or_ta/translate/figs-informremind/01.md

12 KiB
Raw Permalink Blame History

କେତେକ ଭାଷା ସଂଜ୍ଞା ବିଶେଷ୍ୟ ବିଷୟରେ ତଥ୍ୟ ଦେବା ପାଇଁ ବା ତହିଁ ବିଷୟରେ ଲୋକମାନଙ୍କୁ କିଛି ସ୍ମରଣ କରାଇବା ପାଇଁ ସଂଜ୍ଞା ବିଶେଷ୍ୟ ସହ ଶବ୍ଦ ବା ବାକ୍ୟାଂଶକୁ କରିପାରନ୍ତି ।

  • ମରିୟମ କିଛି ଖାଦ୍ୟ ନିଜ ଭଉଣୀକୁ ଦେଲେ ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ । “ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ” ବାକ୍ୟାଂଶଟି “ଭଉଣୀ” ଶବ୍ଦ ପରେ ତତ୍ କ୍ଷଣାତ ଆସୁଛି ଓ ମରିୟମ ନିଜ ଭଉଣୀକୁ ଖାଦ୍ୟ ଦେବା ସମୟରେ ତା’ଙ୍କ ଭଉଣୀ କିଭଳି ପ୍ରତିକ୍ରିୟା କରୁଛନ୍ତି, ତହିଁ ବିଷୟରେ ଆମକୁ ସୂଚିତ କରୁଛି ।

ଏହି କ୍ଷେତ୍ରରେ ମରିୟମଙ୍କର ଏହି ଭଉଣୀକୁ ଆଉ ଅନ୍ୟ ଏକ ଭଉଣୀଠାରୁ ପୃଥକ କରୁ ନାହିଁ । ସେହି ଭଉଣୀଙ୍କ ବିଷୟରେ ଏହା ସରଳ ଭାବରେ ଆହୁରି ତଥ୍ୟ ପ୍ରଦାନ କରୁଛି ।

ବିବରଣ

କେତେକ ଭାଷା ସଂଜ୍ଞା ବିଶେଷ୍ୟ ବିଷୟରେ ତଥ୍ୟ ଦେବା ପାଇଁ ବା ତହିଁ ବିଷୟରେ ଲୋକମାନଙ୍କୁ କିଛି ସ୍ମରଣ କରାଇବା ପାଇଁ ସଂଜ୍ଞା ବିଶେଷ୍ୟ ସହ ଶବ୍ଦ ବା ବାକ୍ୟାଂଶକୁ କରିପାରନ୍ତି ।

  • ମରିୟମ କିଛି ଖାଦ୍ୟ ନିଜ ଭଉଣୀକୁ ଦେଲେ ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ । “ଯିଏ ଅତ୍ୟନ୍ତ ଧନ୍ୟବାଦି ହୋଇଥିଲେ” ବାକ୍ୟାଂଶଟି “ଭଉଣୀ” ଶବ୍ଦ ପରେ ତତ୍ କ୍ଷଣାତ ଆସୁଛି ଓ ମରିୟମ ନିଜ ଭଉଣୀକୁ ଖାଦ୍ୟ ଦେବା ସମୟରେ ତା’ଙ୍କ ଭଉଣୀ କିଭଳି ପ୍ରତିକ୍ରିୟା କରୁଛନ୍ତି, ତହିଁ ବିଷୟରେ ଆମକୁ ସୂଚିତ କରୁଛି । ଏହି କ୍ଷେତ୍ରରେ ମରିୟମଙ୍କର ଏହି ଭଉଣୀକୁ ଆଉ ଅନ୍ୟ ଏକ ଭଉଣୀଠାରୁ ପୃଥକ କରୁ ନାହିଁ ।

