or_ta/translate/figs-order/01.md

6.3 KiB

ବିବରଣ

ଅଧିକାଂଶ ଭାଷାରେ ବାକ୍ୟର ଭାଗ ବା ଅଂଶଗୁଡ଼ିକୁ କ୍ରମାନୁସାରେ ସଜାଇବାର ଏକ ସାଧାରଣ ମାଧ୍ୟମ ରହିଛି । ଏହା ସମସ୍ତ ଭାଷାରେ ସମାନ ନୁହେଁ । ଅନୁବାଦକମାନେ ସେମାନଙ୍କ ଭାଷାରେ କାହାକୁ ସାଧାରଣ ଶବ୍ଦ କ୍ରମଧାରା କହନ୍ତି, ଏହା ସେମାନେ ଜାଣିବା ଆବଶ୍ୟକ ।

ବାକ୍ୟର ପ୍ରମୁଖ ଭାଗଗୁଡ଼ିକ

ଅଧିକାଂଶ ବାକ୍ୟରେ ତିନୋଟି ମୌଳିକ ଗୁରୁତ୍ୱପୂର୍ଣ୍ଣ ଭାଗଗୁଡ଼ିକ ରହିଥାଏ: କର୍ତ୍ତା, ବସ୍ତୁ, ଓ କ୍ରିୟା । କର୍ତ୍ତା ଓ ବସ୍ତୁ ସାଧାରଣତଃ ସଂଜ୍ଞା ବିଶେଷ୍ୟ (ଯଥା, ବ୍ୟକ୍ତି, ସ୍ଥାନ, ବିଷୟ, ବା ବିଚାରଧାରା) କିମ୍ବା ସର୍ବନାମ ଅଟେ । କ୍ରିୟା କୌଣସି କାର୍ଯ୍ୟ ବା ଅବସ୍ଥାକୁ ପ୍ରକାଶ କରିଥାଏ ।

କର୍ତ୍ତା

କର୍ତ୍ତା ସାଧାରଣତଃ ବାକ୍ୟ କଣ ତାହା କହିଥାଏ । ଏହା ସାଧାରଣତଃ କେତେକ କାର୍ଯ୍ୟ ପ୍ରଦର୍ଶନ କରେ ବା ବର୍ଣ୍ଣନା କରିଥାଏ ।

କର୍ତ୍ତା କର୍ତ୍ତୁବାଚ୍ୟ ହୋଇପାରିବ; ଏହା କିଛି କରିଥାଏ, ଯଥା, ଗୀତ ଗାଇବା, କାର୍ଯ୍ୟ କରିବା, ବା ଶିକ୍ଷା ଦେବା ଇତ୍ୟାଦି ।

  • ପିତର ଗୀତ ଭଲ ଗାଆନ୍ତି । କର୍ତ୍ତା ଏଥିରେ କିଛି କାର୍ଯ୍ୟ କରିଛନ୍ତି ।
  • ପିତର ଭଲ ଖାଦ୍ୟ ଖୁଆଇ ଥିଲେ । କର୍ତ୍ତାକୁ ବର୍ଣ୍ଣନା କରାଯାଇପାରିବ କିମ୍ବା ଏହା ଅବସ୍ଥାରେ ରହି ପାରିବ, ଯଥା, ଖୁସି, ଦୁଃଖିତ, ବା ରାଗିବା ଅବସ୍ଥା ।
  • ସେ ଡେଙ୍ଗା ଅଟେ ।
  • ବାଳକ ଖୁସି ଅଟେ ।

ବସ୍ତୁ

ବସ୍ତୁ ଅନେକ ସମୟରେ ପଦାର୍ଥ ବା ବିଷୟ ଅଟେ ଯାହାକୁ କର୍ତ୍ତା କିଛି କରିଥାନ୍ତି ।

  • ପିତର ବଲ କୁ ମାରିଲେ ।
  • ପିତର ବହି ପଢେ ।
  • ପିତର ଗୀତ ଭଲ ଗାଆନ୍ତି ।
  • ପିତର ଭଲ ଖାଦ୍ୟ ଖାଇଲେ ।

