or_ta/translate/figs-imperative/01.md

13 KiB

ବିବରଣ

ଆଦେଶସୂଚକ ବାକ୍ୟ ମୁଖ୍ୟତଃ କେହି ଜଣେ କିଛି କରିବା ଇଚ୍ଛା ଓ ଆବଶ୍ୟକତାକୁ ପ୍ରକାଶ କରିବା ପାଇଁ ବ୍ୟବହାର କରାଯାଏ । ଅନେକ ସମୟରେ ବାଇବେଲରେ ଥିବା ଆଦେଶସୂଚକ ବାକ୍ୟର ଅନ୍ୟ ବ୍ୟବହାରଗୁଡ଼ିକ ରହିଛି ।

କାରଣ ଏହା ଅନୁବାଦ ସମସ୍ୟା ଅଟେ

ବାଇବେଲରେ ବ୍ୟବହାର ହୋଇଥିବା କେତେକ କାର୍ଯ୍ୟ ନିମନ୍ତେ କେତେକ ଭାଷାରେ ଆଦଶସୂଚକ ବାକ୍ୟଗୁଡ଼ିକୁ ବ୍ୟବହାର କରନ୍ତି ନାହିଁ ।

ବାଇବେଲରୁ କେତେକ ଉଦାହରଣ

ବକ୍ତାମାନେ ଅନେକ ସମୟରେ ସେମାନଙ୍କର ଶ୍ରୋତାମାନଙ୍କୁ କିଛି କାର୍ଯ୍ୟ କରିବା ପାଇଁ ସେମାନଙ୍କୁ କହିବା ବା ପ୍ରଶ୍ନ ପଚାରିବାରେ ଆଦେଶସୂଚକ ବାକ୍ୟ ବ୍ୟବହାର କରିଥାନ୍ତି । ଆଦିପୁସ୍ତକ 2 ରେ, ସଦାପ୍ରଭୁ ଇସାହକଙ୍କୁ ମିସରକୁ ନ ଯାଇ ବରଂ ସେ ଯେଉଁଠାରେ ତାହାଙ୍କୁ ବାସ କରିବା ପାଇଁ କହନ୍ତି ସେହି ସ୍ଥାନରେ ବାସ କରିବା ପାଇଁ ତାହାଙ୍କୁ ଆଜ୍ଞା କରନ୍ତି ।

ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, “ତୁମ୍ଭେ ମିସର ଦେଶକୁ ଯାଅ ନାହିଁ; ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର । (ଆଦିପୁସ୍ତକ 26:2 ULT)

କୌଣସି କୌଣସି ସମୟରେ ବାଇବେଲରେ ଥିବା ଆଦେଶସୂଚକ ବାକ୍ୟର ଅନ୍ୟ ବ୍ୟବହାରଗୁଡ଼ିକ ରହିଛି ।

ଆଦେଶସୂଚକ ଯାହା କାର୍ଯ୍ୟକୁ ଘଟାଇଥାଏ

ପରମେଶ୍ଵର ଆଦେଶ ଦେଇ କାର୍ଯ୍ୟକୁ କରି ପାରନ୍ତି, ଆଉ ତାହା ଘଟିଥାଏ । ଯୀଶୁ ଆଦେଶ ଦେଇ ଜଣେ ବ୍ୟକ୍ତିକୁ ସୁସ୍ଥ କଲେ, ଆଉ ସେ ସେ ସୁସ୍ଥ ହେଲେ । ସେହି ବ୍ୟକ୍ତି ଆଦେଶକୁ ପାଳନ କରିବା ପାଇଁ କିଛି କରି ପାରନ୍ତିନି, କିନ୍ତୁ ଯୀଶୁ ଆଦେଶ ଦେଇ ତାହାକୁ ସୁସ୍ଥ ହେବାକୁ ଦିଅନ୍ତି ।(“ଶୁଚି ହୁଅ”, ଅର୍ଥ, “ସୁସ୍ଥ ହୁଅ”)

“ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ ।’’ ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା । (ମାଥିଉ 8:3 ULT)

ଆଦିପୁସ୍ତକ 1 ରେ, ଦୀପ୍ତି ହେବା ନିମନ୍ତେ ପରମେଶ୍ଵର ଆଜ୍ଞା ଦେଲେ, ଆଉ ସେ ଏହାକୁ ଆଦେଶ ଦ୍ଵାରା ଅସ୍ତିତ୍ଵକୁ ଆସିବାକୁ ଦେଲେ । କେତେକ ଭାଷାରେ, ଯଥା ଏବ୍ରୀ ବାଇବେଲରେ ଥିବା ଆଦେଶଗୁଡ଼ିକ ତୃତୀୟ ପୁରୁଷରେ ଥାଏ । ଇଂରାଜୀ ଭାଷା ସେପରି କରେ ନାହିଁ, ଏଣୁ ଏହା ତୃତୀୟ ପୁରୁଷ ଆଦେଶକୁ ସାଧାରଣ ଦ୍ଵିତୀୟ ପୁରୁଷ ଆଦେଶ ମଧ୍ୟକୁ ପରିବର୍ତ୍ତନ କରିଥାଏ, ULT ରେ ମଧ୍ୟ ଏହିପରି ରହିଛି:

ପରମେଶ୍ଵର କହିଲେ, “ଦୀପ୍ତି ହେଉ;” ତହିଁରେ ଦୀପ୍ତି ହେଲା । (ଆଦିପୁସ୍ତକ 1:3 ULT)

ଯେଉଁ ଭାଷାରେ ତୃତୀୟ ବ୍ୟକ୍ତି ଆଦେଶ ଅଛି, ସେମାନେ ମୂଳ ଏବ୍ରୀ ବାଇବେଲକୁ ଅନୁକରଣ କରି ପାରିବେ, ଯାହା ଇଂରାଜୀ ମଧ୍ୟକୁ ଅନୁବାଦ କରାଯାଇଛି, ଯେପରିକି, “ଦୀପ୍ତି ହେବା ଉଚିତ୍” ।

ଆଦେଶସୂଚକ ଯାହା ଆଶୀର୍ବାଦ ରୂପେ କାର୍ଯ୍ୟକୁ କରିଥାଏ

ବାଇବେଲରେ, ପରମେଶ୍ଵର ଆଦେଶସୂଚକ ବାକ୍ୟ ବ୍ୟବହାର କରି ଲୋକମାନଙ୍କୁ ଆଶୀର୍ବାଦ କରନ୍ତି । ଏହା ସୂଚିତ କରେ ଯେ ସେମାନଙ୍କ ନିମନ୍ତେ ତାହାଙ୍କ ଇଚ୍ଛା କଣ ।

ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ଵର ସେମାନଙ୍କୁ କହିଲେ, ପ୍ରଜାବନ୍ତବହୁବଂଶ ହୁଅ, ପୁଣି, ପୃଥିବିକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୁତ୍ଵ କର ।

ଆଦେଶସୂଚକ ଯାହା ଅବସ୍ଥା ରୂପେ କାର୍ଯ୍ୟକୁ କରିଥାଏ

ଆଦେଶସୂଚକ ବାକ୍ୟ ମଧ୍ୟ ଅବସ୍ଥାକୁ, ଯଥା, ଯାହାର ଅଧୀନରେ କିଛି ଘଟିବାକୁ ଥିବା ବିଷୟକୁ କହିବା ପାଇଁ ବ୍ୟବହାର କରାଯାଇପାରିବ । ହିତୋପଦେଶ ମୁଖ୍ୟତଃ ଜୀବନ ଓ ଘଟଣା ବିଷୟରେ କହିଥାଏ, ଯାହା ଅନେକ ସମୟରେ ଘଟିଥାଏ ।