ଉଦ୍ଦେଶ୍ୟ ଲୋକେ ଏହି ବାକ୍ୟାଂଶଗୁଡ଼ିକୁ ବ୍ୟବହାର କରନ୍ତି ଲୋକେ ଅନେକ ସମୟରେ ଦୁର୍ବଳ ଉପାୟରେ ସ୍ମରଣ କରାଉଥିବା ବିଷୟକୁ କିମ୍ବା ନୂତନ ତଥ୍ୟକୁ ଉପସ୍ଥାପିତ କରନ୍ତି । ସେମାନେ କିଛି କହିବା ସମୟରେ ନିଜ ପ୍ରତି ଶ୍ରୋତାମାନଙ୍କର ଧ୍ୟାନ ଆକର୍ଷଣ କାଟିବା ପାଇଁ ସେମାନେ ଏହା କରିବାକୁ ଇଚ୍ଛା କରିଥାନ୍ତି । ଉପରୋକ୍ତ ଉଦାହରଣରେ, ବକ୍ତା ଜଣକ ସର୍ବାଧିକ ଧ୍ୟାନ ମରିୟମଙ୍କ ଭଉଣୀ କିଭଳି ପ୍ରତିକ୍ରିୟା ଦେଲେ ତହିଁ ପ୍ରତି ନ ଦେଇ, ମରିୟମ ଯାହା କଲେ ତହିଁ ପ୍ରତି ଦେବାକୁ ଚାହାଁନ୍ତି ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା: ଅନେକ ଭାଷାମାନଙ୍କରେ ଯୋଗାଯୋଗର ଅଂଶଗୁଡ଼ିକୁ ସଂକେତ କରିବାର ଭିନ୍ନ ଭିନ୍ନ ମାଧ୍ୟମଗୁଡ଼ିକ ରହିଛି, ଯେଉଁଥିରେ ଶ୍ରୋତାମାନେ ଅଧିକ ଧ୍ୟାନ ଦେବା ଉଚିତ୍ ।

ଅନୁବାଦ ସିଦ୍ଧାନ୍ତ

  • ଯଦି ଆପଣଙ୍କ ଭାଷା ନୂତନ ସୂଚନା ବା ସ୍ମରଣ ନିମନ୍ତେ ସଂଜ୍ଞା ବିଶେଷ୍ୟ ସହ ବାକ୍ୟାଂଶକୁ ବ୍ୟବହାର କରନ୍ତି ନାହିଁ, ତେବେ ଆପଣ ସେହି ସୂଚନା ଓ ସ୍ମରଣ କରାଉଥିବା ବିଷୟକୁ ବାକ୍ୟର ଭିନ୍ନ ଭାଗରେ ସ୍ଥାପନ କରିବା ପାଇଁ ଆବଶ୍ୟକ କରିପାରିବ ।
  • ଏହାକୁ ଦୁର୍ବଳ ଉପାୟରେ ଉପସ୍ଥାପିତ କରିବାକୁ ଚେଷ୍ଟା କରନ୍ତୁ ।
  • ନିଜକୁ ପଚାରନ୍ତୁ: ଆମ ଭାଷାରେ, ଆମେ କିପରି ବଳିଷ୍ଠ ମାଧ୍ୟମରେ, ଏବଂ କିପରି ଦୁର୍ବଳ ମାଧ୍ୟମରେ ତଥ୍ୟ ବା ସୂଚନାକୁ ପ୍ରକାଶ କରୁ ?

ବାଇବଲରୁ କେତେକ ଉଦାହରଣ

ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ । (ଆଦିପୁସ୍ତକ 2:14 ULT)

କେବଳ ଗୋଟିଏ ହିଁ ହିଦ୍ଦେକଲ ନଦୀ ଅଛି । “ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ” ବାକ୍ୟାଂଶଟି ହିଦ୍ଦେକଲ ନଦୀର ସ୍ଥିତି ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା ମୂଳ ଶ୍ରୋତାମାନଙ୍କୁ ଅଧିକ ସହାୟକ ହୋଇଥିବ, କାରଣ ଅଶୂରୀୟ ଦେଶ କେଉଠାରେ ଅବସ୍ଥିତ ଥିଲା ସେମାନେ ଜାଣନ୍ତି ।

ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ ଲୁପ୍ତ କରିବା । (ଆଦିପୁସ୍ତକ 6:7 ULT)