କ୍ରିୟା

କ୍ରିୟା କୌଣସି କାର୍ଯ୍ୟକୁ ବା ଅବସ୍ଥାକୁ ପ୍ରକାଶ କରେ ।

  • ପିତର ଗୀତ ଭଲ ଗାଆନ୍ତି
  • ପିତର ଗାଉଛି
  • ପିତର ଡେଙ୍ଗା ଅଟେ

ପସନ୍ଦୀୟ ଶବ୍ଦ କ୍ରମଧାରା

ସମସ୍ତ ଭାଷାରେ ପସନ୍ଦୀୟ ଶବ୍ଦ କ୍ରମ ନିର୍ଦ୍ଦେଶ ରହିଛି । କେତେକ ଭାଷାରେ “ପିତର ବଲକୁ ମାରିଲେ” ବାକ୍ୟରେ ଥିବା ବିଷୟକୁ ନିମ୍ନ ଉଦାହରଣସମୂହ କର୍ତ୍ତା, ବସ୍ତୁ, ଓ କ୍ରିୟାର କ୍ରମଧାରାକୁ ପ୍ରକାଶ କରେ । କେତେକ ଭାଷାରେ, ଯଥା, ଇଂରାଜୀ ଭାଷାରେ, କ୍ରମଧାରା ହେଉଛି କର୍ତ୍ତା-କ୍ରିୟା-ବସ୍ତୁ ।

  • ପିତର ମାରିଲେ ବଲକୁ । (ଇଂରାଜୀ ବ୍ୟାକରଣ ଭାଷାନୁଯାଇ) କେତେକ ଭାଷାରେ କ୍ରମଧାରା ହେଉଛି କର୍ତ୍ତା-ବସ୍ତୁ-କ୍ରିୟା ।
  • ପିତର ବଲକୁ ମାରିଲେ (ଓଡ଼ିଆ ବ୍ୟାକରଣ ଭାଷାନୁଯାଇ) । କେତେକ ଭାଷାରେ କ୍ରମଧାରା ହେଉଛି କ୍ରିୟା-କର୍ତ୍ତା-ବସ୍ତୁ ।
  • ମାରିଲେ ପିତର ବଲକୁ ।

ଶବ୍ଦ କ୍ରମଧାରାରେ ପରିବର୍ତ୍ତନ

ଶବ୍ଦ କ୍ରମଧାରା ପରିବର୍ତ୍ତନ ହୋଇ ପାରିବ ଯଦି ବାକ୍ୟ:

  • ପ୍ରଶ୍ନ ବା ଆଦେଶ ଅଟେ ।
  • ଅବସ୍ଥାକୁ ବର୍ଣ୍ଣନା କରେ (ସେ ଖୁସି ଅଟେ । ସେ ଡେଙ୍ଗା ଅଟେ ।)
  • ଅବସ୍ଥାକୁ ପ୍ରକାଶ କରେ, ଯଥା, “ଯଦି” ଶବ୍ଦ ସହ
  • ବାକ୍ୟରେ ସ୍ଥାନର ଉଲ୍ଲେଖ ଥାଏ ।
  • ବାକ୍ୟରେ ସମୟର ଉଲ୍ଲେଖ ଥାଏ ।
  • ବାକ୍ୟ କବିତାରେ ପୂର୍ଣ୍ଣ । ଶବ୍ଦ କ୍ରମଧାରା ମଧ୍ୟ ପରିବର୍ତ୍ତନ ହୋଇ ପାରିବ
  • ଯଦି ନିର୍ଦ୍ଦିଷ୍ଟ ବାକ୍ୟାଂଶରେ କେତେକ ପ୍ରକାର ଗୁରୁତ୍ଵାରୋପ ଥାଏ ।
  • ଯଦି ବାକ୍ୟଟି ପ୍ରକୃତରେ ବସ୍ତୁ ଅପେକ୍ଷା ଅନ୍ୟ ବିଷୟରେ କହୁଥାଏ ।

ଅନୁବାଦ ସିଦ୍ଧାନ୍ତ

  • ଜାଣନ୍ତୁ ଆପଣଙ୍କ ଭାଷାରେ କେଉଁ ଶବ୍ଦ କ୍ରମଧାରା ପସନ୍ଦୀୟ ବା ଗ୍ରହଣୀୟ ଅଟେ ।
  • ଆପଣଙ୍କ ଭାଷାରେ ଏହାକୁ ପରିବର୍ତ୍ତନ କରିବା ପାଇଁ କିଛି କାରଣ ଥିଲେ, ଆପଣଙ୍କ ଭାଷାର ପସନ୍ଦୀୟ ଶବ୍ଦ କ୍ରମଧାରାକୁ ବ୍ୟବହାର କରନ୍ତୁ ।
  • ବାକ୍ୟକୁ ଅନୁବାଦ କର, ଯଦ୍ୱାରା ଅର୍ଥ ନିର୍ଭୁଲ ଓ ସ୍ପଷ୍ଟ ହେବ ଓ ଏହା ପ୍ରାକୃତିକ ଉଚ୍ଚାରଣ ହେବ । ଆପଣ ମଧ୍ୟ ରେ ଏହି ସମ୍ପର୍କିତ ଭିଡିଓ ଦେଖି ପାରିବେ ।