or_ta/translate/figs-infostructure/01.md

17 KiB
Raw Permalink Blame History

ବିବରଣ

ବିଭିନ୍ନ ଭାଷା ବାକ୍ୟର ଅଂଶଗୁଡ଼ିକୁ ବିଭିନ୍ନ ଉପାୟରେ ସଜାଡ଼ି ଥାନ୍ତି । ଇଂରାଜୀରେ, ସାଧାରଣତଃ ଏକ ବାକ୍ୟରେ କର୍ତ୍ତା ପ୍ରଥମେ ଥାଏ, ତାପରେ କର୍ମକାରକ ପଦ, ତା’ପରେ ଅନ୍ୟ ଶବ୍ଦଗୁଡ଼ିକ ଆସିଥାଏ, ଏହି ପରି: ଗତକାଲି ପିତର ତା’ଙ୍କ ଘରକୁ ରଙ୍ଗ କଲେ ।

ସାଧାରଣତଃ ଅନ୍ୟାନ୍ୟ ଅନେକ ଭାଷା ଏହାକୁ ଭିନ୍ନ କ୍ରମରେ ଲେଖନ୍ତି, ଯଥା: ଗତକାଲି ପିତର ତା’ଙ୍କ ଘରକୁ ରଙ୍ଗ କଲେ ।

ଯଦିଓ ସମସ୍ତ ଭାଷାରେ ବାକ୍ୟର ଭିନ୍ନ ଭିନ୍ନ ଅଂଶଗୁଡିକ ନିମନ୍ତେ ସାଧାରଣ କ୍ରମ ଅଛି, ଏହି କ୍ରମ ପରିବର୍ତ୍ତନ ହୋଇପାରେ ନିର୍ଭର କରେ ବକ୍ତା ଓ ଲେଖକ କେଉଁ ସୂଚନାକୁ ଅଧିକ ଗୁରୁତ୍ଵପୁର୍ଣ୍ଣ ବୋଲି ମନେ କରୁଛନ୍ତି   ।

ଧରାଯାଉ କେହି ଜଣେ ପ୍ରଶ୍ନର ଉତ୍ତର ଦେଉଅଛନ୍ତି, “ଗତକାଲି ପିତର କ’ଣ ରଙ୍ଗ କରିଥିଲେ?” ପ୍ରଶ୍ନ କରୁଥିବା ବ୍ୟକ୍ତି ଜଣକ କର୍ମକାରକ ପଦ: “ତା’ଙ୍କ ଘର” କୁ ଛାଡ଼ି ଉପରୋକ୍ତ ଆମ ବାକ୍ୟରେ ଥିବା ସମସ୍ତ ସୂଚନାକୁ ଜାଣି ସାରିଛନ୍ତି । "ତେଣୁ, ତାହା ସୂଚନାର ଅଧିକ ଗୁରୁତ୍ୱପୂର୍ଣ୍ଣ ଭାଗ ହୁଏ, ଆଉ ଇଂରାଜୀରେ ଉତ୍ତର ଦେବା ବ୍ୟକ୍ତି ଜଣକ ହେଇପାରେ ଏପରି କହିବ: ତା’ଙ୍କ ଘର ଯାହା ପିତର ରଙ୍ଗ କଲେ (ଗତକାଲି)"।

ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପ୍ରଥମରେ ରଖେ, ଯାହା ଇଂରାଜୀ ପାଇଁ ସାଧାରଣ ଅଟେ । ଅନେକ ଅନ୍ୟ ଭାଷାମାନଙ୍କରେ ସାଧାରଣତଃ ଅଧିକ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଶେଷରେ ରଖିଥାନ୍ତି ଏକ ପାଠର ପ୍ରବାହରେ, ସାଧାରଣତଃ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଯାହାକି ଲେଖକ ପାଠକଙ୍କ ନିମନ୍ତେ ନୂତନ ସୂଚନା ପାଇଁ ବିଚାର କରିଥାଏ । କେତେକ ଭାଷାରେ ନୂତନ ସୂଚନା ପ୍ରଥମେ ଆସେ, ଓ ଅନ୍ୟଟି ଶେଷରେ ଆସିଥାଏ ।

ଏହାର କାରଣ ହେଉଛି ଏକ ଅନୁବାଦ ସମସ୍ୟା

ବିଭିନ୍ନ ଭାଷା ବାକ୍ୟର ଅଂଶଗୁଡ଼ିକୁ ବିଭିନ୍ନ ଉପାୟରେ ସଜାଇଥାଏ । ଯଦି ଆପଣ (ଅନୁବାଦକ) ଉତ୍ସରୁ ବାକ୍ୟର ଅଂଶଗୁଡ଼ିକର କ୍ରମକୁ ପ୍ରତିରୂପ କରନ୍ତୁ, ଆପଣଙ୍କ ଭାଷାରେ ଏହା କିଛି ଅର୍ଥ ହୋଇନପାରେ ।