ନିମ୍ନରେ ପ୍ରଦତ୍ତ ହିତୋପଦେଶ 4:6 ପଦର ଉଦ୍ଦେଶ୍ୟ ସାଧାରଣତଃ ଆଦେଶ ଦେବା ପାଇଁ ନୁହେଁ, ବରଂ ଶିକ୍ଷା ଦେବା ପାଇଁ ଯଦି ସେମାନେ ଜ୍ଞାନକୁ ସ୍ନେହ କରନ୍ତି, ତେବେ କଣ ଘଟିବ ତାହା ଲୋକେ ଆଶା କରି ପାରିବେ ।

ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭଙ୍କୁ ରକ୍ଷା କରିବ । (ହିତୋପଦେଶ 4:6 ULT)

ନିମ୍ନରେ ପ୍ରଦତ୍ତ ହିତୋପଦେଶ 4:6 ପଦର ଉଦ୍ଦେଶ୍ୟ ଶିକ୍ଷା ଦେବା ପାଇଁ ଯେ ଯଦି ସେମାନେ ଆପଣା ଆପଣା ପିଲାମାନଙ୍କୁ ଯେପରି ଭାବେ ରହିବା ଉଚିତ୍ ସେପରି ଭାବରେ ଶିକ୍ଷା ଦେବେ, ତେବେ କଣ ଘଟିବ ତାହା ଲୋକେ ଆଶା କରି ପାରିବେ ।

ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ । (ହିତୋପଦେଶ 22:6 ULT)

ଅନୁବାଦ କୌଶଳ

(1) ବାଇବେଲରେ ବ୍ୟବହାର ହୋଇଥିବା କେତେକ କାର୍ଯ୍ୟ ନିମନ୍ତେ ଯଦି ଲୋକେ ଆଦଶସୂଚକ ବାକ୍ୟଗୁଡ଼ିକୁ ବ୍ୟବହାର କରୁ ନାହାଁନ୍ତି, ତେବେ ତହିଁ ବଦଳରେ ଏକ ଉକ୍ତି ବା ବକ୍ତବ୍ୟକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

(2) ଯଦି ଲୋକେ ବୁଝି ପାରନ୍ତିନି ଯେ କିଛି ଘଟଣାଟି ଘଟିପାରେ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଇଛି, ତେବେ ଯାହା କୁହାଯାଇଥିଲା ତାହାର ଫଳାଫଳ କଣ ହେଲା, ତାହାକୁ ପ୍ରକାଶ କରିବା ପାଇଁ “ଏଣୁ” ଭଳି ସଂଯୁକ୍ତ ଶବ୍ଦକୁ ଯୋଗ କରନ୍ତୁ ।

(3) ଯଦି ଲୋକେ ଅବସ୍ଥା ରୂପେ ଆଦେଶକୁ ବ୍ୟବହାର କରନ୍ତି ନାହିଁ, “ଯଦି” ଓ “ତେବେ” ଶବ୍ଦଗୁଡ଼ିକ ସହ ଏକ ଉକ୍ତି ରୂପେ ଏହାକୁ ଅନୁବାଦ କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ବାଇବେଲରେ ବ୍ୟବହାର ହୋଇଥିବା କେତେକ କାର୍ଯ୍ୟ ନିମନ୍ତେ ଯଦି ଲୋକେ ଆଦଶସୂଚକ ବାକ୍ୟଗୁଡ଼ିକୁ ବ୍ୟବହାର କରୁ ନାହାଁନ୍ତି, ତେବେ ତହିଁ ବଦଳରେ ଏକ ଉକ୍ତି ବା ବକ୍ତବ୍ୟକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

ଶୁଚି ହୁଅ । (ମାଥିଉ 8:3 ULT)

“ବର୍ତ୍ତମାନ ତୁମ୍ଭେ ଶୁଚି ଅଟ ।”

