or_ta/translate/figs-nominaladj/01.md

6.2 KiB

ବିବରଣ

କେତେକ ଭାଷାରେ ବିଶେଷଣ ପଦ ବର୍ଣ୍ଣନା କରୁଥିବା ବିଷୟର ଶ୍ରେଣୀକୁ ଦର୍ଶାଇବା ପାଇଁ ବିଶେଷଣ ପଦକୁ ବ୍ୟବହାର କରାଯାଇପାରିବ । ଯେତେବେଳେ ଏହା କାର୍ଯ୍ୟ କରେ, ଏହା ବିଶେଷ୍ୟ ଭଳି କାର୍ଯ୍ୟ କରିଥାଏ । ଉଦାହରଣ ସ୍ଵରୂପ, “ଧନୀ” ଶବ୍ଦ ଏକ ବିଶେଷଣ ପଦ ଅଟେ ।

“ଧନୀ” ଶବ୍ଦ ଯେ ଏକ ବିଶେଷଣ ପଦ, ଏହାକୁ ଦେଖାଇବା ପାଇଁ ଏଠାରେ ଦୁଇଟି ବାକ୍ୟ ଦିଆଯାଇଛି ।

... ଧନୀଲୋକର ଅତି ପ୍ରଚୁର ଗୋମେଷାଦି ପଲ ଥିଲା... (2ୟ ଶାମୁଏଲ 12:2 ULT)

“ଧନୀ” ବିଶେଷଣ ପଦଟି “ଲୋକ” ଶବ୍ଦର ପୁର୍ବରେ ଆସି ସେହି “ଲୋକ”କୁ ବର୍ଣ୍ଣନା କରୁଛି ।

ଏଣୁ ସେ ଧନବାନ୍ ହେବ ନାହିଁ, ଅବା ତାହାର ସମ୍ପତ୍ତି ସ୍ଥାୟୀ ହେବ ନାହିଁ … (ଆୟୁବ 15:29 ULT)

“ଧନୀ” ବିଶେଷଣ ପଦଟି ଇଂରାଜୀର କ୍ରିୟାପଦ “be” ପରେ ଆସି “ସେ” କୁ ବର୍ଣ୍ଣନା କରୁଛି । ଏହି ବାକ୍ୟ ପ୍ରକାଶ କରେ ଯେ “ଧନୀ” ଶବ୍ଦ ମଧ୍ୟ ସଂଜ୍ଞା ବିଶେଷ୍ୟ ଭାବରେ କାର୍ଯ୍ୟ କରି ପାରିବ ।

ଧନବାନ୍ ଅର୍ଦ୍ଧଶେକଲରୁ ଅଧିକ ଦେବ ନାହିଁ, ପୁଣି ଦରିଦ୍ର ତହିଁରୁ ଊଣା ଦେବ ନାହିଁ । (ଯାତ୍ରାପୁସ୍ତକ 30:15 ULT)

ଯାତ୍ରାପୁସ୍ତକ 30:15 ର, ବାକ୍ୟାଂଶରେ ଥିବା “ଧନବାନ୍” ଶବ୍ଦ ସଂଜ୍ଞା ବିଶେଷ୍ୟ ଭଳି “ଧନୀ” ଶବ୍ଦ କାର୍ଯ୍ୟ କରୁଛି, ଏବଂ ଏହା ଧନୀ ଲୋକମାନଙ୍କୁ ଦର୍ଶାଉଛି । “ଦରିଦ୍ର” ଶବ୍ଦ ମଧ୍ୟ ସଂଜ୍ଞା ବିଶେଷ୍ୟ ଭଳି କାର୍ଯ୍ୟ କରୁଛି ଓ ଏହା ଦରିଦ୍ର ଲୋକମାନଙ୍କୁ ସୂଚିତ କରୁଛି ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • ବାଇବଲରେ ଅନେକ ସମୟ ବିଶେଷଣ ପଦଟି ଲୋକମାନଙ୍କର ଦଳକୁ ବର୍ଣ୍ଣନା କରିବା ପାଇଁ ସଂଜ୍ଞା ବିଶେଷ୍ୟ ଭାବେ କାର୍ଯ୍ୟ କରିଥାଏ ।
  • କେତେକ ଭାଷା ଏହିପରି ଭାବରେ ବିଶେଷଣ ପଦକୁ ବ୍ୟବହାର କରନ୍ତି ନାହିଁ ।
  • ପଦଟି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଷୟରେ କହୁଅଛି ବୋଲି ଏହି ଭାଷାର ପାଠକମାନେ ଭାବି ପାରନ୍ତି, ଯେବେକି ଏହା ବାସ୍ତବରେ ବିଶେଷଣ ପଦ ଭାବେ ବର୍ଣ୍ଣନା କରୁଥିବା ଲୋକମାନଙ୍କର ଦଳ ବିଷୟରେ କହୁଅଛି ।