ବିଭିନ୍ନ ଭାଷା ବାକ୍ୟରେ ବିଭିନ୍ନ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ କିମ୍ବା ନୂତନ ସୂଚନା ରଖନ୍ତି । ଯଦି ଆପଣ ଗୁରୁତ୍ୱପୂର୍ଣ୍ଣ କିମ୍ବା ନୂତନ ସୂଚନାକୁ ସେହି ସ୍ଥାନରେ ରଖନ୍ତି, ଯାହା ଏହାର ମୂଳ ଭାଷାରେ ଥିଲା,ତେବେ ଏହା ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ କିମ୍ବା ଆପଣଙ୍କ ଭାଷାରେ ଭୁଲ ବାର୍ତ୍ତା ଦେଇପାରେ ।

ବାଇବଲରୁ ଉଦାହରଣ

ସେମାନେ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ ସମସ୍ତେ ଭଜନ କଲେ।( ମାର୍କ 6:42 ULT)

ଯାହା ଇଂରାଜୀରେ ସାଧାରଣ ଅଟେ । ଅନେକ ଅନ୍ୟ ଭାଷାମାନଙ୍କରେ ସାଧାରଣତଃ ଅଧିକ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଶେଷରେ ରଖିଥାନ୍ତି । ପାଠର ପ୍ରବାହରେ, ସାଧାରଣତଃ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଯାହାକି ଲେଖକ ପାଠକଙ୍କ ନିମନ୍ତେ ନୂତନ ସୂଚନା ପାଇଁ ବିଚାର କରିଥାଏ । କେତେକ ଭାଷାରେ ନୂତନ ସୂଚନା ପ୍ରଥମେ ଆସେ, ଓ ଅନ୍ୟଟି ଶେଷରେ ଆସିଥାଏ ।

ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପ୍ରଥମରେ ରଖେ, ଯାହା ଇଂରାଜୀରେ ସାଧାରଣ ଅଟେ । ଅନେକ ଅନ୍ୟ ଭାଷାମାନଙ୍କରେ ସାଧାରଣତଃ ଅଧିକ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଶେଷରେ ରଖିଥାନ୍ତି । ପାଠର ପ୍ରବାହରେ, ସାଧାରଣତଃ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଯାହାକି ଲେଖକ ପାଠକଙ୍କ ନିମନ୍ତେ ନୂତନ ସୂଚନା ପାଇଁ ବିଚାର କରିଥାଏ । କେତେକ ଭାଷାରେ ନୂତନ ସୂଚନା ପ୍ରଥମେ ଆସେ, ଓ ଅନ୍ୟଟି ଶେଷରେ ଆସିଥାଏ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • ଭିନ୍ନ ଭିନ୍ନ ଭାଷାମାନେ ଭିନ୍ନ ଭିନ୍ନ ମାଧ୍ୟମରେ ବାକ୍ୟର ଅଂଶଗୂଡ଼ିକୁ ସଜାଡ଼ି ଥାନ୍ତି । ଯଦି ଅନୁବାଦକ ମୂଳ ଭାଷାରୁ ବାକ୍ୟାଂଶର କ୍ରମଧାରାକୁ ନକଲ କରନ୍ତି, ତେବେ ଏହା ତା’ଙ୍କ ଭାଷାରେ ଅର୍ଥବୋଧକ ହୋଇ ପାରିବ ନାହିଁ ।
  • ଭିନ୍ନ ଭିନ୍ନ ଭାଷାମାନେ ବାକ୍ୟରେ ଗୁରୁତ୍ୱପୂର୍ଣ୍ଣ ବା ନୂତନ ସୂଚନାକୁ ଭିନ୍ନ ଭିନ୍ନ ସ୍ଥାନରେ ରଖନ୍ତି । ଯଦି ଅନୁବାଦକ ଗୁରୁତ୍ୱପୂର୍ଣ୍ଣ ବା ନୂତନ ସୂଚନା, ଯାହା ମୂଳ ଭାଷାରେ ଯେପରି ଥିଲା ସେହିପରି ଏହାକୁ ସମାନ ସ୍ଥାନରେ ସ୍ଥାପନ କରନ୍ତି, ତେବେ ଏହା ତା’ଙ୍କ ଭାଷାରେ ଦ୍ଵନ୍ଦ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭୁଲ ସମ୍ବାଦ ଦେଇ ପାରେ ।

ବାଇବଲରୁ କେତେକ ଉଦାହରଣ

ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ । (ମାର୍କ 6:42 ULT)

ଏହି ବାକ୍ୟର ଭାଗଗୁଡ଼ିକ ମୂଳ ଗ୍ରୀକ୍ ଭାଷାରେ ଭିନ୍ନ କ୍ରମଧାରାରେ ଥିଲା ।

ସେଗୁଡ଼ିକ ଏପରି ଥିଲା:

