କେହି ଜଣେ ଏକୁଟିଆ କିଛି କାର୍ଯ୍ୟକୁ କରିଥିବା ବିଷୟକୁ ପ୍ରକାଶ କରନ୍ତି । (5) କେତେକ ଭାଷାରେ ଲୋକେ କିଛି ବିଷୟକୁ କହୁଥିବା ଖଣ୍ଡବାକ୍ୟକୁ ବ୍ୟବହାର କରି କିଛି ଏକୁଟିଆ ଥିବା ବିଷୟକୁ ପ୍ରକାଶ କରନ୍ତି ।

ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣଗୁଡ଼ିକ

(1) କର୍ତ୍ତା ଭଳି କ୍ରିୟାପଦ ସମାନ ଥିବା ବିଷୟକୁ ପ୍ରକାଶ କରିବା ପାଇଁ କେତେକ ଭାଷାରେ ଲୋକେ କ୍ରିୟାପଦରେ କିଛି ବ୍ୟବହାର କରିଥାନ୍ତି ।

ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ । (ଯୋହନ 5:31)

ଯଦି ମୁଁ ନିଜ ବିଷୟରେ ସ୍ଵୟଂ ସାକ୍ଷ୍ୟ ଦିଏ, ତାହାହେଲେ ମୋହରସାକ୍ଷ୍ୟ ସତ୍ୟ ନୁହେଁ ।”

ଯିହୁଦୀମାନଙ୍କର ନିସ୍ତାରପର୍ବ ସନ୍ନିକଟ ଥିଲା, ପୁଣି ପଲ୍ଲୀଗ୍ରାମଗୁଡିକରୁ ଅନେକେ ଆପଣା ଆପଣାଙ୍କୁ ଶୁଚି କରିବା ନିମନ୍ତେ ନିସ୍ତରପର୍ବ ପୂର୍ବେ ଯିରୂଶାଲମକୁ ଯାତ୍ରା କଲେ । (ଯୋହନ 11:55)

“ଯିହୁଦୀମାନଙ୍କର ନିସ୍ତାରପର୍ବ ସନ୍ନିକଟ ଥିଲା, ପୁଣି ପଲ୍ଲୀଗ୍ରାମଗୁଡିକରୁ ଅନେକେ ନିଜକୁ ଶୁଚି କରିବା ନିମନ୍ତେ ନିସ୍ତରପର୍ବ ପୂର୍ବେ ଯିରୂଶାଲମକୁ ଯାତ୍ରା କଲେ ।”

(2) କେତେକ ଭାଷାରେ ଲୋକେ ବାକ୍ୟରେ ନିର୍ଦ୍ଧିଷ୍ଟ ବ୍ୟକ୍ତି କିମ୍ବା ବସ୍ତୁକୁ ଗୁରୁତ୍ଵ ଦେବା ପାଇଁ ଏହାକୁ ବିଶେଷ ସ୍ଥାନରେ ଦର୍ଶାଇଥାନ୍ତି ।

ସେ ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ । (ମାଥିଉ 8:17 ULT)

ସେ ନିଜେ ହିଁ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ ।”

ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ । (ଯୋହନ 4:2)

ଯୀଶୁ ସ୍ଵୟଂ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ ।”

(3) କେତେକ ଭାଷାରେ ଲୋକେ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ବସ୍ତୁକୁ ଗୁରୁତ୍ଵ ଦେବା ପାଇଁ ସେଥିରେ କିଛି ଯୋଗ କରିଥାନ୍ତି କିଅବା ଏହା ସହିତ ଅନ୍ୟ ଶବ୍ଦକୁ ସ୍ଥାପନ କରିଥାନ୍ତି । ଇଂରାଜୀ ଭାଷା ସ୍ଵୟଂବାଚକ ସର୍ବନାମକୁ ଯୋଗ କରିଥାଏ ।

କିନ୍ତୁ, ଯୀଶୁ ଫିଲିପ୍ପଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ ସ୍ଵୟଂ କ’ଣ କରିବାକୁ ଯାଉଛନ୍ତି, ତାହା ସେ ନିଜେ ଜାଣିଥିଲେ । (ଯୋହନ 6:6)

(4) କେତେକ ଭାଷାରେ ଲୋକେ “ଏକୁଟିଆ” ଶବ୍ଦକୁ ବ୍ୟବହାର କରି କେହି ଜଣେ ଏକୁଟିଆ କିଛି କାର୍ଯ୍ୟକୁ କରିଥିବା ବିଷୟକୁ ପ୍ରକାଶ କରନ୍ତି ।

ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୂନର୍ବାର ଅନ୍ତର ହୋଇ ନିଜେ ପର୍ବତକୁ ବାହାରିଗଲେ ।(ଯୋହନ 6:15)

“ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୂନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ ।”

(5) କେତେକ ଭାଷାରେ ଲୋକେ କିଛି ବିଷୟକୁ କହୁଥିବା ଖଣ୍ଡବାକ୍ୟକୁ ବ୍ୟବହାର କରି କିଛି ଏକୁଟିଆ ଥିବା ବିଷୟକୁ ପ୍ରକାଶ କରନ୍ତି ।

ସେ ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି,  ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଏକାନ୍ତ ଗୁଡ଼ା ହୋଇ ରହିଅଛି।। (ଯୋହନ 20:6b-7 ULT)

"ସେ ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି,  ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଏହାର ନିଜ ସ୍ଥାନରେ ଏକାନ୍ତ ଗୁଡ଼ା ହୋଇ ରହିଅଛି।।