“ଆପଣାର ସୃଷ୍ଟ” ବାକ୍ୟାଂଶଟି ପରମେଶ୍ଵର ଓ ମନୁଷ୍ୟ ମଧ୍ୟରେ ଥିବା ସଂପର୍କକୁ ସ୍ମରଣ କରାଉଥିବା ବିଷୟ ଅଟେ । ଏଥି ସକାଶୁ ମନୁଷ୍ୟକୁ ଲୁପ୍ତ କରିବାର ଅଧିକାର ପରମେଶ୍ଵରଙ୍କର ଅଛି ।

ଆମ୍ଭେ ନୋଫରୁ ପ୍ରତିମାସକଳ ଶେଷ କରାଇବା । (ଯିହିଜିକଲ 30:13 ULT)

ସମସ୍ତ ପ୍ରତିମାସକଳ ମିଥ୍ୟା ଅସାର । ଏଥିପାଇଁ ପରମେଶ୍ଵର କହନ୍ତି ଯେ ସେ ସେମାନଙ୍କୁ ଧ୍ଵଂସ କରିବେ ।

... କାରଣ ତୁମ୍ଭର ଶାସନସକଳ ଉତ୍ତମ । (ଗୀତସଂହିତା 119:39 ULT)

ପରମେଶ୍ଵରଙ୍କ ଶାସନ ବା ବିଚାରସକଳ ଧାର୍ମିକ ଅଟେ । ଏଥିପାଇଁ ଗୀତ ରଚକ କହନ୍ତି ଯେ ସେସବୁ ଉତ୍ତମ ।

ଅନୁବାଦ କୌଶଳ

ଯଦି ଲୋକମାନେ ସଂଜ୍ଞା ବିଶେଷ୍ୟ ସହ ବାକ୍ୟାଂଶକୁ ବୁଝିବେ, ତେବେ ଉଭୟ ବାକ୍ୟାଂଶ ଓ ସଂଜ୍ଞା ବିଶେଷ୍ୟକୁ ଏକତ୍ର ରଖିବା ପାଇଁ ବିଚାର କରନ୍ତୁ । ନତୁବା, ଏଠାରେ ପ୍ରକାଶ କରିବାର ଅନ୍ୟ କୌଶଳଗୁଡ଼ିକ ଦିଆଯାଇଛି ଯାହାକି ବାକ୍ୟାଂଶକୁ ସୂଚିତ ବା ସ୍ମରଣ କରାଇବା ପାଇଁ ବ୍ୟବହୃତ ।

  1. ବାକ୍ୟର ଅନ୍ୟ ଭାଗରେ ସୂଚନାକୁ ଦିଅନ୍ତୁ ଓ ଏହାର ଉଦ୍ଦେଶ୍ୟକୁ ପ୍ରକାଶ କରୁଥିବା ଶବ୍ଦଗୁଡ଼ିକୁ ଯୋଗ କରନ୍ତୁ ।
  2. ଦୁର୍ବଳ ଉପାୟରେ ସୂଚନାକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାର କୌଣସି ଗୋଟିଏ ମାଧ୍ୟମକୁ ବ୍ୟବହାର କର । ଏହାକୁ ଛୋଟ ଶବ୍ଦ ଯୋଗ କରି କରାଯାଇ ପାରିବ, କିମ୍ବା ଶବ୍ଦ ଉଚ୍ଚାରଣର ମାଧ୍ୟମକୁ ପରିବର୍ତ୍ତନ କରି କରାଯାଇ ପାରିବ । କୌଣସି କୌଣସି ସମୟରେ ବିରାମ ଚିହ୍ନସମୂହ, ଯଥା, ବନ୍ଧନୀ, କମା ସହ ସ୍ଵରରେ ପରିବର୍ତ୍ତନ ଦେଖାଯାଇପାରେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ବାକ୍ୟର ଅନ୍ୟ ଭାଗରେ ସୂଚନାକୁ ଦିଅନ୍ତୁ ଓ ଏହାର ଉଦ୍ଦେଶ୍ୟକୁ ପ୍ରକାଶ କରୁଥିବା ଶବ୍ଦଗୁଡ଼ିକୁ ଯୋଗ କରନ୍ତୁ ।
  • ଯେଉଁମାନେ ମିଥ୍ୟା ଅସାର ବିଷୟ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ (ଗୀତସଂହିତା 31:6 ULT) “ମିଥ୍ୟା ଅସାର ବିଷୟ” ବୋଲି କହିବା ଦ୍ଵାରା, ଦାଉଦ ସମସ୍ତ ପ୍ରତିମା ବିଷୟରେ ମନ୍ତବ୍ୟ ଦେଇ ସେମାନଙ୍କୁ ସେବା କରୁଥିବା ଲୋକମାନଙ୍କ ପ୍ରତି ଥିବା ଘୃଣା ନିମନ୍ତେ ନିଜର ଯୁକ୍ତି ଉପସ୍ଥାପିତ କରୁଛନ୍ତି । ସେ ଅସାର ପ୍ରତିମାକୁ ବହୁମୂଲ୍ୟ ପ୍ରତିମା ମଧ୍ୟରେ ପ୍ରଭେଦ ଦେଖାଉ ନଥିଲେ ।
  • କାରଣ ପ୍ରତିମାଗୁଡ଼ିକ ଅସାର, ଯେଉଁମାନେ ସେମାନଙ୍କୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ ।
  • କାରଣ ତୁମ୍ଭର ଶାସନସକଳ ଉତ୍ତମ ।(ଗୀତସଂହିତା 119:39 ULT)
  • ... କାରଣ ତୁମ୍ଭର ଶାସନସକଳ ଉତ୍ତମ ଯେହେତୁ ସେମାନେ ଧାର୍ମିକ ।
  • ନବେ ବର୍ଷ ବୟସ୍କ ସାରା କି ପ୍ରସବ କରିବା ?(ଆଦିପୁସ୍ତକ 17:17-18 ULT) - “ନବେ ବର୍ଷ ବୟସ୍କା” ଖଣ୍ଡବାକ୍ୟଟି ସାରାଙ୍କ ବୟସକୁ ସ୍ମରଣ କରାଏ । ଏହା ପ୍ରକାଶ କରେ ଯେ କାହିଁକି ଅବ୍ରହାମ ଏହି ପ୍ରଶ୍ନ କରିଥିଲେ । ସେ ଆଶା କଲେ ନାହିଁ ଯେ ସେହି ବୟସର ମହିଳା ସନ୍ତାନ ପ୍ରସବ କରିପାରିବ ।
  • ଏପରିକି ଯେବେ ସାରା ଯିଏ ନବେ ବର୍ଷ ବୟସ୍କା, ସେ କି ସନ୍ତାନ ପ୍ରସବ କରିବ?
  • ମୁଁ ସଦାପ୍ରଭୁଙ୍କୁ ଆହ୍ଵାନ କରିବି, ସେ ପ୍ରଶଂସିତା ହେବା ଯୋଗ୍ୟ ... (2ୟ ଶାମୁୟେଲ 22:4 ULT) - କେବଳ ଜଣେ ହିଁ ସଦାପ୍ରଭୁ ଅଛନ୍ତି । “ସେ ପ୍ରଶଂସିତ ହେବା ଯୋଗ୍ୟ” ଖଣ୍ଡବାକ୍ୟ ସଦାପ୍ରଭୁଙ୍କୁ ଆହ୍ଵାନ କରିବାର ଯଥାର୍ଥ କାରଣ ପ୍ରଦାନ କରୁଛି ।
  • ମୁଁ ସଦାପ୍ରଭୁଙ୍କୁ ଆହ୍ଵାନ କରିବି, କାରଣ ସେ ପ୍ରଶଂସିତା ହେବା ଯୋଗ୍ୟ”
  1. ସୂଚନାକୁ ଦୁର୍ବଳ ଉପାୟରେ ପ୍ରକାଶ କରିବା ନିମନ୍ତେ ଆପଣଙ୍କ ଭାଷାର ଗୋଟିଏ ମାଧ୍ୟମକୁ ବ୍ୟବହାର କରନ୍ତୁ ।
  • ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ (ଆଦିପୁସ୍ତକ 2:14 ULT)
  • ତୃତୀୟ ନଦୀର ନାମ ହିଦ୍ଦେକଲ, ତାହା ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