  • ସେଥିରେ ସେମାନେ ସମସ୍ତ ଭୋଜନ କଲେ ଓ ତୃପ୍ତ ହେଲେ । ଇଂରାଜୀରେ, ଏହାର ଅର୍ଥ ଲୋକମାନେ ସମସ୍ତ ଭୋଜନ କଲେ । କିନ୍ତୁ ପରବର୍ତ୍ତୀ ପଦ କହେ ଯେ ସେମାନେ ଭଙ୍ଗା ରୋଟି ଉଠାଇ ବାର ଟୋକେଇ ଭର୍ତ୍ତି କଲେ । ଏଥିରେ କୌଣସି ଦ୍ଵନ୍ଦ ନ ହେବା ପାଇଁ, ULT ର ଅନୁବାଦକମାନେ ଇଂରାଜୀ ଭାଷା ନିମନ୍ତେ ବାକ୍ୟର ଅଂଶକୁ ସ୍ଥାପନ କରିଛନ୍ତି ।

ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା; ସେଥିରେ ଦ୍ଵାଦଶ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚତୁର୍ଦ୍ଦିଗର ଗ୍ରାମ ଓ ପଲ୍ଲୀଗୁଡିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ନିର୍ଜ୍ଜନ ସ୍ଥାନରେ ଅଛୁ । (ଲୂକ 9:12 ULT)

ଏହି ପଦରେ, ଶିଷ୍ୟମାନେ ଯୀଶୁଙ୍କୁ କଣ କହିଲେ, ସେହି ଗୁରୁତ୍ୱପୂର୍ଣ୍ଣ ସୂଚନା ଯାହାକି ସେ ଲୋକମାନଙ୍କୁ ବିଦାୟ ଦେବା ଉଚିତ୍ ବିଷୟକୁ ପ୍ରଥମେ ରଖନ୍ତୁ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଶେଷରେ ରଖୁଥିବା ଭାଷାମାନଙ୍କରେ, ଲୋକେ ବୁଝିବେ ଯେ ଯୀଶୁଙ୍କ ପାଇଁ ସେମାନଙ୍କ ସମ୍ବାଦର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଭାଗ ନିର୍ଜନ ସ୍ଥାନରେ ବୋଲି ଶିଷ୍ୟମାନେ କହିବା ହିଁ ଉଦ୍ଦେଶ୍ୟ ଅଟେ ।

ପରେ ସେମାନେ ବୁଝିବେ ଯେ ଶିଷ୍ୟମାନେ ସେହି ସ୍ଥାନରେ ଥିବା ମନ୍ଦଆତ୍ମାଗୁଡିକୁ ଭୟ କରିଥିବେ, ଆଉ ଲୋକମାନଙ୍କୁ ଖାଦ୍ୟ କିଣିବା ପାଇଁ ପଠାଇବାର ଅର୍ଥ ସେମାନଙ୍କୁ ସେହି ଆତ୍ମାଗୁଡିକରୁ ସେମାନଙ୍କୁ ରକ୍ଷା କରିବା ଅଟେ । ତାହା ଭୁଲ ବାର୍ତ୍ତା ଅଟେ ।

ଯେତେବେଳେ ଲୋକସମସ୍ତେ ତୁମ୍ଭମାନଙ୍କର ସୁଖ୍ୟାତି କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ । (ଲୂକ 6:26 ULT)

ଏହି ପଦରେ, ପ୍ରଥମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାଗ “ହାୟ” ଶବ୍ଦ, ଯାହାକି ଲୋକମାନେ କରିଥିବା କାର୍ଯ୍ୟ ନିମନ୍ତେ ସେମାନଙ୍କ ଉପରକୁ ଆସୁଥିବା ବିପଦ । ସାହାଯ୍ୟ କରିବାର ଉଦ୍ଦେଶ୍ୟ ହେଉଛି ଯେ ସତର୍କ ସୂଚନା ଶେଷରେ ଆସେ । ଗୁରୁତ୍ୱପୂର୍ଣ୍ଣ ସୂଚନା ଶେଷରେ ଆସୁ ବୋଲି ଆଶା କରୁଥିବା ଲୋକମାନଙ୍କ ନିମନ୍ତେ ଏହା ଦ୍ଵନ୍ଦରେ ପକାଇପାରେ ।