“ମୁଁ ବର୍ତ୍ତମାନ ତୁମ୍ଭକୁ ଶୁଚି କରୁଛି ।”

ଅନନ୍ତର ପରମେଶ୍ଵର କହିଲେ**, “ଦୀପ୍ତି ହେଉ;”** ତହିଁରେ ଦୀପ୍ତି ହେଲା ।(ଆଦିପୁସ୍ତକ 1:3 ULT)

ଅନନ୍ତର ପରମେଶ୍ଵର କହିଲେ, “ବର୍ତ୍ତମାନ ଦୀପ୍ତି ହେଉ;” ତହିଁରେ ଦୀପ୍ତି ହେଲା।

ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ଵର ସେମାନଙ୍କୁ କହିଲେ, ପ୍ରଜାବନ୍ତବହୁବଂଶ ହୁଅ, ପୁଣି, ପୃଥିବିକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୁତ୍ଵ କର । (ଆଦିପୁସ୍ତକ 1:28 ULT)

ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି, ପରମେଶ୍ଵର ସେମାନଙ୍କୁ କହିଲେ, ପ୍ରଜାବନ୍ତବହୁବଂଶ ହୁଅ, ପୁଣି, ପୃଥିବିକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଆମ୍ଭେ ଚାହୁଁ ଯେ ତୁମ୍ଭେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୁତ୍ଵ କର ।”

(2) ଯଦି ଲୋକେ ବୁଝି ପାରନ୍ତିନି ଯେ କିଛି ଘଟଣାଟି ଘଟିପାରେ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଇଛି, ତେବେ ଯାହା କୁହାଯାଇଥିଲା ତାହାର ଫଳାଫଳ କଣ ହେଲା, ତାହାକୁ ପ୍ରକାଶ କରିବା ପାଇଁ “ଏଣୁ” ଭଳି ସଂଯୁକ୍ତ ଶବ୍ଦକୁ ଯୋଗ କରନ୍ତୁ ।

ଅନନ୍ତର ପରମେଶ୍ଵର କହିଲେ, “ଦୀପ୍ତି ହେଉ;” ତହିଁରେ ଦୀପ୍ତି ହେଲା । (ଆଦିପୁସ୍ତକ 1:3 ULT)

ଅନନ୍ତର ପରମେଶ୍ଵର କହିଲେ, “ଦୀପ୍ତି ହେଉ;” ତେଣୁ ଦୀପ୍ତି ହେଲା ।

ଅନନ୍ତର ପରମେଶ୍ଵର କହିଲେ, “ଦୀପ୍ତି ହେବା ଉଚିତ୍;” ଫଳ ସ୍ଵରୂପେ ଦୀପ୍ତି ହେଲା ।

(3) ଯଦି ଲୋକେ ଅବସ୍ଥା ରୂପେ ଆଦେଶକୁ ବ୍ୟବହାର କରନ୍ତି ନାହିଁ, ତେବେ “ଯଦି” ଓ “ତାହା ହେଲେ” ଶବ୍ଦଗୁଡ଼ିକ ସହ ଏକ ଉକ୍ତି ରୂପେ ଏହାକୁ ଅନୁବାଦ କରନ୍ତୁ ।

ସନ୍ତାନମାନଙ୍କ ଗନ୍ତବ୍ୟ ପଥରେ ସେମାନଙ୍କୁ ଶିକ୍ଷିତ କରାଅ; ତେଣୁ ସେମାନେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବେ ନାହିଁ (ହିତୋପଦେଶ 22:6 ULT)

ଏହିପରି ଅନୁବାଦ କରାଯାଇଛି:

ଯଦି ତୁମ୍ଭେ ସନ୍ତାନମାନଙ୍କ ଗନ୍ତବ୍ୟ ପଥରେ ସେମାନଙ୍କୁ ଶିକ୍ଷିତ କରାଅ;

ତେବେ ସେମାନେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବେ ନାହିଁ ।”