ବାଇବଲରୁ କେତେକ ଉଦାହରଣ

ଧାର୍ମକମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ ଅବସ୍ଥାନ କରିବା ନାହିଁ । (ଗୀତସଂହିତା 125: 3 ULT)

ଏଠାରେ “ଧାର୍ମିକ” ଶବ୍ଦ କୌଣସି ଗୋଟିଏ ଧାର୍ମିକ ବ୍ୟକ୍ତିଙ୍କୁ ନୁହେଁ, ବରଂ ଧାର୍ମିକ ଲୋକମାନଙ୍କୁ ସୂଚିତ କରୁଛି ।

ନମ୍ର ଲୋକେ ଧନ୍ୟ (ମାଥିଉ 5:5 ULT)

ଏଠାରେ “ନମ୍ର” ଶବ୍ଦ କୌଣସି ଗୋଟିଏ ନମ୍ର ବ୍ୟକ୍ତିଙ୍କୁ ନୁହେଁ, ବରଂ ସମସ୍ତ ନମ୍ର ଲୋକମାନଙ୍କୁ ସୂଚିତ କରୁଛି ।

ଅନୁବାଦ କୌଶଳ

ଯଦି ଆପଣଙ୍କ ଭାଷା ଲୋକମାନଙ୍କର ଶ୍ରେଣୀ ବା ଦଳକୁ ସୂଚିତ କରିବା ପାଇଁ ବିଶେଷଣ ପଦକୁ ସଂସଜ୍ଞା ବିଶେଷ୍ୟ ଭାବରେ ବ୍ୟବହାର କରୁଛି, ତେବେ ଏହିପରି ଭାବରେ ବିଶେଷଣ ପଦକୁ ବ୍ୟବହାର କରିବା ପାଇଁ ଚିନ୍ତା କରନ୍ତୁ ।

ଯଦି ଏହା ଅଜଣା ଭଳି ଉଚ୍ଚାରିତ ହେଉଛି କିଅବା ଯଦି ଅର୍ଥ ଅସ୍ପଷ୍ଟ ବା ଭୁଲ ଅର୍ଥ ପ୍ରକାଶ କରୁଛି, ତେବେ ଏଠାରେ ଅନ୍ୟ ବିକଳ୍ପ ଦିଆଯାଇଛି:

  1. ବିଶେଷଣକୁ ସଂଜ୍ଞା ବିଶେଷ୍ୟର ବହୁବଚନ ରୂପ ସହ ବ୍ୟବହାର କରନ୍ତୁ ଯାହାକୁ ବିଶେଷଣ ବର୍ଣ୍ଣନା କରୁଥିବ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ବିଶେଷଣକୁ ସଂଜ୍ଞା ବିଶେଷ୍ୟର ବହୁବଚନ ରୂପ ସହ ବ୍ୟବହାର କରନ୍ତୁ ଯାହାକୁ ବିଶେଷଣ ବର୍ଣ୍ଣନା କରୁଥିବ ।
  • ଧାର୍ମକମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ ଅବସ୍ଥାନ କରିବା ନାହିଁ । (ଗୀତସଂହିତା 125: 3 ULT)

ଧାର୍ମକ ଲୋକମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ ଅବସ୍ଥାନ କରିବା ନାହିଁ ।

  • ନମ୍ରଲୋକେ ଧନ୍ୟ … (ମାଥିଉ 5:5 ULT)
    • ନମ୍ର ଲୋକମାନେ ଧନ୍ୟ ...