ଅନୁବାଦ କୌଶଳ

  1. ଆପଣଙ୍କ ଭାଷା କିପରି ବାକ୍ୟର ଭାଗଗୁଡ଼ିକୁ ସଜାଡନ୍ତି ତାହା ଅଧ୍ୟୟନ କର, ଏବଂ ସେହି ଧାରାକୁ ଆପଣଙ୍କ ଅନୁବାଦରେ ବ୍ୟବହାର କର ।
  2. ଆପଣଙ୍କ ଭାଷା କେଉଁଠାରେ ନୂତନ ବା ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସ୍ଥାପନ କରୁଛନ୍ତି ତାହା ଅଧ୍ୟୟନ କର, ଏବଂ ସୂଚନାର କ୍ରମଧାରାକୁ ଆଠାରେ ଭିନ୍ନ ଢାଞ୍ଚାରେ ସଜାଡ଼ନ୍ତୁ, ଯଦ୍ୱାରା ଏହା ଆପଣଙ୍କ ଭାଷାରେ ଏହାକୁ ଯେପରି କରାଯାଇଛି ତଦନୁସାରେ ଅନୁକରଣ କରିବ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକ

  1. ଆପଣଙ୍କ ଭାଷା କିପରି ବାକ୍ୟର ଭାଗଗୁଡ଼ିକୁ ସଜାଡନ୍ତି ତାହା ଅଧ୍ୟୟନ କର, ଏବଂ ସେହି ଧାରାକୁ ଆପଣଙ୍କ ଅନୁବାଦରେ ବ୍ୟବହାର କର ।
  • ସେସ୍ଥାନରୁ ସେ ପ୍ରସ୍ଥାନ କରି ପୈତୃକ ନଗର ନିଜ ସ୍ଥାନକୁ ଆସିଲେ, ଓ ସେମାନେ ଅର୍ଥାତ୍ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ । (ମାର୍କ 6:1)

ଏହା ମୂଳ ଗ୍ରୀକ୍ କ୍ରମାନୁସାରେ ଥିବା ପଦ । ULT ଏହାକୁ ଇଂରାଜୀ ଭାଷା ନିମନ୍ତେ ସାଧାରଣ କ୍ରମରେ ରଖନ୍ତି:

ସେସ୍ଥାନରୁ ସେ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ । (ମାର୍କ 6:1 ULT)

  1. ଆପଣଙ୍କ ଭାଷା କେଉଁଠାରେ ନୂତନ ବା ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସ୍ଥାପନ କରୁଛନ୍ତି ତାହା ଅଧ୍ୟୟନ କର, ଏବଂ ସୂଚନାର କ୍ରମଧାରାକୁ ଆଠାରେ ଭିନ୍ନ ଢାଞ୍ଚାରେ ସଜାଡ଼ନ୍ତୁ, ଯଦ୍ୱାରା ଏହା ଆପଣଙ୍କ ଭାଷାରେ ଏହାକୁ ଯେପରି କରାଯାଇଛି ତଦନୁସାରେ ଅନୁକରଣ କରିବ ।

ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା; ସେଥିରେ ଦ୍ଵାଦଶ ତାହାଙ୍କ ନିକଟକୁ ଆସି କହିଲେ, “ଲୋକସମୂହ ଯେପରି ଚତୁର୍ଦ୍ଦିଗର ଗ୍ରାମ ଓ ପଲ୍ଲୀଗୁଡିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ନିର୍ଜ୍ଜନ ସ୍ଥାନରେ ଅଛୁ ।” (ଲୂକ 9:12 ULT) ଯଦି ଆପଣଙ୍କ ଭାଷା ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଶେଷରେ ରଖନ୍ତି, ତେବେ ଆପଣ ପଦର କ୍ରମଧାରାକୁ ପରିବର୍ତ୍ତନ କରି ପାରିବେ:

  • ଇତିମଧ୍ୟରେ ଦିବା ଅବସାନ ହେବାକୁ ଲାଗିଲା; ସେଥିରେ ଦ୍ଵାଦଶ ତାହାଙ୍କ ନିକଟକୁ ଆସି କହିଲେ, “କାରଣ ଆମ୍ଭେମାନେ ଏଠାରେ ନିର୍ଜ୍ଜନ ସ୍ଥାନରେ ଅଛୁ, ଲୋକସମୂହ ଯେପରି ଚତୁର୍ଦ୍ଦିଗର ଗ୍ରାମ ଓ ପଲ୍ଲୀଗୁଡିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ ।”

ଯେତେବେଳେ ଲୋକସମସ୍ତେ ତୁମ୍ଭମାନଙ୍କର ସୁଖ୍ୟାତି କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ । (ଲୂକ 6:26 ULT)

ଯଦି ଆପଣଙ୍କ ଭାଷା ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଶେଷରେ ରଖନ୍ତି, ତେବେ ଆପଣ ପଦର କ୍ରମଧାରାକୁ ପରିବର୍ତ୍ତନ କରି ପାରିବେ:

  • ଯେତେବେଳେ ଲୋକସମସ୍ତେ ତୁମ୍ଭମାନଙ୍କର ସୁଖ୍ୟାତି କରନ୍ତି, ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର !